Odisha Daily News Live: ଆଜି କାର୍ଗିଲ ବିଜୟ ଦିବସ, ପ୍ୟାରିସ ଅଲମ୍ପିକସର ଉଦଘାଟନ ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2353525

Odisha Daily News Live: ଆଜି କାର୍ଗିଲ ବିଜୟ ଦିବସ, ପ୍ୟାରିସ ଅଲମ୍ପିକସର ଉଦଘାଟନ ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଆଜି କାର୍ଗିଲ ବିଜୟ ଦିବସ, ପ୍ୟାରିସ ଅଲମ୍ପିକସର ଉଦଘାଟନ ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

26 July 2024
21:29 PM

Olympics 2024: କୋଟି କୋଟି ଭାରତୀୟଙ୍କ ନିଜର ପୁଣି ଥରେ ଭାରତୀୟ ହକି ଦଳ ଉପରେ ଅଟକି ରହିଛଇ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ଏଭଳି ପରିସ୍ଥିତିରେ ପୁଣି ଥରେ ଭାରତୀୟ ହକିରୁ ଦେଶ ପଦକ ପାଇବାର ଆଶା ରଖିଛି। ପୂରା ଖବର..

19:24 PM

Odisha Daily News Live: ଜୁଲାଇ ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର: ​ସମ୍ପ୍ରତି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଆସନ୍ତା ଜୁଲାଇ ୨୯ ତାରିଖ ସୋମବାର ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ପ୍ରଦାନ କରାଯାଇଛି ।

10:18 AM

Odisha News Live Updates: ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
ଆଜି ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖର କାର୍ଗିଲ ଯୁଦ୍ଧ ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଗିଲ ଯୁଦ୍ଧ ସମୟରେ ବଳିଷ୍ଠ ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଭୀର ସହିଦଙ୍କ ବିଧବାମାନଙ୍କ ସହ କଥା ହେବାର ବି ଯୋଜନା ରହିଛି। ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜୁଲାଇ ୨୬, କାର୍ଗିଲ ବିଜୟ ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ ଥିଲା। “ଯେଉଁମାନେ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଗୋଟିଏ ଦିନ। ସିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପରେ ମଧ୍ୟ କାର୍ଯ୍ୟ ଆରମ୍ଭ ହେବ। ଲେହ ସହିତ ବିଶେଷ ଭାବରେ ଏହି ଖରାପ ପାଗରେ ସଂଯୋଗକୁ ସଦୃଢ଼ କରିବା ପାଇଁ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଅଟେ” ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

10:03 AM

Odisha News Live Updates: ଅଲିମ୍ପିକ୍ସରେ ସୁରକ୍ଷା ଦାୟିତ୍ବରେ ୩୦ ହଜାରରୁ ୪୫ ହଜାର ପୁଲିସ ଫୋର୍ସ
ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆଜିଠୁ ଆରମ୍ଭ ହୋଇଛି ବିଶ୍ବର ସବୁଠୁ ବଡ଼ କ୍ରୀଡା ପ୍ରତିଯୋଗୀତା ଅଲମ୍ପିକ୍ସ ୨୦୨୪। ଅଗଷ୍ଟ ୧୧ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଅଲମ୍ପିକ୍ସର ସୁରକ୍ଷା, ଫ୍ରାନ୍ସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅଲମ୍ପିକ୍ସ ପାଇଁ ପ୍ୟାରିସରେ ଖେଳାଳୀଙ୍କ ସହ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଅଲମ୍ପିକ୍ସ ଇତିହାସରେ ଏହା ସବୁଠୁ ଅଧିକ ବିପଦପୂର୍ଣ୍ଣ ଅଲମ୍ପିକ୍ସ ବୋଲି ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଆକଳନ କରିଛନ୍ତି। ବିଶ୍ବରେ ଲାଗି ରହିଥିବା ଯୁଦ୍ଧ ସ୍ଥିତି ଏହି ଭୟକୁ ଅଧିକ ବଢାଇ ଦେଇଛି। ସୁରକ୍ଷା ପାଇଁ ପ୍ୟାରିସକୁ ହାଇ ଆର୍ଲଟରେ ରଖିଯାଇଛି। ୪ ସ୍ତପାହ ଧରି ହେବାକୁ ଥିବା ଏହି ଅଲିମ୍ପିକ୍ସରେ ସୁରକ୍ଷା ଦାୟିତ୍ବରେ ୩୦ ହଜାରରୁ ୪୫ ହଜାର ପୁଲିସ ଫୋର୍ସ ମୁତୟନ କରାଯାଇଛି।

07:38 AM

Odisha News Live updates: ୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା: ୨ ମୃତ, ଜଣେ ଆହତ
୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେ‌ଳେ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଧୁଆଁଳ, ବିଶୁଣ୍ଡିହ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

07:36 AM

Odisha News Live Updates: ଆଜି ଅଲିମ୍ପିକ୍ସ ଉଦ୍‌ଘାଟନ: ୧୦୦ ନୌକାରେ ୧୦,୦୦୦ ଖେଳାଳି ପରେଡ୍ କରିବେ
ବହୁପ୍ରତୀକ୍ଷିତ ପ୍ୟାରିସ୍ ଅଲିମ୍ପିକ୍ସ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବ। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍ ବାହାରେ ଏବଂ ନଈ ମଝିରେ ଅନୁଷ୍ଠିତ ହେବ। ଏଥିଲାଗି ପ୍ୟାରିସ୍‌ର ସେନ୍ ନଦୀ ଭିତରେ ଓ କୂଳରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଅଂଶଗ୍ରହଣକାରୀ ଦେଶଙ୍କ ପାରମ୍ପରିକ ପରେଡ୍ ପ୍ୟାରିସ୍‌ ଛାତିରେ ବହି ଯାଉଥିବା ସେନ୍ ନଈର ନୀଳ ଜଳରେ ପୂର୍ବରୁ ପଶ୍ଚିମ ୬ କିଲୋମିଟର ଧରି ଦେଖିବାକୁ ମିଳିବ। ଆଖି ଝଲସେଇ ଦେଲାଭଳି ଆତସବାଜି, ନୃତ୍ୟ ଓ ସଂଗୀତର ତାଳେତାଳେ ୧୦,୦୦୦ରୁ ଅଧିକ ଖେଳାଳି ୧୦୦ଟି ନୌକାରେ ବସି ନତ୍ରେ ଡେମ୍, ପଣ୍ଟ ଡେସ୍ ଆର୍ଟସ, ପଣ୍ଟ ନିଉଫ୍ ଭଳି ପ୍ୟାରିସ୍‌ର ବହୁ ଐତିହାସିକ ସ୍ଥଳୀ ଅତିକ୍ରମ କରିବେ। ନଈର ଦୁଇ ପଟେ ଦର୍ଶକ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଖେଳାଳିଙ୍କୁ ସ୍ବାଗତ କରିବେ। ଏହି ଭାସମାନ ପରେଡ୍ ଅଲଷ୍ଟର୍‌ଲିଜ୍ ପୋଲଠାରୁ ଆରମ୍ଭ ହୋଇ ଟ୍ରୋକାଡେରୋଠାରେ ‌‌ଶେଷ ହେବ। ଟ୍ରୋକାଡେରୋଠାରେ ହିଁ ଅଲିମ୍ପିକ୍ସର ପୁରୁଣା ରୀତିନୀତି ସହ ମନ୍ତ୍ରମୁଗ୍ଧକାରୀ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। ଯାହା ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲିବ।

07:35 AM

Today Horoscope: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର
Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୨୬ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ଆଜିର ରାଶିଫଳ...

07:34 AM