Shocking News: ବିବାହ ପରେ ସ୍ତ୍ରୀ ନୁହେଁ ସ୍ବାମୀ ବଦଳାଇଲେ ସରନେମ, କହିଲେ ମୁଁ ଗର୍ବିତ
Advertisement

Shocking News: ବିବାହ ପରେ ସ୍ତ୍ରୀ ନୁହେଁ ସ୍ବାମୀ ବଦଳାଇଲେ ସରନେମ, କହିଲେ ମୁଁ ଗର୍ବିତ

Shocking News: ସାଧାରଣତଃ ଆମ ଦେଶରେ ବିବାହ ପରେ ଝିଅ ଶାଶୁ ଘରକୁ ଯିବା ପରେ ତାଙ୍କର ସାଙ୍ଗିଆ ବା ଟାଇଟେଲ(Surname) ବଦଳାଇ ଥାଆନ୍ତି ।  ନିକଟରେ ଜଣେ ବ୍ୟକ୍ତି ନିଜର ଉପନାମ ବା ଟାଇଟେଲ ପରିବର୍ତ୍ତନ କରି ତାଙ୍କ ପତ୍ନୀଙ୍କ ଟାଇଟେଲକୁ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଶୁଣିବାକୁ ଅଜିବ ଲାଗୁଥିବା ଏହି ଘଟଣାଟି କିନ୍ତୁ ସତ ଅଟେ । ପତ୍ନୀଙ୍କ ଟାଇଟେଲ ଗ୍ରହଣ କରି ସ୍ବାମୀ ଗର୍ବ କରୁଥିବା ମଧ୍ଯ କହିଛନ୍ତି ।

ସୌ(ସୋସିଆଲ ମିଡିଆ)

Shocking News: ସାଧାରଣତଃ ଆମ ଦେଶରେ ବିବାହ ପରେ ଝିଅ ଶାଶୁ ଘରକୁ ଯିବା ପରେ ତାଙ୍କର ସାଙ୍ଗିଆ ବା ଟାଇଟେଲ(Surname) ବଦଳାଇ ଥାଆନ୍ତି । କେତେକ ସ୍ଥାନରେ ତ ଶାଶୁ ଘରେ ଝିଅର ଡ଼ାକ ନାମକୁ ମଧ୍ଯ ପରିବର୍ତ୍ତନ କରାଯାଇଥାଏ । ପରେ ଶାଶୁ ଘର ଲୋକ ଦେଇଥିବା ନାମରେ ଝିଅର ନୂଆ ପରିଚୟ ହୋଇଥାଏ । ତେବେ ନିକଟରେ ଜଣେ ବ୍ୟକ୍ତି ନିଜର ଉପନାମ ବା ଟାଇଟେଲ ପରିବର୍ତ୍ତନ କରି ତାଙ୍କ ପତ୍ନୀଙ୍କ ଟାଇଟେଲକୁ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଶୁଣିବାକୁ ଅଜିବ ଲାଗୁଥିବା ଏହି ଘଟଣାଟି କିନ୍ତୁ ସତ ଅଟେ । ପତ୍ନୀଙ୍କ ଟାଇଟେଲ ଗ୍ରହଣ କରି ସ୍ବାମୀ ଗର୍ବ କରୁଥିବା ମଧ୍ଯ କହିଛନ୍ତି ।

ବିବାହ ପରେ କିଛି ଏମିତି ବିଧି ରହିଥାଏ ଯାହା ପୂରା ବିଶ୍ବରେ ସମାନ ହୋଇଥାଏ । ଏଇ ଯେମିତି ବିବାହ ପରେ ଝିଅକୁ ନିଜ ଘର ଛାଡ଼ି ସ୍ବାମୀ ଘରକୁ ଯିବାକୁ ପଡ଼ିଥାଏ । ଏହାପରେ ସ୍ବାମୀଙ୍କ ଉପନାମ ବା ଟାଇଟେଲକୁ ମଧ୍ଯ ଗ୍ରହଣ କରିବାକୁ ପଡ଼ିଥାଏ । ଖାଲି ଭାରତ କାହିଁକି ଆମେରିକା ଓ ବ୍ରିଟେନ ପରି ଅନେକ ବିକଶିତ ଦେଶରେ ମଧ୍ଯ ଏହି ସମାନ ପରମ୍ପରା ଦେଖିବାକୁ ମିଳିଥାଏ । କିନ୍ତୁ ସମୟ ବଦଳିବା ସହ ଏବେ ଲୋକଙ୍କ ଚିନ୍ତାଧାରାରେ ମଧ୍ଯ ବଦଳିବାରେ ଲାଗିଛି । କିଛି ଲୋକେ ନିଜ ସରନେମ ଛାଡ଼ି ପତ୍ନୀଙ୍କ ସରନେମ ବା ଟାଇଟେଲ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏପରି ଏକ ଘଟଣା ସାମ୍ନାକୁ ଆସିଥି୍ବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକୃତରେ ଏହି ଘଟଣାଟି ବ୍ରିଟେନରେ(Britain) ଅଟେ । ଆଉ ପତ୍ନୀଙ୍କ ଟାଇଟେଲ ଗ୍ରହଣ କରିଥିବା ଏହି ୩୨ ବର୍ଷିୟ ବ୍ୟକ୍ତି ଜଣକଙ୍କ ହେଉଛନ୍ତି ଅଲି ଲିଭସଲି । ଲିଭସଲି ପତ୍ନୀଙ୍କ ଟାଇଟେଲ ଗ୍ରହଣ କରି ବେଶ ଖୁସି ଓ ଗର୍ବିତ ଥିବା କହିଛନ୍ତି ।

ସୂଚନା ଅନୁଯାୟୀ, ଲାଇଭଲେଙ୍କ ପତ୍ନୀଙ୍କ ନାମ ଫୋବୀ ଟାନ୍ସଲି ଅଟେ। ବିବାହ ପୂର୍ବରୁ, ସେମାନେ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଥିଲେ । ପରେ ୨୦୨୦ ମସିହାରେ ଲିଭସଲି ଫୋବୀଙ୍କୁ ବିବାହ ନେଇ ପ୍ରସ୍ତାବ ଦେଇଥିଲେ। ଏହି ସମୟରେ ଉପନାମ ବା ଟାଇଟେଲକୁ ନେଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଫୋବୀ କହିଥିଲେ ଯେ ସେ ତାଙ୍କ ଉପନାମ ବା ଟାଇଟେଲକୁ ବହୁତ ଭଲ ପାଆନ୍ତି। ତାଙ୍କ ମାଆ ଓ ବାପା ଦୁନିଆରେ ନଥିବାରୁ ସେ ନିଜ ନାମ ସହିତ ସେମାନଙ୍କ ସ୍ମୃତିକୁ ବଞ୍ଚାଇବାକୁ ଚାହାଁନ୍ତି । ଫୋବୀଙ୍କ କଥା ଶୁଣିବା ପରେ ଲିଭସଲି ଅନୁଭବ କଲେ ଯେ ତାଙ୍କ ଉପନାମ ସହିତ ତାଙ୍କର ସେମିତି ବିଶେଷ କିଛି ଲଗାବ ନାହିଁ, ଏମିତିକି ତାଙ୍କୁ ତାଙ୍କ ଟାଇଟେଲ ଲେଖିବାରେ ମଧ୍ୟ ଅସୁବିଧା ହୋଇଥାଏ । ପରେ ଲିଭସଲି ନିଜର ଟାଇଟେଲ ପରିବର୍ତ୍ତନ କରିବା ନେଇ ସ୍ଥିର କରିଥିଲେ ।

 

ପ୍ରକାଶ ଥାଉ କି, ଲିଭସଲି ଓ ଫୋବୀ ଫେବୃଆରୀ ୨୫ରେ ବିବାହ କରିଥିଲେ । ବିବାହ ପରେ ଲିଭସଲି ତାଙ୍କ ଟାଇଟେଲ ପରିବର୍ତ୍ତନ କରିଥିଲେ । ଏନେଇ ଉଭୟ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଥିଲେ । ଲୋକେ ତାଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । କିନ୍ତୁ କିଛି ଲୋକେ ଏହାକୁ ସମାଲୋଚନା ମଧ୍ଯ କରିଛନ୍ତି ।