Odisha news live updates: BJPରେ ସୁପରଷ୍ଟାର ଅନୁଭବ, ପଢନ୍ତୁ ଆଉ କିଛି ଖବର
Advertisement

Odisha news live updates: BJPରେ ସୁପରଷ୍ଟାର ଅନୁଭବ, ପଢନ୍ତୁ ଆଉ କିଛି ଖବର

: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡ

Odisha news live updates: BJPରେ ସୁପରଷ୍ଟାର ଅନୁଭବ, ପଢନ୍ତୁ ଆଉ କିଛି ଖବର
LIVE Blog

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

01 April 2024
23:50 PM

ରାସ୍ତାରୁ ସମ୍ପୂର୍ଣ୍ଣ ଭାବେ ହଟିଯିବ କି ପେଟ୍ରୋଲ-ଡିଜେଲ ଗାଡ଼ି? ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସବୁଜ ଅର୍ଥନୀତି ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏନେଇ ସେ ଦେଶରେ ହାଇବ୍ରିଡ଼ ଯାନ ଉପରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପେଟ୍ରୋଲ-ଡିଜେଲ ଦ୍ୱାରା ଚାଳିତ ଗାଡି଼ କବଳରୁ ଦେଶକୁ ସମ୍ପୂର୍ଣ୍ଣ ମୁକ୍ତ କରିବା ସମ୍ଭବ। ଏଭଳି ଜୀବାଶ୍ମ ଇନ୍ଧନ ଦ୍ୱାରା ଚାଳିତ ଗାଡ଼ିରୁ ଦେଶକୁ ସମ୍ପୂର୍ଣ୍ଣ ମୁକ୍ତ କରିବା ସମ୍ଭବ ନାଁ ନାହିଁ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ନୀତିନ ଗଡ଼କରୀ।

ପଢନ୍ତୁ ପୁରା ଖବର

 

22:59 PM

ସମୁଦ୍ର ବଦଳରେ ସ୍ଥଳଭାଗରେ ଅକ୍ଟୋପସ ଦେଖିବେ ରାଜଧାନୀ ବାସିନ୍ଦା
ସମୁଦ୍ର ପରେ ଏବେ ସ୍ଥଳଭାଗରେ ଅକ୍ଟୋପସ ଦେଖିବେ ରାଜଧାନୀ ବାସିନ୍ଦା। ଆଜ୍ଞା ହଁ ଏପରି ବ୍ୟବସ୍ଥା କରିବାକୁ ଯାଉଛି ଦିଲ୍ଲୀ ନଗର ନିଗମ (ଏମସଡ଼ି)। ଛୋଟ ପିଲାଙ୍କୁ ସାମୁଦ୍ରିକ ଜୀବନ ବିଷୟରେ ଶିକ୍ଷା ଦେବା ପାଇଁ ଏପରି ପଦକ୍ଷେପ ନେଇଛି ଏମସିଡ଼ି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ରୋହିଣୀ ଅଞ୍ଚଳରେ ଏକ "ଅକ୍ଟୋପସ୍ ଥିମ୍ ପାର୍କ" ନିର୍ମାଣ କରିବାକୁ ଏମସଡ଼ି ଯୋଜନା କରୁଛି। ଅକ୍ଟୋପସ୍ ଥିମ୍ ପାର୍କ ପାଇଁ ଦିଲ୍ଲୀ ନଗର ନିଗମ ପାଇଁ ଟେଣ୍ଡର ମଧ୍ୟ ଜାରି ହୋଇଛି। ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ପ୍ରାୟ ୨.୫ କୋଟି ଟଙ୍କା ମୂଲ୍ୟ "ଅକ୍ଟୋପସ୍ ଥିମ୍ ପାର୍କ" ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଏମସଡ଼ି ଲକ୍ଷ୍ୟ ରହିଛି। ଏହି ଥିମ୍ ପାର୍କ ଠାରେ ଏକ ବଡ଼ ଅକ୍ଟୋପସ୍ ମଧ୍ୟ ନିର୍ମାଣ କରାଯିବ।
ପଢନ୍ତୁ ପୁରା ଖବର

 

22:43 PM

ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଣେ ଲୋକପ୍ରିୟ ଭଜନ ଗାୟିକା ଶାନ୍ତି ଲତା ବାରିକ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଥିଲେ । ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ଓଡ଼ିଶାର ଘରେ ଘରେ ସେ ସୁପରିଚିତ ଥିଲେ । ତାଙ୍କ ଭଜନ ଥିଲା ଭକ୍ତି ଓ  ସମର୍ପଣର ସଂଗୀତମୟ ନିବେଦନ । ତାଙ୍କ ସ୍ୱର ପରିବେଶକୁ ଭକ୍ତିମୟ କରିବା ସହ ଶ୍ରୋତାଙ୍କ ହୃଦୟରେ ଭାବାବେଗ ସୃଷ୍ଟି କରି ପାରୁଥିଲା । ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବର୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ  ଶାନ୍ତିଲତା ବାରିକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ସ୍ୱର୍ଗତ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

22:35 PM

Marriage 2024: ଏପ୍ରିଲରେ ବିବାହ ପାଇଁ କେବଳ ୪ ଟି ଦିନ, ଜାଣନ୍ତୁ ତାରିଖ ଓ ସମୟ ।

Vivah Muhurat 2024: ବର୍ତ୍ତମାନ ସମୟରେ ଖରମାସ ଚାଲିଛି, ଯାହା ୧୩ ଏପ୍ରିଲରେ ଶେଷ ହେବ । ଖରମାସ ସମୟରେ କୌଣସି ଶୁଭ କାମ କରାଯାଏ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁ ଓ ଶୁକ୍ର ଗ୍ରହ ଅସ୍ତ ହେବା ସମୟରେ ବିବାହ କିମ୍ବା କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ । ବର୍ତ୍ତମାନ, ସୂର୍ଯ୍ୟଦେବ ମୀନରେ ରହିଛନ୍ତି ଏବଂ ଏପ୍ରିଲ୍ ୧୩ ରେ ମୀନ ଛାଡି ଉଚ୍ଚ ରାଶି ମେଷରେ ପ୍ରଵେଶ କରିବେ । ଏହା ପରେ ଖରମାସ ସମାପ୍ତ ହେବ । ୨୨ ଏପ୍ରିଲରୁ ଶୁକ୍ର ଗ୍ରହ ଅସ୍ତ ହେବା ପରେ ମେ ଓ ଜୁନ୍ ମାସରେ ବିବାହ ପାଇଁ କୌଣସି ଶୁଭ ସମୟ ନାହିଁ । ଏହା ପରେ, ବିବାହ ଶୁଭ ସମୟ ୨ ଜୁଲାଇରୁ ଆରମ୍ଭ ହେବ । ଏଥି ସହିତ, ଜୁଲାଇ ୧୬ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚତୁର୍ମାସ କାରଣରୁ ବିବାହ ପାଇଁ କୌଣସି ଶୁଭ ସମୟ ନାହିଁ । ଅଧିକ ପଢ଼ନ୍ତୁ...

22:12 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

ପଢନ୍ତୁ ୁପୁରା ଖବର

 

22:00 PM

Singer Santilata Barik: ଭଜନ ଦୁନିଆରେ ଆଉ ଏକ ଶୂନ୍ୟତା, ଚାଲିଗଲେ ଶାନ୍ତିଲତା

Singer Santilata Barik: ବିଶିଷ୍ଟ ଭଜନ ଗାୟିକା ତଥା କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ ହୋଇଛି । ଦୀର୍ଘଦିନ ହେଲା ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ବାମୀ ବସନ୍ତ ଛୋଟରାୟ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  । ଆସନ୍ତାକାଲି (ମଙ୍ଗଳବାର) ପୁରୀ ସ୍ବର୍ଗଦ୍ବାରରେ ଶାନ୍ତିଲତାଙ୍କର ଶେଷକୃତ୍ୟ ହେବ ବୋଲି ଜଣାପଡିଛି । ଅଧିକ ପଢ଼ନ୍ତୁ...

21:30 PM

Vande Bharat Express: ମଇଁଷି ସହ ଧକ୍କା ହେଲା ବନ୍ଦେ ଭାରତ, ଇଞ୍ଜିନ୍ କ୍ଷତିଗ୍ରସ୍ତ

Jamnagar News: ଗୁଜୁରାଟର ଜାମନଗରରେ ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଏକ ମଇଁଷି ମୁହାଁମୁହିଁ ଧକ୍କା ହୋଇଛି । ଏହି କାରଣରୁ, ଦୃତ୍ତ ବେଗରେ ଯାଉଥିବା ଟ୍ରେନଟି ହଠାତ୍ ଅଟକି ଯାଇଥିଲା । ଏହି ଦୁର୍ଘଟଣା ଫଳରେ ଟ୍ରେନର ଇଞ୍ଜିନର କିଛି ଅଂଶ ନଷ୍ଟ ହୋଇଥିବା ଖବର ମିଳିଛି । ଟ୍ରେନ୍ ସେଠାରେ କିଛି ସମୟ ଅଟକି ରହିଥିଲା । ଟ୍ରେନ୍ ଜାମନଗରରୁ ଓକା ଅଭିମୁଖେ ଯାଉଥିଲା। ଅଧିକ ପଢ଼ନ୍ତୁ...

20:30 PM

Ollywood Actress Varsha Priyadarshini: ୱାଇଫ୍ ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚିତ ଓ  ସମ୍ମାନୀତା ପ୍ରତିଭା ସମ୍ମାନ ୨୦୨୪ ଅନୁଷ୍ଠିତ ।

Upcoming Odia Film Wife: ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସମ୍ମାନୀତା ଅନୁଷ୍ଠାନର ବାର୍ଷିକ ଉତ୍ସବ ସହିତ WIFE (ୱାଇଫ)  ଓଡ଼ିଆ ଚଳଚ୍ଚିତ୍ରର ପୋଷ୍ଟର ଲଞ୍ଚ ହୋଇଛି । ବର୍ଷା ପ୍ରିୟଦର୍ଶିନୀ ଜଣେ ସଫଳ ଓଡ଼ିଆ ଅଭିନେତ୍ରୀ ହେବା ସହ, ଜଣେ ସମାଜସେବୀ, ଲେଖିକା, ପ୍ରଯୋଜିକା ବର୍ଷାଙ୍କର ସମ୍ମାନୀତା ଅନୁଷ୍ଠାନ ଦୀର୍ଘ ୭/୮ ବର୍ଷ ଧରି ଅନେକ ଉନ୍ନତିମୂଳକ, ଜନକଲ୍ୟାଣକାରୀ, ଜନମଙ୍ଗଳ କାର୍ଯ୍ୟ ସବୁ କରିଆସୁଛି । ଅବହେଳିତ, ଅସହାୟ, ନିଷ୍ପେଷିତ ଲୋକଙ୍କ ପାଇଁ ସମ୍ମାନୀତା ସବୁବେଳେ କାର୍ଯ୍ୟ କରିଆସୁଛି । ପାଠାଗାର ଅଭିଯାନ, ମହିଳାମାନଙ୍କ ଋତୁସ୍ରାବ ଜନିତ ସଚେତନତା, ଶିଶୁ ମାନଙ୍କର ଶିକ୍ଷା ଓ ବିକାଶମୂଳକ କାର୍ଯ୍ୟ, ଦିବ୍ୟାଙ୍ଗ ମାନଙ୍କୁ ମୁଖ୍ୟସ୍ରୋତରେ ଆଣିବା ପ୍ରୟାସ, ଵୃଦ୍ଧାଶ୍ରମ ରେ ଥିବା ଗୁରୁଜନଙ୍କ ମୁହଁ ରେ ହସ ଫୁଟାଇବା, ସାମାଜିକ, ଗଣମାଧ୍ୟମ ର ଅପବ୍ୟବହାର ଉପରେ ସଚେତନତା, ବିଭିନ୍ନ ସଚେତନତାମୂଳକ କର୍ମଶାଳା, ବିଭିନ୍ନ ପ୍ରକାର ପ୍ରତିଯୋଗିତା ଏବଂ ପ୍ରତିଭାବାନ ଲୋକଙ୍କୁ ସୁଯୋଗ ଦେବା ଦିଗରେ ଅନେକ କାର୍ଯ୍ୟ କରିଆସୁଅଛି ବର୍ଷା ଙ୍କର ସମ୍ମାନୀତା । ସବୁଥର ପରି ଏଥର ମଧ୍ୟ ସମ୍ମାନୀତା ପାଳନ କରୁଛି ପ୍ରତିଭାର ସମ୍ମାନ ୨୦୨୪ । କେବଳ ମହିଳା ନୁହେଁ, ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା, ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ 'ସମ୍ମାନୀତା' ଅନୁଷ୍ଠାନ ସମ୍ମାନିତ କରିଥିଲା । ତା'ସହ ବର୍ଷାଙ୍କର ଆଗାମୀ ଚଳଚ୍ଚିତ୍ର 'WIFE' (ୱାଇଫ) ର ପୋଷ୍ଟର ଲଞ୍ଚ କରାଗଲା । ଅଧିକ ପଢ଼ନ୍ତୁ...

19:55 PM

Weather News: ୪୦ ଡିଗ୍ରୀ ଛୁଇଁଲା ୮ଟି ସହର ତାପମାତ୍ରା, ଆଗକୁ ଅସହ୍ୟ...

Weather Update: ଟାଣ ଖରାରେ ସିଝିଲାଣି ଓଡ଼ିଶାର ଅନେକ ସ୍ଥାନ । ଆଜି ରାଜ୍ୟର ପ୍ରମୁଖ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ୨୪ ଘଣ୍ଟାର ପରେ ରାଜ୍ୟରେ ତାପମାତ୍ରା ପୁଣି ବଢ଼ିଥିବାବେଳେ ଝାରସୁଗୁଡା ଏବଂ ବାରିପଦାରେ ସର୍ବାଧିକ ୪୦.୪ଡ଼ିଗ୍ରୀ ତାରମାତ୍ରା ରେକର୍ଡ କରାଯାଇଛି । ଅଧିକ ପଢ଼ନ୍ତୁ...

19:22 PM

ବିନା ଲଢେଇରେ ୧୦ ସିଟ୍ ହାତେଇନେଲା ବିଜେପି
୨୦୨୪ ଲୋକସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ସମଗ୍ର ଦେଶରେ ରାଜନୀତି। ଚଳିତ ବର୍ଷ ଲୋକସଭା ସହ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛନ୍ତି। ଏହି ନିର୍ବାଚନରେ ବିଜେପି ପାଇଁ ଆଗୁଆ ଆସିଯାଇଛି ଏକ ଖୁସି ଖବର। ଅରୁଣାଚଳ ପ୍ରଦେଶରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ୨୦୨୪ ଲାଗି ମତଦାନ ହେବା ପୂର୍ବରୁ ଶାସକ ବିଜେପି ୧୦ ଆସନ ଜିତିନେଇଛି। ଏହି ୧୦ ଆସନରେ ଲଢୁଥିବା ବିଜେପି ପ୍ରାର୍ଥୀଙ୍କ ବିରୋଧରେ କେହି ପ୍ରତିଦ୍ୱନ୍ଦ୍ୱିତା କରୁନଥିଲେ। ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ କହିଛନ୍ତି ଯେ ତାଙ୍କ ଦଳ (ବିଜେପି) ରାଜ୍ୟର ୧୦ ବିଧାନସଭା ଆସନରେ ବିଜୟୀ ହୋଇଛି। ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୪ ଗତ ଶନିବାର (ମାର୍ଚ୍ଚ ୩୦) ଥିଲା ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ। ଏହା ପରେ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, ତାଙ୍କ ସହଯୋଗୀ ଉପମୁଖ୍ୟମନ୍ତ୍ରୀ ଚୌନା ମିନ୍ ଏବଂ ଅନ୍ୟ ୮ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ପଢନ୍ତୁ ପୁରା ଖବର

 

19:20 PM

ନୂଆ ଓଡ଼ିଆ ଚଳଚ୍ଚିତ୍ର "ସିନ୍ଦୁରା" ଏପ୍ରିଲ ୫ରେ ଶୁଭମୁକ୍ତି

ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନର ପ୍ରସ୍ତୁତ ତଥା ଦିଲ୍ଲୀପ ଦାଶ ନିବେଦିତ ଷଷ୍ଠ ଅବଦାନ ସିନ୍ଦୁରା ନୂଆ ଓଡ଼ିଆ ଚଳଚ୍ଚିତ୍ର ଆସନ୍ତା ଏପ୍ରିଲ ୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଯାହାର କାହାଣୀ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ବିରଞ୍ଚି ନାରାୟଣ ପଣ୍ଡା । ଅଧିକ ପଢ଼ନ୍ତୁ...

18:51 PM

ଢେଙ୍କାନାଳ ୫୩ ନମ୍ବର ଜାତୀୟ ରାଜପଥରେ ଭାଲୁ ଆତଙ୍କ

ଢେଙ୍କାନାଳ: ଭୁବନ ବନାଞ୍ଚଳ ଅଧୀନ ମଧ୍ୟ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ବୁଲୁଛି ଭାଲୁ । ସନ୍ଧ୍ୟା ଗଡିଲେ ଜଙ୍ଗଲରୁ ରାସ୍ତା ଉପରକୁ ଆସିବା କାରଣରୁ ସ୍ଥାନୀୟ ଲୋକଙ୍କ ମନରେ ଛନକା ପସୁଛି । ରବିବାର ବିଳମ୍ୱିତ ରାତିରେ ଭୁବନ ବାଇପାସ ଓଭରବ୍ରିଜ ଉପରେ ଭାଲୁ ବୁଲୁଥିବାର ଲୋକେ ଦେଖିଛନ୍ତି । ଅଧିକ ପଢ଼ନ୍ତୁ...

18:33 PM

ଅପ୍ରେଲ ୧୫ ପର୍ଯ୍ୟନ୍ତ ତିହାର ଜେଲ୍ ଗଲେ ଅରବିନ୍ଦ କେଜ୍ରିୱାଲ
ଅପ୍ରେଲ ୧ ତାରିଖ ସୋମବାର ଶେଷ ହୋଇଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ହାଜତ ମିଆଦି। ଇଡ଼ି ହାଜତ ମିଆଦି ଶେଷ ହେବା ପରେ ଦିଲ୍ଲୀ ମଦ ନୀତି ମାମଲାରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ କାରାଗାରରେ ରହିବେ ଅରବିନ୍ଦ କେଜ୍ରିୱାଲ। ସୋମବାର ସକାଳେ ସକାଳେ ସ୍ଥାନୀୟ କୋର୍ଟ ତାଙ୍କୁ ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ଜେଲ ପଠାଇ ଦେଇଥିଲେ। ଯଦିଓ ତାଙ୍କ ହାଜତ ମିଆଦୀ ବୃଦ୍ଧି କରିବା ପାଇଁ ଇଡ଼ି ପକ୍ଷରୁ ଅଦାଲତରେ କୌଣସି ଆବେଦନ ହୋଇନଥିଲା।  

ପଢନ୍ତୁ ପୁରା ଖବର

17:30 PM

ସ୍ୱାଧୀନ ଲଢ଼ିବେନି ଖାରବେଳ, ନୀଳଗିରି ବିକଳ୍ପ କଥା କହିଲେ

ଭୁବନେଶ୍ୱର: ଏଥର ନିର୍ବାଚନରେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କନ୍ଧମାଳରୁ ଲଢ଼ିବାକୁ ଚାହୁଁ ନାହାନ୍ତି। ପୁଣି ବାଲେଶ୍ୱରରୁ ଟିକଟ ନ ମିଳିବାରୁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଗଣମାଧ୍ୟମକୁ କହି ରାଜ୍ୟ ବିଜେପିରେ ହଲଚଲ ସୃଷ୍ଟି କରିଥିବା ଖାରବେଳ  ନୀଳଗିରିରୁ ବିଧାୟକ ଭାବେ ଲଢ଼ିବାକୁ ଆଶା ପୋଷଣ କରିଛନ୍ତି। ଏଥିନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ପ୍ରସ୍ତାବ ଦେଇଥିବା ସେ ଗଣମାଧ୍ୟମକୁ କହିଛନ୍ତି। ଅଧିକ ପଢ଼ନ୍ତୁ...

17:25 PM

ନିର୍ବାଚନ ପ୍ରତିଶୃତି ପାଇଁ ଚର୍ଚ୍ଚାରେ ପ୍ରାର୍ଥୀ; ମତାଦାତଙ୍କ ପାଇଁ ତରଳିଗଲା ହୃଦୟ
ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ସମଗ୍ର ଦେଶରେ ରାଜନୀତି। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ରାଜନୈତିକ ଦଳ ଏବଂ ପ୍ରାର୍ଥୀ ଜିତିବା ପାଇଁ ବିଭିନ୍ନ କଳବଳ କୌଶଳ ଅବଲମ୍ବନ କରୁଛନ୍ତି। ଜନସମର୍ଥନ ହାସଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ଇସ୍ତାହାର ଘୋଷଣା କରୁଛନ୍ତି। ଏପରିକି ଲୋକଙ୍କ ଦାବି ଉପରେ ସେମାନଙ୍କ ସେମାନଙ୍କ ନିର୍ବାଚନ ପ୍ରତିଶୃତି ପ୍ରସ୍ତୁତ କରୁଛନ୍ତି ପ୍ରାର୍ଥୀ। ଯେଉଁଥିରେ ବିଦ୍ୟୁତ୍, ରାସ୍ତା ଘାଟ ଏବଂ ଜଳ ଯୋଗାଣ ଅନ୍ତର୍ଭୁକ୍ତ ରହିଛି।

ପଢନ୍ତୁ ପୁରା ଖବର

 

16:45 PM

ଦିଲ୍ଲୀରେ ୫ଜଣଙ୍କୁ ଆକ୍ରମଣ କଲା ଚିତାବାଘ, ଲୋକଙ୍କ ମନରେ ଭୟ

leopard in North Delhi: ଆଜି ସକାଳେ ଉତ୍ତର ଦିଲ୍ଲୀ ସ୍ଥିତ ୱାଜିରାବାଦ ନିକଟ ଏକ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ଗୋଟିଏ ଚିତାବାଘ । ଛାତ ଉପରୁ ତଳକୁ ଡେଉଁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ବାଘ ଆକ୍ରମଣରେ ୩ଜଣ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ସ୍ଥାନିୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ମହେନ୍ଦ୍ର, ଆକାଶ, ରାମପାଲ ନାମକ ବ୍ୟକ୍ତି ଅଛନ୍ତି । ସେମାନେ ସ୍ଥାନିୟ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ଅଧିକ ପଢ଼ନ୍ତୁ...

16:12 PM

ଆଇଫୋନ ଅନ ଲକ୍ କରିବାକୁ ଆପଲ୍ ପାଖରେ ପହଞ୍ଚିଲା ଇଡ଼ି
ଆଇଫୋନ ଅନ ଲକ୍ କରିବାକୁ ଏହାର ନିର୍ମାତା ଆପଲ୍ ପାଖରେ ପହଞ୍ଚିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)। ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଇଫୋନ ଅୱଲକ୍ କରିବା ପାଇଁ ଇଡି ଅନୁସନ୍ଧାନକାରୀ ଆପଲ ସହିତ ଯୋଗାଯୋଗ କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି।

ପଢନ୍ତୁ ପୁରା ଖବର

 

 

16:05 PM

Top 10 News Today:

ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ....

13:53 PM

ବିଜେପିରେ ଯୋଗ ଦେଲେ ଅନୁଭବ
Odisha News Live Updates:
କେନ୍ଦ୍ରାପଡ଼ା ସାଂସଦ ତଥା ଲୋକପ୍ରିୟ ସିନେ ତାରକା ଅନୁଭବ ମହାନ୍ତି ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଆଜି  ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଅନୁଭବ।  ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ଦେବା ପରେ ଅନୁଭବ କେଉଁ ଦଳକୁ ଯିବେ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା। କିନ୍ତୁ ଆଜି ଅନୁଭବ ବିଜେପିରେ ମିଶିଛନ୍ତି।  କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜର ଇସ୍ତଫାପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ। ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଥିଲା।

13:38 PM

୯୦ ବର୍ଷରେ RBI
Odisha News Live Updates: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ଯାହା ଦ୍ୱାରା ଦେଶ ବିଶ୍ୱସ୍ତରୀୟ କାରଣରୁ ଅଧିକ ପ୍ରଭାବିତ ହେବ ନାହିଁ। ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ମୋଦୀ କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ତାଙ୍କ ସରକାର ଏବଂ ଆରବିଆଇ ଦ୍ୱାରା କରାଯାଇଥିବା ଉଦ୍ୟମ ଯୋଗୁଁ ବ୍ୟାଙ୍କିଙ୍ଗ କ୍ଷେତ୍ର ବର୍ତ୍ତମାନ ଲାଭଜନକ ହୋଇଛି ଏବଂ ଋଣ ପୁସ୍ତକ ଅଭିବୃଦ୍ଧି ବୃଦ୍ଧି ପାଉଛି। ଏହା ସହିତ ସେ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ଏବଂ ୟୁପିଆଇର ସଫଳତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

13:25 PM

ବିଜେଡିରୁ ଇସ୍ତଫା ଦେଲେ ସନ୍ଧ୍ୟାବତୀ ପ୍ରଧାନ
Odisha News Live Updates:
ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଆଜି ଏ ନେଇ ନିଜେ ସନ୍ଧ୍ୟାବତୀ ସୂଚନା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପାଖରେ ଆମ କଥା କି ଅଭିଯୋଗ ପହଞ୍ଚି ପାରୁନି। ତାଙ୍କୁ ବ୍ୟକ୍ତିଗତ ସ୍ବାର୍ଥ ଲାଗି ଏକ କୋଟେରି ଗ୍ରୁପ୍ ଘେରିଛନ୍ତି।

13:15 PM

ଫୁଟବଲ ମହାସଂଘର ସଦସ୍ୟ ଗିରଫ
Odisha News Live Updates:
ଭାରତୀୟ ଫୁଟବଲ ମହାସଂଘର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଦୀପକ ଶର୍ମାଙ୍କୁ ଗୋଆ ଫୁଲିସ କରିଛି। ମହିଳା ଫୁଟବଲ ଟିମର ଦୁଇ ଜଣ ଖେଳାଳିଙ୍କୁ ଶ୍ରୀ ଶର୍ମା ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଗୋଆରେ ଅନୁଷ୍ଠିତ ଭାରତୀୟ ମହିଳା ଫୁଟବଲ ଲିଗ ଦ୍ୱିତୀୟ ଡିଭିଜନରେ ହିମାଚଳ ପ୍ରଦେଶ ଭତ୍ତିକ ଖାଡ ଏଫସି ପକ୍ଷରୁ ଦୁଇ ଜଣ ଖେଳାଳି ଭାଗ ନେଇଥିଲେ। ଖାଡ ଏଫସି କ୍ଲବର ମାଲିକ ଶ୍ରୀ ଶର୍ମା ମହିଳା ଖେଳାଳିଙ୍କ ରୁମ ଭିତରେ ରାତି ସମୟରେ ପ୍ରବେଶ କରିଥିଲେ ଓ ୨ ଜଣଙ୍କୁ ମାଡ଼ ମାରିଥିଲେ। ମାର୍ଚ୍ଚ ୨୮ ତାରିଖ ରାତିରେ ଏହି ଘଟଣା ଘଟିଥିଲା ବୋଲି ଦୁଇ ଖେଳାଳି ଅଭିଯୋଗ କରିଛନ୍ତି।

13:10 PM

ନିର୍ବାଚନ ସମୟରେ ବଢିଲା ମଦ ଦାମ
Odisha News Live Updates:
ଆଜିଠାରୁ ଛତିଶଗଡରେ ମଦ ମହଙ୍ଗା ହୋଇଛି। ଗୋଟିଏ ପଟେ ନିର୍ବାଚନ ପୂର୍ବରୁ ମଦ ଦର ବୃଦ୍ଧି ହେତୁ ମଦପ୍ରେମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଅନ୍ୟ ପଟେ ପ୍ରାର୍ଥୀମାନେ ମଧ୍ୟ ଝାଳ ବୁହାଉଛନ୍ତି। ପ୍ରତ୍ୟେକ ଥର ନିର୍ବାଚନ ସମୟରେ ସେ ଭୋଟରଙ୍କୁ ତାଙ୍କ ପକ୍ଷକୁ ଆକର୍ଷିତ କରିବା ପାଇଁ ମଦ ବାଣ୍ଟିଥାନ୍ତି। ଏଭଳି ପରିସ୍ଥିତିରେ ମୂଲ୍ୟ ବୃଦ୍ଧି ହେତୁ ନିର୍ବାଚନ ଖର୍ଚ୍ଚ ଆହୁରି ବୃଦ୍ଧି ପାଇଛି।

12:54 PM

ବିବାଦ ଘେରରେ ପୀୟୁଷ ପଣ୍ଡାଙ୍କ ବୟାନ
Odisha News Live Updates
: ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନେତା ମାନଙ୍କର ବୟାନ ବାଜି ସେତେ ହେଉଛି । ବର୍ତ୍ତମାନ ପଶ୍ଚିମବଙ୍ଗର ବିଜେପି ନେତା ସୁଭେନ୍ଦୁ ଆଦିକାରୀ ତୃଣମୁଳ କଂଗ୍ରେସ ନେତା ପୀୟୁଷ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଟିଏମସି ନେତା ଜାତିଆଣ ମନ୍ତବ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜାତି ବିଷୟରେ ଉଲ୍ଲେଖ କରି ପଣ୍ଡା ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନକୁ ନେଇ ପ୍ରଶ୍ନ ଉଠାଇଥିଲେ। ପଶ୍ଚିମବଙ୍ଗ ବିଜେପି ନେତା ସୁଭେନ୍ଦୁ ଏହାକୁ ଓବିସି ସମ୍ପ୍ରଦାୟକୁ ଅପମାନ ବୋଲି କହି ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି । ତେବେ ନିର୍ବାଚନ ସମୟରେ ଓବିସିକୁ ନେଇ ଉଠିଥିବା ଏହି ବିବାଦ ମମତା ବାନାର୍ଜୀଙ୍କ ସମସ୍ୟାକୁ ବଢାଇପାରେ । କାରଣ ବଙ୍ଗଳାରେ ପ୍ରାୟ ୧୬ ପ୍ରତିଶତ ଲୋକ ଓବିସି ସମ୍ପ୍ରଦାୟର ।

12:43 PM

ପ୍ରିୟଦର୍ଶନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଲଢିବା ନେଇ ଦାବି
Odisha News Live Updates: ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଲଢିବା ନେଇ ଦାବି ହୋଇଛି । ଏନେଇ ଆଜି ଶତାଧିକ ପୁରୀଵାସୀ ତାଙ୍କ ବାସଭବନ ଆଗରେ ପ୍ଲାକାର୍ଡ ଧରି ଅନୁରୋଧ କରିଛନ୍ତି । ପୁରୀ ସହରର ବିଭିନ୍ନ ସମସ୍ୟାରେ ପ୍ରିୟଦର୍ଶନ ପଟ୍ଟନାୟକ ସବୁବେଳେ ସ୍ୱର ଉତ୍ତୋଳନ କରିବା ସହ ଲୋକଙ୍କ ସୁବିଧା ଅସୁବିଧାରେ ଠିଆ ହେଉଥିବାରୁ ସେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇବାକୁ ସ୍ଥାନୀୟ ଲୋକମାନେ ଆଜି ତାଙ୍କୁ ଅନୁରୋଧ କରିଛନ୍ତି । ସେପଟେ ପୂର୍ବରୁ ବାରମ୍ବାର ଗଣମାଧ୍ୟମ ଆଗରେ ଶ୍ରୀଯୁକ୍ତ ପଟ୍ଟନାୟକ ରାଜନୀତି କରିବେ ନାହିଁ ବୋଲି ପ୍ରତିକ୍ରିୟା ରଖିଥିବା ବେଳେ, ଲୋକଙ୍କ ଦାବି ଉପରେ ତିନି ଦିନ ମଧ୍ୟରେ ଉତ୍ତର ରଖିବେ ବୋଲି କହିଛନ୍ତି ।

 

12:22 PM

ଜଳିଗଲା ପିଆଜ ବୋଝେଇ ଟ୍ରକ୍
Odisha News Live Updates:
ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଛି। ଟ୍ରକ୍‌ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଛି। ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ କର୍ମଚାରୀ। ଟ୍ରକ୍ ଡ୍ରାଇଭରର ପତ୍ତା ମିଳୁନି। ଟ୍ରକ ଭିତରେ ଡ୍ରାଇଭର ରହିଯାଇ ଥିବା ଅନୁମାନ କରାଯାଉଛି। ଆଜି ସକାଳେ ପିଆଜ ବୋଝେଇ ଟ୍ରକ୍‌ଟି ନାସିକରୁ କୋଲକତା ଅଭିମୁଖେ ଯାଉଥିଲା। ବାଙ୍ଗିରିପୋଷି ଘାଟି ନିକଟରେ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା।୨ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି।

12:07 PM

ଆସାମରେ ପ୍ରବଳ ବର୍ଷା
Odisha News Live Updates:
ଆସାମରେ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ କାରଣରୁ ବ୍ରହ୍ମପୁତ୍ର ନଦୀରେ ବୁଡିଯାଇଛି ଯାତ୍ରୀବାହୀ ଡଙ୍ଗା। ୩ ଜଣଙ୍କ ମୃତ୍ୟୁ ଘଟିଛି, ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି। ୨୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଉଦ୍ଧାକାରୀ ଟିମ୍। ସୂଚନା ଅନୁସାରେ, ଆସାମର ଦକ୍ଷିଣ-ସଲମରା ମାନକଚର ଜିଲ୍ଲା ଦେଇ ଡଙ୍ଗାଟି ଯାଉଥିଲା। ଏହି ସମୟରେ ହଠାତ୍ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ ହେବାରୁ ଡଙ୍ଗାଟି ବୁଡି ଯାଇଥିଲା। ଏଥିରେ ମହିଳା ଓ ଶିଶୁ ମଧ୍ୟ ଯାତ୍ରା କରୁଥିଲେ। 

 

11:47 AM

ସୁବିଧା ମାଗିଲେ କେଜ୍ରିୱାଲ
Odisha News Live Updates:
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ରାଉସ୍ ଆଭେନ୍ୟୁ କୋର୍ଟରେ ମଧ୍ୟ ପହଞ୍ଚିଥିଲେ। କେଜ୍ରିୱାଲଙ୍କ ଇଡି ହେପାଜତ ଆଜି ଶେଷ ହୋଇଛି, କିନ୍ତୁ ଆଜି ତାଙ୍କର ନ୍ୟାୟିକ ହେପାଜତକୁ ବୃଦ୍ଧି କରାଯାଇଛି। ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ହେପାଜତକୁ ପଠାଯାଇଛି, ଯେଉଁଠାରୁ ତାଙ୍କୁ ତିହାର ଜେଲକୁ ପଠାଯିବ। ପ୍ରଥମେ ଇଡି 6 ଦିନର ହେପାଜତ, ତା’ପରେ କେଜ୍ରିୱାଲଙ୍କ ୪ ଦିନ ରିମାଣ୍ଡରେ ନେଇଥିଲା। ସେପଟେ ଅରବିନ୍ଦ କେଜରିୱାଲ କୋର୍ଟରେ ଏକ ଯାଚିକା ଦାୟର କରିଛନ୍ତି। ଏହି ଯାଚିକାରେ ସେ କିଛି ସୁବିଧା ଉବଲବ୍ଧ କରାଇବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସେ ସ୍ପେଶାଲ ରାଇଟ୍ସ, ଔଷଧ, ବହି ଓ ଧାର୍ମିକ ଲକେଟ ଧାରଣ କରିବାକୁ କୋର୍ଟଙ୍କୁ ଅନୁମତି ମାଗିଛନ୍ତି। ରାମାୟଣ, ମହାଭାରତ ଓ ହାଓ ପ୍ରାଇମ ମିନିଷ୍ଟର ଡିସାଇଡ଼ ଏହି ୩ଟି ବହି ମାଗିଛନ୍ତି। 

11:37 AM

୯୦ ବର୍ଷରେ ପାଦ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

Odisha News Live Updates: ୯୦ ବର୍ଷରେ ପାଦ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ତମ ଜନ୍ମ ଦିବସ ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ସମାରୋହରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଉପସ୍ଥିତ ରହିବେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଜିକୁ ୯୦ ବର୍ଷ ପୂର୍ବେ ଅର୍ଥାତ୍ ଏପ୍ରିଲ ୧, ୧୯୩୫ରେ ପ୍ରତିଷ୍ଠା ହୋଇଥିଲା। ହିଲ୍‌ଟନ୍ ୟଙ୍ଗ କମିସନଙ୍କ ସୁପାରିସ ଆଧାରରେ ରିଜର୍ଭ ବ୍ୟାଙ୍କ ଗଠନ କରାଯାଇଥିଲା। ତତ୍କାଳୀନ ଇମ୍ପେରିଆଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ‌କଣ୍ଟ୍ରୋଲର ଅଫ୍ କରେନ୍ସି ସମ୍ପାଦନ କରୁଥିବା କାର୍ଯ୍ୟକୁ ଅଧିଗ୍ରହଣ କରି ରିଜର୍ଭ ବ୍ୟାଙ୍କ ଏହାର ଯାତ୍ରା ଆରମ୍ଭ କରିଥିଲା। ଏହାର କାର୍ଯ୍ୟାଳୟ ପାକିସ୍ତାନ ଓ ମ୍ୟାମାର (ପୂର୍ବର ବର୍ମା)ରେ ମଧ୍ୟ ଥିଲା।

11:23 AM

ପତ୍ନୀ, ଦୁଇ ଛୁଆଙ୍କୁ ହତ୍ୟା କଲା ନରହନ୍ତା ସ୍ୱାମୀ
Odisha News Live Updaes:
ଦୁଇ ଛୁଆ ଓ ପତ୍ନୀକୁ ହତ୍ୟା କରି ତିନି ରାତି ମୃତଦେହ ସହ ରହିଲା ଅଭିଯୁକ୍ତ। ଏପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ। ଜଣେ ୩୨ ବର୍ଷୀୟ ବ୍ୟକ୍ତି ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିବା ସମୟରେ ଦୁଇ ପିଲା ଦେଖିଦେବାରୁ ସେମାନଙ୍କୁ ମଧ୍ୟ ଜୀବନରୁ ମାରି ଦେଇଛି। ପୁଲିସର କହିବା ଅନୁସାରେ, ଅଭିଯୁକ୍ତ ରାମ ଲଗନ (୩୨) ଜ୍ୟୋତି(୩୦)ଙ୍କୁ ୭ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କର ପାୟଲ (୬) ଏବଂ ଆନନ୍ଦ (୩) ନାମକ ଦୁଇଟି ପିଲା ମଧ୍ୟ ଥିଲେ। ହେଲେ ରାମ ଲଗନ ସର୍ବଦା ପତ୍ନୀଙ୍କର ପରକୀୟା ପ୍ରୀତି ଥିବା ସନ୍ଦେହ କରୁଥିଲେ। ଏହାକୁ ନେଇ ଜ୍ୟୋତି ଫୋନରେ କଥା ହେବା ସମୟରେ ତାଙ୍କୁ ଜେରା କରୁଥିଲେ। 

11:14 AM

ପରିବା ବ୍ୟବସାୟୀଙ୍କୁ ପିଟିଲା କାର
Odisha News live Updates:
ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସୁବଳିଆ ଛକ ନିକଟରେ ଆଜି ସକାଳେ କାର ଧକ୍କାରେ ଜଣେ ପରିବା ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବସନ୍ତ ଦାସ। ତାଙ୍କ ଘର ସୁବଳିଆ ଗାଁରେ। କାର୍‌ଟି ଭୁବନେଶ୍ୱରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ସୁବଳିଆ ଛକ ନିକଟରେ ସାଇକେଲରେ ଯାଉଥିବା ବସନ୍ତ ଦାସଙ୍କୁ ଧକ୍କା ଦେଇଥିଲା। ଏହା ପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା। 

10:59 AM

ରାଜ୍ୟରେ ବଦଳିବ ପାଣିପାଗ ! ପଶ୍ଚିମା ଝଡ଼ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 

Weather Update: ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଗଲେଣୀ ରାଜ୍ୟବାସୀ।  ରାଜ୍ୟରେ ଘୂର୍ଣ୍ଣିବଳୟ ଓ କାଳବୈଶାଖି ସକ୍ରିୟ ରହିଛି।  ରବିବାର ରାଜ୍ୟରେ ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ଦିନ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଥିଲା। ଯାହା ଫଳରେ ରାଜ୍ୟବାସୀ ଅସଦ୍ୟ ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇଥିଲେ।  ଆଗାମୀ ୨୪ ଘଣ୍ଟା ରାଜ୍ୟରେ ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ୨ ଦିନ ମଧ୍ୟରେ ତାପମାତ୍ରା ପୁଣି ୪ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। କିନ୍ତୁ ମେଘୁଆ ପାଗ ଯୋଗୁଁ ରବିବାର ତାତିରୁ ସାମାନ୍ୟ ତ୍ରାହି ମିଳିଛି। ପ୍ରବଳ ତାତି ନେଇ ୫ ଜିଲ୍ଲାକୁ ଆସନ୍ତାକାଲି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ସୋନପୁର, ବୌଦ୍ଧ, ବଲାଙ୍ଗୀର,କଳାହାଣ୍ତି ଓ ମାଲକାନଗିରି। ସେହିପରି ୩ ତାରିଖ ପାଇଁ  ୭ ଜିଲ୍ଲା ଓ ୪ ତାରିଖ ପାଇଁ ୯ ଜିଲ୍ଲାକୁ ଉଷ୍ମ ତାତି ପାଇଁ ସତର୍କ କରାଯାଇଛି। ସେହିପରି ୬ ତାରିଖ ବେଳକୁ ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନ ଗୁଡି଼କରେ ବର୍ଷା ହେବାର ସମ୍ଭାବନା ରହିଛି। 

10:37 AM

ଲାଲୁ ଯାଦବଙ୍କ ଝିଅ ଲଢିବେ ନିର୍ବାଚନ

Odisha News Live Updates: ମିସା ଭାରତୀ ଏବଂ ତେଜସ୍ୱୀ ଯାଦବଙ୍କ ପରେ ଏବେ ରୋହିଣୀ ମଧ୍ୟ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ରୋହିଣୀ ସରଣ ଆସନରୁ ନିର୍ବାଚନ ଲଢିପାରନ୍ତି। ସରଣ ଲାଲୁ ପରିବାରର ପାରମ୍ପାରିକ ଆସନ ରହି ଆସିଛି। ସୋନପୁରର ହରିହରନାଥ ମନ୍ଦିରରେ ପ୍ରାର୍ଥନା କରିବା ପରେ ମଙ୍ଗଳବାର ଲାଲୁଙ୍କ ଝିଅ ରୋହିଣୀଙ୍କ ଏକ ରୋଡ୍ ସୋ ହେବ। ଆସନ୍ତାକାଲି ସରନ ଲୋକସଭା ନିର୍ବାଚନମଣ୍ଡଳୀରେ ରୋହିଣୀଙ୍କ ଜନସମ୍ପର୍କ ଅଭିଯାନ ଆରମ୍ଭ ହେବ। ରୋହିଣୀଙ୍କ ସହ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିବ।

10:15 AM

ଘର ଭିତରେ ଚିତା

Odisha News Live Updates: ଆଜି ସକାଳେ ପ୍ରାୟ ୬.୧୫ ସମୟରେ ଜଗତ୍ପୁର ଗାଁର ଆଦର୍ଶ ନଗର ଅଞ୍ଚଳର ଗଳି ନମ୍ବର ୩ରେ ଏକ ଚିତାବାଘ ପଶି ଆସିଥିଲା। ବାଘକୁ ଉଦ୍ଧାର କରିବା ପାଇଁ ୫ଟି ଅଗ୍ନିଶମ ବିଭାଗର ଗାଡ଼ି ଓ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ ଅଧିକାରୀଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା। କିନ୍ତୁ ସେତେବେଳକୁ ଚିତାବାଘ ଆକ୍ରମଣ କରି ୫ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ମହେନ୍ଦ୍ର, ଆକାଶ ଏବଂ ରାମପାଲ ଅଛନ୍ତି। ସମସ୍ତେ ଜଗତ୍ପୁର ଗାଁର ବାସିନ୍ଦା। ଜଙ୍ଗଲ ବିଭାଗର ଲୋକମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଗ୍ରାମବାସୀମାନେ ଏକ କୋଠରୀ ଭିତରେ ଚିତାବାଘକୁ ତାଲା ପକାଇ ଦେଇଛନ୍ତି। ବର୍ତ୍ତମାନ ଚିତାବାଘକୁ ଉଦ୍ଧାର କରିବା ପାଇଁ ଅପରେସନ୍ ଚାଲିଛି।

10:02 AM

ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
Odisha News Live Updates:
୮୯ତମ ଉତ୍କଳ ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

 

 

 

09:47 AM

କେଜ୍ରିୱାଲଙ୍କ ସରୁଛି ରିମାଣ୍ଡ
Odisha News Live Updates:
  ଆଜି ଶେଷ ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହେପାଜତ ଅବଧି। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହେପାଜତରେ ଥିବା ବେଳେ ଆଜି ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯିବ। ଆଜି ହାଜର କରିବା ସମୟରେ ଇଡି ଅଧିକ ରିମାଣ୍ଡ ମାଗିବ ନାହିଁ। ଏଭଳି ପରିସ୍ଥିତିରେ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲକୁ ପଠାଯିବ ବୋଲି ଚର୍ଚ୍ଚା ହେଉଛି। ଗତ ଶୁଣାଣିରେ ଇଡି କେଜ୍ରିୱାଲଙ୍କୁ ସାତ ଦିନ ପାଇଁ ହେପାଜତକୁ ନେବାକୁ ଅନୁରୋଧ କରିଥିଲେ ମଧ୍ୟ କୋର୍ଟ ୫ଦିନ ଅର୍ଥାତ ଏପ୍ରିଲ ୧ ତାରିଖ ଯାଏ ହେପାଜତକୁ ନେବାକୁ ଅନୁମତି ଦେଇଥିଲେ। ଆଜି ସକାଳ ୧୧ଟା ସମୟରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି।

09:31 AM

ପ୍ରବଳ ବର୍ଷା ହେତୁ ଭୁଶୁଡ଼ି ଗଲା ବିମାନବନ୍ଦର ଛାତ
Odisha News Live Updates:
ଆସାମର ଗୌହ୍ବାଟୀରେ ଥିବା ଲୋକପ୍ରିୟ ଗୋପୀନାଥ ବୋରଦଲାଇ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଛାତର ଏକ ଅଂଶ ରବିବାର ଦିନ ଖସିପଡ଼ିଛି। ଝଡ଼ତୋଫାନ ଓ ବର୍ଷା ହେତୁ ଛାତ ଖସିବା ପରେ ବିମାନବନ୍ଦରରେ ପାଣି ଜମି ଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଛାତର ଏକ ଅଂଶ ଭୁଶୁଡ଼ିବ ବିମାନବନ୍ଦରର କର୍ତ୍ତୃପକ୍ଷ କାର୍ଯ୍ୟ ବନ୍ଦ କରି ୬ଟି ବିମାନକୁ ଅନ୍ୟ ଗନ୍ତବ୍ୟସ୍ଥଳକୁ ପଠାଇ ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣାର ଏକ ଭିଡିଓରେ ଦର୍ଶାଯାଇଛି ଯେ ଛାତର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡିଛି, ଯାତ୍ରୀ ଏବଂ ବିମାନବନ୍ଦର ‌ଦୌଡ଼ାଦୌଡ଼ି କରୁଛନ୍ତି।
 

09:15 AM

ମାଲକାନଗିରି ସବୁଠୁ ଉତ୍ତପ୍ତ
Odisha News Live Updates:
ମାର୍ଚ୍ଚ ଶେଷ ହେଉ ହେଉ ଖରାରେ ଜଳିଲାଣି ପୂରା ରାଜ୍ୟ । ପ୍ରାୟ ସବୁ ସ୍ଥାନର ତାପମାତ୍ରା ବଢ଼ି ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯ ଦଶମିକ ୭ ଡିଗ୍ରୀ ସେଣ୍ଟିଗ୍ରେଡ୍ ରେକର୍ଡ କରାଯାଇଥିଲା । ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ରାୟଗଡ଼ା ଓ ଝାରସୁଗୁଡ଼ାରେ ୩୮.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ବଲାଙ୍ଗିର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ଥିଲା ୩୮ ଡିଗ୍ରୀ । ଭୁବନେଶ୍ୱରରେ ଗତକାଲି ତାପମାତ୍ରା ଥିଲା ୩୫.୨ଡିଗ୍ରୀ । ଆଗାମୀ ୩ରୁ ୪ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ୩୮ରୁ ୪୦ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ୩୬ ରୁ ୩୮ ଡିଗ୍ରୀ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

09:00 AM

ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Odisha News Live Updates:
୮୯ତମ  ଉତ୍କଳ ଦିବସ ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି,  ଓଡ଼ିଶାର ସମସ୍ତ ଭାଇ ଭଉଣୀ ତଥା ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରତ୍ୟେକ ଓଡ଼ିଆଙ୍କୁ ‘ଉତ୍କଳ ଦିବସ’ର ହାର୍ଦ୍ଦିକ ଶୁଭକାମନା।

 

08:45 AM

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
Odisha News Live updates:
ଆଜି ଚୈତ୍ର କୃଷ୍ଣ ପକ୍ଷ ସପ୍ତମୀ ତିଥି । ଆଜିର ଏହି ତିଥି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ଅର୍ଥାତ୍ ସନ୍ଧ୍ୟା ୬ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରର ବିଭିନ୍ନ ପରମ୍ପରା ମଧ୍ୟରୁ ଶ୍ରୀଜିଉଙ୍କ ଖସାପଡା ନୀତି ଅନ୍ୟତମ । ଏହା ଏକ ଗୁପ୍ତ ନୀତି ହେଇଥିବାରୁ ଏହି ସମୟରେ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ ।

08:30 AM

ବିଜେଡ଼ି ନେତାଙ୍କ ଶିକ୍ଷାନୁଷ୍ଠାନରେ IT ଚଢାଉ

Odisha News Live updates: ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢ଼ାଉ। ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ରେଡ୍ କରୁଛି ଆଇଟି। ଗତବର୍ଷ ମଧ୍ୟ ତାଙ୍କ ଶିକ୍ଷାନୁଷ୍ଠାନରେ ହୋଇଥିଲା ଚଢ଼ାଉ। ଭୁବନେଶ୍ୱରସ୍ଥିତ ତାଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ଚାଲିଥିବା ସୂଚନା ମିଳିଛି। ତେବେ ଏନେଇ ସୁବ୍ରତ ଛାଟୋଇଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଭୋର ୪ ଟାରୁ ଏହି ରେଡ ଆରମ୍ଭ ହୋଇଛି। ତେବେ କେତୋଟି ଟିମ ଏହି ରେଡରେ ସାମିଲ ଅଛନ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏକା ସାଙ୍ଗରେ ତାଙ୍କର ଘର ଓ ବ୍ୟବସାୟିକ ପ୍ରତିଷ୍ଠାନୱରେ ରେଡ ଚାଲିଛି। ଗତବର୍ଷ ମେ ମାସରେ ମଧ୍ୟ ସମାନ ତରିକାରେ ଉକ୍ତ କୋଚିଂ ସେଣ୍ଚରରେ GST ରେଡ ହୋଇଥିଲା।

08:20 AM

ପଶ୍ଚିମବଙ୍ଗର ତାଣ୍ଡବ, ୪ ମୃତ
କୋଲକାତା:
ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି କାଳବୈଶାଖୀ। ରାଜ୍ୟର ଅନେକ ସ୍ଥାନରେ ଝଡବର୍ଷା କାରଣରୁ ବିପର୍ଯ୍ୟସ୍ତ ହୋଇପଡିଛି। ହଠାତ୍ ଝଡ଼ ଯୋଗୁଁ ଜଲପାଇଗୁଡ଼ିର ସ୍ଥିତି ବିଗିଡ଼ି ଯାଇଛି। କାଳବୈଶାଖିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କ ସହ କଥା ହେବା ପରେ ରିଲିଫ କାର୍ଯ୍ୟର ତଦାରଖ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଜିଲ୍ଲା ମୁଖ୍ୟ ସହରର ଅଧିକାଂଶ ଅଞ୍ଚଳରେ ଏବଂ ପଡୋଶୀ ମୈନିଗୁଡ଼ୀର ଅଧିକାଂଶ ଅଞ୍ଚଳରେ କୁଆପଥର ମାଡ ସହିତ ବହୁ ଚାଳ ଛପର ଘର ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ବଡ଼ ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ି ଯାତାୟତରେ ବାଧା ସୃଷ୍ଟି ହୋଇଛି। ପ୍ରବଳ ପବନରେ ବିଦ୍ୟୁତ୍ ଖୁଣ୍ଟ ଗୁଡ଼ି ଉପୁଡ଼ି ପଡ଼ିଥିବା ସୂଚନା ରହିଛି। ସେ କହିଛନ୍ତି ଯେ ବାତ୍ୟା ଯୋଗୁଁ ରାଜାରହାଟ, ବର୍ଣ୍ଣିଶ, ବକାଲି, ଜୋରପାକଡ଼ି, ମାଧବଡଙ୍ଗା ଏବଂ ସପ୍ତିବାରୀ ଅଧିକ ପ୍ରଭାବିତ ହୋଇଛନ୍ତି ଏବଂ ଅନେକ ଏକର ଅଞ୍ଚଳରେ ଚାଷ ହୋଇଥିବା ଫସଲ ନଷ୍ଟ ହୋଇଯାଇଛି।

08:00 AM

ପଢିନିଅନ୍ତୁ ସକାଳର 10ଟି ବଡ଼ ଖବର। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...

07:45 AM

୩୨ଟଙ୍କ ପର୍ଯ୍ୟନ୍ତ ଶସ୍ତା ହେଲା ରନ୍ଧନ ଗ୍ୟାସ
Odisha news live updates:
ନୂଆ ଆର୍ଥିକ ବର୍ଷ ଆରମ୍ଭରେ ସିଲିଣ୍ଡର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ତୈଳ କମ୍ପାନୀଗୁଡିକ ଏପ୍ରିଲ ୧ରେ ସିଲିଣ୍ଡର ମୂଲ୍ୟ ହ୍ରାସ କରିଛନ୍ତି, ଯାହା ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। ଏଲପିଜି ସିଲିଣ୍ଡରର ଦର ୩୨ ଟଙ୍କାକୁ ହ୍ରାସ କରାଯାଇଛି। ତେବେ ନୂଆ ଦର ଅନୁଯାୟୀ ତୈଳ କମ୍ପାନୀ ଗୁଡ଼ିକ ବ୍ୟବସାୟିକ ସିଲିଣ୍ଡର ଦରରେ ହ୍ରାସ କରିଛନ୍ତି। କିନ୍ତୁ ଘରୋଇ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡିଛି। ପଢନ୍ତୁ ପୂରା ରିପୋର୍ଟ...

07:35 AM

Utkal Divas: ଆଜି ଉତ୍କଳ ଦିବସ, ଏହି ଦିନ ଓଡିଶା ପାଇଥିଲା ଭାଷାଭିତ୍ତିକ ରାଜ୍ୟ ମାନ୍ୟତା
Odisha news live updates:
ଆଜି ଉତ୍କଳ ଦିବସ। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ। ୧୯୩୬ ମସିହା, ଏପ୍ରିଲ ୧ ତାରିଖରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ମାନ୍ୟତା ପାଇଥିଲା। ଏହାରି ଭିତରେ ୮୮ ବର୍ଷ ବିତିସାରିଛି। ଆଜିର ଦିନରେ ହିଁ ଓଡିଶା ପାଇଥିଲା ନିଜର ସ୍ୱତନ୍ତ୍ର ପରିଚୟ। ପୂର୍ବରୁ ବିହାରର ଏକ ଅଂଶ ହୋଇ ରହିଥିବା ବେଳେ ୧୯୩୬ ମସିହା ଏପ୍ରିଲ ୧ରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହୋଇଥିଲା ଓଡିଶା। ତେବେ ସେହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ। ତେଣୁ ଏହାକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ। ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି। ପଢନ୍ତୁ ପୂରା ରିପୋର୍ଟ...

07:28 AM

ଏହି ସବୁ ରାଶିଙ୍କୁ ରହିଛି ଅକସ୍ମାତ୍ ଧନପ୍ରାପ୍ତିର ଯୋଗ
Odisha news live updates:
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୧ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ। ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ପୂରା ରିପୋର୍ଟ...

07:27 AM

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।