Odisha Daily News Live: ପୁଣି ଶ୍ରୀମନ୍ଦିରରେ ପଶିଲା ମୋବାଇଲ୍ ଉଠିଲା ଫଟୋ, ପଢ଼ନ୍ତୁ ଆଉ କିଛି ବଡ଼ ଖବର

Prabhudatta Moharana Mon, 03 Jun 2024-10:43 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Odisha Daily News Live: ପାଣିପାଗ ବିଭାଗ ଆକଳନ ତଥ୍ୟ ଅନୁଯାୟୀ, କାଲି ସମ୍ୱଲପୁର ଝାରସୁଗୁଡା, ସୁନ୍ଦରଗଡ, ରାଉରକେଲା, ବରଗଡ ସୋନପୁର, ବୌଦ୍ଧ, ବଲାଙ୍ଗିର, ଟିଟଲାଗଡ଼, ଫୁଲବାଣୀ, ଭବାନୀପାଟଣା, ନୂଆପଡାରେ ତାପମାତ୍ରା ୪୦ ପାର୍ କରିବ । ତେବେ ସବୁଠୁ ଅଧିକ ତାତି ଟିଟିଲାଗଡରେ ଅନୁଭୂତ ହୋଇପାରେ ବୋଲି ଆକଳନ କରାଯାଇଛି । ତେବେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ତାପମାତ୍ରା କମ ରହିବାର ସମ୍ଭାବନା ରହିଛି ।

  • Odisha Daily News Live: ତେଲଗୁ ଅଭିନେତ୍ରୀ ହେମାଙ୍କୁ ଡ୍ରଗ୍ସ ସେବନ କେସରେ ଗିରଫ କରିଛି ତେଲେଙ୍ଗାନା ପୋଲିସ । ହେମା ଡ୍ରଗ୍ନ ନେଇଥିବା ଅଭିଯୋଗ ପରେ ତାଙ୍କର ସାମ୍ପୁଲ ଟେଷ୍ଟ କରାଯାଇଥିଲା । କିନ୍ତୁ ସେ ପୋଲିସ ତଦନ୍ତ ସମୟରେ ନାନା ବାହାନା କରି ଡ୍ରଗ୍ସ ନେଇନଥିବା ଯୁକ୍ତି ବାଢିଥିଲେ । ରେଭ୍ ପାର୍ଟିରେ ସେ ସାମିଲ ନଥିଲେ ବୋଲି ପୋଲିସକୁ କହିଥିଲେ ।

  • Top 10 News Today: ଦିନ ଯାକର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

  • Odisha Daily News Live: ବିଧି ଅନୁସାରେ ଆଜି ରାଜ୍ୟପାଳ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ସଂସଦୀୟ ବ୍ୟପାର ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁସାରେ ଯେଉଁଦିନ ନବ ନିର୍ବାଚିତ ବିଧାନସଭା ଗଠନ ହେବ ସେଦିନ ପୁରୁଣା ବିଧାନସଭାର ସ୍ୱୟଂ ଭଙ୍ଗ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ନିଷ୍ପତ୍ତି ନେବା ପରେ ରାଜ୍ୟପାଳ ତାହାକୁ ଅନୁମୋଦନ କରିଛନ୍ତି। ଅଧିକ ପଢ଼ନ୍ତୁ

  • Odisha Daily News Live: ଗଲା ପ୍ରାୟ ତିନିମାସ ହେଲା ଚାଲିଥିବା ଭାରତୀୟ ଗଣତନ୍ତ୍ରର ମହାପର୍ବରେ ଆସନ୍ତା କାଲି ହେଉଛି ଅନ୍ତିମ ଦିନ। ୬୪ କୋଟି ୨୦ ଲକ୍ଷ ଭୋଟର ଏହିଦିନ ସେମାନେ ଭୋଟ୍‍ର ପରିଣାମ ଜାଣିବାକୁ ପାଇବେ। ତାଙ୍କ ମନ ପସନ୍ଦର ପ୍ରାର୍ଥୀ ଜିତିଲେ ନା ନାହିଁ ତାହାର ବିବରଣୀ ମିଳିବ। ହେଲେ ଏହା ଜାଣିବେ କେମିତି? ଅଧିକ ପଢ଼ନ୍ତୁ

  • Odisha Daily News Live: ରାଜ୍ୟରେ ଭୋଟ ଦେଇଥିବା ଅଢ଼େଇ କୋଟିରୁ ଅଧିକ ଭୋଟରଙ୍କ କିଏ ହେବେ ପ୍ରତିନିଧି। ଆସନ୍ତା କାଲି ତାହା ସ୍ପଷ୍ଟ ହେବ। ଭାରତୀୟ ଗଣତନ୍ତ୍ର ଇତିହାସରେ ଆଉ ଏକ ଅଧ୍ୟାୟ ଯୋଗ କରିବ ଏହି ଦିନ। ସକାଳ ୮ଟାରୁ ଗଣତି ଆାରମ୍ଭ ହେବ। ରାଜ୍ୟର ୭୦ଟି ଗଣତି କେନ୍ଦ୍ରରେ ଏଥିଲାଗି ସବୁ ବ୍ୟବସ୍ଥାକୁ ଆପଣା ଯାଇଛି। ଗଣତି କେନ୍ଦ୍ର ଭିତରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ନିୟମ ଅନୁସାରେ ଗଣତି କର୍ମଚାରୀଙ୍କ ସହ ପ୍ରତିନିଧିଙ୍କ ଏଜେଣ୍ଟ, ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଅଧିକ ପଢ଼ନ୍ତୁ

  • Odisha Daily News Live: ରାଜ୍ୟରେ ଅଂଶୁଘାତ କାରଣରୁ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ୨୪ ଘଣ୍ଟାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲାପାଳ ଏବଂ CDMO ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।

  • Odisha Daily News Live: କାଲିମେଳାରେ ଡାକ୍ତର ଅମ୍ଳାନ ଭୋଇଙ୍କ ନିଖୋଜ ଘଟଣାରେ ଏସପିଙ୍କୁ ଭେଟିଛନ୍ତି ଅମ୍ଳାନଙ୍କ ବାପା । ଅମ୍ଳାନ କେଉଁଠି ଅଛନ୍ତି ତାଙ୍କୁ କିଏ ଅପହରଣ କରିଛା ନା ଅନ୍ୟ କିଛି କାରଣ ରହିଛି ସେ ରହସ୍ୟ ପଦାକୁ ଆଣିବା ପାଇଁ ଅମ୍ଳାନଙ୍କ ବାପା ଏସପିଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି ।

  • Odisha Daily News Live: ଚାନ୍ଦବାଲି ହିଂସା ଘଟଣାରେ ଡିଜିପି ଅଫିସ ଘେରାଉ କରିଛନ୍ତି ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ସମେତ କର୍ମୀ ତଥା ସମର୍ଥକମାନେ । 

  • Odisha Daily News Live: ମୋଟ ୭୦ଟି କେନ୍ଦ୍ରରେ ଭୋଟ୍ ଗଣତି ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୬୯ ଟି କେନ୍ଦ୍ରରେ ଇଭିଏମ୍ ସହ ପୋଷ୍ଟାଲ ବାଲଟ ଗଣତି ହେବ । କେବଳ ଛତ୍ରପୁରରେ ପୋଷ୍ଟାଲ ବାଲଟ କାଉଣ୍ଟିଂ କରାଯିବ ବୋଲି ସୂଚନା ମିଳିଛି ।

  • Odisha Daily News Live: ନିର୍ବାଚନ ସରିବାରୁ ଗୋଟିଦିନ ପରେ ଦେଶର ପ୍ରମୁଖ ଦୁଇ ଦୁଗ୍ଧ ଯୋଗାଣକାରୀ ସଂସ୍ଥା ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ଦର ବୃଦ୍ଧି କରିଛନ୍ତି। ପ୍ରଥମେ ଅମୁଲ ପ୍ରତି ଉତ୍ପାଦରେ ୨ଟଙ୍କା ଅଧିକ ଦର ଘୋଷଣା କରିଥିବା ବେଳେ ମଦର ଡେରୀ ମଧ୍ୟ ଅନୁରୂପ ମୂଲ୍ୟ ବୃଦ୍ଧି କରିଥିବା ଜଣାଇଛି। ରାଜ୍ୟରେ ଓମ୍‍ଫେଡ୍‍ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇ ନାହିଁ।

  • Odisha Daily News Live: ତାଜ୍ ଏକ୍ସପ୍ରେସର ୨ଟି ବଗିରେ ନିଆଁ ଲାଗିଛି । ତେବେ ନିଆଁ ଲାଗିବା ପରେ ତୁରନ୍ତ ନିଆଁକୁ ଆୟତ କରାଯାଇଥିବା ସୂଚନା ମିଳିଛି । ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ତୋଗଲକାବାଦ୍‌-ଓଖଲା ରୁଟରେ ଏପରି ଅଘଟଣ ଘଟିଥିବା ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

  • Odisha Daily News Live: ଜମ୍ମୁ ଓ କଶ୍ମୀରରେ ଶୀଘ୍ର ନିର୍ବାଚନ ହେବ। ସାଧାରଣ ନିର୍ବାଚନରେ ଅଭୂତ ପୂର୍ବ ସଫଳତା ମିଳିବା ତଥା ଜନସାଧାରଣଙ୍କ ଅଂଶଗ୍ରହଣକୁ ଦେଖି ମୁଖ୍ୟ ନିର୍ବାଚନ ଆୟୁକ୍ତ ଏହା କହିଛନ୍ତି। ପୂର୍ବରୁ ଧରା ୩୭୦ ଉଚ୍ଛେଦକୁ ଉଚିତ ଓ ଆଇନ ସଙ୍ଗତ ବୋଲି କହିବା ସହ ନିର୍ବାଚନ କମିଶନଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। 

  • Odisha Daily News Live: ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୪)ର ଫଳାଫଳ ପ୍ରକାଶ ପାଇଛି। ଚଳିତବର୍ଷ ୬୫,୭୪୨ ପରୀକ୍ଷାର୍ଥୀ ଏଥିଲାଗି ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ଭିତରୁ   ୫୬,୦୦୦ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ର଼୍ୟାଙ୍କ ମିଳିଛି। ଏହି ର଼୍ୟାଙ୍କ କାର୍ଡ ଅନୁସାରେ ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ସେମାନଙ୍କୁ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଚଳିତ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା ବି.ଫାର୍ମା, ଏଲ୍‌ଇ-ଟେକ୍‌, ଏଲ୍‌ଇ-ଟେକ୍‌ (ବିଏସ୍‌ସି), ବି କ୍ୟାଟ୍‌, ଏମ୍‌ବିଏ, ଏମ୍‌ସିଏ, ଏଲ୍‌ଇ-ଫାର୍ମା,ଏମ୍‌ ଫାର୍ମା, ଏମ୍‌ ଆର୍ଚ, ଏମ୍‌ ପ୍ଲାନ୍‌, ଏମ୍‌ ଟେକ୍‌ ରେ ନାମ ଲେଖିବା ସୁଯୋଗ ମିଳିବ।

  • Odisha Daily News Live: ଚଳିତ ନିର୍ବାଚନରେ କିଛି ମିଛ ପ୍ୟାଟର୍ଣ୍ଣ ଅପପ୍ରଚାର ମୁଣ୍ଡବିନ୍ଧାର କାରଣ ହୋଇଥିଲା। ଜାଣିଶୁଣି ଏସବୁ ପ୍ରସାର କରାଯାଇଥିଲା, ଭାରତର ନିର୍ବାଚନ ପ୍ରକ୍ରିୟାରେ ବାଧା ଆଣିବା ଲାଗି। ଏହା କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ। ପୂର୍ବରୁ ଅର୍ଥବଳ, ବାହୁବଳ, ଅସତ୍ୟ ପ୍ରଭୃତି ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବ୍ୟବହାର କରାଯାଉଥିଲା। ଏଥିଲାଗି ମିଡିଆକୁ ମଧ୍‍ୟ ବ୍ୟବହାର କରାଯାଉଥିଲା। ଏ ବାବଦରେ ସତର୍କ ରହି ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଗଲା।  କିନ୍ତୁ ଏଥର ଏକ ମିଛ ପ୍ୟାଟର୍ନ ବ୍ୟବହାର କରାଯାଇ ଯେଉଁଭଳି ଭାବେ ନିର୍ବାଚନ କମିଶନଙ୍କ ଉପରେ ଆରୋପ ଲଗାଇବାକୁ ଅପଚେଷ୍ଟା କରାଯାଇଥିଲା ତାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କମିଶନ।

  • Odisha Daily News Live: ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢାର ଦୃଶ୍ୟ । କୀର୍ତ୍ତନ ଚକଡା ନିକଟରେ ଦୁଇଜଣ ଯୁବକ ଫଟୋ ଉଠାଇ ଭାଇରାଲ କରିଥିବା ଜଣାପଡ଼ିଛି। ଏହି ଫଟୋକୁ ପୁରୀ ଅଞ୍ଚଳର ଅନିଲ କୁମାର ସ୍ୱାଇଁ ନାମକ ଜଣେ ଯୁବକ ତାଙ୍କ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରି ଶ୍ରୀମନ୍ଦିର ସୁରକ୍ଷା ବ୍ଯବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ଦୁଇ ଯୁବକ କିଏ ତାହା ଜଣାପଡିନାହିଁ। ମାତ୍ର ମନ୍ଦିର ଭିତରକୁ ମୋବାଇଲ ପ୍ରବେଶ ଉପରେ କଟକଣା ଥିବା ବେଳେ ମୋବାଇଲ କେମିତି ଗଲା ଓ କିଭଳି ଫଟୋ ଉଠାଗଲା ବୋଲି ପ୍ରଶ୍ନ କରିଛନ୍ତି। ପୁରୀ ଏସପି ଏ ସମ୍ପର୍କରେ ମୁହଁ ଖୋଲି କହିଛନ୍ତି ଯେ, ଏହା ପୁରୁଣା ଫଟୋ ବୋଲି ଝଣାପଡିଛି । ପ୍ରକୃତ ସତ୍ୟ ତଦନ୍ତ ପରେ ଜଣାପଡିବ ।

  • Odisha Daily News Live: ଖରାଦିନ ନିର୍ବାଚନ ଲାଗି ଉଚିତ ସମୟ ନୁହେଁ। ଏହାଛଡ଼ା ଶୁକ୍ରବାର ଓ ସୋମବାର ମଧ୍ୟ ମତଦାନ ପାଇଁ ଠିକ୍‍ ଦିନ ନୁହେଁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର।  ୨୦୨୪ ସାଧାରଣ ନିର୍ବାଚନ ପରିଚାଳନାରେ ସେ ଅନୁଭବ କରିଥିବା ବିଷୟଗୁଡ଼ିକୁ ଉଲ୍ଲେଖ କରିବାକୁ ଯାଇ ଏହା କହିଛନ୍ତି। 

  • Odisha Daily News Live: ନବ ନିର୍ବାଚିତ ସଦସ୍ୟଙ୍କୁ ସ୍ୱାଗତ କରିବା ଲାଗି ପ୍ରସ୍ତୁତ ହୋଇଛନ୍ତି ଭାରତର ଲୋକସଭା। ସଂସଦ ଭବନରେ ଏଥିଲାଗି ସହାୟତା କେନ୍ଦ୍ର ଖୋଲା ଯାଇଛି। ନୋଡାଲ୍‍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହାଛଡ଼ା ନବ ନିର୍ବାଚିତ ପ୍ରତିନଦିଙ୍କୁ ଯେମିତି ସାଂସଦେ ପଞ୍ଜିକରଣ ତଥା ରହିବ ଓ ଆସିବାରେ କିଛି ଅସୁବଧା ନହେବ ସେଥିଲାଗି ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍ୱତନ୍ତ୍ର ଟିମ୍‍ ମୁତ୍ତୟନ କରାଯାଇଥିବା  ସୂଚନା ମିଳିଛି। 

  • Odisha Daily News Live: ଆସନ୍ତାକାଲି ଗଣତି। ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରରେ କିଏ ସରକାର ଗଢ଼ିବ ତା’ ଉପରେ ସମସ୍ତେ ନଜର ରଖିଛନ୍ତି। ନିର୍ବାଚନ କମିଶନ ଏହି ଗଣତିକୁ ଏକ ବହୁ ପରୀକ୍ଷିତ ଶକ୍ତ ଓ ପାରଦର୍ଶୀ ପ୍ରକ୍ରିୟା ବୋଲି କହିଛନ୍ତି। ଯାହାର ସବୁ କାର୍ଯ୍ୟ କୋଡ୍‍ କରାଯାଇଛି। ଏହା ପୂର୍ବ ନିର୍ଦ୍ଧାରିତ। ସତୁରୀ ବର୍ଷ ହେଲା ନିୟମରେ ବନ୍ଧା ରହିଛି ଏହି ପ୍ରକ୍ରିୟା ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ।  ସାଢ଼େ ୧୦ ଲକ୍ଷ ବୁଥ ପାଇଁ ବିଭିନ୍ନ ସ୍ଥାନରେ ଗଣତି କେନ୍ଦ୍ର କରାଯାଇଛି। ଗୋଟିଏ ଗଣତି କେନ୍ଦ୍ରରେ ୧୪ ଟେବଲ ରହିବ। ଟେବଲ ପଛରେ ପୁଲିଂ ପର୍ସନାଲ ରହିବେ ଏବଂ ଆଗରେ ପ୍ରାର୍ଥୀଙ୍କ ପ୍ରତିନିଧି। ସବୁକିଛି ସିସିଟିଭିରେ ରେକର୍ଡ ରହିବ। ଏହା ଗୋଟିଏ ଘଣ୍ଟା ଭଳି, ଯେମିତି ଘଣ୍ଟାର ପ୍ରତିଟି କଣ୍ଟା ପରସ୍ପର ସହ ବନ୍ଧା, ସେହିପରି  ପ୍ରତି କ୍ଷଣକୁ ଆମେ ଶକ୍ତ ଶୃଙ୍ଖଳିତ ଢଙ୍ଗରେ ସଜାଇଛୁ। ଯଦି କିଛି ମାନବିକ ବିଶୃଙ୍ଖଳା ଆସିବ ତାହାକୁ ଆମେ ମୁକାବିଲା କରିବୁ ବୋଲି କହିଛନ୍ତି ମୁଖ୍ୟ ଆୟୁକ୍ତ। 

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ଦ୍ୱିତୀୟ ଶିକ୍ଷା ହେଉଛି ଯେଉଁ ମିଛ ଅପପ୍ରଚାର ତାହାକୁ ରୋକିବା। ଆମେ ୫ଟି ବିଷୟ ପ୍ରତି ପ୍ରସ୍ତୁତ ରହିଥିଲୁ। ଫେକ୍‍ ନ୍ୟୁଜ୍‍, ଏଆଇ, ସୀମାପାର ଅପପ୍ରଚାର, ଅର୍ଥଳ ପ୍ରଲୋଭନ ଆଦି ପ୍ରତି ସଚେତନ ରହିଥିଲୁ। କିନ୍ତୁ ଦେଶ ଭିତରେ ଆଉ ଏକ ଅପପ୍ରଚାର ଆସିଥିଲା ତାହା ହେଉଛି ଏକ ନିର୍ଦ୍ଦିଷ୍ଟ ପ୍ୟାଟର୍ନ। ଯେଉଁଥିରେ ଭୋଟର ଲିଷ୍ଟ, ଭୋଟିଂ ମସିନ, ଗଣତିକୁ ନେଇ ମିଛ ପ୍ରଚାର କରାଯାଇଥିଲା। ଏ ସବୁର ଉତ୍ତର ଆମେ ଆଗୁଆ ଦେଇଛୁ। କିନ୍ତୁ ଏହା ଆମ ଉପରେ ଦୋଷ କରି ଲଦା ଯିବ ତାହା ଆମେ ଜାଣି ନଥିଲୁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ।

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ଚଳିତ ନିର୍ବାଚନ ଆମକୁ ତିନୋଟି ମୁଖ୍ୟ ଶିକ୍ଷା ଦେଇଛି। ପ୍ରଥମ କଥା ହେଉଛି ଏତେ ଗ୍ରୀଷ୍ମରେ ନିର୍ବାଚନ କରିବା ଉଚିତ ନୁହେଁ। ଏତେ ବଡ଼ ନିର୍ବାଚନ ହୋଇଥିବାରୁ ନିର୍ବାଚନ ଲମ୍ବା ସମୟ ଚାଲିବା ଜରୁରୀ। କିନ୍ତୁ ତାହା ଗରମରେ ନକରାଯାଇ ତାହା ପୂର୍ବରୁ କରାଯାଇପାରେ।

     

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ପୋଷ୍ଟାଲ୍‍ ବ୍ୟାଲଟ ଗଣତି ବାବଦରେ ଯାହା ନିୟମ ରହିଛି ତାହା ଲାଗୁ କରାଯାଉଛି।। ୧୯୬୪ରେ ଏହି ବ୍ୟବସ୍ଥା ଗ୍ରହଣ କରାଗଲା। କିନ୍ତୁ ସେତେବେଳେ ବରିଷ୍ଠ ନାଗରିକ, ସାମ୍ବାଦିକ, ଅତ୍ୟାବଶ୍ୟକ ସେବା ରେ ଥିବା ଲୋକଙ୍କ ପାଇଁ ପୋଷ୍ଟାଲ୍‍ ବ୍ୟାଲଟ କଥା ନଥିଲା। ନିୟମ କହୁଛି ପୋଷ୍ଟାଲ୍‍ ବ୍ୟାଲଟ ଗଣତି ପ୍ରଥମେ ଆରମ୍ଭ ହେବ। ଏହା ପରେ ଇଭିଏମ୍‍ ଗଣତି। ଏହା ୨୦୧୯ରେ ହୋଇଥିଲା, ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନରେ ହୋଇଥିଲା ଏବଂ ଗତକାଲି ଗଣତିରେ ମଧ୍ୟ କରାଯାଇଥିଲା। ପ୍ରାୟ ସମସ୍ତ ବୁଥରେ ପୋଷ୍ଟାଲ୍‍ ବ୍ୟାଲଟ ସଂଖ୍ୟା କମ୍‍ ତାହା ଜଲ୍ଦି ଶେଷ ହୋଇଯିବ ଏଥିରେ ସନ୍ଦେହ ନାହିଁ।

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ପଶ୍ଚିମ ବଙ୍ଗରେ ଯାହା ହେଲା ତାହାକୁ ସମସ୍ତେ ଜାଣିଛନ୍ତି। ଭାରତର ସବୁସ୍ଥାନରେ ଲୋକେ ହିଂସାକୁ ପସନ୍ଦ କରି ନାହାନ୍ତି। କିନ୍ତୁ କିଛି ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସାର ଆଶଙ୍କା ରହିଛି।  ଏହି ଆଶଙ୍କା ଥିବାରୁ ପଶ୍ଚିମବଙ୍ଗ, ମଣିପୁର, ଆନ୍ଧ୍ର ପ୍ରଦେଶରେ ସଶସ୍ତ୍ର ବାହିନୀ ରହିବେ।  ରାଜ୍ୟ ସରକାର ଚାହିଁଲେ ଏହି ବଳକୁ କେମିତି ନିୟୋଜିତ କରିବେ ତାହା ସ୍ଥିର କରିବେ।

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ଆମର ଭୁଲ୍‍ କେଉଁଠି ଅଛି ତାହା କୁହନ୍ତୁ। କିନ୍ତୁ ବିଭ୍ରାନ୍ତ କରନ୍ତୁ ନାହିଁ କି ମିଛ ତଥ୍ୟ ପ୍ରସାରଣ ନକରନ୍ତୁ କହିଲେ ମୁଖ୍ୟ ନିର୍ବାଚନ ଆୟୋଗ।

     

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ସବୁ ରାଉଣ୍ଡର ଫଳାଫଳ ଉଲ୍ଲେଖ କରାଯିବ। ଏହା ୭୦ ବର୍ଷ ହେଲା ଚାଲି ଆସୁଛି। ଏହା ଏକ ବହୁ ପରୀକ୍ଷିତ ପ୍ରକ୍ରିୟା।  ଏଥିରେ କୌଣସି ବିବାଦ ଆସିବା ଅନୁଚିତ।  ତିନୋଟି ମାନ୍ୟୁଆଲ୍‍ ରହିଛି। କାଉଣ୍ଟିଂ ଏଜେଣ୍ଟ, ରିଟର୍ଣ୍ଣିଂ ଅଧିକାରୀଙ୍କ ପାଇଁ ମନୁଆଲ ରହିଛି। ସବୁ ରାଜନୀତିକ ଦଳଙ୍କୁ ଏ ବାବଦରେ କୁହାଯାଇଛି। ସବୁ ସ୍ୱଚ୍ଛତା ଓ ପାରଦର୍ଶିତାରେ କାମ ହେବ। ତଥାପି କିଏ ଭୁଲ୍ ଭାବେ ଏହାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରେ ତେବେ ତାହାକୁ ଦୃଢ଼ ମୁକାବିଲା କରାଯିବା।

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ଫଳାଫଳ ବଟନ ଟିପିବା ଏବଂ ପରବର୍ତ୍ତୀ କଥାକୁ ଗଣତିସ୍ଥଳରେ ଥିବା ଏଜେଣ୍ଟଙ୍କୁ ପ୍ରଦର୍ଶନ କରାଯିବ। ପ୍ରତି ରାଉଣ୍ଡ ଗଣତିକୁ ପର୍ଯ୍ୟବେକ୍ଷକ ଦସ୍ତଖତ କରିବେ। ସବୁସ୍ଥାନରେ ସିସିଟିଭି ରହିବ, କାଲି ଆମକୁ କୁହାଯାଇଥିଲା ସ୍ଲିପ୍‍ ଓ ଟ୍ୟାଗ୍‍ ଦେଖାଯିବା, ତାହାକୁ ଆମେ ମାନିଛୁ।

     

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ଆସନ୍ତାକାଲି ଗଣତି। ଏହା ଏକ ବହୁତ ଶକ୍ତ ପ୍ରକ୍ରିୟା। ଯାହାର ସବୁ କାର୍ଯ୍ୟ କୋଡ୍‍ କରାଯାଇଛି। ସାଢ଼େ ୧୦ ଲକ୍ଷ ବୁଥ, ଏକ ହଲରେ ୧୪ ଟେବଲ, ଟେବଲ ପଛରେ ପୁଲିଂ ପର୍ସନାଲ। ଆଗରେ ପ୍ରାର୍ଥୀଙ୍କ ପ୍ରତିନିଧି।  ରହିବେ। ସବୁକିଛି ସିସିଟିଭିରେ ରହିବ। ଏହା ଗୋଟିଏ ଘଣ୍ଟା ଭଳି, ପ୍ରତି କ୍ଷଣକୁ ଆମେ ଶକ୍ତ ଶୃଙ୍ଖଳିତ ଢଙ୍ଗରେ ସଜାଇଛୁ। ଯଦି କିଛି ମାନବିକ ବିଶୃଙ୍ଖଳା ଆସିବ ତାହାକୁ ଆମେ ମୁକାବିଲା କରିବୁ।

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ପୁନଃ ନିର୍ବାଚନ, ହିଂସା, ଫେକ୍‍ ନ୍ୟୁଜ୍‍  ହ୍ରାସ ପାଇଥିଲା। ଫଳରେ ଭୋଟର ବଢ଼ିଥିଲେ। ଟେକ୍ନୋଲୋଜି, ଜବତ ବଢ଼ିଥିଲା।

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ଜାଲି ସୂଚନା ଏକ ଆହ୍ୱାନ ଥିଲା। କାରଣ ଏଥର ଏଆଇ ଜନ୍ମିତ ଚିତ୍ର, ଭିଡିଓ ଆସିବାର ଆଶଙ୍କା ଥିଲା। କିନ୍ତୁ କିଛି ହୋଇ ନଥିଲା। ଆମେ ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲୁ। ଡିପ୍‍ ଫେକ୍‍ ଓ ଏଆଇ ଜନ୍ମିତ ବିଭିନ୍ନ ପ୍ରସଙ୍ଗକୁ ଆମେ ରୋକିଥିଲୁ। ଜିଲ୍ଲାପାଳ ଓ ଏସ୍‍ପି ମାମଙ୍କୁ ଏ ବାବଦରେ ସତର୍କ କରାଯିବା ସହ ତାଲିମ ଦିଆଯାଇଥିଲା।

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ୩.୭୬ ଲକ୍ଷ ଅନୁମତି ଅନ୍‍ ଲାଇନରେ ପ୍ରଦାନ କରାଯାଇଥିଲା। ପ୍ରାର୍ଥୀ ଓ  ପାର୍ଟିଙ୍କୁ ଏସବୁ ଦିଆଯାଇଥିଲା। ଯାହାଦ୍ୱାରା କାଗଜ ପ୍ରଚଳନକୁ ରୋକାଯାଇଥିଲା।

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ଆଦର୍ଶ ଆଚରଣ ବିଧି ଅନୁସାରେ କୌଣସି ବିକାଶମୂଳକ ପ୍ରକଳ୍ପକୁ ବନ୍ଦ କରାଯାଇ ନଥିଲା। ୪୯୫ ବଡ଼ ଅଭିଯୋଗକୁ ସମାଧାନ କରାଯାଇଥିଲା। ୪.୫୬ ଲକ୍ଷ  ଉଲ୍ଲଂଘନ ମାମଲା ସି ଭିଜିଲରେ ଆସିଥିଲା। ସେଥିରେ ନାଗରିକମାନେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ସାମ୍ନାକୁ ଆସିଥିଲେ।

     

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ ।   ୪୩୯୧ କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ ହୋଇଛି। କେତେବେଳେ କାହାର ହେଲିକପ୍ଟର କରାଯାଇଛି। କେହିବି ଏମିତି ନାହାନ୍ତି ଯାହାଙ୍କୁ ବାଦ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ହୁଅନ୍ତୁ ପାର୍ଟିର ସଭାପତି ସବଭିଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି।

     

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ ।  ୧୦ ହଜାର କୋଟି ଟଙ୍କାର ମଦ, ନଗଦ ଟଙ୍କା, ଉପହାର ଜବତ କରାଯାଇଛି। ୨୦୧୯ରେ ଏହା ୩୪୭୫ କୋଟି ଥିଲା। କୌଣସି ସ୍ଥାନରେ ଏଭଳି ବଡ଼ ଧରଣର ବଣ୍ଟନ ସାମ୍ନାକୁ ଆସି ନାହିଁ। 
    ୪୩୯୧ କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ ହୋଇଛି।।

     

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ ।  ଏଥର ନିର୍ବାଚନକୁ ମିଳିଛି ଅନେକ ସଫଳତା ମିଳିଛି। ପ୍ରତି କୋଣରେ, ସମସ୍ତ ବୈଷମ୍ୟକୁ ପଛରେ ପକାଇ ଦେଶରେ ନିର୍ବାଚନ ହୋଇଛି। ସର୍ବାଧିକ ମତଦାତାଙ୍କ ସହ ମହିଳା ଭୋଟର ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ୩୧ କୋଟିରୁ ଅଧିକ ମହିଳା ଭୋଟର ସାରା ବିଶ୍ୱରେ ଏକ ରେକର୍ଡ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

     

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ୨୭ ରାଜ୍ୟର କୌଣସି ବୁଥରେ ହୋଇନି ପୁନଃ ମତଦାନ। ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଗଣତନ୍ତ୍ରର ମହାନ ପର୍ବ। ଏହି ମହାନ ପର୍ବରେ ବହୁତ ବଡ ବଡ଼ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ବଡ ବଡ଼ ନାମୀ ଦାମୀ ଆଡଭାରଟାଇଜ ମେଣ୍ଟ କମ୍ପାନୀ ବି ନିଜ ଆଡୁ ଏହି ପର୍ବ ପାଇଁ ସାମିଲ ହୋଇଥିଲେ। ସେମାନଙ୍କୁ ଧନ୍ୟବାଦ।

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । G7 ଦେଶର ମୋଟ ମତଦାତାଙ୍କ ଠାରୁ ଆମ ଦେଶରେ ସବୁଠୁ ଅଧିକ ହୋଇଛି ମତଦାନ । ୨୦୨୯ ଠାରୁ ୨୦୨୪ ରେ ମହିଳା ଭୋଟର ଅଧିକ ।୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କୁ ନେଇ ବିଶ୍ୱ ରେକର୍ଡ। 

  • ECI Press Meet: ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍ । ମହିଳା ଭୋଟରଙ୍କୁ ସାଲ୍ୟୁଟ ଜଣାଇଲେ ନିର୍ବାଚନା ଆୟୋଗ। ପ୍ରେସମିଟ୍ ମଝିରେ ଛିଡା ହୋଇ ଜଣାଇଲେ କୃତଜ୍ଞତା । 

  • ECI Press Meet: ଇତିହାସରେ ପ୍ରଥମ...ଚଳିତ ବର୍ଷ ନିର୍ବାଚନ ରେ ୬୪.୨କୋଟି ଲୋକ ଭୋଟ ଦେଇଛନ୍ତି । ସେମାନଙ୍କୁ ସାଲ୍ୟୁଟ ବୋଲି କହିଲେ ଇସିଆଇ ରାଜୀବ କୁମାର। 

     

  • ECI Press Meet: ୨୦୨୪ ଅର୍ଥାତ୍ ଚଳିତ ବର୍ଷ ୬୪.୨ କୋଟି ଲୋକ ଭୋଟ ଦାନ କରିଛନ୍ତି। 

  • ECI Press Meet: ସରିଲା ନିର୍ବାଚନ...ପୂରା ତଥ୍ୟ ପ୍ରଦାନ କରୁଛନ୍ତି ECI 

  • Odisha News Live Updates: ଆଜି ଅନ୍ତିମ କ୍ୟାବିନେଟ ବୈଠକ
    ଆଜି ଅନ୍ତିମ କ୍ୟାବିନେଟ ବୈଠକ: ନବୀନ ପଟ୍ଟନାୟକକଙ୍କ ପଞ୍ଚମ ପାଳି ସରକାରର ଆଜି ଶେଷ କ୍ୟାବିନେଟ୍‍ ବୈଠକ ଡକାଯାଇଛି। ନୂତନ ସରକାର ଗଠନ ଲାଗି ଫଳାଫଳ ଘୋଷଣା ଆଉ କିଛି ଘଣ୍ଟା  ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ବୈଠକ ଡକାଇଛନ୍ତି। ଏଠାରେ ସରକାର ଭଙ୍ଗ ନେଇ ପ୍ରସ୍ତାବ ଗୃହୀତ ହୋଇପାରେ।

  • Odisha News Live udpates: ମୋ ବସର କଣ୍ଡକ୍ଟରଙ୍କୁ ଆକ୍ରମଣ
    ରାଜଧାନୀ ଭୁବନେଶ୍ୱରରେ ଜଣେ ଯାତ୍ରୀ ୧୬ନମ୍ବର ମୋ ବସ୍‌ କଣ୍ଟକ୍ଟରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନରେ ମୋ ବସ ଅଟକାଇ ଆନ୍ଦୋଳନ କରୁଛନ୍ତି ସମସ୍ତ ବସ ଡ୍ରାଇଭର ଓ କଣ୍ଡକ୍ଟର। ସୂଚନାନୁସାରେ, କ୍ରୁଟ ଦ୍ୱାରା ପରିଚାଳିତ ମୋ ବସ୍ ନମ୍ବର ୧୬ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ଏହି ବସର ଜଣେ ଯାତ୍ରୀ କିଛି ପ୍ରସଙ୍ଗକୁ ନେଇ କଣ୍ଡକ୍ଟର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ପରେ ମୋ ବସ୍‌ର କଣ୍ଡକ୍ଟର ଏବଂ ଡ୍ରାଇଭରମାନେ ଗାଡି ଚଲାଇବା ବନ୍ଦ କରି ସନ୍ଧ୍ୟାରେ ରାଜଧାନୀର ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

  • Odisha News Live Updates: ଜାପାନରେ ଦୁଇଥର ଭୂକମ୍ପ
    ଜାପାନର ଇଶିକାୱାରେ ସୋମବାର ସକାଳେ ୫.୯ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଘଟିଛି। ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ଜାପାନ ମେଟେରୋଲୋଜିକାଲ ଏଜେନ୍ସି ଅନୁଯାୟୀ ସୋମବାର ସକାଳ ୬ଟା ୩୧ ରେ ଏହି ଭୂକମ୍ପ ଘଟିଛି। ରିପୋର୍ଟ ହୋଇଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୧୦ କିଲୋମିଟର ଗଭୀରରେ ଥିଲା। ଲଗାତାର ଦୁଇଥର ଭୂକମ୍ପ ଘଟିଛି।

  • Odisha News Live Updates: ରାତି ଅଧରେ ଡାକ୍ତରଙ୍କୁ ଅପହରଣ
    କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇଙ୍କୁ ଶନିବାର ବିଳମ୍ବିତ ରାତିରେ ଅପହରଣ କରାଯାଇଛି। ସରକାରୀ କ୍ବାର୍ଟର୍ସରୁ କିଛି ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। କୁହାଯାଉଛି କି ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଛନ୍ତି। ଯଦିଓ ଅମ୍ଳାନଙ୍କୁ କିଏ ଓ କାହିଁକି ଅପହରଣ କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିପାରିନାହିଁ। ସେପଟେ ରବିବାର ସକାଳେ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଘଟଣାର ପୃଥକ ଭାବେ ତଦନ୍ତ ଚାଲିଛି। କେଉଁ କାରଣରୁ ଜଣେ ଡାକ୍ତରଙ୍କୁ ଅପହରଣ କରାଗଲା ସ୍ପଷ୍ଟ ହୋଇପାରିନି। ପୁଲିସ ଆଦୌ ମୁହଁ ଖୋଲୁନଥିବା କାରଣରୁ ସନ୍ଦେହ ବଢ଼ିବାରେ ଘନିଭୂତ ହୋଇଛି। 

  • Odisha News Live Updates: ନିର୍ମାଣଧୀନ ପୋଲରୁ ବୋଲେରୋ, ଦୁଇ ମୃତ
    ସମ୍ବଲପୁର ଝାଙ୍କରପାଲି ନିକଟ ୫୫ ନମ୍ବର ଜାତୀୟ ରାଜପଥ ଖଏରାପଡ଼ା ରେ ଦୁର୍ଘଟଣା । ଜାତୀୟ ରାଜପଥରେ ହାତୀ କରିଡର ପାଇଁ ଅଧ୍ୟନିର୍ମିତ ଫ୍ଲାଏଓଭର ଉପରୁ ଖସିପଡିଲା ତିର୍ଥି ଯାତ୍ରୀ ବୋଲେରୋ । ଘଟଣା ସ୍ଥଳରେ ୨ ମୃତ ହୋଇଥିବା ବେଳସ ୧୦ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତି କରାଯାଇଛି । ପାଖାପାଖି ୪୦ ରୁ ୫୦ ଫୁଟ ଉପରୁ ବାଲେରୋ ଗାଡିଟି ଖସି ପଡିଥିବାରୁ ଚୁରମାର ହୋଇଯାଇଥିବା ଦେଖାଯାଇଛି । ଘଟଣା ଟି ବିଳମ୍ବିତ ରାତି ରେ ଘଟିଥବା ବେଳେ ଘଟଣା ସ୍ଥଳକୁ ଜୁଜୁମୁରା ପୋଲିସ ପହଂଚି ଆହତ ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି । ଜୁଜୁମୁରା ଝାଙ୍କରପାଲି ନିକଟ ୫୫ ନମ୍ଵର ଜାତୀୟ ରାଜପଥରେ ଏଭଲି ଦୁଘଟଣା ହୋଇଛି । ତେଵେ ଏମାନେ ଛତିଶଗଡ ରୁ ପୁରୀ ଯାଉଥିଲେ ବୋଲି ସୂଚନା ମିଳିଛି ।

  • ମେଷ ରାଶି ସହ ଅସୁବିଧାରେ ପଡ଼ିପାରନ୍ତି ଏହି ୩ ରାଶି! ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆପଣଙ୍କ ସୋମବାର
    ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link