Old Pension Scheme: ପୁରୁଣା ପେନସନକୁ ନେଇ ଆସିଲା ଏପରି ଖବର, ଶୁଣି ଖୁସ୍ ହୋଇଯିବେ ଲକ୍ଷ ଲକ୍ଷ କର୍ମଚାରୀ; ବର୍ତ୍ତମାନ ଏଠାରେ ମଧ୍ୟ ହେବ ଲାଗୁ!
Advertisement

Old Pension Scheme: ପୁରୁଣା ପେନସନକୁ ନେଇ ଆସିଲା ଏପରି ଖବର, ଶୁଣି ଖୁସ୍ ହୋଇଯିବେ ଲକ୍ଷ ଲକ୍ଷ କର୍ମଚାରୀ; ବର୍ତ୍ତମାନ ଏଠାରେ ମଧ୍ୟ ହେବ ଲାଗୁ!

Old Pension Scheme: ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ବିଜେପି ଶାସିତ କର୍ଣ୍ଣାଟକରେ ମଧ୍ୟ ପୁରୁଣା ପେନସନ ଲାଗୁ କରିବା ଦାବିକୁ ନେଇ ସରକାରୀ କର୍ମଚାରୀ ମାନେ ଆନ୍ଦୋଳନ କରିଥିଲେ । ଯାହା ପରେ ସରକାର କର୍ମଚାରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ରାଜ୍ୟରେ ପୁରୁଣା ପେନସନ ଯୋଜନା ଲାଗୁ କରିବା ଉପରେ ନିଷ୍ପତ୍ତି ନେବା ପାଇଁ ସେ ଏକ କମିଟ ଗଠନ କରିବ । ଏହା ପରେ ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି ଓ ଏହି କମିଟି ରାଜସ୍ଥାନରେ ଯାଇ ପୁରୁଣା ପେନସନ ଯୋଜନା ଉପରେ ଅନୁଧ୍ୟାନ କରିଛି । ବର୍ତ୍ତମାନ ମହାରାଷ୍ଟ୍ରରେ ମଧ୍ୟ ସରକାର ପୁରୁଣା ପେନସନ ଯୋଜନା ଉପରେ ନିଷ୍ପତ୍ତି ନେବା ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି ।

Old Pension Scheme: ପୁରୁଣା ପେନସନକୁ ନେଇ ଆସିଲା ଏପରି ଖବର, ଶୁଣି ଖୁସ୍ ହୋଇଯିବେ ଲକ୍ଷ ଲକ୍ଷ କର୍ମଚାରୀ; ବର୍ତ୍ତମାନ ଏଠାରେ ମଧ୍ୟ ହେବ ଲାଗୁ!

Old Pension Scheme: ସାରା ଦେଶରେ ପୁରୁଣା ପେନସନ (OPS) କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ବର୍ତ୍ତମାନ ବହୁ ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କାର୍ଯ୍ୟକାରୀ ହୋଇସାରିଛି । ଏଥି ସହିତ କେନ୍ଦ୍ର ସରକାର (Central Government) ମଧ୍ୟ ଏକ ବଡ଼ ଅପଡେଟ୍ ଜାରି କରିଛନ୍ତି । ଅନେକ ରାଜ୍ୟରେ ପୁରୁଣା ପେନସନ୍ (OPS) ଲାଗୁ କରିବାର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ କେନ୍ଦ୍ର ସରକାର କିଛି ମନୋନୀତ କେନ୍ଦ୍ରୀୟ କର୍ମଚାରୀଙ୍କୁ ପୁରୁଣା ପେନସନ୍ ବ୍ୟବସ୍ଥା ଚୟନ କରିବା ପାଇଁ ଏକ ସୁଯୋଗ ଦେଇଛନ୍ତି । ସେପଟେ ପୁରୁଣା ପେନସନ୍ ଲାଗୁ କରିବାର ଦାବିକୁ ନେଇ ମହାରାଷ୍ଟ୍ରରେ ସରକାରୀ କର୍ମଚାରୀ (Maharashtra Government Employees) ଧର୍ମଘଟ କରୁଥିଲେ । ବର୍ତ୍ତମାନ ରାଜ୍ୟ ସରକାର ପୁରୁଣା ପେନସନ ଯୋଜନାର ବରାବର ସୁବିଧା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଗତ ଏକ ସପ୍ତାହ ଧରି ମହାରାଷ୍ଟ୍ରର ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ଲାଗୁ କରିବା ଦାବିରେ ଧର୍ମଘଟ କରୁଥିଲେ ।

ସୋମବାର ରାଜ୍ୟ ସରକାର ଘୋଷଣା କରି କୁହାଯାଇଛି କି, କର୍ମଚାରୀମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ପୁରୁଣା ପେନସନ୍ ଯୋଜନା (Old Pension Scheme) ଭଳି ଆପଣ ସମସ୍ତେ ସମାନ ସୁବିଧା ପାଇବେ । କର୍ମଚାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଙ୍କ  ଆଲୋଚନା ପରେ ଓପିଏସ୍ ପୁନଃ ଲାଗୁ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ହିମାଚଳ ପ୍ରଦେଶ, ରାଜସ୍ଥାନ, ଛତିଶଗଡ, ପଞ୍ଜାବ ଏବଂ ଝାଡଖଣ୍ଡ ପରି ପାଞ୍ଚଟି ରାଜ୍ୟରେ ପୁରୁଣା ପେନସନ ((OPS) କାର୍ଯ୍ୟକାରୀ ହୋଇସାରିଛି । ବିଗତ ଦିନରେ କର୍ମଚାରୀ ସଂଗଠନର ନେତାମାନେ କହିଥିଲେ ଯେ, ଯଦି ସରକାର କୌଣସି ନିଷ୍ପତ୍ତି ନ ନିଅନ୍ତି ତେବେ ପରିସ୍ଥିତି ଆହୁରି ଖରାପ ହେବ । କୃଷି ବିଭାଗର କର୍ମଚାରୀ ଓ ଅନ୍ୟ କର୍ମଚାରୀମାନଙ୍କ ଦ୍ୱାରା କରାଯାଉଥିବା ଧର୍ମଘଟ ଯୋଗୁଁ ରାଜ୍ୟରେ ଅସମୟରେ ବର୍ଷା ପରେ ଫସଲରେ ହୋଇଥିବା କ୍ଷୟକ୍ଷତିର ଆକଳନ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା । ସରକାରୀ ହସ୍ପିଟାଲର ନର୍ସିଂ କର୍ମଚାରୀ ଓ ଶିକ୍ଷକମାନଙ୍କ ସମେତ ଲକ୍ଷ ଲକ୍ଷ କର୍ମଚାରୀ  ମାର୍ଚ୍ଚ ୧୪ରୁ ଧର୍ମଘଟରେ ଥିଲେ । 

ରାଜ୍ୟ ସରକାରୀ କର୍ମଚାରୀ, ଅର୍ଦ୍ଧ ସରକାରୀ କର୍ମଚାରୀ ଏବଂ ଶିକ୍ଷକମାନଙ୍କ ୩୬ଟି ସଂଗଠନର କମିଟିର ସଂଯୋଜକ ବିଶ୍ୱ କାଟକର କହିଥିଲେ ଯେ, ଏହି ଧର୍ମଘଟ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି । ସେ ଏକ ବୟାନରେ କହିଛନ୍ତି ଯେ ଯଦି ସରକାର କର୍ମଚାରୀଙ୍କ ପାଇଁ ଲାଭଦାୟକ ନିଷ୍ପତ୍ତି ନ ନିଅନ୍ତି ତେବେ ପରିସ୍ଥିତି ଆହୁରି ଖରାପ ହେବ । କୃଷି ମନ୍ତ୍ରୀ ଅବଦୁଲ ସତ୍ତାର ବିଡରେ କହିଛନ୍ତି ଯେ ଅଯଥା ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ସରକାର ବିକଳ୍ପ ବ୍ୟବସ୍ଥା କରିବାକୁ ପଡିବ । 

ପୁରୁଣା ପେନସନ୍ ଯୋଜନା କ’ଣ?

ଏହି ଯୋଜନାରେ ଅବସର ସମୟରେ ବେତନର ଅଧା ରାଶି କର୍ମଚାରୀଙ୍କୁ ପେନସନ୍ ଭାବରେ ଦିଆଯାଏ । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ବ୍ୟବସ୍ଥା ଦିଆଯାଇଛି । ଏହି ଯୋଜନାରେ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି ମିଳିବାର ସୁବିଧା ରହିଛି । ପ୍ରତି ଛଅ ମାସ ପରେ ଡିଏ ବୃଦ୍ଧି ହୁଏ । ଏହି ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ ରାଜ କୋଷରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।

ଅଧିକ ପଢ଼ନ୍ତୁ-ଆଇପିଏଲ୍ ୨୦୨୩ରେ ଋଷଭ ପନ୍ତଙ୍କ ସ୍ଥାନରେ ଖେଳିବେ ଏହି ଡ୍ୟାସିଂ ବ୍ୟାଟ୍ସମ୍ୟାନ! ସାମ୍ନାକୁ ଆସିଲା ବଡ଼ ଅପଡେଟ୍

ଅଧିକ ପଢ଼ନ୍ତୁ-ଲଢ଼େଇ ଯୋଗୁଁ ଟିମ୍ ଇଣ୍ଡିଆ ହାରିଛି ଦ୍ୱିତୀୟ ଦିନିକିଆ! ବିରେନ୍ଦର ସେହୱାଗ କହିଲେ ପୂରା କାହାଣୀ

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ମହଙ୍ଗା ଭତ୍ତାରେ ହେଲା ବୃଦ୍ଧି, ମାର୍ଚ୍ଚରେ ମିଳିବ ୯୦,୦୦୦ ଟଙ୍କା!

ଆପଣଙ୍କୁ କହି ରଖୁଛୁ ଯେ, ଅଟଳ ବିହାରୀ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପୁରୁଣା ପେନସନ୍ ସ୍କିମ୍ (OPS) ରଦ୍ଦ କରାଯାଇଥିଲା । ଆହୁରି ମଧ୍ୟ, ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରକୃତରେ NPS ହେଉଛି ଏକ ଅବଦାନ ଆଧାରିତ ପେନସନ୍ ସ୍କିମ୍ ଓ ଏଥିରେ ମହଙ୍ଗା ଭତ୍ତାର କୌଣସି ବ୍ୟବସ୍ଥା ନାହିଁ ।