Odisha Election Results 2024 Live: ଆଜି ଗଣତି, ବିଜେଡ଼ି ବନାମ ବିଜେପି ଲଢେଇ
Advertisement
Article Detail0/zeeodisha/odisha2276992

Odisha Election Results 2024 Live: ଆଜି ଗଣତି, ବିଜେଡ଼ି ବନାମ ବିଜେପି ଲଢେଇ

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆଜି ଆପଣଙ୍କୁ ନିର୍ବାଚନ ଫଳାଫଳ ସମ୍ପର୍କିତ ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହ

Odisha Election Results 2024 Live: ଆଜି ଗଣତି, ବିଜେଡ଼ି ବନାମ ବିଜେପି ଲଢେଇ
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆଜି ଆପଣଙ୍କୁ ନିର୍ବାଚନ ଫଳାଫଳ ସମ୍ପର୍କିତ ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

04 June 2024
22:45 PM

Odisha Election Results 2024 Live: କଂଗ୍ରେସର ପଶ୍ଚିମବଙ୍ଗ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀ ପରାଜୟର ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ୨୦୦୯, ୨୦୧୪ ଓ ୨୦୧୯ରେ ବେଙ୍ଗଲର ବହରମପୁର ଆସନରୁ ବିଜୟୀ ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ପୂର୍ବତନ କ୍ରିକେଟର ତଥା ଟିଏମସିର ୟୁସୁଫ ପଠାନଙ୍କ ଠାରୁ ତାଙ୍କୁ ହାରିବାକୁ ପଡ଼ିଛି । ସେ ଅଧୀନର ରଞ୍ଜନଙ୍କୁ ୮୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି

22:25 PM

Odisha Election Results 2024 Live: ମୟୁରଭଞ୍ଜ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ସୁଦାମ ମାରାଣ୍ଡି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନବ କୁମାର ମାଝୀଙ୍କଠାରୁ ହାରିଯାଇଥିବାବେଳେ ତାଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡି ବାଙ୍ଗିରିପୋଷୀ ବିଧାନସଭା  ବିଜେଡି ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ୁଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସଞ୍ଜାଳୀ ମୁର୍ମୁଙ୍କଠାରୁ ହାରି ଯାଇଛନ୍ତି ।

22:00 PM

TOP 10 NEWS TODAY: ଦିନଯାକର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

21:39 PM

Odisha Election Results 2024 Live: ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ।

21:22 PM

Odisha Election Results 2024 Live: ଓଡ଼ିଶାରେ ବିଜୟକୁ ନେଇ କୃତଜ୍ଞତା ଜଣାଇଛନ୍ତି ଅମିତ ଶାହ । ସେ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ସେବା କରିବାର ସୁଯୋଗ ମିଳିଥିବାରୁ ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପକୁ ସାକାର କରିବା ଆମର ପ୍ରଥମ ଦାୟିତ୍ୱ ହେବ । ରାଜ୍ୟବାସୀଙ୍କୁ ମୁଁ ନିଶ୍ଚିତ କରୁଛି ଯେ, ଓଡ଼ିଆ ଅସ୍ମିତା ପାଇଁ ଆମେ କାର୍ଯ୍ୟ କରିବା ସହ ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟକୁ ପ୍ରୋତ୍ସାହିତ ପାଇଁ ଉତ୍ସର୍ଗୀକୃତ ଭାବନା ରଖିବୁ ।

21:13 PM

PM Modi Live: ଗତ ୧୦ ବର୍ଷ ମଧ୍ୟରେ ଆମେ ଅନେକ ଐତିହାସିକ ନିଷ୍ପତ୍ତି ନେଇଛୁ । ଆମେ ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଛୁ । ୧୨ କୋଟି ଲୋକଙ୍କ ନିକଟକୁ ପିଇବା ପାଣି ଟ୍ୟାପ ସଂଯୋଗ ଏବଂ ୮୦ କୋଟି ଲୋକ ମାଗଣା ରାସନ ସୁବିଧା ପାଇଛନ୍ତି ।

21:11 PM

PM Modi Live: ୨୦୧୪ ମସିହାରେ, ଦେଶରେ ନିରାଶା ଦେଖିବାକୁ ମିଳିଥିଲା । ପ୍ରତିଦିନ ଖବରକାଗଜଗୁଡ଼ିକରେ ଘୋଟାଲା ହେଡଲାଇନ ମିଳୁଥିଲା । ଯୁବକମାନେ ନିରାଶ ହୋଇଥିଲେ। ସେହି ସମୟରେ ଆମକୁ ଦେଶକୁ ନିରାଶରୁ ହଟାଇବାକୁ ଦାୟିତ୍ୱ ମିଳିଥିଲା । ଆମେ ସଚ୍ଚୋଟ ଭାବରେ କାର୍ଯ୍ୟ କରିଥିଲୁ । ପରେ ୨୦୧୯ରେ ଦେଶ ଆମକୁ ଦ୍ୱିତୀୟ ଥର ସୁଯୋଗ ଦେଇଥିଲା । ପୁଣିଥରେ ୨୦୨୪ରେ ଆମକୁ ଆଶୀର୍ବାଦ ମିଳିଛି ।

21:10 PM

PM Modi Live: ତେଲେଙ୍ଗାନାରେ ଆମର ଗଣନା ଦ୍ୱିଗୁଣିତ ହୋଇଛି । ଏମ.ପି, ଗୁଜୁରାଟ, ଛତିଶଗଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶରେ ଆମ ଦଳ ଏକ ସ୍ୱଚ୍ଛତା ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

21:08 PM

PM Modi Live: ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଅଭିଭାଷଣ ରଖିଛନ୍ତି । କହିଛନ୍ତି ଯେ, ୧୯୬୨ ପରେ ପ୍ରଥମଥର ଜଣେ ସରକାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିଛନ୍ତି । ଓଡ଼ିଶାରେ ବିଜେପିର ଭଲ ପ୍ରଦର୍ଶନ କରିବା ନେଇ କହିଛନ୍ତି ଯେ, ଓଡ଼ିଶାରେ ପ୍ରଥମଥର ବିଜେପି ମୁଖ୍ୟମନ୍ତ୍ରୀ ହେବ ।

20:56 PM

Odisha Election Results 2024 Live: ସମ୍ବଲପୁର ଲୋକସଭା ଆସନରେ ବିଜେପି ବିଜୟୀ। ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ । ବିଜେଡିର ପ୍ରଣବ ପ୍ରକାଶ ଦାସଙ୍କୁ ହରାଇଲେ ଧର୍ମେନ୍ଦ୍ର। ୧ ଲକ୍ଷ ୧୯ ହଜାର ୮୩୬ ଭୋଟରେ ହରାଇଲେ। ସେପଟେ,କଟକ ଲୋକସଭା ଆସନରେ ବିଜେପି ବିଜୟୀ। ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜୟୀ । ୫୭, ୦୭୭ ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ହରାଇଲେ। ଭୁବନେଶ୍ବର ଲୋକସଭା ଆସନରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହେଲେ। ୩୫, ୧୫୨ ଭୋଟରେ ବିଜେଡି ପ୍ରାର୍ଥୀଙ୍କୁ ହରାଇଲେ ଅପରାଜିତା । କେନ୍ଦୁଝର ଲୋକସଭା ଆସନରେ ବିଜେପି ବିଜୟୀ। ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ୯୭, ୦୪୨ ଭୋଟରେ ଜିତିଲେ। ବରଗଡ଼ ଲୋକସଭା ଆସନରେ ବିଜେପି ବିଜୟୀ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ। ବିଜେଡିର ପରିଣୀତା ମିଶ୍ରଙ୍କୁ ୨, ୫୧, ୬୬୭ ଭୋଟରେ ହରାଇଲେ।

20:36 PM

Odisha Election Results 2024 Live: ସେହିପରି, କୋରାପୁଟ ବିଧାନସଭାରେ କଂଗ୍ରେସ ବିଜୟୀ।  ବିଜେପି ପ୍ରାର୍ଥୀ ରଘୁରାମ ମାଛ ବିଜୟୀ ହୋଇଛନ୍ତି।

20:35 PM

Odisha Election Results 2024 Live: ନର୍ଲା ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଜୟୀ। ବିଜେଡି ପ୍ରାର୍ଥୀ ମନୋରମା ମହାନ୍ତି ବିଜୟୀ । ମୋରଡ଼ା ବିଧାନସଭାରେ ବିଜେପି ବିଜୟୀ।  ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଜୟୀ ।

20:34 PM

Odisha Election Results 2024 Live: ପୋଲସରା ବିଧାନସଭାରେ ବିଜେପି ବିଜୟୀ । ବିଜେପିର ଗୋକୁଳାନନ୍ଦ ମଲ୍ଲିକ ବିଜୟୀ ହୋଇଛନ୍ତି। ପାରଳାଖେମୁଣ୍ଡି ବିଧାନସଭାରେ ଜିତିଲା ବିଜେଡି। ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି। ପଦ୍ମପୁର ବିଧାନସଭାରେ ବିଜେଡି ବିଜୟୀ। ବିଜେଡିର ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି।

20:27 PM

Odisha Election Results 2024 Live ଚଳିତ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି । ଓଲିଉଡର ଅନେକ କଳାକାର ଏଥର ନିର୍ବାଚନରେ ପ୍ରାର୍ଥୀ ଭାବେ ଦଳୀୟ ଟିକଟରୁ ନିର୍ବାଚନ ଲଢି ଜିତିବାରେ ସଫଳ ହୋଇଥିବା ସମୟରେ କିଛି ପ୍ରାର୍ଥୀଙ୍କୁ ନିରାଶ ହେବାକୁ ପଡିଛି । ତେବେ ସିନେ ପରଦାର ଆପଣଙ୍କ ପ୍ରିୟ ଯୋଡି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ଭିନ୍ନ ସ୍ଥାନରୁ ଭିନ୍ନ ଆସନରୁ ନିର୍ବାଚନରେ ଜିତିବାରେ ସଫଳ ହୋଇଛନ୍ତି । ଅଧିକ ପଢ଼ନ୍ତୁ

20:05 PM

Odisha Election Results 2024 Live: ଜି.ଉଦୟଗିରି ବିଧାନସଭାରେ କଂଗ୍ରେସ ବିଜୟୀ। କଂଗ୍ରେସର ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ବିଜୟୀ ହୋଇଛନ୍ତି। ଜଟଣୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଜୟୀ। ବିଜେଡି ପ୍ରାର୍ଥୀ ବିଭୁତି ବଳବନ୍ତରାୟ ବିଜୟୀ ଲାଭ କରିଛନ୍ତି।

19:56 PM

Odisha Election Results 2024 Live: ଶେଷ ହେଲା  ବିଜେଡ଼ିର ଯୁଗ ! ରାଜଭବନ ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ରାଜ୍ୟପାଳଙ୍କୁ ଦେଇପାରନ୍ତି ଇସ୍ତଫା ପତ୍ର। 

19:45 PM

Odisha Election Results 2024 Live: ବସ୍ତା ବିଧାନସଭାରେ ବିଜେଡି ବିଜୟୀ। ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା ବିଜୟୀ ହୋଇଛନ୍ତି। ଜଳେଶ୍ବର ବିଧାନସଭାରେ ବିଜେଡି ବିଜୟୀ। ବିଜେଡି ପ୍ରାର୍ଥୀ ଅଶ୍ବିନୀ ପାତ୍ର ବିଜୟୀ ହେଲେ।

19:41 PM

Odisha Election Results 2024 Live: ପାରାଦୀପ ରେ ବିଜୟୀ ହେଲେ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ । ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ ଙ୍କୁ 15,619 ଖଣ୍ଡ ଭୋଟରେ ପରାସ୍ତ କରି ବିଜୟଲାଭ କରିଛନ୍ତି।

 

19:40 PM

Odisha Election Results 2024 Live: ଚମ୍ପୁଆ ବିଧାନସଭାରେ ବିଜେଡି ବିଜୟୀ। ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ବିଜୟୀ। ବିଜେପିର ମୁରଲୀ ଶର୍ମାଙ୍କୁ ହରାଇଲେ ସନାତନ। ସାଲେପୁର ବିଧାନସଭାରେ ବିଜେଡି ବିଜୟୀ। ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ। ବିଜେପିର ଅରିନ୍ଦମ ରାୟଙ୍କୁ ହରାଇଲେ ପ୍ରଶାନ୍ତ। ନିଆଳି ବିଧାନସଭାରେ ବିଜେପି ବିଜୟୀ। ବିଜେଡିର ପ୍ରମୋଦ ମଲ୍ଲିକଙ୍କୁ ହରାଇଲେ ବିଜେପିର ଛବି ମଲ୍ଲିକ। ସେପଟେ, ହିଂଜିଳି ବିଧାନସଭାରେ ଜିତିଲେ ନବୀନ ପଟ୍ଟନାୟକ। ବିଜେପିର ଶିଶିର ମିଶ୍ରଙ୍କୁ ହରାଇଲେ ନବୀନ।ଜୟପୁର ବିଧାନସଭାରେ କଂଗ୍ରେସ ବିଜୟୀ। କଂଗ୍ରେସ ପ୍ରାର୍ଥୀ ତାରା ବାହିନୀପତି ବିଜୟୀ। ବିଜେଡିର ଇନ୍ଦିରା ନନ୍ଦଙ୍କୁ ହରାଇଲେ ତାରା। 

 

19:37 PM

Odisha Election Results 2024 Live: ବଡମ୍ବା ବିଧାନସଭାରେ ସ୍ବାଧୀନ ପ୍ରାର୍ଥୀ ବିଜୟ ଦଳବେହେରା ବିଜୟୀ । ବିଜେଡିର ଦେବୀ ମିଶ୍ରଙ୍କୁ ହରାଇଲେ ବିଜୟ ଦଳ ବେହେରା। ତାଳଚେର ବିଧାନସଭାରେ ବିଜେଡି ବିଜୟୀ। ବିଜେଡି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ବିଜୟୀ ହୋଇଛନ୍ତି। ପାଲଲହଡ଼ା ବିଧାନସଭାରେ ବିଜେପି ବିଜୟୀ। ବିଜେପିର ଅଶୋକ ମହାନ୍ତି ବିଜୟୀ ହେଲେ। ପର୍ଜଙ୍ଗ ବିଧାନସଭାରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ବିଭୁତି ପ୍ରଧାନ ବିଜୟୀ । ଢେଙ୍କାନାଳ ବିଧାନସଭାରେ ବିଜେପି ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର ବିଜୟୀ ହେଲେ। ବାଲେଶ୍ବର ବିଧାନସଭାରେ ବିଜେପି ବିଜୟୀ। ବିଜେପିର ମାନସ ଦତ୍ତ ବିଜୟୀ । ସେହିପରି, ଭୁବନେଶ୍ବର ଉତ୍ତର ବିଧାନସଭାରେ ବିଜେଡି ବିଜୟୀ। ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀ ଲାଭ କରିଛନ୍ତି। 

 

19:25 PM

Odisha Election Results 2024 Live: ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରଣବ ପ୍ରକାଶ ଦାସଙ୍କ ପରିବାରକୁ ଲାଗିଛି ଶକ୍ତ ଝଟକା । ସମ୍ୱଲପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିଲେ ପ୍ରଣବ ପ୍ରକାଶ ଦାସ କିନ୍ତୁ ସେଠାରେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ହାରିବାକୁ ପଡିଛି । ଏଥିସହ ପ୍ରଣବଙ୍କ ମାଆ ସନ୍ଧ୍ୟାରାଣୀ ଦାସ ବିଜେଡି ଟିକଟରୁ କୋରେଇ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ସମୟରେ ତାଙ୍କୁ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକଙ୍କଠାରୁ ପରାଜୟର ସାମ୍ନା କରିବାକୁ ପଡିଛି । କେବଳ ସେତିକି ନୁହେଁ ସନ୍ଧ୍ୟାଙ୍କ ଜ୍ୱାଇଁ ତଥା ଓଲିଉଡ ଅଭିନେତା ଅରିନ୍ଦମ ଦାସ ବିଜେପି ଆସନରୁ ନିର୍ବାଚନ ଲଢି ସାଲେପୁରରୁ ପରାଜୟ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

18:53 PM

Odisha Election Results 2024 Live: ଓଡି଼ଶାରେ ଭାଙ୍ଗିଲା ଦୀର୍ଘ ୨୪ ବର୍ଷର ସରକାର। ଅଢେଇ ଦଶନ୍ଧି ଧରି ରାଜ୍ୟରେ ଶାସନରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିରବଚ୍ଛିନ ବିଜୟଧାରାରେ ଲାଗିଲା ରୋକ । ଯାହା ପୂର୍ବରୁ ଏକାଧିକ ଜାତୀୟ ଗଣମାଧ୍ୟମ ନିଜ ଏକଜିଟ ପୋଲରେ ଦର୍ଶାଇଥିଲେ। ଉତ୍ତର ଭାରତୀୟ ରାଜ୍ୟ ପରି ଓଡି଼ଶାରେ ମଧ୍ୟ ହେବାକୁ ଯାଉଛି ଡବଲ ଇଞ୍ଜିନ ସରକାର । ଅଧିକ ପଢ଼ନ୍ତୁ

18:44 PM

 

Odisha Election Results 2024 Live: ପୁରୀ ବିଧାନସଭାରେ ବିଜେଡି ବିଜୟୀଲାଭ କରିଛି। ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ବିଜୟୀ ହୋଇଥିବା ବେଳେ କଟକ ସଦର ବିଧାନସଭାରେ ବିଜେପି ଜିତିଛି। ବିଜେପି ପ୍ରାର୍ଥୀ ପ୍ରକାଶ ସେଠୀ ବିଜୟୀ ହୋଇଛନ୍ତି।

18:42 PM

Odisha Election Results 2024 Live: ମାହାଙ୍ଗା ବିଧାନସଭାରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ଲାଭ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ସାରଦା ପ୍ରଧାନ ବିଜୟୀ ହୋଇଛନ୍ତି। ବିଜେଡିର ଅଙ୍କିତ ପ୍ରତାପ ଜେନାଙ୍କୁ ହରାଇଲେ।

 

18:37 PM

Odisha Election Results 2024 Live: ସେହିପରି, କଣ୍ଟାମାଳରେ ବିଜେପି ପ୍ରାର୍ଥୀ କହ୍ନାଇ ଚରଣ ଦଙ୍ଗା ବିଜୟୀ ଲାଭ କରିଛନ୍ତି । ବିଜେଡି ପ୍ରାର୍ଥୀ ମହୀଧରଣ ରଣାଙ୍କୁ ପଛରେ ପକାଇଛନ୍ତି କହ୍ନାଇ। 

18:31 PM

Odisha Election Results 2024 Live: ଓଡି଼ଶାରେ ଭାଙ୍ଗିଲା ଦୀର୍ଘ ୨୪ ବର୍ଷର ସରକାର। ଅଢେଇ ଦଶନ୍ଧି ଧରି ରାଜ୍ୟରେ ଶାସନରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିରବଚ୍ଛିନ ବିଜୟଧାରାରେ ଲାଗିଲା ରୋକ୍ । ଯାହା ପୂର୍ବରୁ ଏକାଧିକ ଜାତୀୟ ଗଣମାଧ୍ୟମ ନିଜ ଏକଜିଟ ପୋଲରେ ଦର୍ଶାଇଥିଲେ। ଉତ୍ତର ଭାରତୀୟ ରାଜ୍ୟ ପରି ଓଡି଼ଶାରେ ମଧ୍ୟ ହେବାକୁ ଯାଉଛି ଡବଲ ଇଞ୍ଜିନ ସରକାର । ଏବେ ସୁଦ୍ଧା ଆନୁଷ୍ଠାନିକ ଭାବେ ନିର୍ବାଚନ କମିଶନଙ୍କ ଫଳାଫଳ ଘୋଷଣା ବାକି ଥିଲେ ବି ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବାର ଚିତ୍ର କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି।

18:29 PM

Odisha Election Results 2024 Live: ଭାଙ୍ଗୁଛି ବିଜେପି ଗଡ଼। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିୟ ବରଣ କରିଥିବା ବେଳେ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରିଯାଇଛନ୍ତି। 

 

18:27 PM

Odisha Election Results 2024 Live: ନିମାପଡ଼ା ବିଧାନସଭାରେ ବିଜେପି ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ପ୍ରଭାତି ପରିଡ଼ା ବିଜୟୀ ହେଲେ। ବ୍ରହ୍ମପୁର ବିଧାନସଭାରେ ବିଜେପି ପ୍ରାର୍ଥୀ ବିଜୟୀ।ବିଜେପିର କେ. ଅନିଲ କୁମାର ବିଜୟୀ ହେଲେ। ସେପଟେ, ବାଲିକୁଦା-ଏରସମା ବିଧାନସଭାରେ ବିଜେଡି ବିଜୟୀ। ବିଜେଡିର ସାରଦା ଜେନା ବିଜୟୀ ହୋଇଛନ୍ତି। ଦିଗପହଣ୍ଡି ବିଧାନସଭାରେ ବିଜେପି ବିଜୟୀ। ବିଜେପିର ସିଦ୍ଧାନ୍ତ ମହାପାତ୍ର ବିଜୟୀ ଲାଭ କରିଛନ୍ତି। 

 

18:25 PM

Odisha Election Results 2024 Live: ବିଷମ କଟକରୁ  କଂଗ୍ରେସ ପ୍ରାର୍ଥୀ ନିଳମାଧବ ହିକକା ବିଜୟୀ ଲାଭ କରିଛନ୍ତି। ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କୁ ପଛରେ ପକାଇଛନ୍ତି। ସେପଟେ ଲକ୍ଷ୍ମୀପୁରୁ କଂଗ୍ରେସ୍ ପ୍ରାର୍ଥୀ ପବିତ୍ର ସାଉନ୍ତ ବିଜୟୀ ଲାଭ କରିଛନ୍ତି।

18:21 PM

Odisha Election Results 2024 Live: ସାନଖେମୁଣ୍ତି (କଂଗ୍ରେସ) ରମେଶ ଚନ୍ଦ୍ର ଜେନା ବିଜୟୀ। ଭବାନୀପାଟଣାରୁ କଂଗ୍ରେସ ପ୍ରାର୍ଥୀ ସାଗର ଚରଣ ଦାସ ବିଜୟୀ ହୋଇଛନ୍ତି। 

18:16 PM

Odisha Election Results 2024 Live: ଗୁଣପୁର ବିଧାନସଭାରେ କଂଗ୍ରେସ ବିଜୟୀ। କଂଗ୍ରେସର ସତ୍ୟଜିତ ଗମାଙ୍ଗ ବିଜୟୀ। ବାସୁଦେବପୁର ବିଧାନସଭାରେ କଂଗ୍ରେସ ବିଜୟୀ। କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ବିଜୟୀ ହେଲେ। ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ହରାଇଲେ ଅଶୋକ। 

18:14 PM

Odisha Election Results 2024 Live: କୋଟପାରୁ ଋତୁ ଭଦ୍ରା ବିଜେପିରୁ ବିଜୟୀ ଲାଭ କରିଛନ୍ତି। ଆଠମଲ୍ଲିକ ବିଧାନସଭାରେ ବିଜେଡି ବିଜୟୀ। ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ବିଜୟୀ ହୋଇଛନ୍ତି। 

 

18:12 PM

Odisha Election Results 2024 Live: ଆସ୍କାରୁ ବିଜେପି ପ୍ରାର୍ଥୀ ସୁରୁଜ କୁମାର ପାଢୀ ବିଜୟୀ ହୋଇଛନ୍ତି। ଭଦ୍ରକ ବିଧାନସଭାରେ ବିଜେପି ବିଜୟୀ। ବିଜେପିର ସୀତାଂଶୁ ମହାପାତ୍ର ବିଜୟୀ। ବିଜେଡିର ପ୍ରଫୁଲ୍ଲ ସାମଲଙ୍କୁ ହରାଇଲେ ସୀତାଂଶୁ। 

 

18:09 PM

Odisha Election Results 2024 Live: ବଣାଇ ବିଧାନସଭାରେ ସିପିଆଇଏମ୍‌ ବିଜୟୀ ଲାଭ କରିଛନ୍ତି। ସିପିଆଇଏମ୍‌ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଜୟୀ। ଲଗାତାର ତୃତୀୟ ଥର ପାଇଁ ଜିତିଲେ ଲକ୍ଷ୍ମଣ। ତିର୍ତ୍ତୋଲ ବିଧାନସଭାରେ ବିଜେଡି ବିଜୟୀ। ବିଜେଡିର ରମାକାନ୍ତ ଭୋଇ ବିଜୟୀ ହେଲେ। ଖଲିକୋଟ ରେ ବିଜେପି ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜୟୀ ଲାଭ କରିଛନ୍ତି। 

18:06 PM

Odisha Election Results 2024 Live: ସେହିପରି, ଧର୍ମଗଡ଼ରେ  ବିଜେପି ପ୍ରାର୍ଥୀ ସୁଧିର ରଞ୍ଜନ ପାଟ୍ଟଯୋଶୀ ବିଜୟୀ ହୋଇଛନ୍ତି। ପୂର୍ବତନମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ହାଇଛନ୍ତି।ସେହିପରି ବୌଦ୍ଧରେ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ବିଜୟୀ ଲାଭ କରିଛନ୍ତି। ସେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ଅମାତ୍ ପରାଜୟ ବରଣ କରିଛନ୍ତି। ପାରାଦୀପରେ ବିଜେପି ପ୍ରାର୍ଥୀ ସମ୍ପଦ ଚରଣ ସ୍ବାଇଁ ବିଜୟୀ ହୋଇଛନ୍ତି । ଜଗତସିଂହପୁରରେ  ବିଜେପି ପ୍ରାର୍ଥୀ  ଅମରେନ୍ଦ୍ର ଦାଶ ବିଜୟୀ । ସଦ୍ୟବାଦୀରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ବିଜୟୀ ହୋଇଛନ୍ତି।  ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବିଜୟୀ ହୋଉଛନ୍ତି। 

 

17:58 PM

Odisha Election Results 2024 Live: ସେହିପରି ଅନୁଗୁଳରେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ସଂଯୁକ୍ତା ସିଂହଙ୍କୁ ହାଇଛନ୍ତି ପ୍ରତାପ। 

17:55 PM

Odisha Election Results 2024 Live: ଭଦ୍ରକରେ ବିଜେପି ପ୍ରାର୍ଥୀ ହିତାଂଶୁ ଶେଖର ମହାପାତ୍ର ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କୁ ପରାସ୍ତ କରିଛନ୍ତି। ଅତାବିରା ବିଧାନସଭାରେ ବିଜେପି ବିଜୟୀ ହୋଇଛି। ବିଜେପିର ନିହାର ମହାନନ୍ଦ ବିଜୟୀ।  ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ହରାଇଲେ ନିହାର। ରାଜନଗର ବିଧାନସଭାରେ ବିଜେଡି ବିଜୟୀ। ବିଜେଡି ପ୍ରାର୍ଥୀ ଧୃବ ସାହୁ ବିଜୟୀ।  ସେହିପରି, ବଡ଼ସାହି ବିଧାନସଭାରେ ବିଜେପି ବିଜୟୀ।  ବିଜେପି ପ୍ରାର୍ଥୀ ସନାତନ ବିଜୁଳି ବିଜୟୀ। ସେହିପରି, ଭଟଲୀ ବିଧାନସଭାରେ ବିଜେପି ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ଈରାଶିଷ ଆଚାର୍ଯ୍ୟ ବିଜୟୀ। ବିଜେଡିର ସୁଶାନ୍ତ ସିଂହଙ୍କୁ ହରାଇଲେ ଈରାଶିଷ। 

17:50 PM

Odisha Election Results 2024 Live: କେନ୍ଦୁଝରରୁ ମୋହନ ଚରଣ ମାଝି (ବିଜେପି) କେନ୍ଦୁଝରରୁ ବିଜୟୀ ହୋଇଛନ୍ତି। କରଞ୍ଜିଆରୁ ପଦ୍ମଚରଣ ହାଇବୁରୁ (ବିଜେପି) ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଫକୀର ମୋହନ ନାୟକ ତେଲକୋଇରୁ ବିଜୟୀ ହୋଇଛନ୍ତି।  

 

17:36 PM

Odisha Election Results 2024 Live: ଦଶପଲ୍ଲା, ବିଜେଡିରୁ ରମେଶ ଚନ୍ଦ୍ର ବେହେରା ବିଜୟୀ ଲାଭ କରିଛନ୍ତି। ସେହିପରି, ଅରୁଣ ସାହୁ ନୟାଗଡରୁ ବିଜୟୀ ହୋଇଛନ୍ତି। 

17:36 PM

Odisha Election Results 2024 Live: ରେଢ଼ାଖୋଲ ବିଧାନସଭାରେ ବିଜେଡି ବିଜୟୀ। ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବିଜୟୀ। ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କୁ ହରାଇଲେ ପ୍ରସନ୍ନ।

17:34 PM

Odisha Election Results 2024 Live: ନୂଆପଡାରୁ ବିଜେଡିରୁ ରାଜେନ୍ଦ୍ର ଢୋଲକିଆ ବିଜୟୀ ଲାଭ କରିଛନ୍ତି।  ସମ୍ବଲପୁର ବିଧାନସଭା ସିଟ ୪୧୦୫ ଭୋଟ ରେ ଜିତିଲେ ଜୟ ନାରାୟଣ ମିଶ୍ର ।

17:33 PM

Odisha Election Results 2024 Live: ସେପଟେ, କଣ୍ଟାବାଞ୍ଜିରୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ଜିତିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପରାଜୟ ବରଣ କରିଛନ୍ତି।  

 

17:29 PM

Odisha Election Results 2024 Live: ସେପଟେ,ସାନଖେମୁଣ୍ଡି ବିଧାନସଭାରେ କଂଗ୍ରେସ ବିଜୟୀ। କଂଗ୍ରେସର ରମେଶ ଜେନା ଜିତିଲେ। ବିଜେଡିର ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ହରାଇଲେ। ସେପଟେ, ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧାରୁ ଜିତିଛନ୍ତି।

 

17:28 PM

Odisha Election Results 2024 Live: ସୋରଡ଼ା ବିଧାନସଭାରେ ବିଜେପି ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ବିଜୟୀ ହୋଇଛନ୍ତି। ବିଜେଡିର ସଂଘମିତ୍ରା ସ୍ବାଇଁଙ୍କୁ ହରାଇଲେ ନୀଳମଣି।

 

17:26 PM

Odisha Election Results 2024 Live: ବିଜେପିର ବିଜୟ ଧାରା କ୍ରମାଗତ ଭାବେ ଜାରି ରହିଛି। ବୀରମହାରାଜପୁର ବିଧାନସଭାରେ ବିଜେପି ବିଜୟୀ।ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା ବିଜୟୀ ହୋଇଛନ୍ତି। ବିଜେଡିର ପଦ୍ମନାଭ ବେହେରାଙ୍କୁ ହରାଇଲେ ରଘୁନାଥ। ସେପଟେ,  ଭୋଗରାଇ ବିଧାନସଭାରେ ବିଜେଡି ବିଜୟୀ ହୋଇଛି। ବିଜେଡି ପ୍ରାର୍ଥୀ ଗୌତମବୁଦ୍ଧ ଦାସ ବିଜୟୀ। କଂଗ୍ରେସର ସତ୍ୟଶିବ ଦାସଙ୍କୁ ହରାଇଲେ ଗୌତମ।

 

17:12 PM

Odisha Election Results 2024 Live: ବାରବାଟୀ-କଟକ ବିଧାନସଭାରେ କଂଗ୍ରେସ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ବିଜୟୀ। ବିଜେପିର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ହରାଇଲେ ସୋଫିଆ। 

 

16:53 PM

Odisha Election Results 2024 Live: ନବରଙ୍ଗପୁର ବିଧାନସଭାରେ ବିଜେପି ବିଜୟୀ। ବିଜେପିର ଗୌରୀଶଙ୍କର ମାଝୀଙ୍କ ବିଜୟ ହୋଇଛନ୍ତି। ବିଜେଡିର କୌଶଲ୍ୟା ପ୍ରଧାନୀଙ୍କୁ ହରାଇଲେ ଗୌରୀଶଙ୍କର। 

 

16:42 PM

Odisha Election Results 2024 Live: କେନ୍ଦ୍ରାପଡ଼ା ବିଧାନସଭାରେ ବିଜେଡି ବିଜୟୀ। ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା ବିଜୟୀ। ବିଜେପିର ଗୀତାଞ୍ଜଳି ସେଠୀଙ୍କୁ ହରାଇଲେ ଗଣେଶ୍ବର। ଡାବୁଗାଁ ବିଧାନସଭାରେ ବିଜେଡି ବିଜୟୀ। ବିଜେଡିର ମନୋହର ରନ୍ଧାରୀ ବିଜୟୀ ,କଂଗ୍ରେସର ଲିପିକା ମାଝୀଙ୍କୁ ହରାଇଲେ ରନ୍ଧାରୀ। 

16:12 PM

Odisha Election Results 2024 Live: ଘସିପୁରା ବିଧାନସଭାରେ ଜିତିଲା ବିଜେଡି। ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ବିଜୟୀ । ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କୁ ହରାଇଲେ ବଦ୍ରି। 

16:10 PM

Odisha Election Results 2024 Live: ବିଂଝାରପୁର ବିଧାନସଭାରେ ବିଜେଡି ଜିତିଲା। ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ। ବିଜେପିର ବବିତା ମଲ୍ଲିକଙ୍କୁ ହରାଇଲେ ପ୍ରମିଳା। ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ।  ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ। ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ।

16:02 PM

Odisha Election Results 2024 Live: ଏକାମ୍ରରେ ବାବୁ ସିଂହ ବିଜୟ ପରେ, ସେଣ୍ଟର ବାହାରେ ବିଜେପିକର୍ମୀ ବିଜୟ ଉଲ୍ଲାସ, ବାବୁ ସିଂଙ୍କ ମାସ୍କପିନ୍ଧି ବୁଲିଲେ କର୍ମୀ, ଜୟ ଶ୍ରୀ ରାମ ନାରେ କମ୍ପିଲା, ବିରୋଧୀକୁ କହିଲେ ଗୋ ବ୍ୟାକ୍ । 

 

15:45 PM

Odisha Election Results 2024 Live: ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। କେତେକ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବିଜୟୀ ହୋଇସାରିଥିବା ସୂଚନା ମିଳିଛି। ଏହାରି ମଧ୍ୟରେ ରାଜ୍ୟରେ ବିଜେଡିକୁ ବିଜେପି କଡ଼ା ଟକ୍କର ଦେଇଛି। ତେବେ ଭୁବନେଶ୍ବର ମଧ୍ୟମ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଥିବା ସୂଚନା ମିଳିଛି। ତେବେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ହରାଇ ଅନନ୍ତ ବିଜୟୀ ହୋଇଛନ୍ତି। ସେହିପରି ଶ୍ରୀ ପ୍ରଧାନ ପ୍ରଥମ କିଛି ରାଉଣ୍ଡରେ ଅନନ୍ତଙ୍କ ଆଗରେ ଥିବା ବେଳେ ଶେଷ ରାଉଣ୍ଡ ଆଡ଼କୁ ଅନନ୍ତ ଭଲ ପ୍ରଦର୍ଶନ କରିଥିଲେ। 

15:27 PM

Odisha Election Results 2024 Live: ରଣପୁରେ ବିଜେପି ପ୍ରାର୍ଥୀ ସୁରମା ପାଢୀ  ବିଜୟ ହୋଇଥିବା ବେଳେ ବାଙ୍କୀରେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ବିଜୟ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। 

15:26 PM

Odisha Election Results 2024 Live: ସେହିପରି, ସିଲଭର ସିଟି କଟକରେ ସୋଫିଆ ଫିରଦୋସ୍ ୨୬,୮୦୩ ଖଣ୍ତ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ  ବିଜେପିର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ଠାରୁ ୩୫୩୦ ଭୋଟରେ ଆଗୁଆ ରହିଛନ୍ତି । ସେହିପରି, ବିଜେଡିର ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା  ୧୯୮୪୬ ଭୋଟ୍ ପାଇଛନ୍ତି। 

15:13 PM

Odisha Election Results 2024 Live: ମାଲକାନଗିରିର ନୂଆ ବିଧାୟକ ହୋଇଛନ୍ତି ନରସିଂହ ମାଡକାମି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି କଂଗ୍ରେସର ମାଲା ମାଢିଙ୍କୁ ୧୪,୪୬୫ ଭୋଟରେ ପରାସ୍ତ କରିଛନ୍ତି। 

 

15:09 PM

Odisha Election Results 2024 Live: ବରଗଡ ବିଧାନସଭା ନିର୍ବାଚନ ମଣ୍ତଳୀର ବିଜେପି ପ୍ରାର୍ଥୀ, ଅଶ୍ବୀନି କୁମାର ଷଡଙ୍ଗୀ ବିଜୟୀ ଲାଭ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ୪, ୬୪୩ ଭୋଟରେ ପରାସ୍ତ କରିଛନ୍ତି।

15:06 PM

Odisha Election Results 2024 Live: ଖଣ୍ତପଡାରୁ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ବାଇଁ ବିଜୟ ହୋଇଛନ୍ତି । ସେ ୭୫,୧୩୯ ଭୋଟ୍ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ସାବିତ୍ରୀ ପ୍ରାଧାନ( ବିଜେଡି) ଠାରୁ ବିଜୟୀ ଲାଭ କରିଛନ୍ତି। 

 

15:01 PM

Odisha Election 2024 LIVE: ଟଙ୍କଧର ବିଜୟୀ
ଝାରସୁଗୁଡ଼ାର ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଛନ୍ତି। ସେ ବିଧାୟକ ଦିପାଳୀ ଦାସଙ୍କୁ ୧୨୬୫ ଭୋଟରେ ପରାସ୍ତ କରିଛନ୍ତି। ସମୁଦାୟ ୧୯ଟି ରାଉଣ୍ଡରେ ଭୋଟ ଗଣତି କରାଯାଇଥିଲା।

14:12 PM

ODISHA ELECTION RESULTS 2024 LIVE: ସୁରେଶ ପୂଜାରୀ ବିଜୟୀ: 
ବ୍ରଜରାଜ ନଗରରରୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ସେ ସମୁଦାୟ ୮୧ହଜାର ୫୮୨ ଟି ଭୋଟ ଲାଭ କରିଛନ୍ତି। ସମୁଦାୟ ୧୯ଟି ରାଉଣ୍ଡର ଗଣତି ପରେ ଏହି ଫଳାଫଳ ଜଣାପଡ଼ିଛି। ନିକଟତମ୍‍ ପ୍ରତିଦ୍ୱନ୍ଦ୍ୱୀ ଅଳକା ମହାନ୍ତିଙ୍କୁ ସେ ୨୬ ହଜାର ୫୮୨ ଭୋଟରେ ବିଜୟୀ ହୋଇଛନ୍ତି।

14:07 PM

Odisha Election Results 2024 Live: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ ଜାଣନ୍ତୁ
କଂଗ୍ରେସରୁ ପଟାଙ୍ଗୀ ପାଇଁ ପ୍ରାର୍ଥୀ ହୋଇଥିବା ରାମଚନ୍ଦ୍ର କାଡାମ ମଧ୍‍ୟ ସେହିପରି ନିଜ ଭାଗ୍ୟକୁ ହାତରେ ଧରି ବୁଲୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଜେଡିର ପ୍ରଫୁଲ କୁମାର ପାଙ୍ଗୀଙ୍କଠାରୁ ସେ ମାତ୍ର ୯୮ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଏବଂ ଭୋଗରାଇରେ ସତ୍ୟଶିବ ଦାସ ୭୧୮ ଭୋଟରେ ଆଗୁଆ ରହିଛନ୍ତି। 

14:07 PM

Odisha Election Results 2024 Live: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ ଜାଣନ୍ତୁ
ରାଉରକେଲାରେ ଅନେକ ସମୟ ଆଗୁଆ ରହିବା ପରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଏବେ ପଛରେ। ବିଜେଡି ପ୍ରାର୍ଥୀ ମାତ୍ର ୪୫୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। 

14:06 PM

Odisha Election Results 2024 Live: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ ଜାଣନ୍ତୁ
କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ବି ସେମିତି ସୂତାଖିଅରେ ଝୁଲୁଛି। ତାଙ୍କ ବିରୁଦ୍ଧରେ ପ୍ରାର୍ଥୀ ଥିବା ଲକ୍ଷ୍ମଣ ବାଗ ମାତ୍ର ୮୨୮ ଭୋଟରେ ପଛୁଆ ଅଛନ୍ତି। କିଛି ସମୟ ପୂର୍ବରୁ ସେ ଆଗରେ ଥିଲେ। ଏଣୁ କେତେବଳେ ବି ଏଠାରେ କ’ଣ ହୋଇପାରେ। 

14:05 PM

Odisha Election Results 2024 Live: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ ଜାଣନ୍ତୁ
ଉଦଳାରେ ଶ୍ରୀନାଥ ସୋରେନ୍‍ ମାତ୍ର ୯୫ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଭାସ୍କର ମଢ଼େଇଙ୍କଠାରୁ ଆଗୁଆ ରହିଛନ୍ତି। କୌଣସି ବି ମୁହୂର୍ତ୍ତରେ ଏ ଟ୍ରଣ୍ଡେ ବଦଳିପାରେ। 

13:58 PM

Odisha Election Results 2024 Live: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ ଜାଣନ୍ତୁ
ବିଜେଡି ବିଜୟ ଟ୍ରେଣ୍ଡରେ ସମ୍ବେଦନଶୀଳ ଅବସ୍ଥାରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ କନ୍ୟା ଦୀପାଳି। ସେ ଝାରସୁଗୁଡ଼ାରୁ ପ୍ରାର୍ଥୀ ହୋଇଛନ୍ତି। ମାତ୍ର ୪୨୯ ଖଣ୍ଡ ଭୋଟରେ ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ଆଗରେ ରହିଛନ୍ତି। 

13:57 PM

Odisha Election Results 2024 Live: ଜଗତସିଂହପୁର ନିର୍ବାଚନ ମଣ୍ଡଳୀ
ପ୍ରଶାନ୍ତ ମୁଦୁଲି,ବିଜେଡି-24840
ଅମରେନ୍ଦ୍ର ଦାସ,ବିଜେପି-34034
ପ୍ରତିମା ମଲ୍ଲିକ,କଂଗ୍ରେସ-9194
ଆଗୁଆ-ବିଜେପି 9194

13:52 PM

Odisha Election Results 2024 Live: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ ଜାଣନ୍ତୁ
କାମାକ୍ଷା ନଗରରେ ୯୦୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନା।  ସେ ପୂର୍ବତନ ବିଧାୟକ ଖଣିମନ୍ତ୍ରୀ ପ୍ରଫୁଲ ମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି। ବାରବାଟୀ କଟକରେ ମଧ୍ୟ ବିଜେପି ପ୍ରାର୍ଥୀ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ୬୨୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ ତାଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇଛନ୍ତି। 

13:45 PM

Odisha Election Results 2024 Live: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ ଜାଣନ୍ତୁ

ବୌଦ୍ଧରେ ସରୋଜ ପ୍ରଧାନ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୁଦ୍ଧରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ, ବାଚସ୍ପତି ପୁରୁଖା ନେତା ପ୍ରଦୀପ କୁମାର ଅମାତ। ସରୋଜ ଶ୍ରୀ ଅମାତଙ୍କଠାରୁ ଏବେ ୬୧୯ ଭୋଟରେ ଆଗୁଆ ରହିଛନ୍ତି। ଏଠାରେ ୧୭ଟି ରାଉଣ୍ଡରେ ଗଣତି ହେବ। ଏବେ ସୁଦ୍ଧା ୬ ରାଉଣ୍ଡ ଶେଷ ହୋଇଛି। 

13:31 PM

Odisha Election Results 2024 Live: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ ଜାଣନ୍ତୁ
କୋରାପୁଟ: ଏଠାରେ ବିଜେପି ଓ କଂଗ୍ରେସ ଭିତରେ ଚାଲିଛି କଡ଼ା ମୁକାବିଲା। ବିଜେପିର ରଘୁରାମ ମାଛ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ କୃଷ୍ଣ କଳୁଦୀପଙ୍କ ଭିତରେ ଭୋଟ ବ୍ୟବଧାନ ମାତ୍ର ୫୦୦ ରହିଛି। 

13:31 PM

Odisha Election Results 2024 Live: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ ଜାଣନ୍ତୁ
କୋରାପୁଟ: ଏଠାରେ ବିଜେପି ଓ କଂଗ୍ରେସ ଭିତରେ ଚାଲିଛି କଡ଼ା ମୁକାବିଲା। ବିଜେପିର ରଘୁରାମ ମାଛ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ କୃଷ୍ଣ କଳୁଦୀପଙ୍କ ଭିତରେ ଭୋଟ ବ୍ୟବଧାନ ମାତ୍ର ୫୦୦ ରହିଛି। 

13:29 PM

Odisha Election Results 2024 Live: କେଉଁ ନେତାଙ୍କ ଭାଗ୍ୟ ସୂତା ଖିଅରେ ଜାଣନ୍ତୁ
ନିଆଳି: ସବୁଠାରୁ କମ୍‍ ବ୍ୟବଧାନରେ ଟକ୍କର ଚାଲିଛି ନିଆଳି ବିଧାନସଭା ନିର୍ବାଚନ ମଣ୍ତଳୀରେ। ଏଠାରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଛବି ମଲ୍ଲିକ ମାତ୍‍ ଦେଉଛନ୍ତି ବିଧାୟକ ଡ. ପ୍ରମୋଦ ମଲ୍ଲିକଙ୍କୁ । ସେ ବିଜୁ ଜନତା ଦଳର ପ୍ରାର୍ଥୀ। ଉଭୟଙ୍କ ଭିତରେ ବ୍ୟବଧାନ ରହିଛି ମାତ୍ର ୧୯୨। 
ପାରଳା ଖମୁଣ୍ଡି: ପାରଳାଖେମୁଣ୍ଡିରେ ବିଜେପି ପ୍ରାର୍ଥୀ କୋଡୁରୁ ନାରାୟଣ ରାଓ ମାତ୍ର ୩୮୧ ଭୋଟରେ ଆକଗୁଆ ଅଛନ୍ତି। ବିଜେଡିର ୮ରୂପେଶ କୁମାରପାଣିଗ୍ରାହୀ ହେଉଛନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ।

13:12 PM

Odisha Election Results 2024 Live: ଗେରୁଆ ହେଉଛି ଓଡ଼ିଶା
ସଦ୍ୟ ସୂଚନା ଅନୁଯାୟୀ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ୭୪ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେଡି ୫୭ଟି ଓ କଂଗ୍ରେସ ୧୪ଟି ଆସନରେ ଆଗୁଆ ରହିଛନ୍ତି। ସିପିଆଇ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଆଗୁଆ ରହିଛନ୍ତି। 

13:00 PM

Odisha Election Results 2024 Live: ଜଳେଶ୍ଵର ନିର୍ବାଚନ ମଣ୍ଡଳୀ 3 ରାଉଣ୍ଡ 
ବିଜେପି: 9945
ବିଜେଡି: ୧୩୮୧୨
କଂଗ୍ରେସ: ୪୦୪୨

ବିଜେଡି ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ଆଗୁଆ

12:56 PM

Odisha Election Results 2024 Live: ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ
ରମାକାନ୍ତ ଭୋଇ,ବିଜେଡି-25346
ରାଜକିଶୋର ବେହେରା,ବିଜେପି-18186
ହିମାଂଶୁ ଭୂଷଣ ମଲ୍ଲିକ,କଂଗ୍ରେସ-11388
ଆଗୁଆ-ବିଜେଡି 7160

12:49 PM

Odisha Election Results 2024 Live: ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ 4 ରାଉଣ୍ଡ 
ବିଜେପି ୧୬୭୪୮
ବିଜେଡି ୧୪୬୮୫
କଂଗ୍ରେସ ୪୫୦୬

ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ ଆଗୁଆ

12:48 PM

Odisha Election Results 2024 Live: ବସ୍ତା ନିର୍ବାଚନ ମଣ୍ଡଳୀ 3 ରାଉଣ୍ଡ 
ବିଜେପି: ୫୭୪୫
ବିଜେଡି: ୧୦୩୬୫
କଂଗ୍ରେସ: ୬୯୯୮

ବିଜେଡି ବିଧାୟକ ପ୍ରାର୍ଥୀ ସୁବାସିନି ଜେନା ଆଗରେ

12:47 PM

Odisha Election Results 2024 Live: ସିମୁଳିଆ ନିର୍ବାଚନ ମଣ୍ଡଳୀ 8 ରାଉଣ୍ଡ 
ବିଜେପି : ୨୮୧୯୯
ବିଜେଡ଼ି : ୨୬୦୪୦
କଂଗ୍ରେସ : ୫୭୭୫

ବିଜେପି ପ୍ରାର୍ଥୀ ପଦ୍ମ ଲୋଚନ ପଣ୍ଡା ଆଗୁଆ

12:46 PM

Odisha Election Results 2024 Live: କନ୍ଧମାଳରେ ଅଚ୍ୟୁତ ସାମନ୍ତ ପଛୁଆ
ବିଜେଡିର ସାଂସଦ ପ୍ରାର୍ଥୀ ତଥା ଓଡ଼ିଶାର ପରିଚିତ ଶିକ୍ଷା ଉଦ୍ୟୋଗୀ ଅଚ୍ୟୁତ ସାମନ୍ତ ଏବେ ପଛୁଆ ଅଛନ୍ତି। ଗତଥର ବଜେଡି ଟିକଟରେ ସେ ବିଜୟୀ ହୋଇଥିଲେ। ଏଥର ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ତାଙ୍କୁ ସ୍ୱଳ୍ପ ବ୍ୟବଧାନରେ ପଛରେ ପକାଇଛନ୍ତି। ଏହି ବ୍ୟବଧାନ ମାତ୍ର ୧୯ ରହିଛି। ସୁକାନ୍ତଆଗକୁ ଉଠିବା ଦ୍ୱାରା ବିଜେପି ଏବେ ୨୧ରୁ ୧୯ ଲୋକସଭା  ଆସନରେ ଆଗୁଆ ରହିଛନ୍ତି।

12:41 PM

Odisha Election Results 2024 Live: ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ
ରମାକାନ୍ତ ଭୋଇ,ବିଜେଡି-18335
ରାଜକିଶୋର ବେହେରା,ବିଜେପି-13714
ହିମାଂଶୁ ଭୂଷଣ ମଲ୍ଲିକ,କଂଗ୍ରେସ-5686
ଆଗୁଆ-ବିଜେଡି 4621

12:27 PM

Odisha Election Results 2024 Live: ଜଗତସିଂହପୁର ନିର୍ବାଚନ ମଣ୍ଡଳୀ

ପ୍ରଶାନ୍ତ ମୁଦୁଲି,ବିଜେଡି-9972
ଅମରେନ୍ଦ୍ର ଦାସ,ବିଜେପି-13663
ପ୍ରତିମା ମଲ୍ଲିକ,କଂଗ୍ରେସ-708
ଆଗୁଆ-ବିଜେପି 3691

12:17 PM

Odisha Election Results 2024 Live: ଚିତ୍ରକୋଣ୍ଡା  ବିଧାନସଭା ଆସନର ଫଳାଫଳ

ବିଜେପି ଡମ୍ବରୁ ଶିଶା 24200
ବିଜେଡି ଲକ୍ଷ୍ମୀପ୍ରିୟା ନାୟକ 19377
କଂଗ୍ରେସ ମଙ୍ଗୁ ଖିଲ 25779
କଂଗ୍ରେସ ମଙ୍ଗୁ ଖିଲ 1579 ଭୋଟରେ ଆଗୁଆ

12:16 PM

Odisha Election Results 2024 Live: ପାରାଦୀପ ନିର୍ବାଚନ ମଣ୍ଡଳୀ
ଗୀତାଞ୍ଜଳି ରାଉତରାୟ, ବିଜେଡ଼ି-6244
ସମ୍ପଦ ସ୍ୱାଇଁ,ବିଜେପି-7427
ନିରଞ୍ଜନ ନାୟକ,କଂଗ୍ରେସ-638
ଆଗୁଆ- ବିଜେପି 1183

11:57 AM

Odisha Election Results 2024 Live: ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ
ରମାକାନ୍ତ ଭୋଇ,ବିଜେଡି-14258
ରାଜକିଶୋର ବେହେରା,ବିଜେପି-10000
ହିମାଂଶୁ ଭୂଷଣ ମଲ୍ଲିକ,କଂଗ୍ରେସ-4826
ଆଗୁଆ-ବିଜେଡି 4258

11:48 AM

Odisha Election Results 2024 Live: କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟାଖ୍ୟାତ! ହିଞ୍ଜିଳିରେ ବି କମ୍‍ ମାର୍ଜିନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ପଛରେ ପକାଇଛନ୍ତି ବିଜେପି ପ୍ରାର୍ଥୀ। ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ତଳୀ ଭାବେ ପରିଚିତ କଣ୍ଟାବାଞ୍ଜିରେ ନବାଗତ ଲକ୍ଷ୍ମଣ ବାଗଙ୍କୁ  ଲୋକଙ୍କ ସମର୍ଥନ ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବବିହୀନ କରିଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯେଉଁ ଆସନରୁ ଅତୀତରେ ପ୍ରାର୍ଥୀ ହୋଇଛନ୍ତି ସାଠାରେ ଜିତିଛନ୍ତି। ଏଥର ପଶ୍ଚିମାଞ୍ଚଳ ଗଡ଼କୁ ସୁରକ୍ଷିତ ରଖିବା ଲାଗି ଦଳ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରିସ୍ଥିତି ଏଲଏପରି ହୋଇଛି ଯେ ତାଙ୍କୁ ବି ପରାଜୟ ଆଡ଼କୁ ମୁହାଇଁବାକୁ ପଡ଼ିଛି। 

11:34 AM

Odisha Election Results 2024 Live: ମ୍ୟାଜିକ୍‍ ନମ୍ବର ଛୁଇଁଲା ବିଜେପି, ରହିବକି ଏ ଟ୍ରେଣ୍ଡ
ରାଜ୍ୟରେ ବିଜେପି ଛୁଇଁଛି ମ୍ୟାଜିକ ନମ୍ବର। ଅର୍ଥାତ୍‍ ଯଦି ଏହି ଟ୍ରେଣ୍ଡ ନିରନ୍ତର ରହେ ତେବେ ବିଜେପିକୁ ସରକାର ଗଠନରୁ କେହି ଦୂରେଇ ପାରିବେ ନାହିଁ। ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବିଜେପି ୭୬ଟି ଆସନରେ ଆଗୁଆ ରହିଛି। ବିଜେଡିକୁ ୫୩ ଆସନ ମିଳିଥିବା ବେଳେ କଂଗ୍ରେସ ୧୨ଟି ଆସନରେ ଆଗୁଆ ରହିଛି। ରାଜ୍ୟ ବିଧାନସଭାରେ ସମୁଦାୟ ଆସନ ସଂଖ୍ୟା ୧୪୭ ହୋଇଥିବାରୁ ୭୪ହେଉଛି ସରକାର ଗଠନ କରିବାର ମ୍ୟାଜିକ୍‍ ନମ୍ବର। ଏହି ସଂଖ୍ୟାକୁ ବିଜେପି ୟା ଭିତରେ ହାସଲ କରିଛି। ଆଗକୁ ଏହି ଟ୍ରେଣ୍ଡ ରହିଲେ ବିଜେପି ସରକାର ଗଠନ କରିବ ବୋଲି ଆଶା କରାଯାଇପାରେ। ରାଜ୍ୟରେ ବିଧାନସଭା ନିର୍ବାଚନ ଗଣତି ପରିବର୍ତ୍ତନର ଇଙ୍ଗିତ ଦେଉଛି। ପ୍ରଥମ ପର୍ଯ୍ୟାୟରେ ୧୪୭ ଆସନରୁ ୧୪୫ ଆସନରେ ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସୁଛି ସେଥିରେ ବିଜେପି ସଂଖ୍ୟାଧିକ ରହିଛି। ୭୬ ଆସନରେ ବିଜେପି ଆଗୁଆ ରହିଛି। ଶାସକ ବିଜେଡି ୫୩କୁ ଖସି ଆସିଛି।  
ବିଜେପି ଆଗୁଆ ରହିଥିବା ବିଧାନସଭା ଆସନଗୁଡ଼ିକ ହେଲା: ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜ ନଗର, ତଳସରା, ରଘୁନାଥପଲ୍ଲୀ, ରାଉରକେଲା, କୁଚିଣ୍ଡା, ରେଢ଼ାଖୋଲ, ତେଲକୋଇ, ପାଟଣା, କେନ୍ଦୁଝର, ଯଶୀପୁର, ବାଙ୍ଗିରପୋଷୀ, କରଞ୍ଜିଆ, ବଡ଼ ସାହି, ବାରିପଦା, ମୋରଡ଼ା, ବାଲେଶ୍ୱର, ରେମୁଣା, ନିଳଗିରି, ସିମୁଳିଆ, ଭଦ୍ରକ, ଧାମନଗର , ଚାନ୍ଦବାଲି, ବିଞ୍ଝାରପୁର, ବଡ଼ଚଣା, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ଅନୁଗୁଳ, ଛେଣ୍ଡିପଦା, ବୀରମହାରାଜପୁର, ସୋନପୁର, ଲୁଇସିଂହା, ପାଟଣାଗଡ଼, ଟିଟିଲାଗଡ଼, କଣ୍ଟାବାଞ୍ଜି, ଉମରକୋଟ, ଝରିଗ୍ରାମ, ଜୁନାଗଡ଼, ଧର୍ମଗଡ଼, ଜି ଉଦୟଗିରି, କଣ୍ଟାମାଳ, ବୌଦ୍ଧ, କଟକ-ବାରବାଟି, ନିଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ଜଗତସିଂହପୁର, ନିମାପଡ଼ା, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଏକାମ୍ର- ଭୁବନେଶ୍ୱର, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ସୋରଡ଼ା, ଛତ୍ରପୁର, ଗୋପାଳପୁର, ଚିକିଟି, ବ୍ରହ୍ମପୁର, ପାରଳାଖେମୁଣ୍ଡି, କୋଟପାଡ଼, କୋରାପୁଟ, ଏବଂ ଚିତ୍ରକୋଣ୍ଡା।

11:10 AM

Odisha Election Results 2024 Live: ଗେରୁଆ ହେଉଛି ଓଡ଼ିଶା
ସଦ୍ୟ ସୂଚନା ଅନୁଯାୟୀ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ୭୪ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେଡି ୫୧ଟି ଓ କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛନ୍ତି। ସିପିଆଇ ଗୋଟିଏ ଆସନ ଓ ସ୍ୱାଧୀନ ପ୍ରାର୍ଥୀ ଦୁଇଟି ଆସନରେ ଆଗୁଆ ରହିଛନ୍ତି। 

11:05 AM

Odisha Election Results 2024 Live: ପୁରୀରେ ଆଗଉଛି ବିଜେପି
ପୁରୀ ବିଧାନସଭା ଆସନରେ ବିଜେଡି ଆଡୁଆ
ସତ୍ଯବାଦୀ ବିଧାନସଭା ଆସନରେ ବିଜେପି  ଆଗୁଆ
କାକଟପୁର ବିଧାନସଭା ଆସନରେ ବିଜେଡି ଆଗୁଆ
ନିମାପଡା ବିଧାନସଭା ଆସନରେ ବିଜେପି ଆଗୁଆ
ପିପିଲି ବିଧାନସଭା ଆସନରେ ବିଜେପି ଆଗୁଆ
ବ୍ରହ୍ମଗିରି ବିଧାନସଭା ଆସନରେ ବିଜେପି ଆଗୁଆ

11:05 AM

Odisha Election Results 2024 Live: ଓଡ଼ିଶା ହେଉଛି ଗେରୁଆ 
ବିଜେଡିର ତୁଙ୍ଗ ନେତାମାନେ ପଛୁଆ ଚାଲିଛନ୍ତି। ବିଜେଡିର ଗଡ଼ ଭାବେ ପରିଚିତ ଉପକୂଳ ଓଡ଼ିଶାରେ ବିଜେପିର ପଦ୍ମ ଫୁଟିଥିବା ଲକ୍ଷ୍ୟ କରାଯାଇଛି। ବାଲେଶ୍ୱର ଜିଲ୍ଲାର ନୀଳଗିରି, ସିମୁଳିଆଠାରୁ ଆରମ୍ଭ ରି ଭଦ୍ରକ, ଧାମନଗର, ବିଞ୍ଝାରପୁର, ବଡ଼ଚଣା, ସତ୍ୟବାଦୀ, ପିପିଲି, ଏକାମ୍ର ଭୁବନେଶ୍ୱର, ବ୍ରହ୍ମଗିରି, ନିମାପଡ଼ା, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଭଞ୍ଜନଗର, ଖଲିକୋଟ, ଛତ୍ରପୁର, ସୋରଡ଼ା, ଗୋପାଳପୁର, ଚିକିଟି, ପାରଳାଖେମୁଣ୍ଡି ପ୍ରଭୃତି ଆସନରେ ବିଜେପି ନିଜର ପ୍ରଭାବ ବିସ୍ତାର କରିଛି। ଏହାଦ୍‍ୱରା ୬୩ଟି ଆସନରେ ବିଜେପି ଆଗୁଆ ରହିଛି।

11:03 AM

Odisha Election Results 2024 Live: ଓଡ଼ିଶା ହେଉଛି ଗେରୁଆ 
ରାଜ୍ୟରେ ବିଧାନସଭା ନିର୍ବାଚନ ଗଣତି ପରିବର୍ତ୍ତନର ଇଙ୍ଗିତ ଦେଉଛି। ପ୍ରଥମ ପର୍ଯ୍ୟାୟରେ ୧୪୭ ଆସନରୁ ୧୨୪ ଆସନରେ ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସୁଛି ସେଥିରେ ବିଜେପି ସଂଖ୍ୟାଧିକ ରହିଛି। ୬୫ ଆସନରେ ବିଜେପି ଆଗୁଆ ରହିଛି। ଶାସକ ବିଜେଡି ୪୫କୁ ଖସି ଆସିଛି। ଅର୍ଥାତ୍‍  ଗଣତି ବାକିଥିବା ୨୯ ଆସନରେ ଯଦି ଏହି ଟ୍ରେଣ୍ଡ ଲାଗୁ ରହେ ତେବେ ମ୍ୟାଜିକ୍‍ ନମ୍ବର ୭୪ ପହଞ୍ଚିବା କିଛି ଅସମ୍ଭବ ନୁହେଁ। 

10:54 AM

Odisha Election Results 2024 Live: ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଜଗତସିଂହପୁରରେ ବିଜେଡି ଆଗୁଆ
ଜଗତସିଂହପୁର(ଲୋକସଭା)
ରାଜଶ୍ରୀ ମଲ୍ଲିକ,ବିଜେଡି-4956
ବିଭୁପ୍ରସାଦ ତରାଇ,ବିଜେପି-4089
ରବୀନ୍ଦ୍ର ସେଠୀ,କଂଗ୍ରେସ-1241
ଆଗୁଆ-ବିଜେଡି 867

10:50 AM

Odisha Election Results 2024 Live: ବଡ଼ମ୍ବାରେ ଦେବୀ ମିଶ୍ର ପଛୁଆ
ବଡ଼ମ୍ବା ବିଧାନସଭା ମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତିରେ ବିଧାୟକ ଦେବୀ ମିଶ୍ରଙ୍କୁ ଝଟକା ଲାଗିଛି। ସେ ପଛୁଆ ଚାଲିଛନ୍ତି। ତାଙ୍କୁ ଟକ୍କର ଦେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳ ବେହେରା। ବିଜୟଙ୍କୁ ୩ହଜାର ୮୩ ଭୋଟ ମିଳିଥିବା ବେଳେ, ଦେବୀପ୍ରସାଦ ମିଶ୍ରଙ୍କୁ ୨୧୯୭ ଭୋଟ ମିଳିଛି। ସେ ୮୮୬ ଭୋଟରେ ପଛୁଆ ଚାଲିଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ବିଜେପି ପ୍ରାର୍ଥୀ ସନ୍ଦୀପ ତ୍ରିପାଠୀ।

10:46 AM

Odisha Election Results 2024 Live: ନବରଙ୍ଗପୁରରେ କଂଗ୍ରେସ ଆଗୁଆ, କଂଗ୍ରେସକୁ ମିଳିପାରେ ଆଉଏକ ସଫଳତା 
ଭୁବନେଶ୍ୱର; ୨୦୨୪ ସାଧାରଣ ନିର୍ବାଚନ ଓଡ଼ିଶାରୁ କଂଗ୍ରେସକୁ ଆଉ ଏକ ସଫଳତା ମିଳିପାରେ। ପୁର୍ବ ନିର୍ବାଚନ ୨୦୧୯ରେ କଂଗ୍ରେସ କେବଳ କୋରାପୁଟ ଆସନରୁ ବିଜୟୀ ହୋଇଥିଲା। ଏଥର ନବରଙ୍ଗପୁର ଆସନନେଇପାରେ  କଂଗ୍ରେସ। 
ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁରର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝି ୨୬୯୨ ଭୋଟରେ ଆଗୁଆ ରହିଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି ବିଜେପିର ବଳଭଦ୍ର ମାଝି। ଏଠାରେ ବିଜେଡି ତୃତୀୟ ସ୍ଥାନରେ ରହିଛି। ଭୁଜବଳଙ୍କୁ ୨୮୦୮୫ ଭୋଟ ମିଳିଛି। 
କୋରାପୁଟରେ ସପ୍ତଗିରି ଉଲାକା ୬୬୬୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ତାଙ୍କର କଡ଼ା ମୁକାବିଲା ହେଉଛି ବିଜେଡିର କୌଶଲ୍ୟା ହିକକାଙ୍କ ସହ। ସପ୍ତଗିରି ୨୩ହଜାର ୨୨୯ ଖଣ୍ଡ ଭୋଟ ଏଯାଏ ପାଇଛନ୍ତି। ତୃତୀୟସ୍ଥାନରେ ରହିଛନ୍ତି ବିଜେପି ପ୍ରାର୍ଥୀ କାଳୀରାମ ମାଝି।

10:36 AM

Odisha Election Results 2024 Live: ଦ୍ୱିତୀୟ ରାଉଣ୍ଡରେ ରୋହିତ ପୂଜାରୀ ଆଗୁଆ
ସମ୍ବଲପୁର ବିଧାନସଭା ରୁ ବିଜେଡି ସମର୍ଥିତ ପ୍ରାର୍ଥୀ ରୋହିତ ପୂଜାରୀ ଦ୍ଵିତୀୟ ରାଉଣ୍ଡ  ୮୭୩ ଭୋଟରେ ଜୟନାରାୟଣ ମିଶ୍ରଙ୍କ ଠାରୁ ଆଗୁଆ।

10:17 AM

Odisha Election Results 2024 Live: ୬ ରାଉଣ୍ଡ ଶେଷ ସୁଦ୍ଧା କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ଆଗୁଆ
ଲୋକସଭା -କେନ୍ଦ୍ରାପଡା
ରାଉଣ୍ଡ -6ଶେଷ ସୁଧା
ବିଜେଡି-14773
ବିଜେପି -16796
କଂଗ୍ରେସ -2836
ଆଗୁଆ -ବିଜେପି 2023 ଖଣ୍ଡରେ

10:10 AM

Odisha Election Results 2024 Live: ପ୍ରଥମ ରାଉଣ୍ଡ ପରେ ମୋହନା ବିଧାନସଭା ଆସନର ଫଳାଫଳ
ବିଧାନ ସଭା - ମୋହନା 
ବିଜେଡି - ୧୩୮୪
ବିଜେପି - ୭୯୮
କଂଗ୍ରେସ -  ୩୪୭୫
ଭୋଟରେ ଆଗୁଆ - ୨୦୯୧ ଭୋଟରେ କଂଗ୍ରେସ ଆଗୁଆ

10:10 AM

Lok Sabha Election Results 2024 Live: ସତ୍ୟବାଦୀରେ ବିଜେପି ପ୍ରାର୍ଥୀ ଆଗୁଆ
ପ୍ରଥମ ରାଉଣ୍ଡରେ ସତ୍ଯବାଦୀର ବିଜେପି ଓମ୍ ପ୍ରକାଶ ମିଶ୍ର ବିଜେଡି ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କ ଠାରୁ ୫ ହଜାର ଭୋଟରେ ଆଗୁଆ।

10:09 AM

Lok Sabha Election Results 2024 Live: ଲକ୍ଷ୍ମଣ ମୁଣ୍ଡାଙ୍କ ଲଢୁଆ ପ୍ରଦର୍ଶନ
କମ୍ୟୁନିଷ୍ଟି ପାର୍ଟି ମାର୍କସବାଦୀ ଟିକଟରେ ଲଢ଼ୁଥିବା ଲକ୍ଷ୍ମଣ ମୁଣ୍ଡା ପ୍ରଥମ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଛନ୍ତି। ୧୨୫୫ ଖଣ୍ଡ ଅଧିକ ଭୋଟରେ ସେ ଆଗୁଆ ରହିଥିବା ସୂଚନା ମିଳିଛି। ଏଠାରେ ୨୩ଟି ରାଉଣ୍ଡ ଗଣତି ହେବ।

10:08 AM

Lok Sabha Election Results 2024 Live: ବିଜେଡିର ୧୪ ପ୍ରାର୍ଥୀ ଆଗୁଆ
ପ୍ରଥମ ରାଉଣ୍ଡରେ ବିଜେଡିର ୧୪ ପ୍ରାର୍ଥୀ ଆଗୁଆ ରହିଛନ୍ତି। ସେମାନେ ହେଲେ ପଦମପୁରରୁ ବର୍ଷା ସିଂହ ବରିହା, ଛଝାରସୁଗୁଡ଼ାରୁ ଦିପାଳୀ ଦାସ, ରଘୁନାଥପଲ୍ଲୀରୁ ଅର୍ଚ୍ଚନାରେଖା ବେହେରା, ଦେବଗଡ଼ରୁ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବରିରୁ ବିଶ୍ୱରଞ୍ଜନ ମଲ୍ଲିକ, ଆଠମଲ୍ଲିକରୁ ନଳିନୀକାନ୍ତ ପ୍ରଧାନ, ସୋନପୁରରୁ ନିରଞ୍ଜନ ପୂଜାରୀ, ନର୍ଲାରୁ ମନୋରମା ମହାନ୍ତି, ଫୁଲବାଣୀରୁ ଜୟଶ୍ରୀ କଅଁର, ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ, ଆଳିରୁ ପ୍ରତାପ କେଶରୀ ଦେବ,ଳ ବେଗୁନିଆରୁ ପ୍ରଦୀପ କୁମାର ସାହୁ, ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା ଏବଂ ବିଷମ କଟକରୁ ଜଗନ୍ନାଥ ସାରକା ପ୍ରଥମ ରାଉଣ୍ଡରେ ଆଗୁଆ ରହିଛନ୍ତି।

 

10:02 AM

Lok Sabha Election Results 2024 Live: ଜୟଦେବ ଜେନା ଆଗୁଆ
କଂଗ୍ରେସର ଆନନ୍ଦପୁରରୁ ଜୟଦେବ ଜେନା, ଭବନୀ ପାଟଣାରୁ ସାଗରଚରଣ ଦାସ, ସାନ ଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ଗୁଣୁପୁରରରୁ ସତ୍ୟଜିତ ଗମାଙ୍ଗ, ମାଲକାନଗିରିରୁ ମାଲା ମାଢ଼ି କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ଆଗୁଆ ରହିଛନ୍ତି।

10:01 AM

Lok Sabha Election Results 2024 Live: ଦୁର୍ଗାଚରଣ ତନ୍ତୀ ଆଗୁଆ
ରଘୁନାଥପାଲିରେ ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ମାତ୍ର ୨୩୬ ଖଣ୍ଡ ଭୋଟ ଏବଂ ଚିତ୍ରକୋଣ୍ଡାରେ ଡମ୍ବରୁ ସିସା ୩୬୬ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଚିତ୍ରକୋଣ୍ଡାରେ ସର୍ବାଧିକ ୩୧ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ରଘୁନାଥ ପଲ୍ଲୀରେ ୨୦ ରାଉଣ୍ଡ ଗଣତି ହେବ । ଏବେ ଗୋଟିଏ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି।

09:53 AM

Lok Sabha Election Results 2024 Live: ସୁରେଶ ପୂଜାରୀ ଆଗୁଆ
ରାଜ୍ୟର ପଶ୍ଚିମାଞ୍ଚଳରେ ଶିଳ୍ପ କାରଖାନା ପାଇଁ ପ୍ରସିଦ୍ଧ ବ୍ରଜରାଜ ନଗରରେ ପ୍ରାର୍ଥୀ ହୋଇଥିବା ସୁରେଶ ପୂଜାରୀ ପ୍ରଥମ ରାଉଣ୍ଡ ଗଣତିରେ ଆଗୁଆ ଅଛନ୍ତି। ନିର୍ବାଚନ କମିଶନଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ ସୁରେଶ ୧୬୭୯ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ସମୁଦାୟ ୧୯ଟି ରାଉଣ୍ଡରୁ ୧ ରାଉଣ୍ଡ ଫଳାଫଳ ସାମ୍ନାକୁ ଆସିଛି।