LPG Price Today 1 March 2023: ହୋଲି ପୂର୍ବରୁ ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement

LPG Price Today 1 March 2023: ହୋଲି ପୂର୍ବରୁ ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

LPG Price Today 1 March 2023: ଆଜି ଘରୋଇ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି ଘଟିଥିବାବେଳେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ୩୫୦.୫୦ ଟଙ୍କାର ବୃଦ୍ଧି ଘଟିଛି । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ଦରରେ ୩୫୦.୫୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଅନ୍ୟପଟେ ଘରୋଇ ଏଲପିଜି ସିରିଣ୍ଡର ଦର (Domestic Cylinders Price) ରେ ୫୦ ଟଙ୍କା ବୃଦ୍ଧି ଘଟିଛି ।  

LPG Price Today 1 March 2023: ହୋଲି ପୂର୍ବରୁ ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

LPG Price Today 1 March 2023: ହୋଲି ପୂର୍ବରୁ ସାଧାରଣ ଜନତାଙ୍କୁ ଦରଦାମ ବୃଦ୍ଧିର ଆଉ ଏକ ଝଟକା ଲାଗିଛି । ତୈଳ କମ୍ପାନୀଗୁଡିକ ଦୀର୍ଘ ଦିନ ପରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ (Domestic Cylinders Price) ରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି । ଆଜି (ବୁଧବାର) ଅର୍ଥାତ ମାର୍ଚ୍ଚ ୧, ୨୦୨୩ ସକାଳେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର (LPG Gas Cylinder Price) ଜାରି କରିଦେଇଛନ୍ତି ।  ଆଜି ଘରୋଇ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି ଘଟିଥିବାବେଳେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ରେ ୩୫୦.୫୦ ଟଙ୍କାର ବୃଦ୍ଧି ଘଟିଛି । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ଦରରେ ୩୫୦.୫୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଅନ୍ୟପଟେ ଘରୋଇ ଏଲପିଜି ସିରିଣ୍ଡର ଦର (Domestic Cylinders Price) ରେ ୫୦ ଟଙ୍କା ବୃଦ୍ଧି ଘଟିଛି ।  

ଏହା ସହ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ହୋଇଯାଇଛି । ଏହି ପୂର୍ବରୁ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧,୦୫୩ ଟଙ୍କାରେ ମିଳୁଥିଲା । ଏହା ବ୍ୟତୀତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ କୋଲକାତାରେ  ୧,୧୨୯ ଟଙ୍କାରେ ମିଳିବ । ଏହା ପୂର୍ବରୁ ଏହାର ଦାମ୍ ୧,୦୭୯ ଟଙ୍କା ଥିଲା । ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧,୧୨୯ ଟଙ୍କା ହୋଇଯାଇଛି । ଯାହା ପୂର୍ବରୁ ୧,୦୭୯ ଟଙ୍କା ଥିଲା । ଏହି କ୍ରମରେ ମୁମ୍ବାଇରେ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ୧,୧୦୨ ଟଙ୍କା ହୋଇଯାଇଛି । ଯାହା ପୂର୍ବେ ୧,୦୫୨.୫୦ ଟଙ୍କା ଥିଲା । ଚେନ୍ନାଇରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧,୧୧୧.୫୦ ଟଙ୍କାରେ ମିଳିବ । ଯାହା ପୂର୍ବେ ୧,୦୬୮.୫୦ ଟଙ୍କା ଥିଲା ।

ସେପଟେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟରେ ୩୫୦.୫୦ ଟଙ୍କାର ବୃଦ୍ଧି ଘଟିଛି । ଜାନୁଆରୀ ମାସରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର (Commercial Cylinder Price) ରେ ୨୫ ଟଙ୍କା ବୃଦ୍ଧି ଘଟିଥିଲା । ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ବ୍ୟବସାୟିକ ସିଲିଣ୍ଡର ପୁରୁଣା ଦର ୨୧୧୯.୫୦ ଟଙ୍କାରେ ମିଳିବ । ସେହିପରି କୋଲକାତାରେ ୨୨୨୧.୫୦ ଟଙ୍କାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମିଳିବ । ମୁମ୍ବାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୨୦୭୧.୫୦ ଟଙ୍କା ଓ ଚେନ୍ନାଇରେ ୨୨୬୮ ଟଙ୍କାର ଦରରେ ମିଳିବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦରରେ ବୃଦ୍ଧି ଘଟିଛି । ଏଠାରେ ପୂର୍ବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୭୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୨୨୨୧.୫୦ ଟଙ୍କା ଦରରେ ମିଳିବ । ଏହାପୂର୍ବରୁ ଗତ ବର୍ଷ ନଭେମ୍ୱରରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୧୫.୫୦ ଟଙ୍କା ହ୍ରାସ କରାଯାଇଥିଲା । 

ଅଧିକ ପଢ଼ନ୍ତୁ:-କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, IPL 2023ରୁ ବାହାର ହେଲେ ଜସପ୍ରୀତ ବୁମ୍ରା

ଅଧିକ ପଢ଼ନ୍ତୁ:-ଜିଓ ଦେଉଛି ୧ ମାସର ମାଗଣା ରିଚାର୍ଜ! ଡାଟା ଓ କଲିଂ ସବୁକିଛି ଫ୍ରି, ଏପରି ଉଠାନ୍ତୁ ଲାଭ

ଅଧିକ ପଢ଼ନ୍ତୁ:-କେଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଇବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ରୋହିତ ଶର୍ମା, ଜାଣନ୍ତୁ କ'ଣ କହିଲେ

ସୂଚନାଯୋଗ୍ୟ, ଏହା ପୂର୍ବେ ଗତବର୍ଷ ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି । ବର୍ତ୍ତମାନ ନୂତନ ଦର ଅନୁଯାୟୀ ଆଜି ଏହା ମହଙ୍ଗା ହୋଇଛି ।