Lok Sabha Elections 2024: ଏଥର କେରଳରେ ଫୁଟିବ କି ପଦ୍ମ? ଜାଣନ୍ତୁ କ'ଣ ରହିଛି ବିଜେପି ରଣନୀତି?
Advertisement
Article Detail0/zeeodisha/odisha2149979

Lok Sabha Elections 2024: ଏଥର କେରଳରେ ଫୁଟିବ କି ପଦ୍ମ? ଜାଣନ୍ତୁ କ'ଣ ରହିଛି ବିଜେପି ରଣନୀତି?

Kerala Politics: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି କେରଳ ଲାଗି ସ୍ୱତନ୍ତ୍ର ରଣନୀତି ଉପରେ କାମ କରୁଛି।

Lok Sabha Elections 2024: ଏଥର କେରଳରେ ଫୁଟିବ କି ପଦ୍ମ? ଜାଣନ୍ତୁ କ'ଣ ରହିଛି ବିଜେପି ରଣନୀତି?

2024 General Election Kerala: ୨୦୨୪ ଲୋକସଭା ନିର୍ବାଚନରେ ଏଥର କେରଳରେ ପଦ୍ମ ଫୁଟାଇବାକୁ ଯୋଜନା କରିଛି ବିଜେପି। ଏନେଇ ଦଳ ପକ୍ଷରୁ ଜାରି ରହିଛି ପ୍ରାଣମୂର୍ଚ୍ଛା ଉଦ୍ୟମ। ପ୍ରାୟ ୪ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦାକ୍ଷିଣାତ୍ୟ ରାଜ୍ୟରେ ଏଥର ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି ଦଳ। ବିଶେଷ କରି ରାଜ୍ୟର ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସମର୍ଥନ ହାସଲ କରିବା ପାଇଁ ସମନ୍ୱିତ ପ୍ରୟାସ କରାଯାଉଛି। ବିଗତ ୧୦ ବର୍ଷ ଧରି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଏକ ନମ୍ବର ଦଳ ହୋଇ ରହିଥିବା ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ମାଲାୟାଲମ୍ ଭାଷାଭାଷୀ ରାଜ୍ୟରେ ଖାତା ଖୋଲିବାକୁ ପ୍ରୟାସ ଜାରି ରଖିଛି।

ଖାତା ଖୋଲିବାକୁ ବିଜେପି ଜାରି ରଖିଛି ଉଦ୍ୟମ 
ହିନ୍ଦୁତ୍ୱ ସମର୍ଥକ କୁହାଯାଉଥିବା ବିଜେପି ପାଇଁ କେରଳର ଜନସଂଖ୍ୟା ଏକ କଷ୍ଟସାଧ୍ୟ ଆହ୍ୱାନ ଭାବେ ଉଭା ହୋଇଛି। କାରଣ ଏହି ରାଜ୍ୟର ଜନସଂଖ୍ୟାରେ ବହୁ ସଂଖ୍ୟାରେ ମୁସଲମାନ ଏବଂ ଖ୍ରୀଷ୍ଟିଆନ ଅଛନ୍ତି। ହେଲେ ବିଭିନ୍ନ ବର୍ଗର ମତଦାତାଙ୍କ ସମର୍ଥନ ହାସଲ କରିବା ପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ବିଜେପି ପ୍ରମୁଖ ଖ୍ରୀଷ୍ଟିଆନ ନେତା ତଥା ଭେଟେରାନ କଂଗ୍ରେସ ନେତା ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ କେ ଆଣ୍ଟୋନି ଏବଂ ରାଜ୍ୟ ରାଜନୀତିର ଜଣାଶୁଣା ଚେହେରା ପିସି ଜର୍ଜଙ୍କୁ ଦଳରେ ସାମିଲ କରିଛି।

କେରଳ ପାଇଁ କେଉଁ ରଣନୀତି ପ୍ରସ୍ତୁତ କରିଛି ବିଜେପି?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରମ୍ବାର କେରଳ ଗସ୍ତର ସୁଯୋଗ ନେବାକୁ ତଥା ରାଜ୍ୟର ଆବଶ୍ୟକତା ଅନୁଯାୟୀ ବିକାଶ ଏଜେଣ୍ଡା ଆଗେଇ ନେବାକୁ ଦଳ ଚେଷ୍ଟା କରୁଛି। ଦଳୀୟ ନିର୍ବାଚନୀ ଆଶାକୁ ମଜବୁତ କରିବା ପାଇଁ ବିଜେପି ଦୁଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ ଭି.ମୁରଲୀଧରନଙ୍କ ସହ ଅଭିନେତା-ରାଜନେତା ସୁରେଶ ଗୋପୀଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରିଛି। ଦଳର ନିର୍ବାଚନ ପ୍ରଚାର ସ୍ଲୋଗାନ 'ମୋଦିଙ୍କ ଗ୍ୟାରେଣ୍ଟି' ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ନେତୃତ୍ୱ ଉପରେ ନିର୍ଭରଶୀଳତା ଦର୍ଶାଉଛି।

ଇଣ୍ଡିଆ ଗଠବନ୍ଧନକୁ ଝଟକା ଦେବ କି ବିଜେପି?
କେରଳ ବିଜେପି ନେତା କହିଛନ୍ତି ଯେ ଏଥର ରାଜ୍ୟରେ ଦଳ ନିର୍ବାଚନ ପ୍ରଚାରର ମୁଖ୍ୟ ସ୍ଲୋଗାନ ହେବ ମୋଦୀଙ୍କ ଗ୍ୟାରେଣ୍ଟି।" ବିଜେପି ନିଶ୍ଚିତ ଯେ ଏହାର ରଣନୀତି ଫଳପ୍ରଦ ହେବ। ଯେତେବେଳେ ରାଜ୍ୟ ରାଜନୀତିରେ ଦୁଇ ପ୍ରମୁଖ ଦଳ କଂଗ୍ରେସ ନେତୃତ୍ୱାଧିନ ୟୁଡ଼ିଏଫ ଏବଂ ସିପିଏମ ନେତୃତ୍ୱାଧିନ ଏଲଡ଼ଏଫ ବିଶ୍ୱାସ କରୁଛନ୍ତି ଯେ ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟରେ ଗୋଟିଏ ହେଲେ ସିଟ୍ ପାଇବ ନାହିଁ।

କେରଳର ମୋଟ ୨୦ ଆସନ ମଧ୍ୟରୁ ବିଜେପି ୧୫ ଆସନରେ ନିର୍ବାଚନ ଲଢିବାକୁ ଯାଉଛି। ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଛି। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରନ୍ ତିରୁଭାଅନନ୍ତପୁରମ୍, କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନ ଆଟିଙ୍ଗଲ୍, ଅଭିନେତା-ରାଜନେତା ସୁରେଶ ଗୋପୀ ଥ୍ରିଶୂର, ଅନିଲ ଆଣ୍ଟୋନି ପତ୍ତନମତିଟ୍ଟା ଆସନରେ ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ। 

ଉଭୟ ଏଲଡିଏଫ-ୟୁଡିଏଫ ଦାବିକୁ ପ୍ରତ୍ୟାଖ୍ୟାନ କରି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଜର୍ଜ କୁରିଏନ୍ କହିଛନ୍ତି ଯେ ରାଜ୍ୟର ଲୋକେ ଆଉ ସେମାନଙ୍କ ଉପରେ ବିଶ୍ୱାସ କରୁନାହାଁନ୍ତି। ସେମାନେ ଆମ ଦଳକୁ ଭୋଟ୍ ଦେବେ। ରାଜ୍ୟରେ ଏକ ସ୍ଥାନ ସୃଷ୍ଟି କରିବା ଏବଂ ୨ ଅଙ୍କ ବିଶିଷ୍ଟ ଆସନ ପାଇବା ପାଇଁ ଦଳର ଇଚ୍ଛା ପୂରଣ କରିବା ପାଇଁ ଦଳ ଏହାର ପ୍ରାର୍ଥୀଙ୍କୁ ସ୍ଥାନିତ କରିଛି ଯେଉଁମାନେ ଏହା ପାଇଁ ସବୁଠାରୁ ଉପଯୁକ୍ତ ଅଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ତିରୁଭାଅନନ୍ତପୁରମ୍, ଆଟିଙ୍ଗଲ୍, ଥ୍ରିଶୂର ଆସନରେ ଦଳର ଭୋଟ୍ ପ୍ରତିଶତ ବଢିଛି।

ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ପକ୍ଷରୁ କରାଯାଉଥିବା ପ୍ରସ୍ତୁତିକୁ ଏକ ନାଟକ ଭାବେ ବର୍ଣ୍ଣନା କରି କଂଗ୍ରେସ ବିଧାୟକ ମାଥ୍ୟୁ କୁଝାଲନଦାନ କହିଛନ୍ତି ଯେ ରାଜନୈତିକ ଭାବେ ଯୁଦ୍ଧରେ ବିଜେପି ଆତ୍ମବିଶ୍ୱାସର ଅଭାବ ଦେଖାଏ। କାରଣ ସେମାନେ ଅନୁଭବ କରିଛନ୍ତି ଯେ ସେମାନଙ୍କର ବିଚାରଧାରା କାରଣରୁ ରାଜ୍ୟରେ କୌଣସି ରାଜନୈତିକ ଆଧାର ନାହିଁ। ସେଥିପାଇଁ ସେମାନେ ଅନ୍ୟ ଦଳର ଅଭିନେତା କିମ୍ବା ନେତାଙ୍କ ପଛରେ ଦୌଡୁଛନ୍ତି। ହେଲେ ସେମାନେ ସମ୍ପୂର୍ଣ୍ଣ ଭୁଲ୍। କାରଣ କେରଳ ଏକ ରାଜନୈତିକ ରାଜ୍ୟ। ଲୋକେ ଏପରି ନାଟକକୁ ଗ୍ରହଣ କରିବେ ନାହିଁ।

ସେହିପରି ସିପିଆଇ ନେତା ପିପି ସୁନୀର ମଧ୍ୟ କଂଗ୍ରେସ ବିଧାୟକ ମାଥ୍ୟୁ କୁଝାଲନଦାନଙ୍କ କଥାରେ ସହମତ ହୋଇଛନ୍ତି। ଏନେଇ ସେ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ବାଜି ମାରିବାକୁ ବିଜେପି ପକ୍ଷରୁ ହୋଇଥିବା ଯୋଜନା ବିଫଳ ହେବ। କେରଳରେ ସେମାନଙ୍କର ରଣନୀତି ସଫଳ ହେବାର କୌଣସି ସମ୍ଭାବନା ନାହିଁ। ବିଜେପି ରଣନୀତି ଉତ୍ତର ଭାରତରେ ଉପଯୋଗୀ ହୋଇପାରେ। ହେଲେ ଏଠାରେ ହେବ ନାହିଁ।