UAPA Act: ସଂସଦରେ ପ୍ରବେଶ କରିଥିବାରୁ ଲାଗିଲା UAPA, ଜାଣନ୍ତୁ କ'ଣ ମିଳିବ ଦଣ୍ଡ?
Advertisement
Article Detail0/zeeodisha/odisha2010214

UAPA Act: ସଂସଦରେ ପ୍ରବେଶ କରିଥିବାରୁ ଲାଗିଲା UAPA, ଜାଣନ୍ତୁ କ'ଣ ମିଳିବ ଦଣ୍ଡ?

UAPA Act: ସମ୍ବିଧାନର ଧାରା 19 (1) ଅନୁଯାୟୀ ମୌଳିକ ଅଧିକାର ଉପରେ ଯୁକ୍ତିଯୁକ୍ତ ସୀମା ଧାର୍ଯ୍ୟ କରିବା ଉଦ୍ଦେଶ୍ୟରେ UAPA ଆଇନ ପ୍ରଣୟନ କରାଯାଇଥିଲା ।ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରୁଥିବା କାର୍ଯ୍ୟକଳାପ ବନ୍ଦ କରିବାକୁ ସରକାରଙ୍କୁ ଅଧିକ କ୍ଷମତା ଦେବା UAPA ର ଉଦ୍ଦେଶ୍ୟ ଥିଲା ।

 

UAPA Act: ସଂସଦରେ ପ୍ରବେଶ କରିଥିବାରୁ ଲାଗିଲା UAPA, ଜାଣନ୍ତୁ କ'ଣ ମିଳିବ ଦଣ୍ଡ?

UAPA Act: ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଖେଳିଯାଇଥିଲା ଆତଙ୍କ । ଦେଖୁ ଦେଖୁ ହଠାତ୍ ପଶିଆସିଥିଲେ ଯୁବକ । ହାତରେ ସ୍ମୋକ୍ କ୍ୟାଣ୍ଡେଲ ଧରି କିଛି କ୍ଷଣ ପାଇଁ ଭୟ ଖେଳାଇଦେଇଥିଲେ । ଗତକାଲିର ହୋଇଥିବା ଏହି ତ୍ରୁଟିକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି । ସେପଟେ ଗୃହକୁ ମୁଲତବୀ ରଖାଯାଇଥିବା ବେଳେ ଏହି ଘଟଣାରେ ୮ଜଣଙ୍କୁ ସସପେଣ୍ଡ କରିଛି ଲୋକସଭା । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଲୋକସଭାର ସୁରକ୍ଷା ଭଙ୍ଗ କରିଥିବା ୫ ଜଣଙ୍କ ବିରୋଧରେ USPA ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏବେ ଏହି ଆକ୍ଟ ଲାଗିବା ପରେ ଅଧିକାଂଶ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଛି ଯେ UAPA ନିୟମ କ’ଣ? ନିକଟରେ ଏହି ଆଇନ ଦେଶରେ ଅଣାଯାଇଥିଲା ଏବଂ ଆଇପିସିର (IPC) ଅସ୍ଥିତ୍ୱ ସତ୍ତ୍ୱେ ଏହାକୁ ଆଣିବାର ଆବଶ୍ୟକତା କାହିଁକି ଥିଲା? UAPA ନିୟମ ଅନୁଯାୟୀ କେଉଁ ପ୍ରକାର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇପାରିବ? ଆସନ୍ତୁ ଜାଣିବା...

UAPA Act 15 ଆତଙ୍କବାଦୀ କାର୍ଯ୍ୟକଳାପକୁ (Terrorist activities) ବ୍ୟାଖ୍ୟା କରିଥାଏ। ଏହି ନିୟମ ଅନୁଯାୟୀ ସର୍ବନିମ୍ନ ୫ବର୍ଷ ଏବଂ ସର୍ବାଧିକ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। ଆତଙ୍କବାଦୀ ଘଟଣାରେ ଯଦି କାହାର ଜୀବନ ଚାଲିଯାଏ, ତେବେ ଦୋଷୀ ବ୍ୟକ୍ତିଙ୍କ ପାଇଁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। ଆତଙ୍କବାଦ ବିସ୍ତାର କରିବା ଉଦ୍ଦେଶ୍ୟରେ ଯଦି କୌଣସି ବ୍ୟକ୍ତି ଦେଶର ଅଖଣ୍ଡତା, ଏକତା, ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ନଷ୍ଟ କରିବାକୁ ଚେଷ୍ଟା କରନ୍ତି କିମ୍ବା ଦେଶରେ କିମ୍ବା ଦେଶ ବାହାରେ ଭାରତୀୟଙ୍କ ସହ ଆତଙ୍କବାଦୀ ଘଟଣା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ତେବେ ସେ UAPA ଆଭିମୁଖ୍ୟରେ ଆସିବେ। 

ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ୧୯୬୭ ମସିହାରେ UAPA ଆଇନ ଅଣାଯାଇଥିଲା । ଏହି ଆଇନ ଅନୁଯାୟୀ ଯେଉଁମାନେ ଆତଙ୍କବାଦୀ କାର୍ଯ୍ୟକଳାପ ବା ସେହି କାର୍ଯ୍ୟରେ ସନ୍ଦିହାନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। UAPA ଆଇନ ଜାତୀୟ ଅନୁସନ୍ଧାନ ଏଜେନ୍ସିକୁ ଜଣେ ସନ୍ଦିଗ୍ଧ କିମ୍ବା ଅଭିଯୁକ୍ତର ସମ୍ପତ୍ତି ଜବତ କରିବାର ଅଧିକାର ଦେଇଥାଏ । ସମ୍ବିଧାନର ଧାରା 19 (1) ଅନୁଯାୟୀ ମୌଳିକ ଅଧିକାର ଉପରେ ଯୁକ୍ତିଯୁକ୍ତ ସୀମା ଧାର୍ଯ୍ୟ କରିବା ଉଦ୍ଦେଶ୍ୟରେ UAPA ଆଇନ ପ୍ରଣୟନ କରାଯାଇଥିଲା ।ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରୁଥିବା କାର୍ଯ୍ୟକଳାପ ବନ୍ଦ କରିବାକୁ ସରକାରଙ୍କୁ ଅଧିକ କ୍ଷମତା ଦେବା UAPA ର ଉଦ୍ଦେଶ୍ୟ ଥିଲା । ବିଶେଷ ପରିସ୍ଥିତିରେ UAPA କାର୍ଯ୍ୟକାରୀ ହୋଇପାରିବ । 

UAPA ହେଉଛି ଏକମାତ୍ର ନିୟମ ଯାହା ଆତଙ୍କବାଦ ଏବଂ ବେଆଇନ କାର୍ଯ୍ୟକଳାପ ପାଇଁ ପ୍ରଯୁଜ୍ୟ। ଏଥିରେ ଅନେକ ଅପରାଧ ଥିଲା ଯାହା ଆଇପିସିରେ ମଧ୍ୟ ଉଲ୍ଲେଖ କରାଯାଇ ନଥିଲା । ୧୯୬୭ ମସିହାରେ ବେଆଇନ କାର୍ଯ୍ୟକଳାପ ଆଇନର ଆବଶ୍ୟକତା ଅନୁଭବ କରାଯାଉଥିଲା ଏବଂ UAPA ଆଇନ ଅଣାଯାଇଥିଲା । ଏହି ନିୟମ ବେଆଇନ ତଥା ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବାରେ ସକ୍ଷମ ଅଟେ।

Also Read: Loksabha Security Breach: ସ୍ପ୍ରେ ଧରି ସଂସଦକୁ ଯାଇଥିଲେ ୬ଜଣ, କଣ ଓ କାହିଁକି ହୋଇଥିଲା ଷଡ଼ଯନ୍ତ୍ର?

Also Read: Parliament Security Breach: ମୋବାଇଲ୍‍ ନେଇ ଜଣେ ଆରୋପୀ ଫେରାର, ଆଜି ପ୍ରଭାବିତ ହେବ ୯ମ ଦିନ