Odisha Daily News Live: ଅଧା ଖୋଲିଲା, ଆଉ ଅଧେ ଛୁଟି; ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2297013

Odisha Daily News Live: ଅଧା ଖୋଲିଲା, ଆଉ ଅଧେ ଛୁଟି; ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଅଧା ଖୋଲିଲା, ଆଉ ଅଧେ ଛୁଟି; ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

18 June 2024
22:03 PM

Tam India Head Coach: ଭାରତର ପୂର୍ବତନ ଓପନର୍ ଗୈତମ ଗମ୍ଭୀର ଏବଂ ଡବ୍ଲୁ.ଭି ରମଣ ମଙ୍ଗଳବାର ଦିନ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (BCCI) ର କ୍ରିକେଟ୍ ପରାମର୍ଶଦାତା କମିଟି (CAC)କୁ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହି ଇଣ୍ଟରଭ୍ୟୁ ଗମ୍ଭୀର, ରମଣ ଓ ସିଏସି ମୁଖ୍ୟ ଅଶୋକ ମଲହୋତ୍ରାଙ୍କ ସହ ଅନଲାଇନରେ ଯୋଗଦେବା ସହିତ ଏକ 'ଜୁମ୍ କଲ୍'ରେ ଯୋଡି ହୋଇଥିଲା। ରିପୋର୍ଟରେ କୁହାଯାଇଥିଲା ଯେ ଗମ୍ଭୀର ଏକମାତ୍ର ପ୍ରାର୍ଥୀ ହୋଇଥିଲେ ମଧ୍ୟ ରମଣ ଇଣ୍ଟରଭ୍ୟୁ ଦେବା ଆଶ୍ଚର୍ଯ୍ୟଜନକ।

 

19:55 PM

Mann Ki Baat Date : ୨୦୨୪ ଲୋକସଭା ନିର୍ବାଚନ ଶେଷ ହେବା ପରେ ମୋଦୀ ୩.୦ ର 'ମନ କି ବାତ୍' କାର୍ଯ୍ୟକ୍ରମର ତାରିଖ ପ୍ରକାଶ ପାଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଲୋକଙ୍କଠାରୁ ବିଚାର ଓ ପରାମର୍ଶ ଲୋଡିଥିଲେ। ଆପ୍ ଏବଂ ଫୋନ୍ ନମ୍ବର ମଧ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଛି, ଯାହା ମାଧ୍ୟମରେ ଲୋକମାନେ ନିଜର ଲେଖା କିମ୍ବା ରେକର୍ଡିଂ କରି ସେମାନଙ୍କ ବାର୍ତ୍ତା ପଠାଇ ପାରିବେ। ଏହା କୁହାଯାଉଛି ଯେ ମନ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ପରାମର୍ଶ ଅନ୍ତର୍ଭୂକ୍ତ କରାଯିବ।

19:22 PM

Araria Bridge Collapsed: ପୁଣିଥରେ ବିହାରରୁ ଏକ ନୂଆ କରି ନିର୍ମାଣ ହୋଇଥିବା ବ୍ରିଜ୍ ଭୁଶୁଡ଼ିବା ଖବର ସାମ୍ନାକୁ ଆସିଛି। ରାଜ୍ୟର ଆରାରିଆ ଜିଲ୍ଲାର ସିକ୍ଟିରେ ବକ୍ରା ନଦୀ ଉପରେ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ଆଜି ଉଦ୍ଘାଟନ ପୂର୍ବରୁ ମଧ୍ୟ ନଦୀରେ ବହିଯାଇଥିଲା। ଖବର ଅନୁଯାୟୀ, ଏହି ବ୍ରିଜ୍ ପାଦରିଆ ଘାଟରେ ନିର୍ମିତ ହୋଇଥିଲା।

17:41 PM

PM-Kisan Samman Nidhi: ଲଗାତାର ତୃତୀୟ ଥର କ୍ଷମତାକୁ ଆସିବା ପରେ ନରେନ୍ଦ୍ର ମୋଦୀ ସରକାର ଦେଶର ୯ କୋଟିରୁ ଅଧିକ ଚାଷୀଙ୍କୁ ପ୍ରଥମ ବଡ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ବାରାଣାସୀରୁ ୧୭ ତମ କିସ୍ତି ଜାରି କରିଛନ୍ତି। ଏହା ଅଧୀନରେ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଲେଖାଁଏ କିସ୍ତି ଟଙ୍କା ପଠାଯାଇଛି।

16:46 PM

Odisha News Live Updates: ଉଦ୍ଧାର ହେଲା ଭାସିଯାଇଥିବା ଶିଶୁ
ୟୁନିଟ-୩ ମସ୍‍ଜିଦ ନାଳରେ ଭାସିଯାଇଥିବା ଶିଶୁ ଲକ୍ଷ୍ମୀସାଗର ନିକଟରୁ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳ ଶିଶୁଟିକୁ ଚିକିତ୍ସା ପାଇଁ କ୍ୟାପିଟାଲ୍‍ ହସ୍‍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

16:18 PM

Odisha News Live Updates: ମୁକୁଳା ନାଳରେ ପୁଣି ଭାସିଗଲା ଶିଶୁ

ପ୍ରବଳ ବର୍ଷ ଯୋଗୁ ପୁଣିଥରେ ନାଳରେ ଏକ ୮ ବର୍ଷର ନାବାଳକ ଭାସି ଯାଇଛି। ୟୁନିଟ୍‍ ୩ ମସଜିଦ କଲୋନୀ ନିକଟରେ ଏହି ଅଘଟଣ ଘଟିଛି। ବେଲୁନ୍‍କୁ ଧରିବାକୁ ଯାଉଥିବା ବେଳେ ପିଲାଟି ଭାସିଯାଇଥିବା ସୂଚନା ମିଳିଛି। ଏକ ଉଦ୍ଧାରକାରୀ ଦଳ ଶିଶୁକୁ ଖୋଜିବା ଲାଗି ଯାଇଛନ୍ତି।

15:46 PM

Aadhaar Card Online Update News: ଆଧାର କାର୍ଡ ଅନଲାଇନ୍ ଅପଡେଟ୍ ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମାଗଣାରେ ଆଧାର କାର୍ଡ ଅପଡେଟ୍ କରିବାର କେନ୍ଦ୍ର ସରକାର ସମୟସୀମା ବୃଦ୍ଧି କରିଛନ୍ତି। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଦ୍ୱାରା ଆଧାର କାର୍ଡକୁ ମାଗଣା ଅପଡେଟ୍ କରିବାର ସମୟ ସୀମା ୧୪ ଜୁନ୍ ଭାବରେ ସ୍ଥିର କରାଯାଇଥିଲା, ବର୍ତ୍ତମାନ ଏହାକୁ ଆସନ୍ତା ତିନିମାସ ପାଇଁ ବୃଦ୍ଧି କରାଯାଇଛି।

 

15:35 PM

Alka Yagnik Hearing Loss: ଅଳକା ୟାଗ୍ନିକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଭେଟେରାନ୍ ଗାୟୀକା ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି, ଯେଉଁଥିପାଇଁ ସେ ଶ୍ରବଣ ଶକ୍ତି ହରାଇଛନ୍ତି।

15:28 PM

Odisha News Live Updates: NEET-UG ପରୀକ୍ଷାକୁ ନେଇ ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ମଙ୍ଗଳବାର ପୁଣି ତୀବ୍ର ପ୍ରତିକ୍ରୀୟା ଦେଇଛନ୍ତି। କୋର୍ଟ NTA ଅର୍ଥାତ୍ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ତାଗିଦ୍ କରି କହିଛନ୍ତି ଯେ ଯଦି NEET ପରୀକ୍ଷାରେ ୦.୦୦୧ ପ୍ରତିଶତ ଭୁଲ କିମ୍ବା ଅବହେଳା ଅଛି, ତେବେ ଏହା ଚିନ୍ତାର ବିଷୟ ଓ ଏହାର ବିସ୍ତୃତ ଯାଞ୍ଚ କରାଯିବା ଉଚିତ୍। 

12:53 PM

Odisha News Live Updates: ବିଧାୟକ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ମଙ୍ଗଳବାର ଜୁନ ୧୮ ତାରିଖରେ ବିଧାନସଭାରେ ବିଧାୟକ ଭାବେ ଶପଥ ନେଇଛନ୍ତି। ଆଜି ଠାରୁ ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରିଛନ୍ତି। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ବାଚିତ ସଦସ୍ୟଙ୍କୁ ଶପଥ ପାଠ କରାଇଛନ୍ତି।

 

11:34 AM

Odisha News Live Updates: ବାଲେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ, ଘରୁ ନ ବାହାରିବାକୁ ଅପିଲ୍
ଗତକାଲିଠୁ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ଲାଗୁ ହୋଇଛି କର୍ଫ୍ୟୁ । ଗତକାଲି ବିଳମ୍ବିତ ରାତିରେ ଏହି କଟକଣା ଲାଗୁ ହୋଇଛି। ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି।  ଗତକାଲି ରାତି ପ୍ରାୟ ୨ଟା ବେଳେ ବାଲେଶ୍ୱର ଟାଉନ ଥାନାରେ ବସିଥିଲା ଜରୁରୀ ବୈଠକ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଏବଂ ବାଲେଶ୍ବର ଏସପି ସାଗରିକା ନାଥ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ଗତ ରାତିଠୁ କର୍ଫ୍ୟୁ ଜାରି ହୋଇଛି। 

11:28 AM

Odisha News Live Updates: କାଞ୍ଚନଜଙ୍ଘା ଦୁର୍ଘଟଣା: ଚାଲିଛି ମରାମତି କାର୍ଯ୍ୟ; ବାତିଲ ହେଲା ଅନେକ ଟ୍ରେନ୍‌
ସୋମବାର ଦିନ ଅଗରତାଲାରୁ ସିୟାଲଦହ ଆସୁଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌କୁ ପଛପଟୁ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି କାରଣରୁ ଏବେ ଟ୍ରେନକୁ ବାତିଲ ଓ ମାର୍ଗଚ୍ୟୁତ କରାଯାଇଛି। ଦୁର୍ଘଟଣା ପରେ ଏବେ ଦୁର୍ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଚାଲିଛି। ଏହି ସମୟରେ ଟ୍ରେନ୍ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଟ୍ରେନ୍‌ଟି ଦୁର୍ଘଟଣା ପରେ ରାତି ୩.୧୬ରେ ସିୟାଲଦହରେ ପହଞ୍ଚିଛି ବୋଲି ଭିଜୁଆଲ୍‌ରୁ ଦେଖିବାକୁ ମିଳିଛି।

09:24 AM

Odisha News Live Updates: ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବିଧାନସଭାରେ ନବ ନିର୍ବାଚିତ ବିଧାୟକ ନେଇଛନ୍ତି ଶପଥ। ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ କରିଛନ୍ତି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତଙ୍କୁ ଶପଥପାଠ କରାଇଛନ୍ତି। ସନ୍ଧ୍ୟା ୫ଟା ଯାଏ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ। ଏହାପରେ ୨୦ରେ ରହିଛି ବାଚସ୍ପତି ନିର୍ବାଚନ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

09:04 AM

Odisha News Live Updates: ଆଜିଠୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ; ଶପଥ ନେବେ ନବନିର୍ବାଚିତ ବିଧାୟକ

ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ। ଶପଥ ନେବେ ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ। ସେମାନଙ୍କୁ ଶପଥ ପାଠ କରାଇବେ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ। ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା। 

08:59 AM

Odisha News Live Updates: ରାତି ୩.୧୬ରେ ସିୟାଲଦହରେ ପହଞ୍ଚିଲା ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌
ସୋମବାର ଦିନ ଅଗରତାଲାରୁ ସିୟାଲଦହ ଆସୁଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌କୁ ପଛପଟୁ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେବାରୁ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଟ୍ରେନ୍‌ଟି ଦୁର୍ଘଟଣା ପରେ ରାତି ୩.୧୬ରେ ସିୟାଲଦହରେ ପହଞ୍ଚିଛି ବୋଲି ଭିଜୁଆଲ୍‌ରୁ ଦେଖିବାକୁ ମିଳିିଛି। ଟ୍ରେନ୍‌ଟି ଯିବା ପରେ ଦୁର୍ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଜାରି ରହିଛି।

08:57 AM

Odisha News Live Updates: ବାଲେଶ୍ୱରରେ ୧୪୪ ଧାରା
ବାଲେଶ୍ବର ସହରରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା। ପୋଲିସ ପ୍ରଶାସନ ପକ୍ଷରୁ ସହରର ମୁନସିପାଲଟି ଅଞ୍ଚଳରେ ଦୋକାନ ବଜାର ସହିତ ସ୍କୁଲ କଲେଜ ବନ୍ଦ। ଏନେଇ ସହରର ବିଭିନ୍ନ ସ୍ଥାନରେ ପୋଲିସ ଆର୍ମ ଫୋର୍ସ ମୁତୟନ।ଗତକାଲି ଚାନ୍ଦିପୁର ପାତ୍ରପଡା ରୋଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ୫ ଜଣ ଆହତ ହୋଇଥିଲେ। ଘରୁ ନବାହାରିବା ପାଇଁ ଲୋକଙ୍କୁ ଅପିଲ ସହିତ ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ।

08:56 AM

Odisha News Live Updates: ଚିନ୍ତା ବଢାଇଲାଣି ଦରବୃଦ୍ଧି, ମହଙ୍ଗା ହେଲାଣି ତେଲ ସାବୁନ
ଶେଷ ହୋଇଛି ସାଧାରଣ ଲୋକସଭା ନିର୍ବାଚନ। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢିଛି। ତେବେ ନିର୍ବାଚନ ଶେଷ ହେବା ପରେ ବଜାର ଦର ହୁ ହୁ ହୋଇ ବଢିବାରେ ଲାଗିଛି। ପ୍ରତିଟି ଘରେ ନିତିଦିନିଆ ବ୍ୟବହାର ହେଉଥିବା ତେଲ, ସାବୁନ ଆଦିର ଦାମ ବଢିଛି, ଯାହା ଫଳରେ ପରିବାରର ମାସିକ ଖର୍ଚ୍ଚ ବୃଦ୍ଧି ପାଇଛି। ବିଭିନ୍ନ କମ୍ପାନୀ ସାବୁନ ଦାମ ଗତ କିଛି ଦିନ ଭିତରେ ୨-୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ବଡି ୱାସ ଦାମ ୨ ରୁ ୯ ପ୍ରତିଶତ, କେଶ ତେଲ ୮-୧୧ ପ୍ରତିଶତ ଏବଂ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଦାମ ୩-୧୭ ପ୍ରତିଶତ ପର୍ଯ୍ୟନ୍ତ ବଢିଛି।

 

08:52 AM

Today Horoscope: ସତର୍କ ହୋଇ ଯାତାୟତ କରନ୍ତୁ ଏହି ୪ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ପଢନ୍ତୁ ପୂରା ରିପୋର୍ଟ...

08:52 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।