Lok Sabha Election 2024: ଗୋଟିଏ ଆସନରେ ଲଢୁଛନ୍ତି ୨ ପନୀର ସେଲଭମ; କିଏ ମାରିବ ବାଜି?
Advertisement
Article Detail0/zeeodisha/odisha2187531

Lok Sabha Election 2024: ଗୋଟିଏ ଆସନରେ ଲଢୁଛନ୍ତି ୨ ପନୀର ସେଲଭମ; କିଏ ମାରିବ ବାଜି?

Tamil Nadu Politics: ୨୦୨୪ ଲୋକସଭା ନିର୍ବାଚନରେ ତାମିଲନାଡୁ ରାମନାଥପୁରମ୍ ଲୋକସଭା ଆସନରେ ରୋଚକପୂର୍ଣ୍ଣ ଲଢେଇ ହେବାକୁ ଯାଉଛି।

Lok Sabha Election 2024: ଗୋଟିଏ ଆସନରେ ଲଢୁଛନ୍ତି ୨ ପନୀର ସେଲଭମ; କିଏ ମାରିବ ବାଜି?

Ramanathapuram Lok Sabha Tamil Nadu: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଦେଶର ରାଜନୀତି। ବିଭିନ୍ନ ଆସନରୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ନାମାଙ୍କନ ଭରିବା ସହ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି।  ଅନ୍ୟପକ୍ଷରେ ଜନତା ସେମାନଙ୍କ ସାଂସଦଙ୍କୁ ନିର୍ବାଚିତ କରିବାକୁ ଯାଉଛନ୍ତି। ହେଲେ ଏବେ ତାମିଲନାଡୁ ରାମନାଥପୁରମ୍ ଲୋକସଭା ଆସନରେ ମତଦାତାଙ୍କ ମଧ୍ୟରେ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। 

ଏହି ଆସନରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ.ପନୀର ସେଲଭମ (O Panneerselvam) ସ୍ୱାଧିନ ପ୍ରାର୍ଥୀ ଭାବେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କର ମୁକାବିଲା ନିଜ ନାମର ଅନ୍ୟ ଜଣେ ପ୍ରାର୍ଥୀଙ୍କ ବିରୋଧରେ ହେଉଛି। ହଁ ଆଜ୍ଞା ଓ.ପନୀର ସେଲଭମ ନାମ ରହିଥିବା ଅନ୍ୟ ଜଣେ ପ୍ରାର୍ଥୀ ରାମନାଥପୁରମ୍ ଲୋକସଭା ଆସନରୁ ଆଉ ଜଣେ ସ୍ୱାଧିନ ଭାବେ ତାଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏହି ସଂସଦୀୟ କ୍ଷେତ୍ରରେ ୨ ପନୀର ସେଲଭମ ନାମ ରହିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉଛି। ପୂର୍ବରୁ ଏଭଳି ସ୍ଥିତି ଛତିଶଗଡ଼ ମହାସମୁନ୍ଦ ଲୋକସଭା ଆସନରେ ଦେଖିବାକୁ ମିଳିଥିଲା। ଯେଉଁଠି ଚନ୍ଦୁ ନାମ ରହିଥିବା ୧୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ। 

Also Read: Also Read: ପ୍ରାର୍ଥୀଙ୍କ ନାମକୁ ନେଇ ଦ୍ୱନ୍ଦ୍ୱରେ ମତଦାତା; କିଏ ମାରିବ ବାଜି?

ଦଳରୁ ନିଷ୍କାସିତ ହେବା ପରେ ପୂର୍ବତନ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନ୍ନେତ୍ରା କାଝାଘମ (All India Anna Dravida Munnetra Kazhagam) ଏଆଇଏଡିଏମକେ (AIADMK) ଓ.ପନୀର ସେଲଭମ ଆଇନଗତ ଲଢେଇ ଜାରି ରଖିଛନ୍ତି। ଯିଏ ଏଆଇଏଡିଏମକେ ସରକାରରେ ମୁଖ୍ୟମନ୍ତ୍ରୀ ସହ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ମଧ୍ୟ ରହି ସାରିଛନ୍ତି। ଏପରିକି ଦଳର ସଂଯୋଜକ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ ଓ. ପନୀର ସେଲଭମ। ଏଥର ସେ ରାମନାଥପୁରମ୍ ଲୋକସଭା ଆସନରୁ ବିଜେପି ସହ ମେଣ୍ଟ କରି ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ହେଲେ ଏବେ ଏହି ଆସନରେ ତାଙ୍କ ପାଇଁ ନିର୍ବାଚନ ଲଢିବା ଚ୍ୟାଲେଞ୍ଜ ହୋଇଯାଇଛି। ତାଙ୍କ ଗୋଷ୍ଠୀ ବର୍ତ୍ତମାନ ମତାଦାତାଙ୍କୁ ବୁଝାଇବାରେ ଲାଗିଛନ୍ତି ଯେ ସେମାନେ ନିର୍ବାଚନ ଚିହ୍ନ ଦେଖିବା ପରେ ଯାଇ ମତଦାନ କରନ୍ତୁ।

ରାମନାଥପୁରମ୍ ଲୋକସଭା ଆସନରେ ଓ. ପନୀର ସେଲଭମଙ୍କ ମୁକାବିଲା ନିଜ ନାମର ଅନ୍ୟ ଜଣେ ପ୍ରାର୍ଥୀଙ୍କ ବିରୋଧରେ ହେଉଛି। ତାମିଲନାଡୁ ମଦୁରାଇ ଜିଲ୍ଲାର ଉସିଲାମପଟ୍ଟି ତାଲୁକାର ଅଞ୍ଚଳର ଓ.ପନୀର ସେଲଭମ (୪୨ ବର୍ଷ) ରାମନାଥପୁରମ୍ ଆସନରୁ ଏଥର ଲୋକସଭା ନିର୍ବାଚନ ଲଢୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ରାମନାଥପୁରମ୍ ସଂସଦୀୟ କ୍ଷେତ୍ରରୁ ମୋଟ ୫ ଜଣ ଓ. ପନୀର ସେଲଭମ ନାମ ରହିଥିବା ପ୍ରାର୍ଥୀ  ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯେକୌଣସି ଯୋଗ୍ୟ ପ୍ରାର୍ଥୀ ନିର୍ବାଚନରେ ​​ସ୍ୱାଧିନ ଭାବେ ନିର୍ବାଚନ ଲଢିପାରିବେ। ଏକ ସମୟରେ ନିର୍ବାଚନ ଆୟୋଗ ସ୍ତରରେ ଆଲୋଚନା ହେଉଥିଲା ​​ଯେ ସ୍ୱାଧିନ ପ୍ରାର୍ଥୀଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରାଯିବା ଆବଶ୍ୟକ। କାରଣ ସେମାନଙ୍କର ଉଦ୍ଦେଶ୍ୟ ଭିନ୍ନ। ସେମାନେ ନିର୍ବାଚନରେ ବିଜୟୀ ହେବା ପରେ କୌଣସି ଦଳରେ ସାମିଲ ହୋଇଯାନ୍ତି କିମ୍ବା କୌଣସି ଦଳର ପ୍ରାର୍ଥୀଙ୍କ ଭୋଟ୍ କାଟିପାରନ୍ତି।

ଯେବେ ଛତିଶଗଡ଼ରେ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ ମତଦାତା 
ଗତ ୨୦୨୪ ଲୋକସଭା ନିର୍ବାଚନରେ ଛତିଶଗଡ଼ ମହାସମୁନ୍ଦ ଆସନରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଯେଉଁଠି ଚନ୍ଦୁ ନାମ ରହିଥିବା ୧୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ। ଚନ୍ଦୁ ନାମଧାରୀ ଯେଉଁ ପ୍ରାର୍ଥୀ ଦେଖାଯାଉଥିଲେ ସମସ୍ତଙ୍କ ସ୍ଲୋଗାନ ସମାନ ରହିଥିଲା। ଚନ୍ଦୁ ଭାଇ ଜିନ୍ଦବାଦ। ଚନ୍ଦୁ ଭାଇଙ୍କୁ ଭୋଟ୍ ଦିଅନ୍ତୁ। ପରେ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ମହାସମୁନ୍ଦ ଆସନରେ କେବଳ ଜଣେ ଦୁଇ ନୁହେଁ ବରଂ ଚାନ୍ଦୁ ନାମ ରହିଥିବା ମୋଟ ୧୧ ଜଣ ପ୍ରାର୍ଥୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଚନ୍ଦୁ ଲାଲ ସାହୁ, ଯାହାକୁ ଲୋକେ ଚନ୍ଦୁ ଭାଇ ବୋଲି ଡାକିଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ୮ ଜଣଙ୍କ ପ୍ରାର୍ଥୀଙ୍କ ନାମ ଚାନ୍ଦୁଲାଲ ସାହୁ ରହିଥିଲା। ସେହିପରି ଚାନ୍ଦୁରାମ ନାମ ରହିଥିବା ୩ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀ  ଚନ୍ଦୁ ଲାଲ ସାହୁ ବହୁ କଷ୍ଟରେ ଜିତିଥିଲେ। ଅନେକ ଭୋଟ୍ ବିଭାଜିତ ହୋଇଥିଲା।