Mahila Naga Sadhu: ମହିଳା ନାଗା ସାଧୁ କେବେ ଦିଅନ୍ତି ଦର୍ଶନ? ଜାଣନ୍ତୁ ନାଗା ସାଧୁ ହେବା ପାଇଁ କ'ଣ ରହିଛି ପ୍ରକ୍ରିୟା
Advertisement
Article Detail0/zeeodisha/odisha1529606

Mahila Naga Sadhu: ମହିଳା ନାଗା ସାଧୁ କେବେ ଦିଅନ୍ତି ଦର୍ଶନ? ଜାଣନ୍ତୁ ନାଗା ସାଧୁ ହେବା ପାଇଁ କ'ଣ ରହିଛି ପ୍ରକ୍ରିୟା

Mahila Naga Sadhu: ସେମାନେ ଏକ ରହସ୍ୟମୟ ଓ କଠୋର ଶୃଙ୍ଖଳିତ ଜୀବନଯାପନ କରନ୍ତି, ଯାହା କଳ୍ପନା କରିବା କଷ୍ଟକର । ନାଗା ସାଧୁ କେବଳ ପୁରୁଷ ନୁହଁନ୍ତି, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହିଳାମାନେ ମଧ୍ୟ ନାଗା ସାଧୁ ହୋଇଥାଏ । ନାଗା ସାଧୁ ହେବା ଏତେ ସହଜ ନୁହେଁ । ଏଥିପାଇଁ ସେମାନଙ୍କୁ ଏକ କଠିନ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥାଏ ।

Mahila Naga Sadhu: ମହିଳା ନାଗା ସାଧୁ କେବେ ଦିଅନ୍ତି ଦର୍ଶନ? ଜାଣନ୍ତୁ ନାଗା ସାଧୁ ହେବା ପାଇଁ କ'ଣ ରହିଛି ପ୍ରକ୍ରିୟା

Mahila Naga Sadhu Lifestyle: ଯେତେବେଳେ ସାଧୁ ସନ୍ଥ ମାନଙ୍କ କଥା ଆସେ ତ ନାଗା ସାଧୁ (Naga Sadhu Life) ଙ୍କୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ । ଏହି ସାଧୁ ମାନେ କ୍ୱଚିତ୍ ଦେଖାଯାଆନ୍ତି । ଏମାନଙ୍କୁ କେବଳ କୁମ୍ବ କିମ୍ବା କୌଣସି ବଡ଼ ଧାର୍ମିକ ଉତ୍ସବରେ ଦେଖିବାକୁ ମିଳେ । ସେମାନେ ଏକ ରହସ୍ୟମୟ ଓ କଠୋର ଶୃଙ୍ଖଳିତ ଜୀବନଯାପନ କରନ୍ତି, ଯାହା କଳ୍ପନା କରିବା କଷ୍ଟକର । ନାଗା ସାଧୁ କେବଳ ପୁରୁଷ ନୁହଁନ୍ତି, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହିଳାମାନେ ମଧ୍ୟ ନାଗା ସାଧୁ (Mahila Naga Sadhu) ହୋଇଥାଏ । ନାଗା ସାଧୁ ହେବା ଏତେ ସହଜ ନୁହେଁ । ଏଥିପାଇଁ ସେମାନଙ୍କୁ ଏକ କଠିନ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥାଏ ।

ନାଗା ସାଧୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଅଲଗା ଅଲଗା ଅଖଡ଼ାରେ ବାସ କରୁଥିବା ଏପରି ସାଧୁ ହୋଇଥାନ୍ତି ଯେଉଁମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥାନ୍ତି । ଏହି ସାଧୁମାନେ ଉଲଗ୍ନ ରୁହନ୍ତି ଓ ଯୁଦ୍ଧ କଳାରେ ପାରଦର୍ଶୀ ହୋଇଥାନ୍ତି । ସେମାନେ ନିଜ ଶରୀରକୁ ପାଉଁଶରେ ଗୁଡ଼ାଇ ରଖନ୍ତି । ଯଦିଓ ମହିଳା ନାଗା ସାଧୁ ଉଲଗ୍ନ ରୁହନ୍ତି ନାହିଁ । ସେ ନିଜ ଶରୀରରେ ଗେରୁଆ ରଙ୍ଗର ଏକ କପଡା ପିନ୍ଧନ୍ତି । ଏହାକୁ ଗନ୍ତି କୁହାଯାଏ । ଏହି କପଡ଼ାରେ କୌଣସି ସିଲେଇ ହୋଇ ନଥାଏ । ନାଗା ସାଧୁଙ୍କ କ୍ରୋଧର କାହାଣୀ ମଧ୍ୟ ବହୁତ ଲୋକପ୍ରିୟ କାରଣ ସେମାନେ ଶିବ ଓ ଅଗ୍ନିଙ୍କର ଭକ୍ତ ଅଟନ୍ତି । ସେମାନେ କାହା ପାଇଁ କୌଣସି କ୍ଷତି କରନ୍ତି ନାହିଁ, କିନ୍ତୁ ଯଦି କେହି ସେମାନଙ୍କୁ ହଇରାଣ କରନ୍ତି, ତେବେ ସେମାନଙ୍କର କ୍ରୋଧ ଭୟଙ୍କର ହୋଇଯାଏ, ଏପରି ପରିସ୍ଥିତିରେ ସେମାନଙ୍କୁ ଶାନ୍ତ କରିବା କଷ୍ଟକର ହୋଇଯାଏ ।

ମହିଳାମାନେ କିପରି ନାଗା ସାଧୁ ହୁଅନ୍ତି?

ମହିଳା ନାଗା ସାଧୁ ହେବା ଏତେ ସହଜ ନୁହେଁ, କାରଣ ଏହି ମହିଳା ସାଧୁମାନଙ୍କୁ ଏକ କଠିନ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥାଏ । ନାଗା ସାଧୁ ହେବାକୁ ହେଲେ ତାଙ୍କୁ ପ୍ରଥମେ ନିଜକୁ ଭଗବାନଙ୍କ ନିକଟରେ ସମର୍ପିତ କରିବାକୁ ପଡିବ ଓ ୬ ରୁ ୧୨ ବର୍ଷ ପର୍ଯ୍ୟନ୍ତ ଏକ କଠୋର ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡ଼ିଥାଏ । ଏହି ସମୟରେ ତାଙ୍କୁ ସକାଳୁ ଉଠି ଭଗବାନଙ୍କୁ ଉପାସନା କରିବାକୁ ପଡି଼ଥାଏ, ଏହା ପରେ ସେ ଦିନସାରା ଭକ୍ତିରେ ଲୀନ ରୁହନ୍ତି ।ଏହା ପରେ ହିଁ ଗୁରୁ ତାଙ୍କୁ ନାଗା ସାଧୁ ହେବାକୁ ଅନୁମତି ଦିଅନ୍ତି ।

ଥରେ ଗୁରୁ ଅନୁଭବ କଲେ ଯେ ସେ ବର୍ତ୍ତମାନ ନାଗା ସାଧୁ ହେବାକୁ ସକ୍ଷମ, ତା’ପରେ ତାଙ୍କର ଅତୀତ ଜୀବନ ବିଷୟରେ ପଚରାଯାଏ । ସେ ଭଗବାନଙ୍କ ପ୍ରତି କେତେ ଉତ୍ସର୍ଗୀକୃତ ତାହା ପରୀକ୍ଷା କରାଯାଏ । ଏହା ପରେ ମହିଳା ନାଗା ସାଧୁ ଜୀବିତ ଥିବାବେଳେ ନିଜର ପିଣ୍ଡ ଦାନ କରିବାକୁ ପଡିଥାଏ । ଅତୀତ ଜୀବନକୁ ସମ୍ପୂର୍ଣ୍ଣ ଭୁଲିଯିବାକୁ ପଡ଼ିଥାଏ । ଏହା ପରେ ସେମାନଙ୍କ ମୁଣ୍ଡନ କରାଯାଏ । ପରେ ସ୍ନାନ ପରେ ସେମାନଙ୍କୁ ମହିଳା ନାଗା ସାଧୁ ଭାବେ ତିଆରି କରିବାର ପ୍ରକ୍ରିୟା ଆରମ୍ଭ ହୁଏ । ମହିଳା ନାଗା ସାଧୁ କେବଳ ଗୋଟିଏ କପଡା ପିନ୍ଧନ୍ତି ଯାହା ସିଲେଇ ହୋଇ ନଥାଏ । ସେମାନେ ସବୁବେଳେ ତିଲକକୁ ନିଜ କପାଳରେ ଲଗାଇ ରଖନ୍ତି ।

ଅଧିକ ପଢ଼ନ୍ତୁ:-ସିଧା ନହୋଇ ବଙ୍କା କାହିଁକି ହୋଇଥାଏ କଦଳୀ? ଜାଣନ୍ତ ଏହାର କାରଣ

ଅଧିକ ପଢ଼ନ୍ତୁ:-ଆହୁରି ୨ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଦେଖନ୍ତୁ ଆପଣଙ୍କ ସହର ନାହିଁ ତ ଏହି ତାଲିକାରେ...

ଅଧିକ ପଢ଼ନ୍ତୁ:-କେଏଲ୍ ରାହୁଲଙ୍କୁ କରନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ, ଏହି ଭେଟେରାନ୍ ଏହି କାରଣରୁ ହଠାତ୍ କଲେ ବଡ଼ ଦାବି

 

ମହିଳା ନାଗା ସାଧୁଙ୍କୁ ନାଗିନ୍, ଅବଧୁତାନୀ ଭାବରେ ସମ୍ବୋଧିତ କରାଯାଏ । ଏହା ବ୍ୟତୀତ ଅନ୍ୟ ସାଧ୍ୱୀମାନେ ତାଙ୍କୁ ମା' ବୋଲି ଡାକନ୍ତି । ମହିଳା ନାଗା ସାଧୁ ସଂପୂର୍ଣ୍ଣ ଭାବରେ ଶିବଙ୍କ ପାଇଁ ଉତ୍ସର୍ଗୀକୃତ । ଜାଗ୍ରତ ହେବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ସେମାନେ ଭଗବାନଙ୍କ ଭକ୍ତିରେ ଲୀନ ରୁହନ୍ତି । ୧୩ ଅଖଡ଼ା ମଧ୍ୟରୁ ଜୁନା ଅଖଡା ସାଧୁଙ୍କର ସବୁଠାରୁ ବଡ଼ ଅଖଡା । ଜୁନା ଅଖଡ଼ାରେ ମହିଳାଙ୍କର ମାଇ ବଡ଼ା ଅଖରା ମଧ୍ୟ ସାମିଲ କରିନିଆଯାଇଛି । ମହିଳାମାନଙ୍କର ଏହି ଅଖଡା ବ୍ୟତୀତ, ଅନ୍ୟ ଅଖଡ଼ାରେ ଅନେକ ମହିଳା ସାଧୁ ଅଛନ୍ତି, ଯେଉଁମାନେ ବିଭିନ୍ନ ଅଖଡା ସହିତ ଜଡିତ ଏବଂ ନାଗ ସମେତ ଅନେକ ଭିନ୍ନ ଆଖ୍ୟାରେ ସମ୍ମାନିତ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)