Odisha news live updates: ହକିରେ ଭାରତକୁ ବ୍ରୋଞ୍ଜ, ନୀରଜ ଜିତିଲେ ରୌପ୍ୟ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2375435

Odisha news live updates: ହକିରେ ଭାରତକୁ ବ୍ରୋଞ୍ଜ, ନୀରଜ ଜିତିଲେ ରୌପ୍ୟ ଓ ଅନ୍ୟାନ୍ୟ ଖବର

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

Odisha news live updates: ହକିରେ ଭାରତକୁ ବ୍ରୋଞ୍ଜ, ନୀରଜ ଜିତିଲେ ରୌପ୍ୟ ଓ ଅନ୍ୟାନ୍ୟ ଖବର
LIVE Blog

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

09 August 2024
22:46 PM

Cabinet Approves 8 Big Railway Projects: କେନ୍ଦ୍ର କ୍ୟାବିନେଟ୍ ଶୁକ୍ରବାର ୮ଟି ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛି। ପୂର୍ବ ଭାଗ ପାଇଁ ଏଗୁଡ଼ିକରେ ଅନେକ ପ୍ରକଳ୍ପ ଅଛି। ମହାରାଷ୍ଟ୍ର ପାଇଁ ଏକ ପ୍ରକଳ୍ପ ମଧ୍ୟ ଅଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପଗୁଡ଼ିକ ବିଷୟରେ ସୂଚନା ଦେଇଛନ୍ତି। ପୂରା ଖବର...

 

19:22 PM

PM Narendra Modi to visit Wayanad: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୧୦ ରେ ସକାଳ ୧୧ଟା ସମୟରେ କନ୍ନୁରରେ ପହଞ୍ଚିବେ। ସେଠାରୁ ସେ ୱାୟାନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ଏକ ବିମାନ ସର୍ଭେ କରିବେ। ପୂରା ଖବର...

 

19:01 PM

Manish Sisodia Bail: ସୁପ୍ରିମକୋର୍ଟଙ୍କ ଜାମିନ ପାଇବା ପରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରୁ ବାହାରିଛନ୍ତି। ଦିଲ୍ଲୀର ମଦ ଦୁର୍ନୀତିରେ ଅଭିଯୁକ୍ତ ସିସୋଦିଆ ଗତ ୧୭ ମାସ ଧରି ତିହାର ଜେଲରେ ରହିଥିଲେ। କିନ୍ତୁ ବର୍ତ୍ତମାନ ସେ ଜେଲରୁ ବାହାରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ଆମ୍ ଆଦମି ପାର୍ଟିର ନେତା ଓ କର୍ମୀମାନେ ଜେଲ ବାହାରେ ଉପସ୍ଥିତ ଥିଲେ। 

16:58 PM

NEET PG 2024 ପରୀକ୍ଷା ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଦାଲତ କହିଛନ୍ତି ଯେ ୨ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ୟାରିଅରକୁ ବିପଦରେ ପକାଇପାରିବୁ ନାହିଁ। ପୂରା ଖବର..

16:27 PM

Waqf (Amendment) Bill 2024: ୱାକଫ ଆକ୍ଟ ସଂଶୋଧନ ବିଲ୍ ପାଇଁ ମିଳିତ ସଂସଦ କମିଟି (ଜେପିସି) ଘୋଷଣା କରାଯାଇଛି। ଏଥିରେ ଲୋକସଭାର ୨୧ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟ ସାମିଲ ହେବେ। ଆସାଦୁଦ୍ଦିନ ଓୱେସି, ନିଶିକାନ୍ତ ଦୁବେ, ତେଜସ୍ୱୀ ସୂର୍ଯ୍ୟ, ଜଗଦମ୍ବିକା ପାଲ, ଇମ୍ରାନ ମାସୁଦ, ଗୌରବ ଗୋଗାଇ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ମିଳିତ ସଂସଦ କମିଟିରେ ସମୁଦାୟ ୩୧ ଜଣ ସଦସ୍ୟ ରହିବେ। କମିଟି ଏହି ବିଲ୍ ସମୀକ୍ଷା କରିବ। ଗୁରୁବାର ଦିନ କେନ୍ଦ୍ର ସରକାର ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ ।

14:18 PM

Odisha News Live Updates: ମହାପ୍ରଭୁଙ୍କୁ ଦର୍ଶନ କଲେ RSS ମୁଖ୍ୟ ମୋହନ ଭାଗବତ
ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ସିଂହଦ୍ଵାରରେ ପହଞ୍ଚିବା ପରେ ତାଙ୍କୁ ସେବାୟତଙ୍କ ତରଫରୁ ଭବ୍ୟ ସ୍ଵାଗତ କରାଯାଇଛି । ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଆନନ୍ଦ ବଜାର ଓ ସ୍ନାନବେଦୀ ଦର୍ଶନ କରିଥିଲେ ଶ୍ରୀଯୁକ୍ତ ଭାଗବତ। ଶ୍ରୀମନ୍ଦିରରୁ ଫେରିବା ସମୟରେ ସେ କାଶୀ ବିଶ୍ଵନାଥ ଓ ପତିତ ପାବନଙ୍କ ସାନିଧ୍ୟ ମଧ୍ୟ ନେଇଥିଲେ। ବାଂଲାଦେଶରେ ଚାଲିଥିବା ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ସେ ପ୍ରାର୍ଥନା କରିଥିଲେ ବୋଲି କହିଛନ୍ତି ସେବାୟତ । 

11:38 AM

Potato Crisis: ବଢୁଛି ଆଳୁଦର। ଚିନ୍ତାରେ ଖାଉଟି । ଆଉ ଏପଟେ ଖାଲି ପଡିଛି ଆଳୁ ଗୋଦାମ୍।  ଦିନକୁ ଦିନ ଉତ୍କଟ ହେଉଛି ଆଳୁ ସମସ୍ୟା। ଓଡି଼ଶା ଆସୁଥିବା ଆଳୁ ଟ୍ରକକୁ ଫେରାଇ ନେଇଛି ପଶ୍ଚିମବଙ୍ଗ। ମନ୍ତ୍ରୀଙ୍କ ଚେତାବନୀ ସତ୍ତ୍ବେ ଆଳୁ ଦର ୭୦ ତଳକୁ ଖସୁନି।  ବଜାରରେ ଆଳୁର ମୂଲ୍ୟ ବୃଦ୍ଧି ସହ  ବଜାରରୁ ଆଳୁ ଉଭାନ୍ ହେବାରେ ଲାଗିଛି। ପ୍ରତ୍ୟକ ଦିନ ୫ ହାଜାର ଟନ୍ ଆଳୁର ଆବଶ୍ୟକତା ପଡୁଥିବା ବେଳେଏବେ ଯଥେଷ୍ଟ ଟନର ଆଳୁ ଗୋଦାମ୍ ରେ ମହଜୁଦ୍ ନାହିଁ। ଗତାକାଲି ମାତ୍ର ୪୦ଟି ଆଳୁ ଗାଡି଼ ଓଡ଼ିଶାକୁ ଆସିଥିବା ବେଳେ ୫ଟି ଗାଡି ଭୁବନେଶ୍ବରକୁ ଆସୁଥିଲା। ପୂର୍ବରୁ ପ୍ରତ୍ୟକଦିନ ୧୭୦ଟି ଆଳୁ ଗାଡି ଓଡି଼ଶା ଅଭିମୁଖେ ଆସୁଥିଲା।  ବିଶେଷ କରି, ଜୁଲାଇ ୨୧ରୁ ପଶ୍ଚିମବଙ୍ଗରୁ ବିଶେଷଭାବେ ଆଳୁ ଗାଡି଼ ଆସୁ ନାହିଁ। 

11:02 AM

Odisha News Live Updates: କୁଟୁମ୍ବ ଯୋଜନାରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଭତ୍ତା ଦିଆଯିବ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କ୍ରାନ୍ତି ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, କୁଟୁମ୍ବ ଯୋଜନାରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଭତ୍ତା ଦିଆଯିବ। ଏନେଇ  ଖୁବ୍ ଶୀଘ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରାଯିବ। ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ଖୁସି ପ୍ରକଟ ହୋଇଛି। ଏହାକୁ  ମଧ୍ୟ ସ୍ବାଗତ କରାଯାଇଛି। ଏହାଦ୍ବାରା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଦିଆଯିବ ବୋଲି ମତ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ଘୋଷଣାକୁ ଐତିହାସିକ ପଦକ୍ଷେପ ବୋଲି  କୁହାଯାଉଛି।

08:27 AM

Odisha News Live updatse: ଜେଲରୁ ବାହାରିବେ ସିସୋଦିଆ
ଦୀର୍ଘ ୧୮ ମାସ ପରେ ଜେଲରୁ ବାହାରିବେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦିଲ୍ଲୀର ମଦ ନୀତି ମାମଲାରେ ସୁପ୍ରିମକୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅଗଷ୍ଟ ୯ ଶୁକ୍ରବାର ଦିନ ଜାମିନ ପ୍ରଦାନ କରିଛନ୍ତି। ସେ ୨୬ ଫେବୃଆରୀ ୨୦୨୩ ଠାରୁ ଇଡି ହେପାଜତରେ ଥିଲେ। ଆପଣଙ୍କୁ କହିରଖୁଛୁ ଯେ ଏହି ମାମଲାରେ ଜଷ୍ଟିସ୍ ବି.ଆର ଗୱାଇ ଏବଂ ଜଷ୍ଟିସ୍ କେ.ଭି ବିଶ୍ୱନାଥଙ୍କ ବେଞ୍ଚ ତିନି ଦିନ ପୂର୍ବରୁ ଏହି ଆଦେଶ ସଂରକ୍ଷିତ କରି ରଖିଛି। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ତାଙ୍କ ଆବେଦନକୁ ଖାରଜ କରିଥିଲେ।

08:23 AM

Odisha News Live Updates: ଆଜି ୫ ଜିଲ୍ଲାରେ ଛେଚିବ, ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି
ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ। ଏହାର ପ୍ରଭାର ଓଡି଼ଶାରେ ବର୍ଷା ଜାରି ରହିଛି। କିନ୍ତୁ ଆଗାମୀ ଦିନରେ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା କମିଯିବ। କାଁଭାଁ ବର୍ଷା ହୋଇପାରେ। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ନାହିଁ।  ଆସନ୍ତା ୨ ସପ୍ତାହ ମଧ୍ୟରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ମୌମୁମୀ ଟ୍ରପ୍ ସକ୍ରିୟ ରହିବନି।  ଏଥିପାଇଁ ଅଧିକ ବର୍ଷା ନାହିଁ। ଅଳ୍ପ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣପାଗ ବିଭାଗ ଆକଳନ କରିଛି।  ଗୁରୁବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ଉପରେ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି।  ରାଜ୍ୟ ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ବିଭାଗ କହିଛି। 

08:22 AM

Odisha News Live Updates: ହୀରାକୁଦ ଡ୍ୟାମର ୧୪ଟି ଗେଟ ଖୋଲା
ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଛି। ଏବେ ହୀରାକୁଦରୁ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାଯାଇଛି।ଗତ ୪ ତାରିଖ ସକାଳ ସାଢ଼େ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମେ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମେ ବାମ ପାର୍ଶ୍ବର ୭ ନମ୍ବର ଗେଟ୍‌ ଖୋଲାଯାଇଥିଲା। ତାପରେ ତାକୁ ମିଶାଇ ବାମ ପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଥିଲା। ତାପରେ ବାମ ପାର୍ଶ୍ବର ୯ଟି ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍‌ ଖୋଲାଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା ସୂଚନା ଦେଇଥିଲେ। ମୁଖ୍ୟଯନ୍ତ୍ରୀଙ୍କ ସହ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ୍‌ ଆଇଜି ହିମାଂଶୁ ଲାଲ୍‌, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଵାଲ ଓ ଏସ୍‌ପି ମୁକେଶ ଭାମୁ ଉପସ୍ଥିତ ରହି ଗେଟ୍‌ ଖୋଲିଥିଲେ।

 

08:21 AM

Odisha News Live Updates: ନୀରଜଙ୍କୁ ରୌପ୍ୟ
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି। ସେ ଟୋକିଓ ଅଲିମ୍ପିକ୍ସରେ ଜିତିଥିବା ସ୍ୱର୍ଣ୍ଣ ପଦକକୁ ବଜାୟ ରଖିବାରେ ବିଫଳ ହୋଇଛନ୍ତି। କାରଣ ଏଥର ଏହି ସ୍ୱର୍ଣ୍ଣ ପାକିସ୍ତାନର ଅର୍ଶଦ ନଦିମ ହାସଲ କରିନେଇଛନ୍ତି। ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ନୀରଜ ଚୋପ୍ରାଙ୍କୁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଥିଲା, କିନ୍ତୁ ନାଦିମ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ଅଲିମ୍ପିକ୍ ରେକର୍ଡ ଭାଙ୍ଗି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି। ୨୦୨୪ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ପଞ୍ଚମ ପଦକ। ଏହା ପୂର୍ବରୁ ଭାରତ ୪ଟି ବ୍ରୋଞ୍ଜ ପଦକ ଜିତିଛି। ସୁଟିଂରେ ୩ଟି ଏବଂ ହକିରେ ବ୍ରୋଞ୍ଜ ପଦକ ହାତେଇଛି ଭାରତ। 

08:17 AM

Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?
Horoscope Today 9 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୯ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରାଶିଫଳ...

08:17 AM

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।