Lithium In India: କାଶ୍ମୀରରେ ମିଳିଲା ଲକ୍ଷ ଲକ୍ଷ ଟନର ଲିଥିୟମ୍ ଭଣ୍ଡାର, ଦେଶରେ ବର୍ତ୍ତମାନ ସବୁଆଡେ ନଜର ଆସିବ ଇଲେକ୍ଟ୍ରିକ ଯାନ୍!
Advertisement
Article Detail0/zeeodisha/odisha1566087

Lithium In India: କାଶ୍ମୀରରେ ମିଳିଲା ଲକ୍ଷ ଲକ୍ଷ ଟନର ଲିଥିୟମ୍ ଭଣ୍ଡାର, ଦେଶରେ ବର୍ତ୍ତମାନ ସବୁଆଡେ ନଜର ଆସିବ ଇଲେକ୍ଟ୍ରିକ ଯାନ୍!

Lithium in Jammu and Kashmir: ଦେଶରେ ବୌଦ୍ୟୁତିକ ଯାନଗୁଡିକ କ୍ରମାଗତ ଭାବରେ ପ୍ରୋତ୍ସାହିତ କରାଯାଉଛି । ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ପେଟ୍ରୋଲ ଓ ଡିଜେଲର ନିର୍ଭରଶୀଳତା ହ୍ରାସ କରିବା । ଏହି କ୍ରମରେ ଭାରତକୁ ଏକ ଭଲ ଖବର ମିଳିଛି । 

ସାଙ୍କେତିକ ଛବି

Lithium In India: ଦେଶରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ (Jammu and Kashmir) ୫୯ ଲକ୍ଷ ଟନ୍ ଲିଥିୟମ୍ (Lithium) ଭଣ୍ଡାର ମିଳିଛି । ଲିଥିୟମ୍ ହେଉଛି ଏକ ଅଣ-ଧାତୁ ଓ ଏହା ବୈଦ୍ୟୁତିକ ଯାନ (Electric vehicle) ବ୍ୟାଟେରୀର ଏକ ପ୍ରମୁଖ ଉପାଦାନ । ଖଣି ସଚିବ ବିବେକ ଭରଦ୍ୱାଜଙ୍କ ଅନୁଯାୟୀ, ପ୍ରଥମ ଥର ପାଇଁ ଭାରତରେ ଲିଥିୟମ ଭଣ୍ଡାର ଚିହ୍ନିତ ହୋଇଛି । ବାସ୍ତବରେ, ବ୍ୟାଟେରୀରେ ବ୍ୟବହୃତ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ମଧ୍ୟରୁ ଲିଥିୟମ୍ ଅନ୍ୟତମ । ବର୍ତ୍ତମାନ, ଲିଥିୟମ୍, ନିକେଲ୍ ଓ କୋବାଲ୍ଟ ଭଳି ଅନେକ ଖଣିଜ ପଦାର୍ଥ ପାଇଁ ଆମଦାନୀ ଉପରେ ଭାରତ ଅନ୍ୟଦେଶ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଜମ୍ମୁ କାଶ୍ମୀରରେ ଲିଥିୟମର ଏତେ ବଡ଼ ଭଣ୍ଡାର ଉପଲବ୍ଧ ଯୋଗୁଁ ଭାରତକୁ ଲିଥିୟମ୍ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ । କୁହାଯାଉଛି ଯେ ଲିଥିୟମର ଭଣ୍ଡାର ମିଳିବା ପରେ ବର୍ତ୍ତମାନ ଦେଶରେ ବୈଦ୍ୟୁତିକ ଯାନର ଗଠନ, ବ୍ୟବହାର ଗତିଶୀଳ ହୋଇପାରେ ।

ଖଣି ସଚିବ ବିବେକ ଭରଦ୍ୱାଜଙ୍କ ଅନୁଯାୟୀ, ବ୍ୟାଟେରୀ ବ୍ୟତୀତ ମୋବାଇଲ୍ ଫୋନ୍ କିମ୍ବା ସୌର ପ୍ୟାନେଲ ପାଇଁ ଲିଥିୟମ୍ ଆବଶ୍ୟକ । ଭରଦ୍ୱାଜ କହିଛନ୍ତି ଯେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଖୋଜିବା ଓ ପ୍ରକ୍ରିୟାକରଣ କରିବା ଆବଶ୍ୟକ ।

କହିରଖୁଛୁ ଯେ ଦେଶରେ ବୌଦ୍ୟୁତିକ ଯାନଗୁଡିକ କ୍ରମାଗତ ଭାବରେ ପ୍ରୋତ୍ସାହନ ଦିଆଯାଉଛି । ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ପେଟ୍ରୋଲ ଓ ଡିଜେଲର ନିର୍ଭରଶୀଳତା ହ୍ରାସ କରିବା । କେନ୍ଦ୍ର ସରକାର ବିଶ୍ୱାସ କରନ୍ତି ଯେ ରାସ୍ତାରେ ପେଟ୍ରୋଲ ଓ ଡିଜେଲରେ ଚାଲୁଥିବା ଯାନ ସଂଖ୍ୟା ଯେତେ କମ୍ ହେବ, ପ୍ରଦୂଷଣର ମାତ୍ରା ମଧ୍ୟ ସେତେ କମ୍ ହେବ ।

କହିରଖୁଛୁ ଯେ ୧ ଫେବୃଆରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୌ ଦ୍ୟୁତିକ ଯାନରେ ବ୍ୟବହୃତ ଲିଥିୟମ-ଆୟନ ବ୍ୟାଟେରୀ ଉପରେ କଷ୍ଟମ ଶୁଳ୍କକୁ ୧୩ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି । ୨୦୨୩-୨୪ ବଜେଟ୍ ସମୟରେ ଅର୍ଥମନ୍ତ୍ରୀ ଏହା ଘୋଷଣା କରିଥିଲେ । ଲିଥିୟମ ଉପରେ କଷ୍ଟମ୍ସ ଶୁଳ୍କ ହ୍ରାସ କରିବା ପରେ ବୌଦ୍ୟୁତିକ ଯାନ ଶସ୍ତା ହେବ ବୋଲି କୁହାଯାଉଛି ।

ଏହାସହ ଦେଶର ୧୧ ଟି ରାଜ୍ୟରେ ସୁନା, ଲିଥିୟମ୍ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥର ସଂରକ୍ଷଣ ସ୍ଥାନ ମିଳିଛି । ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (GSI) ରାଜ୍ୟ ସରକାର ଏବଂ କୋଇଲା ମନ୍ତ୍ରଣାଳୟକୁ ୫୧ ଟି ବ୍ଲକ ହସ୍ତାନ୍ତର କରିଛି । ଜମ୍ମୁ-କଶ୍ମୀରର ରେସିରେ ମିଳୁଥିବା ଲିଥିୟମର ଏତେ ବଡ଼ ଭଣ୍ଡାରର ଏହା ହେଉଛି ପ୍ରଥମ ସ୍ଥାନ, ଯାହା GSI ଦ୍ୱାରା ଚିହ୍ନଟ ହୋଇଛି ।

ଏହା ବି ପଢ଼ନ୍ତୁ: Twitter Blue: ଭାରତ ପାଇଁ ସ୍ଥିର ହେଲା ଟ୍ୱିଟର ବ୍ଲୁ ଭେରିଫିକେସନ୍ ଦାମ୍, ଜାଣନ୍ତୁ କେତେ ଟଙ୍କାରେ ପାଇପାରିବେ ଆପଣ