Monsoon Reaches Odisha ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଗୁଳୁଗୁଳିରୁ ମୁକ୍ତି
Advertisement
Article Detail0/zeeodisha/odisha1222373

Monsoon Reaches Odisha ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଗୁଳୁଗୁଳିରୁ ମୁକ୍ତି

Monsoon Arrives In Odisha- ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବେଶ କରିଛି ମୌସୁମୀ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ସମ୍ପୂର୍ଣ୍ଣ ପ୍ରବେଶ କରିଥିବା ବେଳେ ରାୟଗଡା, ନୂଆପଡା, କଳାହାଣ୍ଡି ଜିଲ୍ଲାକୁ ଆଂଶିକ ଛୁଇଁଛି ମୌସୁମୀ। ଦୁଇ ଦିନ ଭିତରେ ଏହା ଆହୁରି ଅଗ୍ରସର ହେବ ବୋଲି କହିଛି ପଣିପାଗ କେନ୍ଦ୍ର।  

 

Monsoon Reaches Odisha ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଗୁଳୁଗୁଳିରୁ ମୁକ୍ତି

Monsoon Reaches Odisha  ଶେଷ ରଜରେ ରାଜ୍ୟ ବାସୀ ଓ ଚାଷୀଭାଇଙ୍କ ପାଇଁ ଖୁସି ଖବର। ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ଓଡିଶା ଦେଇ ଏହା ପ୍ରବେଶ କରିଛି । ଆଜି କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ସଂପୂର୍ଣ୍ଣ ସକ୍ରିୟ ହୋଇଛି ମୌସୁମୀ। ସେହିପରି ନୂଆପଡା, କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାକୁ ଆଂଶିକ ଛୁଇଁଥିବା ବେଳେ ଆସନ୍ତା ସପ୍ତାହ ସୁଦ୍ଧା ପୁରା ଓଡ଼ିଶାରେ ସକ୍ରିୟ ହେବା ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି। ଏଥିସହିତ  ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ହେଲେ ତା ପ୍ରଭାବରେ ମୌସୁମୀ ସାରା ଓଡ଼ିଶାରେ ସକ୍ରିୟ ହେବା ସହିତ ଭଲ ବର୍ଷାର ଅନୁମାନ କରାଯାଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୨୨ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। 

 

ସୁତରାଂ ପ୍ରତିବର୍ଷ ଜୁନ୍ ୧୦ ରୁ ୧୪ ତାରିଖ ମଧ୍ୟରେ ଓଡ଼ିଶାରେ ମୌସୁମୀ ସକ୍ରିୟ ହୋଇଥାଏ। ତେବେ ଚଳିତ ବର୍ଷ କେରଳ ଛୁଇଁବା ପରେ ମୌସୁମୀ ଦୁର୍ବଳ ହୋଇଥିଲା । ବର୍ତମାନ ପାଗ ଅନୁକୂଳ ଥିବାରୁ ମୌସମୀ ସକ୍ରିୟ ହୋଇଛି । ତେବେ ମୌସୁମୀ ସକ୍ରିୟ ହେବା ସହ ତାତିରୁ ମିଳିଛି ତ୍ରାହି ମିଳିବାର ସମ୍ଭାବନା ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଥିବା ବେଳେ ଉପକୂଳ ଓଡ଼ିଶାରେ ମଧ୍ୟ ଗୁଳୁଗୁଳି କମିଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି। 

ଓଡିଶା ସମେତ ଝାଡ଼ଖଣ୍ଡରେ ବି ମୋୖସିମି ବାୟୁ ପ୍ରବେଶ କରିଥିବା କଥା ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ସାଧାରଣତଃ ଝାଡ଼ଖଣ୍ଡରେ ଜୁନ 10 ଜୁନ 11 ମଧ୍ୟରେ ମୌସମୀ ବାୟୁ ପ୍ରଵଶ କରି ଥାଏ । ତେବେ ଓଡ଼ିଶାରେ ମୌସମୀ ବାୟୁ ପ୍ରବେଶ କରିବା ପରେ ରାଜ୍ୟ ବାସୀଙ୍କୁ ଏକ ପ୍ରକାରର ଆସ୍ୱସ୍ଥି ମିଳିଛି । ଆନୁମାନ ଲାଗାଯାଉଥିଲା କି ମୌସମୀ ବାୟୁ ଓଡ଼ିଶାରେ ରଜରେ ପ୍ରବେଶ କରିବ, କିନ୍ତୁ ଏହା ଦିନେ ଦୁଇ ଦିନ ବିଳମ୍ବରେ ଅପହଂଚିଛି ।