Archana Nag: ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଠାରରେ ନାଚୁଥିଲେ ନେତା, ମନ୍ତ୍ରୀଙ୍କ ସହ ବଡ଼ବଡ଼ିଆ
Advertisement
Article Detail0/zeeodisha/odisha1455728

Archana Nag: ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଠାରରେ ନାଚୁଥିଲେ ନେତା, ମନ୍ତ୍ରୀଙ୍କ ସହ ବଡ଼ବଡ଼ିଆ

Black Mailer Archana Nag: ED ର ଜାଲରେ ଧିରେ ଧିରେ ଫସୁଛନ୍ତି ଅର୍ଚ୍ଚନା। ଯେଉଁମାନେ ଅର୍ଚ୍ଚନାଙ୍କ ଆର୍ଥିକ କାରବାର ସହ ଜଡିତ ସେମାନଙ୍କ ଲମ୍ବା ତାଲିକା ପ୍ରସ୍ତୁତ କରିଛି ଇଡି । କେଉଁମାନେ ଅର୍ଥ ଦେଇଛନ୍ତି ସେମାନେ ଟଙ୍କା କେଉଁଠୁ ଆଣିଛନ୍ତି ? ଏହା କଳାଧନ କି ନୁହେଁ ସେ ଦିଗରେ ତଦନ୍ତ କରିବ ED। ଅର୍ଚ୍ଚନା କେବଳ ଶ୍ରଦ୍ଧାଞ୍ଜଳି ନା ଆଉ କାହାକୁ ବ୍ୟବହାର କରିଛନ୍ତି  ? ସେନେଇ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଜାରି ରଖିଛି। 

Archana Nag: ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଠାରରେ ନାଚୁଥିଲେ ନେତା, ମନ୍ତ୍ରୀଙ୍କ ସହ ବଡ଼ବଡ଼ିଆ

Archana Nag ED News: ମାୟାବିନୀ ଅର୍ଚ୍ଚନାର ନାଗ ଫାସ ଖୋଲୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତକାଲି ସିନେ ନିର୍ମାତା ଅକ୍ଷୟ ପରିଜା ଓ ଅର୍ଚ୍ଚନା ସହଯୋଗୀ ଶ୍ରଦ୍ଧାଞ୍ଜଳୀକୁ ଦୀର୍ଘ ସମୟ ମାରାଥନ ଜେରା ପରେ ଆଜି ଢେଙ୍କାନାଳର ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ED ରେ ହାଜର ହୋଇଛନ୍ତି । ଗଙ୍ଗାଧରଙ୍କର ଏକ କାର୍ ସୋ ରୁମ୍ ଥିବା ବେଳେ ଅର୍ଚ୍ଚନା ନାଗ ତାଙ୍କର ଏଏନଣ୍ଡାୱାର ଏହି ଠାରୁ କିଣିଥିବା ଆନୁମାନ କରାଯାଉଛି। ED କଳା ଟଙ୍କା ନେଣଦେଣ ନେଇ ତଦନ୍ତ କରୁଥିବା ବେଳେ ଜଣେ  ବିଜେଡି ବିଧାୟକଙ୍କ ଭାଇ ଲିଙ୍କ ନେଇ ଚର୍ଚ୍ଚା ଜୋର ଧରିଛି। 

ଗତକାଲି ସିନେ ନିର୍ମାତା ଅକ୍ଷୟ ପରିଜା ଓ ହନିଟ୍ରାପ କୁଇନ (Honey Trap) ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ED  ଜେରା କରିଥିବା ବେଳେ ଅର୍ଚ୍ଚନାଙ୍କୁ ମିଳିଥିବା ଟଙ୍କାର ମୂଳ ଉତ୍ସ କଣ, ତାହାର ତଦନ୍ତ କରୁଛି ଇଡି । ନାଗ୍ ଦମ୍ପତିଙ୍କୁ ଯେଉଁମାନେ ଅର୍ଥ ଦେଇଛନ୍ତି ସେମାନେ ଟଙ୍କା କେଉଁଠୁ ଆଣିଛନ୍ତି ? ଏହା କଳାଧନ କି ନୁହେଁ ସେ ଦିଗରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନେତା-ମନ୍ତ୍ରୀଙ୍କୁ ବ୍ଲାକମେଲିଂ କରି କୋଟି କୋଟି ରୋଜଗାର କରୁଥିବା ୨୭ ବର୍ଷୀୟ ଅର୍ଚ୍ଚନା ନାଗ ଗିରଫ ପରେ ଏବେ ଝାଡପଡା ଜେଲରେ । 

Also Read: Shraddha Murder Case: ହତ୍ୟାର ଠିକ୍ ପୂର୍ବରୁ ଶ୍ରଦ୍ଧା ନିଜ ବନ୍ଧୁଙ୍କୁ କରିଥିଲେ ଏହି ମେସେଜ, ସାମ୍ନାକୁ ଆସିଲା ଶେଷ ଇନଷ୍ଟାଗ୍ରାମ ଚାଟ୍

ସୁନ୍ଦରୀ ଝିଅର ଫାସରେ ପସିଛନ୍ତି ବଡବଡିଆ । ନେତା, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକମାନେ ଏବେ ଛାନିଆ। ଆହୁରି ଅନେକ ବଡ଼ ବଡ଼ ବ୍ୟକ୍ତି ମଧ୍ୟ ଅର୍ଚ୍ଚନାଙ୍କ ହନିଟ୍ରାପର ଶିକାର ହୋଇଥିବା ସୂଚନା ମିଳିଛି । ତେବେ କିଛି ଜଣଙ୍କୁ ଇଡିର ନୋଟିସ ମିଳିଥିବା ବେଳେ ଜଣ ଜଣ କରି  ହାଜର ହେବା ନେଇ ସୂଚନା ମିଳିଛି।  ତେବେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହ ଏହି ହାଇପ୍ରୋଫାଇଲ କେସରେ (High Profile Case) କେଉଁମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 

Also Read: Winter Session 2022: ବିଧାନସଭା ଶୀତ ଅଧିବେଶନ, ଅର୍ଚ୍ଚନାଙ୍କୁ ନେଇ ଟଣାଟଣି ହେବେ ଶାସକ ବିରୋଧୀ

ଅନ୍ୟପଟେ ନଭେମ୍ବର ୨୨ ତାରିଖରେ ମଧ୍ୟ ବ୍ଲାକମେଲର ଅର୍ଚ୍ଚନା ଘଟଣାରେ (Lady Black Mailer Archana) ବ୍ୟବସାୟୀ ଅମୀୟ ଦାସଙ୍କୁ ED ଅଧିକାରୀ ଜେରା କରିଥିଲେ। ୮ଘଣ୍ଟା ଜେରା ପରେ ପ୍ରବର୍ତ୍ତନ ନିର୍ଦେଶାଳୟରୁ ବାହାରିଥିଲେ ଅମୀୟ ଦାସ। ଅର୍ଚ୍ଚନା ନାଗଙ୍କୁ ୭ଲକ୍ଷ ଟଙ୍କା ଦେଇଥିବା ନେଇ ମଧ୍ୟ ସେ ସ୍ୱୀକାର କରିଥିଲେ।  ସୋସିଆଲ ମିଡିଆ ଫେସବୁକରୁ ଅର୍ଚ୍ଚନାଙ୍କ ସହ ଅମୀୟଙ୍କ ପରିଚୟ ହୋଇଥିଲା। ଅର୍ଚ୍ଚନାଙ୍କ ସମ୍ପର୍କ ନେତା, ମନ୍ତ୍ରୀ, ବ୍ୟବସାୟୀଙ୍କ ସହ ଗଢ଼ି ଉଠିଥିବା ସ୍ପଷ୍ଟ ହୋଇଯାଇଛି। ଏହାପରେ ପର୍ଯ୍ୟାୟକ୍ରମେ ପ୍ରାୟ ୧୨ଜଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ଜେରା କରିବା ନେଇ ସୂଚନା ମିଳିଛି।