Odisha Daily News Live: ରାଜ୍ୟକୁ ମିଳିଲା ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2288265

Odisha Daily News Live: ରାଜ୍ୟକୁ ମିଳିଲା ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ରାଜ୍ୟକୁ ମିଳିଲା ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog
11 June 2024
22:06 PM

Joe Biden's son Hunter found guilty of gun crimes: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର୍ ବାଇଡେନଙ୍କୁ ମଙ୍ଗଳବାର ଦିନ ଏକ ଖଣ୍ଡପୀଠ ଦୋଷୀ ସାବ୍ୟସ୍ତ କରିଛନ୍ତି। ବେଆଇନ ଭାବେ ବନ୍ଧୁକ କିଣିବା ଏବଂ ନିଶା ବ୍ୟବହାର ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

19:12 PM

Odisha New CM LIVE: ରାଜଭବନରେ ପହଞ୍ଚିଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବରିଷ୍ଠ ନେତୃମଣ୍ଡଳୀ, ସରକାର ଗଠନ କରିବାକୁ ରାଜ୍ୟପାଳ ଦାବି ଜଣାଇଛନ୍ତି।

18:12 PM

Mohan Majhj declared CM of Odisha, KV and Prabhati Parida to be Deputy CM: ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ତାଙ୍କୁ ନେତା ଭାବେ ଚୟନ କରିଛି। ଅନେକ କଳ୍ପନା ଓ ଆଲୋଚନାକୁ ପଛରେ ପକାଇ କେନ୍ଦୁଝରର ବିଧାୟକ ତଥା ଆଦିବାସୀ ନେତା ମୋହନଙ୍କୁ ବିଧାୟକ ଦଳର ନେତା ଭାବେ ବାଛିଛି ବିଜେପି। ସେ ୪ଥର ବିଧାୟକ ରହିବା ସହ ଗତଥର କିଛିଦିନ ଲାଗି ବିରୋଧି ଦଳ ନେତା ପଦବୀ ବି ମଣ୍ଡନ କରିଥିଲେ। ତାଙ୍କ ନାଁକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସର୍ବସମ୍ମତିକ୍ରମେ ନେତା ଭାବେ ଘୋଷଣା କରାଯାଇଥିବା କହିଥିଲେ। ଏହାଙ୍କ ସହ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ଉପମୁଖ୍ୟମନ୍ତ୍ରୀ ହେବେ କନକବର୍ଦ୍ଦନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ବୋଲି ଶ୍ରୀ ସିଂହ କହିଥିଲେ।

17:33 PM

Odisha New CM LIVE: ଶେଷ ହୋଇଛି ବିଧାୟକ ଦଳ ବୈଠକ। କିଏ ହେବେ ମୁଖ୍ୟମନ୍ତ୍ରୀସେ ବିଷୟରେ ହୋଇଛି ଆଲୋଚନା। ନିର୍ବାଚନ ପରେ ଏହା ଥିଲା ପ୍ରଥମ ବିଧାୟକ ଦଳ ବୈଠକ।

16:43 PM

Odisha New CM LIVE: ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲେ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ। କିଛି ସମୟପରେ ଆରମ୍ଭ ହେବ ବିଜେପି ବିଧାୟକ ଦଳର ବୈଠକ। ଏହି ବିଧାୟକ ଦଳ ବୈଠକରେ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ନିଷ୍ପତ୍ତି ହେବ।

 

16:31 PM

Odisha New CM LIVE: ଏଥର ବିଜେପି ସରକାରରେ ରାଜ୍ୟରେ ଉପ ମୁଖ୍ୟମନ୍ତ୍ରୀ ରହିବା ସମ୍ଭବାନା ରହିଛି। ବିଜେପି ଶାସିତ ରାଜ୍ୟଗୁଡ଼ିକର ଫର୍ମୁଲାକୁ ଏଠାରେ ଉପଯୋଗ କରାଯାଇପାରେ। ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିବା ନେଇ ଚାଲିଛି ଚର୍ଚ୍ଚା।

16:28 PM

Odisha New CM LIVE: ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେଥିନେଇ ଆଜି ହେଉଛି ଚୂଡ଼ାନ୍ତ ବୈଠକ।ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏଥିପାଇଁ ଭିଡ଼ ଦେଖିବାକୁ ମିଳିଛି। ବିଧାୟକଙ୍କ ସହ ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ। ଏହାଙ୍କ ସହ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ରାଜ୍ୟ ବିଜେପି ସଭାପତି, ପ୍ରଭାରୀ ଓ ସହ ପ୍ରଭାବରୀ ଉପସ୍ଥିତ ରହିବେ।

15:51 PM

BJP invited Naveen Patnaik: ରାଜ୍ୟରେ ଆସନ୍ତାକାଲି (୧୨ ଜୁନ୍) ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏଥିପାଇଁ ଭୁବନେଶ୍ୱରର ଜନତା ମଇଦାନରୋ ସମସ୍ତ ପ୍ରସ୍ତୁତ ସରିଛି। ୧୨ ଜୁନରେ ଶପଥ ସମାରୋହରେ ସାମିଲ ହେବା ଭୁବନେଶ୍ବର ବର୍ତ୍ତମାନ ଚଳଚଞ୍ଚଳ ହୋଇପଡ଼ିଛି। ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ବିଜେପି ତରଫରୁ ନିମନ୍ତ୍ରଣ କରାଯାଇଛି। ବିଜେପିର ୫ ଜଣ ବରିଷ୍ଠ ନେତା ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ଏହି ନେତା ମାନଙ୍କରେ ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ଥିଲେ ବୋଲି ସୂଚନା ରହିଛି। ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ନବୀନ ବାବୁ ନିଶ୍ଚୟ ପହଞ୍ଚିବେ।

 

15:39 PM

First session of 18th Lok Sabha: ଆସନ୍ତା ୨୪ ତାରିଖରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯିବା ସମ୍ଭାବନା ରହିଛି। ଏହା ୮ ଦିନିଆ ସ୍ୱଳ୍ପକାଳୀନ ଅଧିବେଶନ ରହିବ। ଯେଉଁ ଅଧିବେଶନର ପ୍ରଥମ ଦୁଇଦିନ ସଦସ୍ୟଙ୍କ ଶପଥ ପାଠ କାର୍ଯ୍ୟକ୍ରମ ରହିଥିବା ବେଳେ ୨୬ ତାରିଖରେ- ବାଚସ୍ପତି ନିର୍ବାଚନ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।  ଜୁଲାଇ ୩ ତାରିଖ ଯାଏ ଏହି ଅଧିବେଶନ ଚାଲିବ। ଯେଉଁଥିରେ ବଜେଟ୍‍ ଉପସ୍ଥାପନ ହୋଇପାରେ।

14:09 PM

Odisha News Live Updates: ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ ପର୍ଯ୍ୟବେକ୍ଷକ
ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ। ଓଡ଼ିଶା ପାଇଁ ନିଯୁକ୍ତ ହୋଇଥିବା ଦୁଇ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ ଭୂପିନ୍ଦର ଯାଦବ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ସହିତ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ମଧ୍ୟ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି।

14:08 PM

Odisha News Live Updates: ଶ୍ରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଲା ବିଜେପି
ଶ୍ରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଲା ବିଜେପି। ଆସନ୍ତା କାଲି ରାଜ୍ୟରେ ସରକାର ପରିବର୍ତ୍ତନ ତଥା ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଥିବାରୁ ବିଜେପି ଓଡ଼ିଆ ଜାତିର ମଉଡ଼ମଣି ଶ୍ରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛନ୍ତି। ପରମ୍ପରା ଅନୁସାରେ ହିନ୍ଦୁ ପରିବାରରେ କୌଣସି ମାଙ୍ଗଳିକ ବା ଶୁଭ କାର୍ଯ୍ୟ କରିବାକୁ ଯିବା ବେଳେ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥାଏ। ଏହିକ୍ରମରେ ଶ୍ରୀମନ୍ଦିରକୁ ପୁରୀ ଜିଲ୍ଲାର ବିଧାୟକମାନେ ମହାପ୍ରଭୁଙ୍କୁ ନିମନଦ୍ତ୍ରଣ କରିଛନ୍ତି। ଗୁଆ, ନଡ଼ଆ, ପଇତା ପ୍ରଭୃତି ନେଇ ସେମାନେ ଯାଇଥିବା ସୂଚନା ମିଳିଛି।

 

14:07 PM

Odisha News Live Updates: ୧୩ରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ
ଆସନ୍ତା ଜୁନ୍ ୧୩ ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ। ଦୀର୍ଘବର୍ଷ ହେବ ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ କଟକଣା ଲଗାଇଥିଲା ବିଜେଡି ସରକାର। କରୋନା କାଳରୁ ସାମ୍ବାଦିକଙ୍କ ଲୋକସେବା ଭବନରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ୨୦୨୦ ମାର୍ଚ୍ଚ ମାସରୁ ଏଭଳି ସ୍ଥିତି ଜାରି ରହିଥିଲା, ଯାହାକୁ ନେଇ ଅନେକ ସମୟରେ ବିଜେପି ପ୍ରତିବାଦ କରିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯାଉ ବୋଲି ଦାବି ରଖିଥିଲା। ଏପରିକି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା।  କିନ୍ତୁ ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

13:52 PM

Odisha News Live Updates: ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲା ବିଜେପି
ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ବିଜେପି ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି। ଆଜି ନିମନ୍ତ୍ରଣ ପତ୍ର ଦେବାକୁ ନବୀନ ନିବାସରେ ପହଞ୍ଚିଥିଲେ ବିଜେପିର ୫ ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଓ ବରିଷ୍ଠ ନେତା ତଥା ପ୍ରାକ୍ତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ନବୀନ ନିବାସରେ ପହଞ୍ଚିଥିଲେ। ନବୀନ ପଟ୍ଟନାୟକ ସେମାନଙ୍କ ହାତରୁ ନିମନ୍ତ୍ରଣ ପତ୍ର ଗ୍ରହଣ କରି‌ବା ପରେ ନିଶ୍ଚିତ ଆସିବି ବୋଲି କହିଥିବା ନେଇ ପରେ ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

13:42 PM

Odisha News Live Updates: ଆସନ୍ତାକାଲି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବାକୁ ଯାଉଛି । ସମାରୋହରେ ଯୋଗଦେବାକୁ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦେଇଛି ବିଜେପି । ଦଳର ୫ ଜଣ ବରିଷ୍ଠ ନେତା ନବୀନ ନିବାସ ଯାଇ ନବୀନଙ୍କୁ ସମାରୋହରେ ଯୋଗଦାନ କରିବାକୁ ନିମନ୍ତ୍ରଣ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସମୀର ମହାନ୍ତି ଓ ନିତ୍ୟାନନ୍ଦ ଗଣ୍ଡ ନବୀନ ନିବାସ ଯାଇଥିଲେ । ସମାରୋହରେ ନିଶ୍ଚିତ ଭାବେ ପହଞ୍ଚିବେ ବୋଲି ନବୀନ ବାବୁ କହିଥିବା ନେଇ ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

13:41 PM

Odisha News Live Updates: ଆସନ୍ତା ଦେବ ସ୍ନାନପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନିକ ସମସ୍ତ କର୍ମଚାରୀଙ୍କ  ଛୁଟି ବାତିଲ କରାଯାଇଛି।ଚଳିତ ଜୁନ ମାସ ୨୨ ତାରିଖ ଦିନଠାରୁ ଜୁଲାଇ ମାସ ୧୯ ପର୍ଯ୍ୟନ୍ତ ସମସ୍ତ ଛୁଟି କୁ ବାତିଲ କରାଯାଇଛି।ସ୍ନାନ ପୂର୍ଣ୍ଣିମା ଦିନ ଠାରୁ ମହାପ୍ରଭୁଙ୍କର ଅନବସର ନୀତି ଆରମ୍ଭ ହୋଇଥିବା ବେଳେ ରଥ ଯାତ୍ରା ପର୍ଯ୍ୟନ୍ତ ଏହା ଜାରି ରହେ।ସେହିପରି ରଥଯାତ୍ରା ଦିନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମଧ୍ୟ ଅନେକ କାର୍ଯ୍ୟ ରହିଥିବା ହେତୁ ଏହି ସମୟର ଗୁରୁତ୍ବପୂର୍ଣ୍ଣ କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।

11:45 AM

Odisha News Live Updates: ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର କର୍ମକର୍ତ୍ତାଙ୍କ ଆକ୍ରମଣରେ ଟିଡିପି ନେତା ମୃତ
ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ବିରୋଧୀ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର କର୍ମକର୍ତ୍ତାମାନେ ଆକ୍ରମଣ କରିବା ପରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଗୌରୀନାଥ ଚୌଧୁରୀଙ୍କର ମୃତ୍ୟୁ ଘଟିଛି। ଆକ୍ରମଣକାରୀମାନେ ମୃତକଙ୍କୁ ଛୁରୀ ଓ କୁରାଢ଼ୀରେ ଆକ୍ରମଣ କରିଥିଲେ। ଏହି ଘଟଣା ବୋମ୍ମିରେଦ୍ଦିପାଲ୍ ଗ୍ରାମରେ ଘଟିଛି। ଚୌଧୁରୀ ହେଉଛନ୍ତି ଜଣେ ପ୍ରମୁଖ ଟିଡିପି ନେତା। ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ବାତାବରଣ ସୃଷ୍ଟି କରିଛି। ହତ୍ୟାକାଣ୍ଡ ପରେ ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଇଛି। କୁର୍ନୁଲ ପୁଲିସ ଅଧୀକ୍ଷକ (ଏସପି) ଗାଁ ପରିଦର୍ଶନ କରି କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ବାସିନ୍ଦାଙ୍କୁ ଆଶ୍ୱାସନା ଦେଇଛନ୍ତି।

11:43 AM

Odisha News Live Updates: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ୨ ଗୁରୁତର
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା – ରାଇପୁର ୧୬ ନମ୍ବର ରାଜ୍ୟ ରାଜପଥର ଜାମ ଖୁଣ୍ଟା – ବଙ୍କାପୁର ମଝିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦୁଇ ମୃତ ଓ ଦୁଇ ଗୁରୁତର ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ସୋମବାର ରାତିରେ କୌଣସି କାମରେ ଜାମଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ କାଲକୁଟ ଦର୍ଲିପଡାର କଦମ ମାଝୀ (୧୮) , ଘନଶ୍ୟାମ ମାଝୀ (୨୩) ଓ ବିଛୁ ବେହେଳି ଗ୍ରାମର ନରେଶ ମାଝୀ (୨୨) ଏକ ଗ୍ଲାମର ଗାଡ଼ିରେ ଘରୁ ବାହାରି ଯାଇଥିଲେ। ତେବେ ଉକ୍ତ ତିନିଜଣ ଯୋଉ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି, ସେହି ସ୍ଥାନରେ ଆଉ ଜଣଙ୍କ ମୁଣ୍ଡ ଚାପି ହୋଇ ଯାଇଥିବାରୁ ତାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

11:43 AM

Odisha News Live updates: ରିଏସି ବସ୍‌ ଦୁର୍ଘଟଣା: ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଦାବି
ଜମ୍ମୁ-କଶ୍ମୀରର ରିଏସି ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି। ଏବେ ଏହି ଘଟଣାରେ ନ୍ୟାୟ ମାଗିଛନ୍ତି ଆହତଙ୍କ ପରିବାର ଲୋକ। ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଆହତ ହୋଇଥିବା ଅନେକ ଯାତ୍ରୀ ହେଉଛନ୍ତି ଉତ୍ତରପ୍ରଦେଶର। କିଛି ଯାତ୍ରୀ ଗ୍ରେଟର୍‌ ନୋଇଡାର ବି ବୋଲି ସୂଚନା ରହିଛି। ଆହତ ରାଜେଶ ଗୁପ୍ତାଙ୍କ ପୁତୁରା ରାହୁଲ ଗୁପ୍ତା କହିଛନ୍ତିି ଯେ ତ‌ାଙ୍କ ପରିବାରରୁ ୮ ଜଣ ସେହି ବସ୍‌ରେ ଥିଲେ। ରାଜେଶଙ୍କ ମୁହଁରୁ ସେ ଆକ୍ରମଣ ସଂପର୍କରେ ଶୁଣିବା ପରେ ଘଟଣାସ୍ଥଳକୁ ଆସିଛନ୍ତି।

10:50 AM

Odisha News Live Updates: ଝିଅ ସୋନାକ୍ଷୀ ଓ ପ୍ରେମିକ ଇକବାଲଙ୍କ ବିବାହ ସଂପର୍କରେ ମୁହଁ ଖୋଲିଲେ ଶତ୍ରୁଘ୍ନ ସିହ୍ନା
ଶେଷରେ ଝିଅ ସୋନାକ୍ଷୀ ସିହ୍ନ‌ା ଓ ତ‌ାଙ୍କ ପ୍ରେମିକ ଜହିର ଇକବାଲଙ୍କ ବିବାହ ସଂପର୍କରେ ମୁହଁ ଖୋଲିଛନ୍ତି ଶତ୍ରୁଘ୍ନ ଶିହ୍ନା। ଜୁମ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଶତ୍ରୁଘ୍ନ କହିଛନ୍ତି ଯେ ସେ ତାଙ୍କ ଝିଅ ସହ ବିବାହ ବିଷୟରେ କିଛି ବି କଥ‌ା ହୋଇନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ବି ତାଙ୍କ ଝିଅ ସେମାନଙ୍କୁ ବିବାହ ବିଷୟରେ ଜଣାଇବେ ସେ ଏବଂ ତାଙ୍କ ପତ୍ନୀ ତାଙ୍କୁ ଆଶୀର୍ବାଦ ଦେବେ। ଏହାପୂର୍ବରୁ ଆମେ ଖବର ପ୍ରକାଶ ପାଇଥିଲା ଯେ ଏହି ସୋନାକ୍ଷୀ ଜୁନ୍ ୨୩ ତାରିଖରେ ମୁମ୍ବାଇରେ ବିବାହ କରିବେ।

09:16 AM

Odisha News Live Updates: କୋରାପୁଟ ଝାଡ଼ାବାନ୍ତିରେ ୩୬ ଆକ୍ରାନ୍ତ, ଏବେ ସୁସ୍ଥ ଥିବା ସୂଚନା
କୋରାପୁଟ ଜ଼ିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁଵାଈ ଗ୍ରାମରେ ଝାଡ଼ାବାନ୍ତିରେ ୩୬ ଜଣ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ଏବେ ସୁସ୍ଥ ଥିବା ଜଣାଯାଇଛି। ଉକ୍ତ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ଗ୍ରାମବାସୀମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ ନଜର ରଖିଛି। କେଉଁ କାରଣରୁ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଲା ସେ ନେଇ ତଦନ୍ତ କରାଯାଉଛି ବୋଲି  ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧାଂଶୁ କୁମାର ଗିରି ସୂଚନା ଦେଇଛନ୍ତି।

09:09 AM

Odisha News Live Updates: ବାଇକ ମେକାନିକରୁ କେନ୍ଦ୍ରମନ୍ତ୍ରୀ
ମୋଦୀଙ୍କ ସହିତ ନୂଆ ମେଣ୍ଟ ସରକାରର ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।ବୀରେନ୍ଦ୍ର କୁମାର ଖଟିକ୍ ୧୯୫୪ ମସିହା ଫେବୃଆରୀ ୨୭ ତାରିଖରେ ମଧ୍ୟପ୍ରଦେଶର ସାଗରର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବୀରେନ୍ଦ୍ର କୁମାର ଅନେକ ସଂଘର୍ଷ କରି କଠିନ ପରିଶ୍ରମ ସହିତ ସାଗର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରି ହାସଲ କରିଥିଲେ । ପିଲାଦିନେ ବୀରେନ୍ଦ୍ର କୁମାର ତାଙ୍କ ପିତାଙ୍କ ସହ ସାଗରରେ ସାଇକେଲ-ସ୍କୁଟର ପଙ୍କଚର ମରାମତି କରୁଥିଲେ। ତାଙ୍କର ଏକ ପୁରୁଣା ସ୍କୁଟର ଥିଲା, ଯେଉଁଥିରେ ସେ ନିଜ ନିର୍ବାଚନମଣ୍ଡଳୀରେ ବୁଲୁଥିଲେ । ପିଲାଟି ଦିନରୁ ବୀରେନ୍ଦ୍ର କୁମାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ଜଡ଼ିତ ଥି‌ଲେ। ସେ ୧୯୭୫ରେ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସାମିଲ ଥିଲେ। ୧୯୮୨ ରୁ ୧୯୮୪ ପର୍ୟ୍ୟନ୍ତ ସେ ବିଜେପି ଯୁବା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିଲେ। ୧୯୮୭ରେ ସେ ବଜରଙ୍ଗ ଦଳର ଜିଲ୍ଲା ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୯୫ ମସିହାରେ ତାଙ୍କୁ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି କରାଯାଇଥିଲା।

 

09:08 AM

Odisha News LIve Updates: ପାଣିପାଗ ପରିବର୍ତ୍ତନ ବଢ଼ାଇପାରେ ଓଜୋନ୍ ସ୍ତର: ବଢ଼ିବ ଶ୍ବାସରୋଗର ଆଶଙ୍କା
ଜଳବାୟୁ ପରିବର୍ତ୍ତନ ଦ୍ବାରା ଉତ୍‌ପ୍ରେରିତ ଉଷ୍ମ ତାପମାତ୍ରା ୨୦୫୦ ମସିହା ସୁଦ୍ଧା ଭୂପୃଷ୍ଠରେ ଓଜୋନ୍ ସ୍ତରକୁ ଉଲ୍ଲେଖନୀୟ ଭାବେ ବଢ଼ାଇଦେବ ବୋଲି ଆମେରିକାର ଏକ ନୂତନ ଅନୁଧ୍ୟାନରୁ ଜଣାଯାଇଛି। ବାୟୁମଣ୍ଡଳରେ ଏହି ବର୍ଦ୍ଧିତ ଓଜୋନ୍ ସ୍ତର ବାୟୁର ଗୁଣବତ୍ତାକୁ ହ୍ରାସ କରି ଫୁସ୍‌ଫୁସ୍‌ ଓ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି କରିବ ବୋଲି ଉତ୍ତର କାରୋଲିନା ବିଶ୍ବବିଦ୍ୟାଳୟର ଗବେଷକମାନେ ସତର୍କ କରାଇ ଦେଇଛନ୍ତି। ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣୀ ରଶ୍ମିର କୁପ୍ରଭାବରୁ ବାୟୁମଣ୍ଡଳରେ ଥିବା ପ୍ରାକୃତିକ ଓଜୋନ୍ ସ୍ତର ଆମକୁ ରକ୍ଷା କରିଥାଏ ବୋଲି ଆମେ ଜାଣୁ। ତେବେ ଭୂପୃଷ୍ଠରେ ନାଇଟ୍ରୋଜେନ୍ ଅକ୍ସାଇଡ୍ ସହ ମିଶି କିଛି ଅସ୍ଥିର ଜୈବ ଯୌଗିକ ବା ଭୋଲାଟାଇଲ୍ ଅର୍ଗାନିକ କମ୍ପାଉଣ୍ଡ୍ (ଭିଓସି) ଓଜୋନ୍ ବାଷ୍ପ ସୃଷ୍ଟି କରିଥା’ନ୍ତି।

09:05 AM

Odisha News Live Updates: ଜୁନ୍ ୧୮ ତାରିଖରେ ୟୁପିରେ ଏକ ‘କୃଷକ ସମ୍ମିଳନୀ’ କୁ ସମ୍ବୋଧିତ କରିବେ ମୋଦୀ
ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ବନି ସାରିଛନ୍ତି ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ବନିବା ପରେ ସେ ତାଙ୍କ ପ୍ରଥମ କାର୍ଯ୍ୟ ଭାବେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଫାଇଲ୍‌ରେ ଗତକାଲି ଦସ୍ତଖତ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୮ ତାରିଖରେ ଉତ୍ତରପ୍ରଦେଶର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ ଏକ ‘କୃଷକ ସମ୍ମିଳନୀ’ କୁ ସମ୍ବୋଧିତ କରିବେ। ରବିବାର ତୃତୀୟ ଥର ପାଇଁ ଶପଥ ନେବା ପରେ ବାରାଣାସୀରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇପାରେ।

09:03 AM

Odisha News Live Updates: ଆଗାମୀ ୭ ଦିନ ପର୍ଯ୍ୟନ୍ତ ଲୁ ସତର୍କ ସୁଚନା ଜାରି, ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ
ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତର ଲୋକଙ୍କୁ ପୁଣି ଥରେ ଗ୍ରୀଷ୍ମ ଲହରୀ ଅସୁବିଧାରେ ପକାଇବାକୁ ଯାଉଛି। ଜୁନ୍ ୧୦ରେ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୪୩.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୬ ଦିନ ପାଇଁ ସମଗ୍ର ଦିଲ୍ଲୀ-ଏନସିଆରରେ ହିଟ ୱେଭ ହେବାର ସମ୍ଭାବନା ରହିଛି। ଗ୍ରୀଷ୍ମ ଲହରୀ ସମ୍ପର୍କରେ ବିଭାଗ ଆସନ୍ତା ଦୁଇ ଦିନ ପାଇଁ ଅରେଞ୍ଜ ଆଲର୍ଟ ଏବଂ ୪ ଦିନ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

09:02 AM

Odisha News Live Updates: ମଲାୱୀ ଉପରାଷ୍ଟ୍ରପତିଙ୍କୁ ନେଇ ବିମାନ ନିଖୋଜ
ଦକ୍ଷିଣ-ପୂର୍ବ ଆଫ୍ରିକାରେ ଅବସ୍ଥିତ ଏକ ଦେଶ ମଲାୱୀର ରାଷ୍ଟ୍ରପତି ସୋମବାର ଦିନ କହିଛନ୍ତି ଯେ,ଦେଶର ଉପରାଷ୍ଟ୍ରପତି ସାଉଲୋସ୍ କ୍ଲାଉସ୍ ଚିଲିମା ଏବଂ ଅନ୍ୟ ନଅ ଜଣଙ୍କୁ ନେଇ ଯାଉଥିବା ବିମାନ ନିଖୋଜ ହୋଇଯାଇଛି ବିମାନ ରାଡାରରୁ ଅଦୃଶ୍ୟ ହୋଇଯାଇଛି।ବିମାନ ସହିତ ଯୋଗାଯୋଗ କରିବାକୁ ବିମାନ କର୍ତ୍ତୃପକ୍ଷଙ୍କ ସମସ୍ତ ଉଦ୍ୟମ ଏପର୍ଯ୍ୟନ୍ତ ବିଫଳ ହୋଇଛି। 

09:01 AM

Today Horoscope: ଆଜି ଏହି ସବୁ ରାଶିଙ୍କୁ ରହିଛି ଆକସ୍ମିକ ଧନଲାଭର ଯୋଗ ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୧୧ ହେଉଛି ମଙ୍ଗଳବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।ପଢନ୍ତୁ ପୂରା ରିପୋର୍ଟ...

09:00 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।