Odisha Election 2024: ନୋମିନେସନ୍‍ ଅପଡେଟ୍‍ Live
Advertisement
Article Detail0/zeeodisha/odisha2228276

Odisha Election 2024: ନୋମିନେସନ୍‍ ଅପଡେଟ୍‍ Live

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ବ୍ଲଗରେ ଆମେ ଆପଣଙ୍କୁ ଆଜିର ନାମାଙ୍କନ ଓ ନିର୍ବାଚନ ସମ୍ପର୍କିତ ଟିକିନିଖି ଖବର ଦେବାକୁ ପ୍ରୟାସ କରିବୁ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Election 2024: ନୋମିନେସନ୍‍ ଅପଡେଟ୍‍ Live
LIVE Blog
30 April 2024
15:59 PM

T20 World Cup: ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିସିସିଆଇ ଏହି ଟପ୍ ଖେଳାଳିଙ୍କୁ ଦଳରେ ସାମିଲ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ମୈଦାନକୁ ଓହ୍ଲାଇବ। ସେହିପରି ଟିମରେ ଯଶ୍ୱସୀ ଜଏସୱାଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ରବିନ୍ଦ୍ର ଜାଡେଜା, ଏସ ଦୁବେ, ଅକସର ପଟେଲ, କୁଳଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଜସପ୍ରିତ ବୁମରା, ମହମ୍ମଦ ସିରାଜ, ଶୁଭମନ ଗିଲ୍, ରିଙ୍କୁ ସିଂ, କେ. ଅହମ୍ମଦ, ଏ ଖାନଙ୍କୁ ଦଳରେ ସାମିଲ କରିଛି ବିସିସିଆଇ।

12:25 PM

Odisha Election 2024:  ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ତଥା ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ପାଇଁ ସେ ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଏହା ତାଙ୍କର ଷଷ୍ଠତମ ପ୍ରାର୍ଥୀତ୍ୱ। ୨୦୦୦ ମସିହାରୁ ସେ ଏଠାରୁ ପ୍ରାର୍ଥୀ ହୋଇ ଆସୁଛନ୍ତି। କ୍ରମାଗତ ଭାବେ ୫ଥର ଜିତି ସେ ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି।

12:19 PM

Odisha Election 2024: ବିଧାୟକଙ୍କ ଶୋଭାଯାତ୍ରାରେ ଟ୍ରକ୍‍ ମାଡ଼ିଯାଇ ସମର୍ଥକ ଆହତ ହୋଇଛନ୍ତି। ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏକ ନିର୍ବାଚନ ଶୋଭାଯାତ୍ରାରେ ଯାଉଥିବା ସମୟରେ ଏକ ଟ୍ରକ ମାଡ଼ି ଆସିଥିଲା। ଏଥିରେ ତିନିଜଣ ଗୁରୁତର ଆହତ ହୋିଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। 

12:19 PM

Odisha Election 2024: ବିଧାୟକଙ୍କ ଶୋଭାଯାତ୍ରାରେ ଟ୍ରକ୍‍ ମାଡ଼ିଯାଇ ସମର୍ଥକ ଆହତ ହୋଇଛନ୍ତି। ବଡ଼ମ୍ବା ବିଧାୟକ ଦେବର ପ୍ରସାଦ ମିଶ୍ର ଏକ ନିର୍ବାଚନ ଶୋଭାଯାତ୍ରାରେ ଯାଉଥିବା ସମୟରେ ଏକ ଟ୍ରକ ମାଡ଼ି ଆସିଥିଲା। ଏଥିରେ ତିନିଜଣ ଗୁରୁତର ଆହତ ହୋିଥିବା ସୂଚନା ମିଳିଛି। ସେମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। 

12:03 PM

Odisha Election 2024: କଣ୍ଟାବାଞ୍ଜି ପାଇଁ ବଡ଼ ଦାୟିତ୍ୱ ଘୋଷଣା କରିଛି ବିଜେଡି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନବୀନ ପ୍ରାର୍ଥୀ ହେବାକୁ ଯାଉଥିବାରୁ ଦୁଇଜଣଙ୍କୁ ନୂଆ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ଦୁର୍ଗା ସାମନ୍ତରାୟ ଏବଂ କିଶୋରଚନ୍ଦ୍ର ନାୟକ। ଆସନ୍ତା ୨ ତାରିଖରେ ନବୀନ ଏଠାରୁ ପ୍ରାର୍ଥୀପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଛି।

11:47 AM

Odisha Election 2024: ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। ହେଲିପ୍ୟାଡ୍‍ରୁ କାର ଯୋଗେ ସହ ସଡ଼କ ପଥରେ ନାମାଙ୍କନ ଦାଖଲ କରିବାକୁ ଆସିଥିଲେ। ଆସିବା ସମୟରେ କୌଣସି ଶୋଭାଯାତ୍ରା କରାଯାଇ ନଥିଲା। ଲୋକେ ରାସ୍ତା କଡ଼ରେ ତାଙ୍କୁ ଅପେକ୍ଷା କରିଥିବା ଦେଖାଯାଇଛି।  କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନବୀନ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

11:42 AM

Odisha Election 2024: ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ସେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଛନ୍ତି।  ସକାଳୁ ସେ ସମଲାଇଙ୍କ ମନ୍ଦିରରେ ପ୍ରାର୍ଥନା କରିଥିଲେ। ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ଆଜି ଶ୍ରୀ ଦାସ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ସହ ଆବଶ୍ୟକ ନଥିପତ୍ର ପ୍ରଦାନ କରିଛନ୍ତି। ତାଙ୍କ ସହ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। 

11:26 AM

Odisha Election 2024: ତାରାତାରିଣୀ ପୀଠରେ ପ୍ରାୟ ୨୦ ମିନିଟ୍‍ ଅତିବହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ପ୍ରାର୍ଥୀ ନବୀନ ପଟ୍ଟନାୟକ। ଏଠାରେ ପୂଜକଙ୍କ ସହ କଥା ହେବା ସହ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ। 
fallback

11:24 AM

Odisha Election 2024: ଆଜି ବିଜେପିର ଏକ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିକା କାର୍ଯ୍ୟକ୍ରମ ରହିଛି। ଉପ ସଭାପତି େଗାଲକ ମହାପାତ୍ର ଏହି ଦଳର ନେତୃତ୍ୱ ନେବେ। ବିଜେଡି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଛନ୍ତି  ବୋଲି ଏହି ଦଳ ଲିଖିତ ଭାବେ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା କାର୍ଯ୍ୟକ୍ରମ ରହିଛି। 

11:21 AM

Odisha Election 2024: ମୁଖ୍ୟମନ୍ତ୍ରୀଙ୍କୁ ହୁଳହୂଳି ଦେଇ ସମ୍ବର୍ଦ୍ଧନା ଜଣାଇଲେ ଶୁଭେଛୁ। ତାରାତାରିଣୀ ମନ୍ଦିରରେ ତାରାତାରିଣୀଙ୍କ ପାଖରେ ୨୦ ମିନିଟ ସମୟ ପୂଜାର୍ଚ୍ଚନା ସମୟ ରହିଛି। ସେ ତାରାତାରିଣୀଙ୍କଠାରୁ ହେଲିପ୍ୟାଡ୍‍ ପହଞ୍ଚିବେ। ତା ପରେ ଛତ୍ରପୁର ଯିବେ। ତାଙ୍କ ସହ ଦ୍ୱିତୀୟ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍ ମଧ୍ୟ ରହିଛନ୍ତି।  

11:14 AM

Odisha Election 2024: ଆଇନଶୃଙ୍ଖଳା ପରିସ୍ଥିତି ଓ ଦୁର୍ନିତୀକୁ ନେଇ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଚିଟ୍‍ଫଣ୍ଡ ଦୁରତନୀତିରେ କେତେ ଟଙ୍କା ଲୋକଙ୍କୁ ଫେରାଇଛନ୍ତି ତାହାର ହିସାବ ମାଗିଛନ୍ତି। ଥାନା ବାହାରେ ଗାଡ଼ି ନଷ୍ଟ ହେଉଛି କିନ୍ତୁ ସେଗୁଡ଼ିକୁ ବିକ୍ରି କରାଯାଉ ନାହିଁ େବାଲି ସେ କହିଛନ୍ତି। 

11:14 AM

Odisha Election 2024: ଆଇନଶୃଙ୍କଳା ପରିସ୍ଥିତି ଓ ଦୁର୍ନିତୀକୁ ନେଇ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଚିଟ୍‍ଫଣ୍ଡ ଦୁରତନୀତିରେ କେତେ ଟଙ୍କା ଲୋକଙ୍କୁ ଫେରାଇଛନ୍ତି ତାହାର ହିସାବ ମାଗିଛନ୍ତି। ଥାନା ବାହାରେ ଗାଡ଼ି ନଷ୍ଟ ହେଉଛି କିନ୍ତୁ ସେଗୁଡ଼ିକୁ ବିକ୍ରି କରାଯାଉ ନାହିଁ େବାଲି ସେ କହିଛନ୍ତି। 

11:11 AM

Odisha Election 2024: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଛତ୍ରପୁର ପହ୍ୟ୍ଚିଛନ୍ତି। ନିର୍ଦ୍ଧାରିତ ସମ୍ରସାରଣୀ ଅନୁସାରେ ସେ ପ୍ରଥମେ ଗଞ୍ଜାମ ଜିଲ୍ଲାର ଅଧିପତି ଠାକୁରାଣୀ ତାରାତାରିଣୀଙ୍କୁ ଦର୍ଶନ କରିବାକୁ ପହଞ୍ଚିଛନ୍ତି। ଏହାପରେ ସେ ଛତ୍ରପୁର ଆସିବେ। ସେଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ। ଗୋଟିଏ ଦିନରେ ସଭାପତି ଓ ସାଂଠନିକ ସମ୍ପାଦକ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି। 

11:02 AM

Odisha Election 2024: ସମ୍ବଲପୁରରେ ଥିବା ୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୧୯ ନିର୍ବାଚନରେ ୩ଟି ଆସନରେ ବିଜେପି ପ୍ରତିନିଧି ବିଧାୟକ ହୋଇଥିବା ବେଳେ ୪ଟି ଆସନ ବିଜେଡିକୁ ଆସିଥିଲା। ରେଙ୍ଗାଲି, ସମ୍ବଲପୁର ଏବଂ ଦେବଗଡ଼ରୁ ବିଜେପି ପ୍ରାର୍ଥୀ ନିର୍ବାଚନ ଜିତିଥିଲେ। ଏଥର ଦେବଗଡ଼ ରାଜପରିବାର ନେତା ତଥା ସାଂସଦ ନିତେଶ ଗଙ୍ଗଦେବ ବିଜେଡିରେ ଯୋଗ ଦେବା ଏବଂ ତାଙ୍କ ପତ୍ନୀ ଦେବଗଡ଼ ପାଇଁ ବିଜେଡିରୁ ପ୍ରାର୍ଥୀ ହେବା ଏଥର ସମୀକରଣକୁ ପ୍ରଭାବିତ କରିପାରେ ବୋଲି ଆଶା କରାଯାଉଛି। ଅପରପକ୍ଷେ ସମ୍ବଲପୁର ସାଂସଦ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ରୁ ସାଂସଦ ହୋଇଥିଲେ। ଏଣୁ ପ୍ରତିଦ୍ୱନ୍ଦ୍ୱିତା ଜୋ ହେବା ସମ୍ଭାବନା ରହିଛି। 

11:00 AM

Odisha Election 2024 Update: ୧୯୫୧ରୁ  ଏ ଭିତରେ ସମ୍ବଲପୁରରେ ୧୭ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ୧୧ଜଣ ପ୍ରତିନିଧି ସଂସଦରେ ପ୍ରତିନିଧିତ୍ୱ କରିଛନ୍ତି। ଗତଥର ୨୦୧୯ ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ନଗେନ୍ଦ୍ର ପ୍ରଧାନ ୨୦୧୪ ମସିହାରେ ଏବଂ ୨୦୦୯ ମସିହାରେ କଂଗ୍ରେସ ପ୍ରାର୍ଥୀ ଅମର ନାଥ ପ୍ରଧାନ ବିଜୟୀ ହୋଇଥିଲେ। ଏଥର ବିଜେଡି ଛାଡ଼ି ନଗେନ୍ଦ୍ର ପ୍ରଧାନ କଂଗ୍ରେସରେ ଯୋଗ ଦେଇ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

10:58 AM

Odisha Election 2024 Update: ୧୯୫୧ରୁ  ଏ ଭିତରେ ସମ୍ବଲପୁରରେ ୧୭ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ୧୧ଜଣ ପ୍ରତିନିଧି ସଂସଦରେ ପ୍ରତିନିଧିତ୍ୱ କରିଛନ୍ତି। ଗତଥର ୨୦୧୯ ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ନଗେନ୍ଦ୍ର ପ୍ରଧାନ ୨୦୧୪ ମସିହାରେ ଏବଂ ୨୦୦୯ ମସିହାରେ କଂଗ୍ରେସ ପ୍ରାର୍ଥୀ ଅମର ନାଥ ପ୍ରଧାନ ବିଜୟୀ ହୋଇଥିଲେ। ଏଥର ବିଜେଡି ଛାଡ଼ି ନଗେନ୍ଦ୍ର ପ୍ରଧାନ କଂଗ୍ରେସରେ ଯୋଗ ଦେଇ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

10:36 AM

ଆଜି ବିଜେଡିର ଅନ୍ୟତମ ହେବିଓ୍ୱେଟ୍‍ ତଥା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବି ନାମାଙ୍କନ ଦାଖଲ କରିବେ। ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ। ସକାଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲାଇଙ୍କ ଆଶୀର୍ବାଦ ଗ୍ରହଣ କରି ସେ ଏବଂ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ସହ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି। ଶୋଭାଯାତ୍ରା  ସହର ଭ୍ରମଣ କରି ଜିଲ୍ଲାପାଙ୍କ କାର୍ଯ୍ୟାଳୟ ଆଡ଼କୁ ମୁହାଁଇଛି ।

 

10:26 AM

Odisha Election 2024: ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ଗଡ଼ ବୋଲି କୁହାଯାଏ। ୨୦୦୦ ମସିହାରୁ ନବୀନ ଏଠାରୁ ଲଢ଼ି ବିଜୟ ହୋଇ ଆସୁଛନ୍ତି।  ଏଥର ସେ ଷଷ୍ଠ ଥର ପାଇଁ ନିର୍ବାଚଳ ଲଢ଼ିବାକୁ ଯାଉଛନ୍ତି।  ହିଞ୍ନିଜିଳି ର୍ବାଚନ ମଣ୍ଡଳୀର ଇତିହାସରେ ଏଯାଏ ୧୫ଥର ନିର୍ବାଚନ ହୋଇଛି।  ସେଥିରେ ୭ ଥର ବୃନ୍ଦାବନ ନାୟକ ବିଧାୟକ ଭାବେ ସର୍ବାଧିକ ଥର ନିର୍ବାଚିତ ହୋଇଛନ୍ତି। ସେ ୧୯୫୭ ମସିହାରୁ ୧୯୮୫ ଯାଏ ଲଗାତାର ଏହିଠାରୁ ବିଧାୟକ ଭାବେ ବିଧାନସଭାରେ ପ୍ରତିନିଧିତ୍ୱ କରିଥିଲେ। ଏଥରୁ ସେ ୪ଥର କଂଗ୍ରେସ, ୨ଥର ଉତ୍କଳ କଂଗ୍ରେସ ଏବଂ ଥରେ ଜନତା ପାର୍ଟି ଟକଟରେ ବିଜୟ ହୋଇଥିଲେ। 

 

10:21 AM

Odisha Election 2024: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦକ୍ଷିଣାଞ୍ଚଳ ଆଇଜି ଏବଂ ବ୍ରହ୍ମପୁର ଏସ୍‍ପି ଙ୍କ ନେତୃତ୍ୱରେ ହେଲିପ୍ୟାଡ୍‍, ଛତ୍ରପୁର ଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୩ପ୍ଲାଟୁନ ପୁଲିସବଳ, ୩ ଅତିରିକ୍ତ ଏସ୍‍ପି, ୮ଜଣ ଡିଏସ୍‍ପି, ୧୭ ଇନ୍ସପେକ୍ଟର, ୬୨ ଏଏସ୍‍ଆଇଙ୍କ ମିଶାଇ ୯୦ ଅଧିକାରୀ, ଦୁଇଟି ଏସ୍‍କର୍ଟ ଗାଡ଼ି ସୁରକ୍ଷାରେ ମୁତ୍ତୟନ ହୋଇଛନ୍ତି।

 

10:16 AM

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ତଥା ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ପାଇଁ ସେ ତାଙ୍କ ନାମାଙ୍କନ ଦାଖଲ କରିବେ। ଏଥିଲାଗି ଦଳ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୦୦୦ ମସିହାରୁ ସେ ଏଠାରୁ ପ୍ରାର୍ଥୀ ହୋଇ ଆସୁଛନ୍ତି। କ୍ରମାଗତ ଭାବେ ୫ଥର ଜିତି ସେ ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି। ଏଥର ସେ ଷଷ୍ଠଥର ପାଇଁ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଆଜି ଦିନ ୧୧ଟାରେ ସେ ଛତ୍ରପୁରଠାରେ ଓହ୍ଲାଇ ପ୍ରଥମେ ତାରାତାରିଣୀଙ୍କୁ ଦର୍ଶନ କରିବେ ଓ ଏହାପରେ ସେ ୧୨ଟା ୩୫ ମିନିଟ ସମୟରେ ନାମାଙ୍କନ ଦାଖଲ କରିବେ।