India vs Maldives: ଭାରତ ସହ ପଙ୍ଗା ନେବା ପରେ ବାଟକୁ ଆସିଗଲା ମାଳଦ୍ୱୀପ; ଜାଣନ୍ତୁ କିପରି
Advertisement

India vs Maldives: ଭାରତ ସହ ପଙ୍ଗା ନେବା ପରେ ବାଟକୁ ଆସିଗଲା ମାଳଦ୍ୱୀପ; ଜାଣନ୍ତୁ କିପରି

MATATO Road Show in Indian Cities: ଦେଶରେ ପ୍ରମୁଖ ସହରରେ ରୋଡ ଶୋ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ମାଳଦ୍ୱୀପ ଏମଏଟିଏଟିଓ।

India vs Maldives: ଭାରତ ସହ ପଙ୍ଗା ନେବା ପରେ ବାଟକୁ ଆସିଗଲା ମାଳଦ୍ୱୀପ; ଜାଣନ୍ତୁ କିପରି

Indian Tourist in Maldives: ଭାରତ ସହ ପଙ୍ଗା ନେଇ ଫସିବା ପରେ ଏବେ ବାଟକୁ ଆସିଯାଇଛି ମାଳଦ୍ୱୀପ। କାରଣ ପର୍ଯ୍ୟଟନ ଲାଗି ପ୍ରସିଦ୍ଧ ଏହି ଦ୍ୱୀପ ଦେଶରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯାହା ଦ୍ୱାରା ଦେଶର ପର୍ଯ୍ୟଟନ ଅନେକାଂଶରେ ପ୍ରଭାବିତ ହୋଇଛି। ବର୍ତ୍ତମାନ ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ମାଲଦ୍ୱୀପ ସ୍ଥିତ ଏକ ପ୍ରମୁଖ ପର୍ଯ୍ୟଟନ ସଂସ୍ଥା ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଏନେଇ କୁହାଯାଇଛି ପ୍ରମୁଖ ଭାରତୀୟ ସହରରେ ରୋଡ୍ ସୋ ଆୟୋଜନ କରାଯିବ।

ମାଲଦ୍ୱୀପ ଆସୋସିଏସନ୍ ଅଫ୍ ଟ୍ରାଭେଲ୍ ଏଜେଣ୍ଟସ୍ ଏବଂ ଟୁର୍ ଅପରେଟର୍ସ (Maldivian Association for Travel Agents and Tour Operators) ଏମଏଟିଏଟିଓ (MATATO) ଦୁଇ ଦେଶ (India-Maldives) ମଧ୍ୟରେ ଭ୍ରମଣ ଏବଂ ପର୍ଯ୍ୟଟନ ସହଯୋଗ ବୃଦ୍ଧି ପାଇଁ ଭାରତୀୟ ହାଇକମିଶନର ମୁନୁ ମହାଭରଙ୍କ ସହ ଆଲୋଚନା କରିଥିଲେ।

Also Read: Maldives Tourism: କୂଟନୈତିକ ବିବାଦ ପାଇଁ ବଳି ପଡ଼ିଲା ପର୍ଯ୍ୟଟନ; ଜାଣନ୍ତୁ ପୁରା ଘଟଣାକ୍ରମ

ଭାରତ-ମାଲଦ୍ୱୀପ ସମ୍ପର୍କରେ ସୃଷ୍ଟି ହୋଇଛି ଉତ୍ତେଜନା 
ଆପଣଙ୍କୁ କହିରଖୁଛୁ ଯେ ଗତ ଫେବୃଆରୀ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଦ୍ୱାରା ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜର ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଯାହାକୁ ନେଇ ଭାରତ-ମାଳଦ୍ୱୀପ ସମ୍ପର୍କରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋ ଏବଂ ଭିଡିଓ ଉପରେ ମାଳଦ୍ୱୀପ ସରକାରଙ୍କ ମନ୍ତ୍ରୀ ଏବଂ ନେତା ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଯାହାକୁ ବିରୋଧ କରି ବହୁ ସେଲିବ୍ରିଟିଙ୍କ ସମେତ କୋଟି କୋଟି ଭାରତୀୟ ସେମାନଙ୍କ ମାଲଦ୍ୱୀପ ଗସ୍ତ ବାତିଲ କରି ଦେଇଥିଲେ। ଭାରତୀୟ ପର୍ଯ୍ୟଟକ ସେମାନଙ୍କ ଗସ୍ତ ବାତିଲ କରିବା ପରେ ମାଳଦ୍ୱୀପର ପର୍ଯ୍ୟଟନ ଶିଳ୍ପ ଅନେକାଂଶରେ ପ୍ରଭାବିତ ହୋଇଥିଲା।   

ମାଲଦ୍ୱୀପରେ ହ୍ରାସ ପାଇଥିଲା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା
ପର୍ଯ୍ୟଟନ ଆଗମନ ଆକଳନରୁ ଜଣାପଡିଛି ଯେ ଶୀର୍ଷ ପର୍ଯ୍ୟଟନ ଦେଶ ହେବା ସତ୍ତ୍ୱେ ଗତ ଜାନୁଆରୀ ପର ଠାରୁ ଭାରତର ସ୍ଥିତି ପଞ୍ଚମ ସ୍ଥାନକୁ ଏବଂ ବର୍ତ୍ତମାନ ଷଷ୍ଠ ସ୍ଥାନକୁ ଖସି ଆସିଛି। ମାଲଦ୍ୱୀପ ପର୍ଯ୍ୟଟନ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଅପ୍ରେଲ ୧୦ ତାରିଖ ପର୍ଯ୍ୟନ୍ତ ମୋଟ ୬ ଲକ୍ଷ ୬୩ ହଜାର ୨୬୯ ଜଣ ପର୍ଯ୍ୟଟକ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୭୧ ହଜାର ୯୯୫ ଜଣ ପର୍ଯ୍ୟଟକଙ୍କ ସହ ଚୀନ ଶୀର୍ଷ ସ୍ଥାନରେ ରହିଛି। ସେହିପରି ୬୬ ହଜାର ୯୯୯ ଜଣ ପର୍ଯ୍ୟଟକଙ୍କ ସହ ବ୍ରିଟେନ ଦ୍ୱିତୀୟ, ୬୬ ହଜାର ୮୦୩ ଜଣ ପର୍ଯ୍ୟଟକଙ୍କ ସହ ଋଷିଆ ତୃତୀୟ, ୬୧ ହଜାର ୩୭୯ ଜଣ ପର୍ଯ୍ୟଟକଙ୍କ ସହ ଇଟାଲୀ ଚତୁର୍ଥ, ୫୨ ହଜାର ୨୫୬ ଜଣ ଜଣ ପର୍ଯ୍ୟଟକଙ୍କ ସହ ଜର୍ମାନୀ ପଞ୍ଚମ, ୩୭ ହଜାର ୪୧୭ ଜଣ ପର୍ଯ୍ୟଟକଙ୍କ ସହ ଭାରତ ଷଷ୍ଠ ସ୍ଥାନରେ ରହିଛି। 

Also Read: India Maldives Controversy: ଭାରତର କଠୋର ଆଭିମୁଖ୍ୟ ପରେ ଚୀନ ଶରଣରେ ମାଳଦ୍ୱୀପ; ଜାଣନ୍ତୁ ପୁରା ଘଟଣାକ୍ରମ

Sun.mv ସମାଚାର ପୋର୍ଟାଲ ରିପୋର୍ଟ ଅନୁସାରେ ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ସହ ରାଜଧାନୀ ମାଲେ ଠାରେ ଏକ ବୈଠକ କରିଥିଲା ମାଳଦ୍ୱୀପ ଆସୋସିଏସନ୍ ଅଫ୍ ଟ୍ରାଭେଲ୍ ଏଜେଣ୍ଟସ୍ ଏବଂ ଟୁର୍ ଅପରେଟର୍ସ। ଏହି ବୈଠକ ପରେ ଏମଏଟିଏଟିଓ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ପର୍ଯ୍ୟଟନ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ମାଳଦ୍ୱୀପ ଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ସହ ଘନିଷ୍ଠ ସହଯୋଗ କରିବାକୁ ସେମାନେ ଇଚ୍ଛା କରିଛନ୍ତି। ଏହି ବିବୃତ୍ତିରେ କୁହାଯାଇଛି ପ୍ରମୁଖ ଭାରତୀୟ ସହରରେ ବ୍ୟାପକ ରୋଡ୍ ସୋ ଆରମ୍ଭ କରିବା ପାଇଁ ଯୋଜନା ଚାଲିଛି।

ଏହା ସହିତ ଏମଏଟିଏଟିଓ କହିଛି ଯେ ମାଲଦ୍ୱୀପକୁ ଏକ ପ୍ରମୁଖ ଭ୍ରମଣ ସ୍ଥଳ ଭାବେ ପ୍ରୋତ୍ସାହିତ କରିବା ପାଇଁ ସେମାନେ ଭାରତର ପ୍ରମୁଖ ଭ୍ରମଣକାରୀ ସଙ୍ଗଠନ ଏବଂ ଶିଳ୍ପ ଅଂଶୀଦାରଙ୍କ ସହ ସହଭାଗୀ ହେବାକୁ ଅପେକ୍ଷା କରିଛନ୍ତି।