ମିଳୁନି କି ଆପଣଙ୍କ ହଜିଯାଇଥିବା ମୋବାଇଲ୍ ? ଖୋଜିବ ପୋଲିସ୍ !
Advertisement

ମିଳୁନି କି ଆପଣଙ୍କ ହଜିଯାଇଥିବା ମୋବାଇଲ୍ ? ଖୋଜିବ ପୋଲିସ୍ !

ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏବେ ମୋବାଇଲ ଚୋରୀ ହେଲେ କିମ୍ୱା ହଜିଗଲେ ଆଉ ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକତା ନାହିଁ । କାରଣ ଆପଣଙ୍କ ମୋବାଇଲ୍ ଫୋନ୍ ହଜିଗଲେ କିମ୍ୱା ଚୋରୀ ହୋଇଗଲେ ଆପଣଙ୍କୁ ଫେରାଇବ ପୋଲିସ । ଆଜ୍ଞା ହଁ, ଏକ ସ୍ୱତନ୍ତ୍ର ଟିମ ଆପଣଙ୍କ ମୋବାଇଲ ସମ୍ପର୍କରେ ତଥ୍ୟ ହାସଲ କରିବା ସହ ଲୋକେସନ (location) ଟ୍ରାକ କରି ଆପଣ

ମିଳୁନି କି ଆପଣଙ୍କ ହଜିଯାଇଥିବା ମୋବାଇଲ୍ ? ଖୋଜିବ ପୋଲିସ୍ !

ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏବେ ମୋବାଇଲ ଚୋରୀ ହେଲେ କିମ୍ୱା ହଜିଗଲେ ଆଉ ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକତା ନାହିଁ । କାରଣ ଆପଣଙ୍କ ମୋବାଇଲ୍ ଫୋନ୍ ହଜିଗଲେ କିମ୍ୱା ଚୋରୀ ହୋଇଗଲେ ଆପଣଙ୍କୁ ଫେରାଇବ ପୋଲିସ । ଆଜ୍ଞା ହଁ, ଏକ ସ୍ୱତନ୍ତ୍ର ଟିମ ଆପଣଙ୍କ ମୋବାଇଲ ସମ୍ପର୍କରେ ତଥ୍ୟ ହାସଲ କରିବା ସହ ଲୋକେସନ (location) ଟ୍ରାକ କରି ଆପଣଙ୍କ ନିକଟରେ ପହଞ୍ଚାଇଦେବେ ଆପଣଙ୍କ ଫୋନ୍ । ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟରେ ଏପରି କିଛି ଦେଖିବାକୁ ମିଳିଛି ଯାହା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ସାଧାରଣତଃ କୌଣସି କାରଣରୁ ମୋବାଇଲ୍ (Mobile) ହଜିଗଲେ କିମ୍ୱା ଚୋରୀ ହୋଇଗଲେ ସମସ୍ତେ ଚିନ୍ତାଗ୍ରସ୍ତ ହୋଇପଡନ୍ତି । କାରଣ ଆଜି କାଲି ଟଙ୍କା ନେଣ ଦେଣ (money transfer) ଠୁ ଆରମ୍ଭ କରି ଅଫିସ କାମ, ଅନଲାଇନ ଅର୍ଡର (online order) ସବୁକିଛି ମୋବାଇଲ ମାଧ୍ୟମରେ ହୋଇଥାଏ । କହିବାକୁ ଗଲେ ବର୍ତ୍ତମାନର ଯୁଗ ମୋବାଇଲ ଯୁଗ । ତେଣୁ ମୋବାଇଲ ହଜିଗଲେ ଅଧର୍ଯ୍ୟ ହୋଇପଡିବା ସ୍ୱଭାବିକ କଥା । କାରଣ ଅନେକ ଫଟୋ (photo), ଡକ୍ୟୁମେଣ୍ଟ ସମେତ ଆହୁରୀ ଅନେକ ତଥ୍ୟ ମୋବାଇଲରେ ରହିଥାଏ । ବର୍ତ୍ତମାନ ବିନା ମୋବାଇଲରେ କିଛି କରିବା ଅସମ୍ଭବ ପରି ମନେ ହୋଇଥାଏ । ଆପଣଙ୍କୁ କହିରଖୁଛୁ ଯେ, ଇଲେକ୍ଟ୍ରୋନିକ୍ସ ସିଟି ନୋଏଡା (noida) ଅଞ୍ଚଳରେ ଯଦି ଆପଣଙ୍କ ଫୋନ୍ ହଜିଛି ତାହେଲେ ଆପଣ ନୋଏଡା ପୋଲିସ ଷ୍ଟେଶନରେ ପହଞ୍ଚି ଏକ ଏଫଆଇଆର (FIR) ଦେବା ସହ ମୋବାଇଲ୍ ସମ୍ପର୍କିତ ସମସ୍ତ ତଥ୍ୟ (information) ଦାଖଲ କରନ୍ତୁ । ଏହା ପରେ ଆପଣଙ୍କ ଏତଲା ଆଧାରରେ ଆପଣଙ୍କ ହଜିଥିବା ମୋବାଇଲକୁ ଖୋଜିବ ପୋଲିସ (POLICE) ।

ସୂଚନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ପ୍ରାୟ ୩ ହଜାର ମୋବାଇଲ୍ ଫୋନ୍ ହଜିଯାଇଥିବା ବିଷୟରେ ନୋଏଡା ସହରରେ ଥିବା ଥାନା ଗୁଡିକରେ ଅଭିଯୋଗ ହୋଇଛି । ସମସ୍ତ ଫୋନକୁ ପୋଲିସ ଖୋଜିବା ପାଇଁ ସର୍ଚ୍ଚ ଅପରେସନ (search operation) ଜାରି ରଖିଛି । ଶତାଧିକ ଚୋରୀ ହୋଇଥିବା ମୋବାଇଲ ଫୋନକୁ ପୋଲିସ ଉଦ୍ଧାର ମଧ୍ୟ କରିସାରିଛି । ଏଥିସହ ଉଦ୍ଧାର ହୋଇଥିବା ମୋବାଇଲ ଗୁଡିକୁ ବ୍ୟବହାରକାରୀଙ୍କୁ ପୋଲିସ ପକ୍ଷରୁ ପେରସ୍ତ (return) ମଧ୍ୟ କରାଯାଇଛି ।

ଆପଣଙ୍କ ଫୋନ ହଜିଗଲେ ସହଜରେ କିପରି ପୋଲିସ ନିକଟରେ ଅଭିଯୋଗ କରିବେ ତାହା ଆପଣ ଜାଣିବା ନିହାତି ଆବଶ୍ୟକ (important) । ଏଡିସିପି (adcp) ଶକ୍ତି ଅୱସ୍ଥିଙ୍କ କହିବାନୁଯାୟୀ ଲୋକମାନେ ନିଜ ଅଭିଯୋଗର ଗୋଟିଏ ନକଲ ଏବଂ ମୋବାଇଲର ସମ୍ପୂର୍ଣ୍ଣ ତଥ୍ୟ ଯେଉଁଥିରେ ଆଇଏମଇଆଇ ନମ୍ୱର (imei number) ଏବଂ ଯେଉଁ ସିମ୍ (sim) ବ୍ୟବହାର କରୁଥିଲେ ତାହାର ନମ୍ୱର ରହିଥିବା ଆବଶ୍ୟକ । ଏହି ସମସ୍ତ ତଥ୍ୟକୁ ଅଫିସିଆଲ ମେଲ୍ ଆଇଡି adcp-polnoida.gb@up.gov.in ରେ ପଠାଇବା ଆବଶ୍ୟକ । ମେଲ୍ (mail) ପଠାଇବା ପରେ ପୋଲିସ ପକ୍ଷରୁ ତୁରନ୍ତ ଆପଣଙ୍କ ମୋବାଇଲକୁ ଟ୍ରାକ୍ (track) କରାଯିବ ବୋଲି ଏଡିସିପି କହିଛନ୍ତି । ଏପରି ଏକ କାମକୁ ପୋଲିସ ଚ୍ୟାଲେଞ୍ଜର ସହ ନେଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ, ଚୋରୀ ହୋଇଯାଇଥିବା ମୋବାଇଲ ଫେରି ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ମୋବାଇଲ ୟୁଜର୍ସ । କିଛି ବ୍ୟକ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନୋଏଡା ପୋଲିସର ଏହି ପଦକ୍ଷପ ଖୁବ୍ ସ୍ୱାଗତଯୋଗ୍ୟ ପଦକ୍ଷପ । କେବଳ ନୋଏଡାରେ ନୁହେଁ ଦେଶର ସମସ୍ତ ସ୍ଥାନରେ ଏପରି ବ୍ୟବସ୍ତା କରାଗଲେ ଜନସାଧାରଣ ଉପକୃତ ହୋଇପାରନ୍ତେ । 

Also read- ହାଇ ସ୍ପିଡ୍ ଇଣ୍ଟରନେଟ୍ ସହିତ ମାଗଣା ନେଟଫ୍ଲିକ୍ସ