Odisha news live Updates: ପ୍ରକାଶ ପାଇଲା ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା
Advertisement

Odisha news live Updates: ପ୍ରକାଶ ପାଇଲା ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା

Odisha news live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡ

Odisha news live Updates: ପ୍ରକାଶ ପାଇଲା ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା
LIVE Blog

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

03 April 2024
22:28 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

ପଢନ୍ତୁ ପୁରା ଖବର 

 

20:22 PM

କିଏ ଏହି କେ. ସୁରେନ୍ଦ୍ରନ୍; ଯିଏ ରାହୁଲ ଗାନ୍ଧୀଙ୍କୁ ୱାୟନାଡ଼ ଆସନରେ ଦେବେ ଟକ୍କର
୨୦୧୯ ପରେ ୨୦୨୪ ଲୋକସଭା ନିର୍ବାଚନରେ କେରଳ ୱାୟନାଡ଼ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବୁଧବାର ରାହୁଲ ଗାନ୍ଧୀ ତାଙ୍କର ନାମାଙ୍କନ ଦାଖଲ କରିବା ନିର୍ବାଚନ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି। ଏହି ନିର୍ବାଚନ ଯୁଦ୍ଧରେ ବିଜେପି ୱାୟନାଡ଼ ଆସନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ କେରଳ ଶାଖା ସଭାପତି କେ.ସୁରେନ୍ଦ୍ରନଙ୍କୁ ଦଳୀୟ ପ୍ରାର୍ଥୀ କରିଛି। ବିଜେପି ଏହାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିବା ବେଳେ କେ.ସୁରେନ୍ଦ୍ରନଙ୍କ ନାମ ଘୋଷଣା କରିଥିଲା।

ପଢନ୍ତୁ ପୁରା ଖବର

19:21 PM

RRB Technician Jobs 2024: ଦଶମ ପାସ୍ ଯୁବ ବର୍ଗଙ୍କ ପାଇଁ ରେଳବାଇରେ ଚାକିରି କରିବାକୁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଟେକ୍ନିସିଆନ ପଦବୀରେ ନିଯୁକ୍ତି ପାଇଁ ଭାରତୀୟ ରେଳ ବିଜ୍ଞପ୍ତି ଜାରି କରିଛି। ଚାକିରି ପାଇବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ୮ ଏପ୍ରିଲ ମଧ୍ୟରେ ଆବେଦନ କରିପାରିବେ। ପଢ଼ନ୍ତୁ ପୂରା ଖବର...

18:40 PM

ବିଜେଡ଼ି ସାଂସଦ ପ୍ରାର୍ଥୀ?
ବଲାଙ୍ଗୀର-ସୁରେନ୍ଦ୍ର ସିଂହ ଭୋଇ
ଭଦ୍ରକ-ମଞ୍ଜୁଳତା ମଣ୍ଡଳ
ବରଗଡ଼-ପରିଣିତା ମିଶ୍ର
ବ୍ରହ୍ମପୁର-ଭୃଗୁ ବକ୍ସି ପାତ୍ର
କେଉଁଝର- ଧନୁର୍ଜୟ ସିଦ୍ଧୁ

 

 

 

18:35 PM

BJD Candidates List For Lok Sabha Elections 2024: ଏଠାରେ ଦେଖନ୍ତୁ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା

 

 

18:35 PM

ବିଜେଡ଼ି ବିଧାୟକ ପ୍ରାର୍ଥୀ?

  • ଫୁଲବାଣୀ-ଜୟଶ୍ରୀ କହଁର 
  • ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା
  • ତିର୍ତ୍ତୋଲ-ରମାକାନ୍ତ ଭୋଇ
  • ଜଗତସିଂହପୁର-ପ୍ରଶାନ୍ତ କୁମାର ମୁଦୁଲି
  • ଭୁବନେଶ୍ୱର ଉତ୍ତର-ସୁଶାନ୍ତ କୁମାର ରାଉତ
  • ଭୁବନେଶ୍ୱର ଏକାମ୍ର-ଅଶୋକ ଚନ୍ଦ୍ର ପଣ୍ଡା
  • ଖଲ୍ଲିକୋଟ-ସୂର୍ଯ୍ୟମଣି ବୈଦ୍ୟ
  • ଆସ୍କା-ମଞ୍ଜୁଳା ସ୍ୱାଇଁ
  • ବ୍ରହ୍ମପୁର-ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ
  • ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ
  • ମୋହନ-ଅର୍ନ୍ତଯ୍ୟାମୀ ଗମାଙ୍ଗୋ
  • ପଟାଙ୍ଗୀ-ପ୍ରଫୁଲ୍ଲ କୁମାର ପାଙ୍ଗୀ

 

18:27 PM

ବିଜେଡ଼ି ବିଧାୟକ ପ୍ରାର୍ଥୀ?

  • ବାରିପଦା-ସାନନ୍ଦ ମାରାଣ୍ଡି
  • ବଡ଼ସାହି-ଅନୁସୂୟା ପାତ୍ର 
  • ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ
  • ସୋର-ମାଧବ ଧଡ଼ା
  • ଆଠମଲ୍ଲିକ-ନଳିନୀକାନ୍ତ ପ୍ରଧାନ
  • ବୀରମହାରାଜପୁର-ପଦ୍ନନାଭ ବେହେରା
  • ଖରିଆର ରୋଡ-ଅଧିରାଜ ମୋହନ ପାଣିଗ୍ରାହୀ
18:19 PM

ବାକି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡ଼ି;  ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ?

ବ୍ରଜରାଜନଗର-ଅଳକା ମହାନ୍ତି
ଝାରସୁଗୁଡ଼ା-ଦୀପାଳି ଦାସ
ତଳସରା-ବିନୟ କୁମାର ଟପୋ
ସୁନ୍ଦରଗଡ଼-ଯୋଗେଶ ସିଂହ
ରାଜଗାଙ୍ଗପୁର-ଅନିଲ ବରୱା
ବଣାଇ-ଭୀମସେନ ଚୌଧୁରୀ
ଯଶୀପୁର-ଚକ୍ରଧର ହେମ୍ବ୍ରମ୍
ଉଦଳା-ଶ୍ରୀନାଥ ସୋରେନ

17:57 PM

ଗୋଟିଏ ଆସନରେ ଲଢୁଛନ୍ତି ୨ ପନୀର ସେଲଭମ; କିଏ ମାରିବ ବାଜି?
୨୦୨୪ ଲୋକସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଦେଶର ରାଜନୀତି। ବିଭିନ୍ନ ଆସନରୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ନାମାଙ୍କନ ଭରିବା ସହ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି।  ଅନ୍ୟପକ୍ଷରେ ଜନତା ସେମାନଙ୍କ ସାଂସଦଙ୍କୁ ନିର୍ବାଚିତ କରିବାକୁ ଯାଉଛନ୍ତି। ହେଲେ ଏବେ ତାମିଲନାଡୁ ରାମନାଥପୁରମ୍ ଲୋକସଭା ଆସନରେ ମତଦାତାଙ୍କ ମଧ୍ୟରେ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। 

ପଢନ୍ତୁ ପୁରା ଖବର

 

17:25 PM

Odisha News Live Updates: ବିଜେଡି ମିଶ୍ରଣ ପର୍ବ
ବରଗଡ଼ି ଜିଲ୍ଲାର ବିଜେପି ନେତା ସୁଶାନ୍ତ ମିଶ୍ର ଓ ପାରମିତା ମିଶ୍ର ବିଜେଡିରେ ହେଲେ ସାମିଲ ।

16:36 PM

Odisha News Live Updates: ବିଜେଡି ମିଶ୍ରଣ ପର୍ବ
ଆଜି ଅପରାହ୍ନ ୪.୪୫ ରେ ବିଜେଡି ଏକ ମିଶ୍ରଣ ପର୍ବ ଆୟୋଜନ କରିବାକୁ ଯାଉଛି। ଯେଉଁଥିରେ କିଛି ବରିଷ୍ଠ ନେତା ବିଜେଡ଼ି ସାମିଲ ହେବାର କାର୍ଯ୍ୟସୂଚି ରହିଛି। ଏହି ସୂଚନା ବିଜେଡିର ମିଡିଆ ସେଲ୍ ଦ୍ୱାରା ଦିଆଯାଇଛି। ଏହା ମଧ୍ୟ କହିରଖୁଛୁ ଯେ ଆଜି ମଧ୍ୟ ଦଳ ରାଜ୍ୟର ଅବଶିଷ୍ଠ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି। 

16:32 PM

 

କିଏ ସେହି ଲୋକ? ଯାହା ପାଖରେ ରହିଛି ୮୨୦୨ କୋଟିର ୨୦୦୦ ଟଙ୍କିଆ ନୋଟ
ଆରମ୍ଭ ହୋଇସାରିଛି ୨୦୨୪ ଆର୍ଥିକ ବର୍ଷ। ନୂତନ ଆର୍ଥିକ ବର୍ଷ ଅବସରରେ ୨୦୦୦ ଟଙ୍କିଆ ନୋଟ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ମିଳିଛି ଏକ ବଡ଼ ଖବର। ଗତ ବର୍ଷ ମେ ୧୯ ତାରିଖରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନରୁ ହଟାଇ ଦେଇଥିଲା ଆରବିଆଇ। ପ୍ରାୟ ୧୧ ମାସ ପ୍ରଚଳନରୁ ବାହାରିବା ପରେ ମଧ୍ୟ ହଜାର ହଜାର କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ବଜାରରେ ମହଜୁଦ ରହିଥିବାର କୁହାଯାଉଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଫେରସ୍ତ ହୋଇନାହିଁ। ଏନେଇ ଦେଶର ସର୍ବୋଚ୍ଚ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଏବେ ମଧ୍ୟ ଲୋକଙ୍କ ପାଖରେ ୮୨୦୨ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ରହିଛି।

ପଢନ୍ତୁ ପୁରା ଖବର

 

13:58 PM

Odisha News Live Updates: ଗୁରୁତର ଅଭିଯୋଗ ଆଣିଲେ ଶିଶିର ଗମାଙ୍ଗ
କଂଗ୍ରେସ ପକ୍ଷରୁ ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗ କହିଛନ୍ତି କଂଗ୍ରେସକୁ ହରାଇବା ପାଇଁ ଭିତିରିଆ ଡିଲ୍ ଚାଲିଛି। ତେଣୁ ମୋ ପରିବାରର କାହାକୁ ଟିକେଟ ଦିଆଯାଇ ନାହିଁ। ଅପରପକ୍ଷରେ ଭୁଜବଳ ମାଝୀଙ୍କ ପରିବାରକୁ ଏକାଧିକ ଟିକେଟ ମିଳିଛି। ଏହା ମତେ ଆଘାତ ଦେଇଛି।

13:42 PM

Odisha News Live Updates: ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ
କେରଳର ୱାୟନାଡ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏହି ସମୟରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ଥିଲେ। ତେବେ ନାମାନଙ୍କର ଭରିବା ପୂର୍ବରୁ ଏକ ବିଶାଳ ରୋଡ ସୋ କରିଥିଲେ ରାହୁଲ। ଯେଉଁଥିରେ ବହୁ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା। ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ ପାଖାପାଖି ୫ ଲକ୍ଷ ଭୋଟ୍‌‌ ବ୍ୟବଧାନରେ ଏଠାରେ ବଡ ବିଜୟ ହାସଲ କରିଥିଲେ। ଏହି ଆସନରୁ ଏବେ ସାଂସଦ ମଧ୍ୟ ଅଛନ୍ତି ରାହୁଲ। ତେବେ ଚଳିତ ନିର୍ବାଚନରେ ୱାୟନାଡ଼ ଆସନରେ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଅଛନ୍ତି ସାଧାରଣ ସମ୍ପାଦକ ଡି. ରାଜାଙ୍କ ପତ୍ନୀ ଆନି ରାଜା।

13:20 PM

Odisha News Live Updates: ବିଜେଡିରେ ଯୋଗ ଦେଲେ ଭୃଗୁ ବକ୍ସି ପାତ୍ର

ଭୁବନେଶ୍ୱର: ବିଜେଡ଼ିରେ ଯୋଗଦେଲେ ଭୃଗୁବକ୍ସି ପାତ୍ର। ଆଜି ସକାଳେ ସେ ବିଜେପିରୁ ଯୋଗ ଦେଇଥିଲେ। ଭୃଗୁଙ୍କ ସହିତ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ମଧ୍ୟ ବିଜେଡ଼ିରେ ମିଶିଛନ୍ତି। ସେ ମଧ୍ୟ ନିକଟରେ ବିଜେପିରୁ ଇସ୍ତଫା ଦେଇଥିଲେ। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବରେ ଦୁଇ ବଡ଼ ନେତା ବିଜେଡିରେ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା, ଅଂଶୁମାନ ମହାନ୍ତି, ବିଧାୟକ ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ। 

12:59 PM

Odisha News Live Updates: ଶକ୍ତି ଦେଖାଇଲେ ବିଧାୟକ ଅନନ୍ତ
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ମଧ୍ୟ ଭୁବନେଶ୍ୱର ବିଧାନସଭା ଆସନକୁ ନେଇ ବିବାଦ ଦେଖା ଦେଇଛି। ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇ ନ ଥିବା ବେଳେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଅମରେଶ ଜେନାଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଅମରେଶଙ୍କୁ ରୁଦ୍ର ସାମନ୍ତରାୟ ସମର୍ଥନ କରୁଥିବା ଚର୍ଚ୍ଚା ହେଉଛି। ଏପରିସ୍ଥଳେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଶହ ଶହ ସମର୍ଥକଙ୍କ ସହ ସେ ନବୀନ ନିବାସରେ ପହଞ୍ଚିଥିବାବେଳେ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଆସିଥିବା ଗଣମାଧ୍ୟମକୁ କହିଛନ୍ତି ଅମରେଶ ଜେନା ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଲବି କରୁଛନ୍ତି । ତେବେ ଗୋଷ୍ଠୀ କନ୍ଦଳ କାରଣରୁ ବିଜେଡି ଏହି ଆସନ ପାଇଁପ୍ରାର୍ଥୀ ଘୋଷଣା ଏପର୍ଯ୍ୟନ୍ତ କରି ନାହିଁ।

12:46 PM

Odisha News Live Updates: ମାଲକାନଗିରିରେ ଯବାନଙ୍କୁ ବଡ଼ ସଫଳତା
ମାଲକାନଗିରିରେ ଯବାନଙ୍କୁ ବଡ଼ ସଫଳତା। ଓଡ଼ିଶା-ଆନ୍ଧ୍ର ସୀମାରୁ ମାଓ କ୍ୟାମ୍ପ ଠାବ ସହ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛନ୍ତି ଡିଭିଏଫ୍ ଯବାନ। ଗୁଇନ୍ଦା ସୂଚନା ମିଳିବା ପରେ କାଲିମେଳା ଥାନା ଦୟାଲତୁଙ୍ଗ ଜଙ୍ଗଲରେ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ। ଏହି ସମୟରେ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଥିଲେ ଯବାନ। ଏହି କ୍ୟାମ୍ପରୁ ୧୨ଟି ଲ୍ୟାଣ୍ଡମାଇନ୍ ସହ ୧୯୦ଟି ଜିଲୋଟିନ ଷ୍ଟିକ୍ ଓ ବିପୁଳ ପରିମାରଣର ବିସ୍ଫୋରକ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ଯବାନଙ୍କୁ ଦେଖି କ୍ୟାମ୍ପ ଛାଡି ଫେରାର ହୋଇଯାଇଛନ୍ତି ମାଓବାଦୀ।

12:29 PM

ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଉପାସନା 
Odisha News: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏନେଇ ସରଗରମ ରାଜ୍ୟ ରାଜନୀତି। ପୁରୀ ବ୍ରହ୍ମଗିରିରୁ  ସ୍ବର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ବିଜେପିରୁ ଟିକେଟ୍ ପାଇଛନ୍ତି । ଟିକେଟ୍ ପାଇବା ପରେ ସେ ନେଇ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ସାନିଧ୍ୟ ନେବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରି ଆଶୀର୍ବାଦ ନେଇଛନ୍ତି ଉପାସନା । ଏନେଇ ଉପାସନା ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ ବୈତରଣୀ ପାର କରିବା ପାଇଁ ମହାପ୍ରଭୁଙ୍କ ପାଖରେ ହାତ ଟେକି ଦେବା ସହ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିଛି ବୋଲି କହିଛନ୍ତି ଉପାସନା। ପ୍ରତିଦ୍ବନ୍ଦୀ କେତେ ଶକ୍ତିଶାଳୀ, କଣ କରୁଛନ୍ତି ସେ ବିଷୟରେ ଭାବିବା ଅପେକ୍ଷା ବ୍ରହ୍ମଗିରି ଲୋକଙ୍କ ସେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଉପାସନା। ସେପଟେ ଦଳୀୟ ନେତୃତ୍ଵଙ୍କୁ ଧନ୍ୟବାଦ୍ ଦେବାସହ ହାତ ଧରି ଦଳକୁ ନେଇ ଆସିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଧନ୍ୟବାଦ୍ ଅର୍ପଣ କରିଛନ୍ତି । ଜଣେ ଶିକ୍ଷିତ ନାଗରିକ ଭାବରେ ପ୍ରଶାସନ ଓ ସରକାରଙ୍କ ଭିତରେ ସେତୁ ଭଳି କାମ କରିବାକୁ ସଂକଳ୍ପ ବଦ୍ଧ ରହିଛି ଏବଂ ଦଳୀୟ ନେତୃତ୍ଵ ସେଇ ଭଳି ପ୍ରଶିକ୍ଷିତ କରେଇଛନ୍ତି ବୋଲି ଉପାସନା କହିଛନ୍ତି । ଚଳିଚ ନିର୍ବାଚନରେ ସେ ଜୟଯୁକ୍ତ ହେବା ପରେ ମାଆ ମାଟି ପାଇଁ କାମ କରିବେ ବୋଲି କହିଛନ୍ତି। 

 

11:52 AM

Odisha News Live Updates: ନାତିଙ୍କୁ ଲକ୍ଷପତି କରିଦେଲା ଜେଜେଙ୍କ ୫୦୦ ଟଙ୍କା
ନାତିଙ୍କୁ ଲକ୍ଷପତି କରିଦେଲା ଜେଜେଙ୍କ ୫୦୦ ଟଙ୍କା । ୧୯୯୪ ମସିହାରେ ୫୦୦ ଟଙ୍କାରେ ଏସବିଆଇର ଅଂଶଧନ ତଥା ସେୟାର କଣିଥିଲେ ଜେଜେ । ପ୍ରତି ସେୟାରର ମୂଲ୍ୟ ୧୦ ଟଙ୍କା ଲେଖାଏଁ ଥିବା ବେଳେ ୫୦ ଟି ସେୟାର କିଣିଥିଲେ ଜେଜେ । ପରେ ଏ ସମ୍ପର୍କରେ ଭୁଲିଯାଇଥିଲେ ଜେଜେ । ନାତି ତଥା ଚଣ୍ଡିଗଡ଼ର ଶିଶୁ ରୋଗ ବିଶେଷଞ୍ଜ ଡାକ୍ତର ତନ୍ମୟ ମୋତିୱାଲା ଏବେ ଘରେ ପୁରୁଣା କାଗଜପତ୍ର ଖେଳାଉଥିବା ବେଳେ ଜେଜେ କିଣିଥିବା ଏସବିଆଇ ସେୟାର ପାଇଥିଲେ । ଯାହାର ମୂଲ୍ୟ ଏବେ ୩ ଲକ୍ଷ ୭୫ ହଜାର ଛୁଇଁଛି । ଦେଖିବାକୁ ଗଲେ ୩୦ ବର୍ଷ ମଧ୍ୟରେ ସେହି ୫୦୦ ଟଙ୍କାର ସେୟାରର ୭୫୦ ଗୁଣା ବୃଦ୍ଧିପାଇ ୩ ଲକ୍ଷ ୭୫ ହଜାର ଟଙ୍କା ଛୁଇଁଛି । ଉକ୍ତ ଏସବିଆଇ ସେୟାର ଫଟୋ ଡାକ୍ତର ତନ୍ମୟ ମୋତିୱାଲା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

11:37 AM

Odisha News Live Updates: ଟଙ୍କା ହଡ଼ପ କରି ହଟହଟା ପିଇଓ
ୱାର୍ଡ ମେମ୍ବରମାନଙ୍କ ଦରମା ଟଙ୍କା ହଡପ କରିବା ପିଇଓଙ୍କୁ ପଡ଼ିଲା ମହଙ୍ଗା। ଦରମା ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିଛନ୍ତି ୱାର୍ଡ ମେମ୍ବର। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଅନ୍ତର୍ଗତ ମଥାନୀ ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ୱାଳଙ୍କୁ ରାତି ସାରା ତାଲା ମାରି ବନ୍ଦ ରଖିଛନ୍ତି ୱାର୍ଡ ମେମ୍ବର। ଏପର୍ଯ୍ୟନ୍ତ ତାଲା ଖୋଲିନଥିବା ଜଣାଯାଇଛି

11:24 AM

Odisha News Live Updates: ତତଲା କଡ଼େଇରେ ଓଡ଼ିଶା
ଖରାଦିନ ଆରମ୍ଭ ହେବା ସହିତ ଓଡ଼ିଶା ଏବେ ତତଲା କଡ଼େଇ ପାଲଟିଛି। ମଙ୍ଗଳବାର ମାର୍ଚ୍ଚ ୨ରେ ରାଜ୍ୟର ୭ ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ଥିବାବେଳେ ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏପରି ହେଲେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୨ ଡିଗ୍ରୀ ଟପିପାରେ ବୋଲି ପାଣିପାଗ ବିଭାଗ କହିଛି। ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ସରକାର ତଥା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସହିତ ଜନସାଧାରଣଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି।

11:11 AM

Odisha News Live Updates: କାଲିମେଳା ଦୟାଲତୁଙ୍ଗ ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ
ନିର୍ବାଚନ ପୂର୍ବରୁ ମାଲକାନଗିରି ପୁଲିସ୍‌କୁ ବଡ଼ ସଫଳତା ମିଳିଛି। ଆନ୍ଧ୍ର ପ୍ରଦେଶ ଓଡିଶା ସୀମା ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ ହୋଇଛି। କାଲିମେଳା ଥାନା ଅନ୍ତର୍ଗତ ଦୟାଲତୁଙ୍ଗ ଜଙ୍ଗଲରୁ ପୁଲିସ୍‌ ଏହି ବିସ୍ଫୋରକ ଜବତ କରିଛି। ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ୧୨ ଟି ଲ୍ଯାଣ୍ଡମାଇନ୍, ୧୯୦ ଟି ଜିଲଟିନ୍ ଷ୍ଟିକ ରହିଥିବା ପୁଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

10:51 AM

Odisha News Live Updates: ଚନ୍ଦ୍ରଶେଖର ସାହୁ ହେଲେ  ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷ
ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଏବେ ରାଜ୍ୟ ଉପ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ବିଜୁ ଜନତା ଦଳ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ଇସ୍ତାହାରରେ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ୨୦୧୯ ମସିହାରେ ବିଜେଡିରେ ଯୋଗ ଦେଇ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଚନ୍ଦ୍ର ଶେଖରଙ୍କୁ ଦଳ ଏଥର ପ୍ରାର୍ଥୀ ପଦ ନଦେଇପାରେ। ଅନ୍ୟ ପକ୍ଷରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଚନ୍ଦ୍ରଶେଖରଙ୍କ ବିରୁଦ୍ଧରେ ୨୦୧୯ ନିର୍ବାଚନ ଲଢ଼ିଥିବା ଭ୍ରୁଗୁ ବକ୍ସିପାତ୍ର ଆଜି ଦଳ ଛାଡ଼ିଥିବାରୁ ସେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ଦଳରେ ସାମିଲ୍‍ ହେବା ପରେ ଦଳ ତାଙ୍କୁ ବ୍ରହ୍ମପୁର ଆସନ ଲାଗି ପ୍ରାର୍ଥୀ କରିପାରେ। ସେ ବିଜେପିର ପ୍ରାର୍ଥୀ ତଥା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ନିର୍ବାଚନ ଲଢ଼ିବେ।

10:42 AM

Odisha News Live Updates: ଆଜି ଆସିପାରେ ବିଜେଡିର ବକେୟା ପ୍ରାର୍ଥୀ ତାଲିକା
ବିଜୁ ଜନତା ଦଳ ପକ୍ଷରୁ ଆଜି ବକେୟା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୯ ଜଣ ଲୋକସଭା ପ୍ରାର୍ଥୀ ଏବଂ ୭୨ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ଦଳର ସଭାପତି ନବୀନ ପଟ୍ଟନାୟକ। ପରବର୍ତ୍ତୀ ସମୟରେ ଆଉ ୬ ଲୋକସଭା ପ୍ରାର୍ଥୀ ତାଲିକା ଦଳ ଘୋଷଣା କରିଥିଲା। ଆଜି ୭୫ ଲୋକସଭା ଏବଂ ୬ ଲୋକସଭା ପାଇଁ ପ୍ରାର୍ଥୀ  ଘୋଷଣା ହୋଇପାରେ। ଏହାପରେ ବିଜେଡିକୁ ନେତାଙ୍କ ଡିଆଁ କମିବ ବୋଲି ଆଶା କରାଯାଇପାରେ। କିନ୍ତୁ ବିଜେପି ପକ୍ଷରୁ ବକେୟା ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ଯାଏ ଦଳ ଡିଆଁ ଲାଗି ରହିପାରେ। ପଢନ୍ତୁ ପୂରା ରିପୋର୍ଟ...

10:12 AM

Odisha News Live Updates: ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର
ଭୁବନେଶ୍ୱର:  ପ୍ରାର୍ଥୀ ତାଲିକାରେ ନାଁ ନଥିବାରୁ ଅସନ୍ତୁଷ୍ଟ  ହୋଇ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ସାଂସଦ ପ୍ରାର୍ଥୀର ଭୃଗୁ ବକ୍ସିପାତ୍ର ବିଜେପି ଛାଡ଼ିଛନ୍ତି। ନିଜର ପ୍ରାଥମିକ ସଦସ୍ୟତା ପଦରୁ ସେ ଇସ୍ତଫା ଦେଇଛନ୍ତି। ଏ ନେଇ ସଭାପତିଙ୍କୁ ଲେଖିଥିବା ଚିଠିରେ ସେ ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।  କୋରାପୁଟ ନିବାସୀ ଶ୍ରୀ ବକ୍ସିପାତ୍ର ହେଉଛନ୍ତି ବିଶିଷ୍ଟ ରାଜନେତା ତଥା ସ୍ୱାଧୀନତା ସଂଗ୍ରାମୀ ଓ କୋରାପୁଟର ପୂର୍ବତନ ବିଧାୟକ ସ୍ୱର୍ଗତ ହରିଶଚନ୍ଦ୍ର ବକ୍ସିପାତ୍ରଙ୍କ ପୁଅ। ବିଗତ ନିର୍ବାଚନରେ ସେ ବ୍ରହ୍ମପୁର ଆସନରୁ ସେ ଲୋକସଭା ପାଇଁ ବିଜେପିର ପ୍ରାର୍ଥୀ ହୋଇ ପରାଜୟ ସ୍ୱୀକାର କରିଥିଲେ। ସେ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ତାଙ୍କ ଭଉଣୀ ବିଜେଡିର ସଦସ୍ୟ ରହିଛନ୍ତି।

 

09:46 AM

Odisha News Live Updates: ଆଇନଜୀବୀ ଦେବକାନ୍ତ ମହାନ୍ତିଙ୍କୁ ୩ ଘଣ୍ଟା ଜେରା କଲା ସିବିଆଇ
ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ଭୁବନେଶ୍ୱର କାର୍ଯ୍ୟାଳୟରେ ସରକାରୀ ଓକିଲ ଦେବକାନ୍ତ ମହାନ୍ତିଙ୍କୁ ପଚରାଉଚରା କରିଛି। ଅର୍ଥତତ୍ତ୍ୱ (ଏଟି) ଗ୍ରୁପ୍ ଚିଟଫଣ୍ଡ ମାମଲାରେ ଦେବକାନ୍ତ ମହାନ୍ତିଙ୍କୁ ସିବିଆଇ ସିଆରପିସିର ଧାରା ୧୬୦ ଅନୁଯାୟୀ ନୋଟିସ୍ ଜାରି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଦେବକାନ୍ତ ମହାନ୍ତି ଅପରାହ୍ନ ୩ଟାରେ ସିବିଆଇ ଆଞ୍ଚଳିକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ସମେତ ସିବିଆଇର ୩ ଜଣ ଅଧିକାରୀ ଚିଟଫଣ୍ଡ ଦୁର୍ନୀତି ସମ୍ପର୍କରେ ତାଙ୍କୁ ୩ ଘଣ୍ଟା ଧରି ପଚରାଉଚରା କରିଥିଲେ। ସନ୍ଧ୍ୟା ୬ଟାରେ ସେ ସିବିଆଇ କାର୍ଯ୍ୟାଳୟରୁ ବାହାରିଥିଲେ।

09:22 AM

Odisha News Live Updates: ଗାଡ଼ି ଧକ୍କାରେ ଦମ୍ପତି ମୃତ
ଆଠଗଡ଼ରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଯାଉଥିବା ଦମ୍ପତିଙ୍କର ମୃତ୍ୟୁ ଘଟିଛି। ଦମ୍ପତି ବାଇକ୍‌ରେ ଆସୁଥିବା ବେଳେ ଗାଡ଼ି ସହ ଧକ୍କା ହୋଇଥିଲା। ପୁରୁଣାକଟକ ସମ୍ବଲପୁର ରାସ୍ତା ଆଙ୍କୁଲା ପାଖରେ ଥିବା ଚିରୁଗୁଡ଼ିଆ ଶୀତଳଭଣ୍ଡାର ନିକଟରେ ଥିବା ପାରିଜାତ ହୋଟେଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବାଇକ୍‌ରେ ଯାଉଥିବା ଦମ୍ପତି ଢ଼େଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳର ବୋଲି କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତ ଦମ୍ପତିଙ୍କୁ ହସ୍ପିଟାଲକୁ ନେଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

09:14 AM

Odisha News Live Updates: ହସପିଟାଲରୁ ଡିସଚାର୍ଜ ହେଲେ ପ୍ରସନ୍ନ ଆଚାର୍ଯ୍ୟ
ଆକସ୍ମିକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥ‌ିବା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ହସ୍ପିଟାଲରୁ ଆଜି ଡିସ୍‌ଚାର୍ଜ ହୋଇଛନ୍ତି। ଶ୍ରୀ ଆଚାର୍ଯ୍ୟ ଗତ ମାର୍ଚ୍ଚ ୧୪ ତାରିଖରେ ବିଜେଡିର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଭୁବନେଶ୍ବରରୁ ବରଗଡ଼କୁ ଫେରୁଥିବାବେଳେ ରାତି ପ୍ରାୟ ୧୨ଟା ସମୟରେ ରେଢ଼ାଖୋଲ ଲୁହାପଙ୍କ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଗାଡ଼ିରେ ଥିବା ତାଙ୍କ ପିଏସ୍‌ଓ ଗୁରୁତର ଆହତ ହୋଇଥିଲେ। ଗୁରୁତର ହେବାରୁ ଉଭୟଙ୍କ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଦୁର୍ଘଟଣାରେ ପ୍ରସନ୍ନଙ୍କ ମୁଣ୍ଡ, ଆଖି ଏବଂ କାନରେ ଗଭୀର ଆଘାତ ଲାଗିଥିଲା ।

09:07 AM

Odisha News Live Updates: ସକାଳର ୧୦ଟି ବଡ଼ ଖବର। ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ପୂରା ରିପୋର୍ଟ...

08:43 AM

Odisha News Live Updates:   ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା
ତତଲା କଡେଇରେ ସିଝୁଛି ସାରା ଓଡ଼ିଶା। ଆସନ୍ତାକାଲିଠୁ ଆହୁରି ବଢ଼ିବ ତାତି। ଆସନ୍ତାକାଲିଠୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ରୁ ୩ଡିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । ଗତକାଲି ୪୨ ଡିଗ୍ରୀ ଯାଏ ପହଞ୍ଚିଥିଲା ତାତି। ୭ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା। ଗତକାଲି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ଟିଟିଲାଗଡ଼ ୪୧.୫, ବୌଦ୍ଧ ୪୧.୪, ଭବାନୀପାଟଣାରେ ପାରଦ ୪୧.୨ ଡିଗ୍ରୀ ରେକର୍ଡ ହୋଇଥିଲା। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭.୨ ଏବଂ କଟକରେ ୩୮.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା ।

08:31 AM

ସମୁଦ୍ରରୁ ମାଛ ମାରିବା ଉପରେ କଟକଣା , ୨ ମାସ ପର୍ଯ୍ୟନ୍ତ ଲାଗୁ ରହିବ ...
Odisha News: ସମୁଦ୍ରରୁ ମାଛ ମାରିବା ଉପରେ ଦୁଇମାସ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ଏପ୍ରିଲ ୧୫ ରୁ ଜୁନ ୧୪ ପର୍ଯ୍ୟନ୍ତ ଏହି ଦୁଇ ମାସ ସମୁଦ୍ରରେ ମାଛ ମାରିବା ନିଷେଧ । ଓଡିଶା ଉପକୂଳରେ ମାଛ ମାରିବା ଉପରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କଟକଣା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପାରାଦୀପରେ ଥିବା ସମସ୍ତ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକ ମାନଙ୍କ ଅବଗତି ନିମନ୍ତେ ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜୀ ଯନ୍ତ୍ର ଦ୍ବାରା ସଚେତନ କରାଯାଉଛି। ଏହି ଦୁଇମାସ ମାଛ ବଂଶ ବୃଦ୍ଧି ନିମନ୍ତେ ସରକାର ଏହି ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଯେଉଁ ମାନେ ଉକ୍ତ ଆଇନ କୁ ନ ମାନିବେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ନେଇ ମତ୍ସ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏପ୍ରିଲ ୧୫ରୁ ଜୁନ୍ ମାସ ୧୪ତାରିଖ ପର୍ଯ୍ୟନ୍ତ ଓଡିଶା ଉପକୂଳରେ ୮.୫ ମିଟର ଦୈର୍ଘ୍ୟ ପର୍ଯ୍ୟନ୍ତ କୌଣସି ଟ୍ରଲର ବା ଯନ୍ତ୍ର ଚାଳିତ ଡଙ୍ଗା ବା ଦେଶୀ ଡଙ୍ଗା ଗୁଡିକୁ ମାଛ ଧରିବାକୁ ନିଷିଦ୍ଧ କରାଯାଇଛି। 

08:03 AM

Odisha News Live Updates: ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା ତାଇୱାନ
ବୁଧବାର ସକାଳେ ତାଇୱାନରେ ପ୍ରବଳ ଭୂକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି। ତାଇୱାନରେ ହୋଇଥିବା ଭୂକମ୍ପ ଯୋଗୁଁ ଦକ୍ଷିଣ ଜାପାନରେ ସୁନାମି ହେବାର ସମ୍ଭାବନା ରହିଛି। ଜାପାନ ପ୍ରଶାସନ ସୁନାମି ଚେତାବନୀ ଦେଇଛି। ଜାପାନ କହିଛି ଯେ ସୁନାମିର ପ୍ରଥମ ତରଙ୍ଗ ଏହାର ଦୁଇଟି ଦକ୍ଷିଣ ଦ୍ୱୀପକୁ ଆସିଛି। ପଢନ୍ତୁ ପୂରା ରିପୋର୍ଟ...

07:45 AM

Odisha News Live Updates: ଓଲଟିଲା ସ୍କୁଲ୍ ବସ୍, ଘଟଣାସ୍ଥଳରେ ୫ ମୃତ
ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚାଲିଗଲା  ୫ ଜୀବନ । ମୃତକଙ୍କ ମଧ୍ୟରେ ୪ ଜଣ ସ୍କୁଲ୍ ଛାତ୍ର ଓ ଜଣେ ଯୁବକ ରହିଥିବା ଜଣାପଡିଛି । ଏକ ସ୍କୁଲ୍ ବସ୍ ଓ ବାଇକ୍ ଧକ୍କା ହେବାରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼କୁ ଓଲଟିପଡିଲା ବସ୍। ଫଳରେ ସ୍କୁଲ୍ ବସରେ ଥିବା ୪୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ୧୦ ଜଣ ପିଲା ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ପଠାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଉତ୍ତରପ୍ରଦେଶର ବାରବାଙ୍କୀରେ (Barabanki)ରେ ଏହି ଦୁର୍ଘଟଣା ଘଟିଛି। ପଢନ୍ତୁ ପୂରା ରିପୋର୍ଟ...

07:30 AM

Odisha News Live Updates: ଆଜି ରାଜ୍ୟସଭାରୁ ଅବସର ନେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ରାଜ୍ୟସଭାରୁ ୪୯ ସାଂସଦଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହୋଇଛି। ଏଥି ସହିତ ଏପ୍ରିଲ ୩ ଅର୍ଥାତ ଆଜି ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଆଉ ୫ ଜଣ ସାଂସଦ ଅବସର ନେବେ। ମୋଟ ୫୪ ସାଂସଦ ରାଜ୍ୟସଭାରୁ ଅବସର ଗ୍ରହଣ କରିବେ। କହିବାକୁ ଗଲେ ମନମୋହନ ସିଂ ରାଜ୍ୟସଭାରେ ୩୩ ବର୍ଷର ଏକ ଲମ୍ବା ଇନିଂସ ଖେଳିଛନ୍ତି। ସେ ୧୯୯୧ରେ ପ୍ରଥମ ଥର ପାଇଁ ରାଜ୍ୟସଭା ସଦସ୍ୟ ହୋଇଥିଲେ। ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। କିଛି ଅବସରପ୍ରାପ୍ତ ସାଂସଦ ୨୦୨୪ ମସିହାରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଅନେକ ସାଂସଦ ମଧ୍ୟ ରାଜ୍ୟସଭାକୁ ଫେରିବେ ବୋଲି ଜଣାପଡ଼ିଛି। ପଢନ୍ତୁ ପୂରା ରିପୋର୍ଟ...

07:29 AM

Odisha News Live Updates: ତାତିରେ ଜଳୁଛି ଓଡି଼ଶା! ଆଜି ୪ ଜିଲ୍ଲାକୁ ହିଟ୍ ଓ୍ବେଭ ନେଇ ୟେଲୋ ଓ୍ବାର୍ଣ୍ଣିଂ
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ।  ଆଜିଠାରୁ  ରାଜ୍ୟରେ ଭୀଷଣ  ହିଟ୍ଓ୍ବେଭ୍ ସ୍ଥିତି ଉପୁଜିବ। ଆଜି ବାଲେଶ୍ବର, ଭଦ୍ରକ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାରେ ହିଟ୍ ଓ୍ବେଭ୍ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ବୌଦ୍ଧ, ବଲାଙ୍ଗୀର , କଳାହାଣ୍ତି, ସୋମପୁର,କନ୍ଧମାଳ ଓ ନୟାଗଡରେ ଉଷ୍ମ ତାତି ଅନୁଭୂତ ହେବ। ୪ ତାରିଖରେ ୮ ଜିଲ୍ଲା ୫ ଓ  ୬ ତାରିଖରେ ୧୦ ଜିଲ୍ଲାରେ  ହିଟ୍ ଓ୍ବେଭ୍ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।  ପଶ୍ଚିମ ଓଡି଼ଶା ସହ ହିଟ୍ଓ୍ବେଭ୍ ଓ୍ବାର୍ଣ୍ଣିଂ ଥିବା ଜିଲ୍ଲାରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହେବ।  ଏହା ସହ ଝାଞ୍ଜି ପବନ ପ୍ରବାହିତ ହେବ। ପଢନ୍ତୁ ପୂରା ରିପୋର୍ଟ...

 

07:27 AM

Odisha News Live Updates: ପଢି ନିଅନ୍ତୁ ଆଜିର ରାଶିଫଳ

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୩ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ରାଶିଫଳ

07:25 AM

Odisha News Live Updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।