LPG Gas Cylinder: ବଡ଼ ଝଟକା! LPG ଗ୍ୟାସ ମୂଲ୍ୟକୁ ନେଇ ଏହି ନିଷ୍ପତ୍ତି ନେଲେ ସରକାର, ପ୍ରଭାବିତ ହେବେ କୋଟି କୋଟି ଗ୍ରାହକ
Advertisement
Article Detail0/zeeodisha/odisha1440428

LPG Gas Cylinder: ବଡ଼ ଝଟକା! LPG ଗ୍ୟାସ ମୂଲ୍ୟକୁ ନେଇ ଏହି ନିଷ୍ପତ୍ତି ନେଲେ ସରକାର, ପ୍ରଭାବିତ ହେବେ କୋଟି କୋଟି ଗ୍ରାହକ

LPG Gas Cylinder: ବର୍ତ୍ତମାନ ଗ୍ୟାସ୍ ସିଲିଣ୍ଡର କିଣିବା ପାଇଁ ଆପଣଙ୍କୁ ଆହୁରି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆପଣଙ୍କୁ ଏଲପିଜି ସିଲିଣ୍ଡର ଉପରେ ମିଳୁଥିବା ରିହାତି ବର୍ତ୍ତମାନ ଶେଷ କରିଦିଆଯାଇଛି । ଅର୍ଥାତ ବର୍ତ୍ତମାନଠାରୁ ଆପଣଙ୍କୁ ଏଲପିଜି ବୁକିଂ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । 

LPG Gas Cylinder: ବଡ଼ ଝଟକା! LPG ଗ୍ୟାସ ମୂଲ୍ୟକୁ ନେଇ ଏହି ନିଷ୍ପତ୍ତି ନେଲେ ସରକାର, ପ୍ରଭାବିତ ହେବେ କୋଟି କୋଟି ଗ୍ରାହକ

LPG Gas Cylinder: ସାରା ଦେଶରେ ଗ୍ୟାସ ସିଲିଣ୍ଡର ମୂଲ୍ୟ (LPG Gas Cylinder Price) ବୃଦ୍ଧି ନେଇ ସରକାରୀ ତୈଳ କମ୍ପାନୀଗୁଡିକ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଗ୍ୟାସ୍ ସିଲିଣ୍ଡର (Gas Cylinder) କିଣିବା ପାଇଁ ଆପଣଙ୍କୁ ଆହୁରି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆପଣଙ୍କୁ ଏଲପିଜି ସିଲିଣ୍ଡର ଉପରେ ମିଳୁଥିବା ରିହାତି ବର୍ତ୍ତମାନ ଶେଷ କରିଦିଆଯାଇଛି । ଅର୍ଥାତ ବର୍ତ୍ତମାନଠାରୁ ଆପଣଙ୍କୁ ଏଲପିଜି ବୁକିଂ (LPG Cylinder Booking) ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆପଣଙ୍କୁ କହି ରଖୁଛୁ ଯେ, ସରକାରୀ ତୈଳ କମ୍ପାନୀଗୁଡିକ ତରଫରୁ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର (Commercial Gas Cylinder) ଉପରେ ୨୦୦ରୁ ୩୦୦ ଟଙ୍କା ରିହାତି ପ୍ରଦାନ କରାଯାଉଥିଲା, ଯାହା ବର୍ତ୍ତମାନ ଶେଷ କରିଦିଆଯାଇଛି । ବିତରକଙ୍କ ଦ୍ୱାରା ବ୍ୟବସାୟିକ ସିଲିଣ୍ଡର ଉପରେ ଅଧିକ ରିହାତି ଦେଉଥିବାର ଅଭିଯୋଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଦେଶର ତିନୋଟି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC),  HPL ଏବଂ BPCL ସୂଚନା ପ୍ରଦାନ କରି କହିଛନ୍ତି ଯେ, ବିତରକମାନଙ୍କୁ କୁହାଯାଇଛି ଯେ ବର୍ତ୍ତମାନଠାରୁ କୌଣସି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଉପରେ ଗ୍ରାହକଙ୍କୁ ରିହାତି ସୁବିଧା ମିଳିବ ନାହିଁ । ଏହି ନିଷ୍ପତ୍ତି ନଭେମ୍ବର ୮ରୁ ଲାଗୁ ହୋଇଛି । ଇଣ୍ଡିଆନ୍ ଅଏଲରୁ ମିଳିଥିବା ସୂଚନା ଅନୁଯାୟୀ, ୧୯ କିଲୋଗ୍ରାମ ଓ ୪୭.୫ କିଲୋଗ୍ରାମର ସିଲିଣ୍ଡରକୁ ବିନା ରିହାତିରେ ବିକ୍ରି କରାଯିବ । ଆହୁରି ମଧ୍ୟ HPCL କହିଛି ଯେ, ୧୯ କିଲୋଗ୍ରାମ, ୩୫ କିଲୋଗ୍ରାମ, ୪୭.୫ କିଲୋଗ୍ରାମ ଏବଂ ୪୨୫ କିଲୋଗ୍ରାମର ସିଲିଣ୍ଡରରେ ମିଳୁଥିବା ସମସ୍ତ ରିହାତି ଶେଷ କରିଦିଆଯାଉଛି ।

ସୂଚନାଯୋଗ୍ୟ,  ନଭେମ୍ୱର ୧ରେ ଏଲପିଜି ଗ୍ୟାସ ସିଲିଣ୍ଡର (LPG Gas Cylinder Price) ଶସ୍ତା ହୋଇଥିଲା । ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୫ ଟଙ୍କା ହ୍ରାସ କରାଯାଇଥିଲା । ଏହି ହ୍ରାସ ସାରା ଦେଶରେ ଦେଖାଦେଇଥିଲା । ଏହି ରିହାତି ବ୍ୟବସାୟିକ ସିଲିଣ୍ଡର (Commercial Cylinders) ଗ୍ରାହକଙ୍କୁ ମିଳିଛି । ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ନଭେମ୍ୱର ୧ରେ ଜାରି କରାଯାଇଥିଲା, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ସିଲିଣ୍ଡର ୧୧୫.୫୦ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫୦ ଟଙ୍କା ଏବଂ ଚେନ୍ନାଇରେ ୧୧୬.୫୦ ଟଙ୍କା ଶସ୍ତା ହୋଇଛି । ଏହାପୂର୍ବରୁ ଅକ୍ଟୋବର ୧ରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ହ୍ରାସ କରାଯାଇଥିଲା । ଅନ୍ୟପଟେ ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର ପୁରୁଣା ମୂଲ୍ୟରେ ମିଳୁଛି । ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର କେବଳ ଜୁଲାଇ ୬ର ରେଟରେ ମିଳୁଛି । 

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ରୋହିତ-ରାହୁଲଙ୍କ ସ୍ଥାନ ନେବେ ଏହି ୨ ଷ୍ଟାର୍ ବ୍ୟାଟ୍ସମ୍ୟାନ୍! ହେବେ ଦଳର ଓପେନିଂ ଯୋଡ଼ି

ଅଧିକ ପଢ଼ନ୍ତୁ:-ଫାଇନାଲରେ ପାକିସ୍ତାନର ପରାଜୟ ପରେ ବି ସ୍ୱପ୍ନ ଦେଖୁଛନ୍ତି ଶୋଏବ ଅଖତର, କହିଲେ-ଏବେ ଭାରତରେ ବିଶ୍ୱକପ...

ଅଧିକ ପଢ଼ନ୍ତୁ:-ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ରଚିଲା ଇତିହାସ, ବିଶ୍ୱ କ୍ରିକେଟରେ ଏପରି କରିଥିବା ପ୍ରଥମ ଦଳ

ଆପଣଙ୍କୁ କହିରଖୁଛୁ ଯେ, ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର (19 kg Commercial Cylinders) ଦିଲ୍ଲୀରେ ୧୯୫୯.୫୦ ଟଙ୍କା ବଦଳରେ ୧୭୪୪ ଟଙ୍କାରେ ମିଳୁଛି । ଏଥି ସହିତ, ଏହା ପୂର୍ବରୁ କୋଲକାତାରେ ୧୯୯୫.୫୦ ଟଙ୍କାରେ ମିଳୁଥିଲା, କିନ୍ତୁ ନଭେମ୍ୱର ୧ରୁ ଏହି ସିଲିଣ୍ଡର ୧୮୪୬ ଟଙ୍କାରେ ମିଳୁଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୪୬ ଟଙ୍କାରେ ମିଳୁଛି । ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ମୁମ୍ବାଇରେ ୧୮୪୪ ଟଙ୍କା ପରିବର୍ତ୍ତେ ୧୬୯୬ ଟଙ୍କାରେ ମିଳୁଛି ଓ ଚେନ୍ନାଇରେ ୧୮୯୩ ଟଙ୍କାକୁ ଖସି ଆସିଛି ।