Minimum Balance in Bank Account: ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର, PNB-ICICI-HDFC ବ୍ୟାଙ୍କ ଦେଲେ ଏହି ଜରୁରୀ ସୂଚନା
Advertisement

Minimum Balance in Bank Account: ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର, PNB-ICICI-HDFC ବ୍ୟାଙ୍କ ଦେଲେ ଏହି ଜରୁରୀ ସୂଚନା

Minimum Balance in Bank Account: ନୂତନ ନିୟମ ତିଆରି ହେବା ପରେ ଆପଣଙ୍କୁ ମିନିମମ୍ ବାଲାନ୍ସ ମେଣ୍ଟେନ ରଖିବାର ଆବଶ୍ୟକତା ରହିବ ନାହିଁ । ଅଲଗା ଅଲଗା ବ୍ୟାଙ୍କ ଓ ଆକାଉଣ୍ଟ ଅନୁଯାୟୀ ବିଭିନ୍ନ ପରିମାଣର ସର୍ବନିମ୍ନ ବାଲାନ୍ସ ସ୍ଥିର କରାଯାଇଛି । ସର୍ବନିମ୍ନ ବାଲାନ୍ସ ବଜାୟ ନ ରଖିବା ପାଇଁ ଆକାଉଣ୍ଟଧାରୀଙ୍କୁ ଜରିମାନା ଦେବାକୁ ପଡ଼ିଥାଏ ।

Minimum Balance in Bank Account: ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର, PNB-ICICI-HDFC ବ୍ୟାଙ୍କ ଦେଲେ ଏହି ଜରୁରୀ ସୂଚନା

Minimum Balance in Bank Account: ଯଦି ଆପଣ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ (Bank Account) ରେ ବାଲାନ୍ସ ମେଣ୍ଟେନ ରଖିପାରୁ ନାହାଁନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ । ଆଜ୍ଞା ହଁ, ଏହା ସମ୍ଭବ ଯେ ଭବିଷ୍ୟତରେ ଯଦି ଏପରି ଘଟେ ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡିବ ନାହିଁ । ନୂତନ ନିୟମ ତିଆରି ହେବା ପରେ ଆପଣଙ୍କୁ ମିନିମମ୍ ବାଲାନ୍ସ ମେଣ୍ଟେନ (Minimum Balance in Bank Account) ରଖିବାର ଆବଶ୍ୟକତା ରହିବ ନାହିଁ । ଅଲଗା ଅଲଗା ବ୍ୟାଙ୍କ ଓ ଆକାଉଣ୍ଟ ଅନୁଯାୟୀ ବିଭିନ୍ନ ପରିମାଣର ସର୍ବନିମ୍ନ ବାଲାନ୍ସ (Minimum Balance) ସ୍ଥିର କରାଯାଇଛି । ସର୍ବନିମ୍ନ ବାଲାନ୍ସ ବଜାୟ ନ ରଖିବା ପାଇଁ ଆକାଉଣ୍ଟଧାରୀଙ୍କୁ ଜରିମାନା ଦେବାକୁ ପଡ଼ିଥାଏ ।

କେନ୍ଦ୍ର ଅର୍ଥ ରାଜ୍ୟ ମନ୍ତ୍ରୀ (Minister of State for Finance) ଭଗବନ୍ତ କିଶନରାଓ କରାଡ (Bhagwat Kishanrao Karad) ଖାତାରେ ମିନିମମ୍ ବାଲାନ୍ସ ମେଣ୍ଟେନ (Minimum Balance in Bank Account) ରଖିବା ନେଇ ବିଗତ ଦିନରେ ଏକ ବଡ଼ ବୟାନ ଦେଇଥିଲେ । ଭଗବନ୍ତ କିଶନରାଓ କରାଡ (Bhagwat Kishanrao Karad) ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡକୁ ଆବେଦନ କରି କହିଛନ୍ତି ଯେ, ଯେଉଁମାନେ ସର୍ବନିମ୍ନ ବାଲାନ୍ସ ରଖନ୍ତି ନାହିଁ ସେମାନଙ୍କ ଆକାଉଣ୍ଟରେ ପେନାଲ୍ଟି ରଦ୍ଦ କରିବାକୁ ସେମାନେ ନିଷ୍ପତ୍ତି ନେଇପାରନ୍ତି । ଭଗବନ୍ତ କିଶନରାଓ କରାଡ (Bhagwat Kishanrao Karad) କହିଛନ୍ତି ଯେ, ଯେ ବ୍ୟାଙ୍କଗୁଡ଼ିକ ସ୍ୱାଧୀନ ସଂସ୍ଥା । ଏଭଳି ପରିସ୍ଥିତିରେ ସର୍ବନିମ୍ନ ପରିମାଣ ନ ରଖିବାରୁ ବୋର୍ଡ ଅଫ ଡାଇରେକ୍ଟରମାନେ ଜରିମାନା ଛାଡ଼ କରିପାରିବେ ।

ସେତେବେଳେ ଗଣମାଧ୍ୟମ ତରଫରୁ ମିନିମମ୍ ବାଲାନ୍ସ ମେଣ୍ଟେନ (Minimum Balance in Bank Account) ରଖିବାକୁ ନେଇ ଅର୍ଥମନ୍ତ୍ରୀ କିଶନରାଓ କରାଡ (Bhagwat Kishanrao Karad) ଙ୍କୁ ପ୍ରଶ୍ନ କରିଥିଲା । ଏଥିସହ ତାଙ୍କୁ ପଚରାଯାଇଥିଲା ଯେ, କ'ଣ ସରକାର  ବ୍ୟାଙ୍କଗୁଡିକକୁ ଏ ବିଷୟରେ ନିର୍ଦ୍ଦେଶ ଦେବା ପାଇଁ ବିଚାର କରୁଛନ୍ତି କି, ଯେଉଁ ଆକାଉଣ୍ଟରେ ଜମା ରାଶି ନିର୍ଦ୍ଧାରିତ ସର୍ବନିମ୍ନ ସ୍ତରରୁ କମ୍ ରହିଛି ସେହି ଆକାଉଣ୍ଟ ଉପରେ କୌଣସି ଜୋରିମାନା ଲାଗୁ ନ କରାଯାଉ ।

ଅଧିକ ପଢ଼ନ୍ତୁ:-ଇଶାନ କିଶନଙ୍କ ଏହି କାର୍ଯ୍ୟ ଉପରେ ରାଗି ଲାଲ ହେଲେ ଗାଭାସ୍କର, କ୍ଲାସ୍ ଲଗାଇ କହିଲେ-ଏହା କ୍ରିକେଟ୍ ନୁହେଁ...

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ନିଜ ଗୋଡ଼ରେ ମାରିଲେ କୁରାଢ଼ୀ, BCCI ଖୁବ୍ ଶୀଘ୍ର ନେବ କଠୋର ନିଷ୍ପତ୍ତି!

ଅଧିକ ପଢ଼ନ୍ତୁ:-ରାକ୍ଷୀ ସାୱନ୍ତଙ୍କ ଉପରେ ଖସିଲା ଦୁଃଖର ପାହାଡ଼, ମିସକ୍ୟାରେଜ ଯୋଗୁଁ ଭାଙ୍ଗିଲା ମା' ହେବାର ଆଶା

ସେପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମୟ ସମୟରେ ବ୍ୟାଙ୍କ ସହ ଜଡିତ ନିୟମ ଓ ଅନ୍ୟାନ୍ୟ ଜିନିଷ ପରିବର୍ତ୍ତନ କରିଥାଏ । ଏହି କ୍ରମରେ ଆରବିଆଇ ବ୍ୟାଙ୍କ ଆକାଉଣ୍ଟ ସହ ଜଡିତ ନିୟମରେ ଅନେକ ପରିବର୍ତ୍ତନ କରିଛି । ଆରବିଆଇ ଗ୍ରାହକଙ୍କ KYC (Know Your Customer) କୁ ନେଇ ସୂଚନା ଅପଡେଟ କରିଛି । କେନ୍ଦ୍ରୀୟ ବ୍ୟାଙ୍କ (RBI) ସମୟ ସମୟରେ ନାଗରିକମାନଙ୍କର KYC ଅପଡେଟ୍ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ, ଏକ ନୂଆ KYC ପ୍ରକ୍ରିୟାକୁ ବ୍ୟାଙ୍କ ଶାଖାରେ ବ୍ୟକ୍ତିଗତ ରୂପରେ ବା ଭିଡିଓ ଆଧାରିତ ଗ୍ରାହକ ପରିଚୟ ପ୍ରକ୍ରିୟା (V-CIP) ବ୍ୟବହାର କରି ଅନଲାଇନ ସମ୍ପୂର୍ଣ୍ଣ କରାଯାଇହେବ ।