LPG Cylinder: ରାକ୍ଷୀ ପୂର୍ଣ୍ଣିମା ଅବସରରେ ସରକାର ଦେଲେ ଖୁସି ଖବର, ଗରିବ ଲୋକଙ୍କୁ ୨୦୦ ଟଙ୍କା ଶସ୍ତାରେ ମିଳିବ ଏଲପିଜି ସିଲିଣ୍ଡର
Advertisement
Article Detail0/zeeodisha/odisha1846677

LPG Cylinder: ରାକ୍ଷୀ ପୂର୍ଣ୍ଣିମା ଅବସରରେ ସରକାର ଦେଲେ ଖୁସି ଖବର, ଗରିବ ଲୋକଙ୍କୁ ୨୦୦ ଟଙ୍କା ଶସ୍ତାରେ ମିଳିବ ଏଲପିଜି ସିଲିଣ୍ଡର

PM Ujjwala Yojana: ବ୍ୟୟବହୁଳ ରନ୍ଧନ ଗ୍ୟାସ ସାଧାରଣ ଲୋକଙ୍କ ଘରର ବଜେଟକୁ ଖରାପ କରିଦେଇଛି । ସରକାରଙ୍କ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀମାନେ ମହଙ୍ଗା ରନ୍ଧନ ଗ୍ୟାସ ଯୋଗୁଁ ସିଲିଣ୍ଡରକୁ ରିଫିଲ କରୁନାହାଁନ୍ତି ।

 

ସୌ: ସୋସିଆଲ ମିଡିଆ

LPG Cylinder Prices: ରାକ୍ଷୀ ପୂର୍ଣ୍ଣିମା ଅବସରରେ ମୋଦୀ ସରକାର ମୁଦ୍ରାସ୍ଫୀତିରେ ପୀଡିତ ଲୋକଙ୍କୁ ଶସ୍ତା ଏଲପିଜି ସିଲିଣ୍ଡର (LPG Cylinder) ଉପହାର ଦେବାକୁ ଯାଉଛନ୍ତି । ସୂଚନାନୁସାରେ, ମହଙ୍ଗା ଏଲପିଜି ସିଲିଣ୍ଡର ସମ୍ପର୍କରେ ବିରୋଧୀଙ୍କ କ୍ରମାଗତ ଆକ୍ରମଣର ସମ୍ମୁଖୀନ ହେଉଥିବା ମୋଦୀ ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ସୁବିଧା କେବଳ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର (Pradhan Mantri Ujjwala Yojana) ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ । ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ରାଜସ୍ବ ଉପରେ ୭୫୦୦ କୋଟି ଟଙ୍କାର ବୋଝ ପକାଇବ ।

PM Ujjwala ହିତାଧିକାରୀଙ୍କୁ ୪୦୦ ଟଙ୍କା ଶସ୍ତାରେ ସିଲିଣ୍ଡର!
ଗତ ବର୍ଷ ଯେତେବେଳେ ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଓ ଗ୍ୟାସ ମୂଲ୍ୟରେ ତୀବ୍ର ହ୍ରାସ ଘଟିଥିଲା, ମେ ୨୦୨୨ ରେ ମୋଦୀ ସରକାର ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ହିତାଧିକାରୀଙ୍କୁ ଗୋଟିଏ ବର୍ଷରେ ୧୨ ଟି ସିଲିଣ୍ଡର ରିଫିଲ୍ କରିବା ପାଇଁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ପ୍ରଦାନ କରିଥିଲେ । ଯାହାର ସୀମା ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହା ସତ୍ତ୍ୱେ ଯେଉଁମାନେ ଏହି ଯୋଜନା ଅଧୀନରେ ସିଲିଣ୍ଡର ପାଆନ୍ତି ସେମାନେ ୯୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଆରାମ ଦେବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ଏଲପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କା ଅତିରିକ୍ତ ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ବାସ୍ତବରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମସିହା ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସରେ ଲାଲ କିଲ୍ଲାରୁ କହିଥିଲେ ଯେ ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିରୁ ମୁକ୍ତି ଯୋଗାଇବା ପାଇଁ ସରକାର ଅନେକ ନିଷ୍ପତ୍ତି ନେଇଛନ୍ତି ଓ ଆଗାମୀ ଦିନରେ ଏପର ଅଧିକ ନିଷ୍ପତ୍ତି ନେଇପାରନ୍ତି । ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାର ନିଷ୍ପତ୍ତି ସେହି ନିଷ୍ପତ୍ତି ମଧ୍ୟରୁ ଗୋଟିଏ । ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ଆସନ୍ତା ବର୍ଷ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ସହିତ ସରକାରଙ୍କ ଏହି ନିଷ୍ପତ୍ତି ଜଡ଼ିତ ।

୯.୫୮ କୋଟି ଲୋକ ରହିଛନ୍ତି ପିଏମ ଉଜ୍ୱଳା ଯୋଜନାର ହିତାଧିକାରୀ
ଏହି ଯୋଜନା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ୧ ମଇ ୨୦୧୬ ରେ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସମୁଦାୟ ୯.୫୮ କୋଟିରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀ ଅଟନ୍ତି । ଆଜିର ଦିନରେ ସାଧାରଣ ଲୋକଙ୍କୁ ଏକ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଭରିବା ପାଇଁ ୧୧୦୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ସରକାର ଆରାମ ପ୍ରଦାନ କରିଛନ୍ତି । କିନ୍ତୁ ଯେଉଁମାନେ ଏହି ସ୍କିମ୍ ବ୍ୟତୀତ ସିଲିଣ୍ଡର ରିଫିଲ୍ କରିବେ ସେମାନଙ୍କୁ ଏଲପିଜି ସିଲିଣ୍ଡର ରିଫିଲ କରିବା ପାଇଁ ୧୧୦୩ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।