Weather Update: ଅସହ୍ୟ ତାତି ଭିତରେ ପାଣିପାଗ ବିଭାଗ ଦେଇଛି ଆଶ୍ବସ୍ତି କଲା ପରି ଖବର, ଏହି ଦିନ ଓଡି଼ଶା ଛୁଇଁବ ମୌମୁମୀ !
Advertisement
Article Detail0/zeeodisha/odisha1746854

Weather Update: ଅସହ୍ୟ ତାତି ଭିତରେ ପାଣିପାଗ ବିଭାଗ ଦେଇଛି ଆଶ୍ବସ୍ତି କଲା ପରି ଖବର, ଏହି ଦିନ ଓଡି଼ଶା ଛୁଇଁବ ମୌମୁମୀ !

Weather Update: ତାତିରୁ ମିଳିବ ଆସ୍ବଶ୍ତି। କାହିଁକିନା ଗତକାଲି (ମଙ୍ଗଳବାର) ଠାରୁ ପାଗରେ ଆସିଛି ସାମାନ୍ୟ ପରିବର୍ତ୍ତନ। କମିଛି ଖରା। ତାତି ମଧ୍ୟର ପାଣିପାଗ ବିଭାଗ ଦେଇଛି ଆଶ୍ବସ୍ତିକଲା ପରି ଖବର । କାହିଁକିନା ମଙ୍ଗଳବାର ଦିନ ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଛି । ଆଜିଠୁ (୨୧ ଜୁନ)ରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏବଂ ମୌସୁମୀ ଏଦି ଦିନ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update: ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଜନ ଜୀବନ । ଆକାଶରୁ ବର୍ଷୁଛି ନିଆଁ। କିନ୍ତୁ ଗତକାଲି (ମଙ୍ଗଳବାର) ଠାରୁ ପାଗରେ ଆସିଛି ସାମାନ୍ୟ ପରିବର୍ତ୍ତନ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ (Odisha) ଭଲ ପାଗ ଦେଇଛି।  କମିଛି ଖରା।  ତାତି ମଧ୍ୟର ପାଣିପାଗ ବିଭାଗ ଦେଇଛି ଆଶ୍ବସ୍ତିକଲା ପରି ଖବର । ଆଜି କିମ୍ବା  ଆସନ୍ତାକାଲି ମଧ୍ୟରେ ଓଡି଼ଶା ଛୁଇଁପାରେ ମୌସୁମୀ ବାୟୁ । କାହିଁକିନା ମଙ୍ଗଳବାର ଦିନ ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଛି । ଆଜିଠୁ (୨୧ ଜୁନ)ରେ ଦକ୍ଷିଣ  ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ  ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୨୨ ରୁ ଉପକୂଳର ଅଧିକାଂଶ ସ୍ଥାନରେ  ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।  ୨୧ ରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା  (୭ ରୁ ୧୧ ସେମି) ସମ୍ଭାବନା ରହିଛି। ୨୨ରେ ଉତ୍ତର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।  ସେହିପରି ୨୩ ଏବଂ ୨୪ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି)ପାଇଁ ଚେତବାନୀ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ। 

 

 

Also Read: Horoscope Today 21 June 2023: ଆଜି ଏହି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

Also Read: Mangal Gochar 2023: ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ଏହି ରାଶି ଉପରେ ମାଡି଼ ଆସିବ ବଡ଼ ବିପଦ!

ରାଜ୍ୟରୁ ଚଳିତ ଥର ବିଳମ୍ବରେ ଆସିବ ମୌମୁମୀ । ଜୁନ୍‌ ପହିଲାରେ ମୌସୁମୀ କେରଳ ଛୁଇଁଲେ ଏହାର ୧୦ରୁ ୧୨ଦିନ ମଧ୍ୟରେ ଓଡ଼ିଶାରେ ସ୍ପର୍ଶ କରିଥାଏ। ଯଦି କୌଣସି କାରଣରୁ ମୌସୁମୀ ଆସିବାରେ ବାଧାପ୍ରାପ୍ତ ହୋଇ ନିଷ୍କ୍ରିୟ ରହିଲା ତେବେ ୧୬ରୁ ୧୮ ତାରିଖ ଭିତରେ ମୌସୁମୀ ଆସିଯାଏ। ଚଳିତ ବର୍ଷ ମୌସୁମୀ ବାୟୁ ରାଜ୍ୟକୁ କେବେ ପ୍ରବେଶ କରିବ ତା’ଉପରେ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ପାଣିପାଗ ବିଶେଷଜ୍ଞଙ୍କ ମତ, ୨୨ ତାରିଖରେ ରାଜ୍ୟରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୩ ବେଳକୁ ରାଜ୍ୟରେ ମୌସୁମୀ ବର୍ଷା ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ହିଟ ୱେଭ କମିଛି । ତେବେ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ହିଟ ୱେଭ ଜାରି ରହିଛି । ତେବେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ ୱେଭ୍ ସ୍ଥିତି ନାହିଁ । 

ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖିବୁ ଯେ, ଚଳିତ ଥର ଖରା ଦିର୍ଘ ୪୦ ବର୍ଷର ରେକର୍ଡ ଭାଙ୍ଗିଥିଲା ।  ଖରାର ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକେ ଜରୁରୀ କାମ ନଥିଲେ ଘରୁ ବାହାରୁ ନାହାଁନ୍ତି । ସକାଳ ୮ଟା ପରଠୁ ରାସ୍ତା ଖାଁ ଖାଁ ଲାଗୁଛି। ଘରୁ ପଦାକୁ ଯିବା ସମୟରେ ଲୋକେ ମୁଣ୍ତରେ ଗାମୁଛା, କଳା ଚଷମା, ଟୋପି ଆଦି ବ୍ୟବହାର କରୁଛନ୍ତି। ଥଣ୍ତା ପାଣି ଓ ସରବତ ପିଇବା ପାଇଁ ଲୋକେ ଲସି ଦୋକାନରେ ଭିଡ ଜମାଉଛନ୍ତି। ଆଉ କେତେକ ଲୋକେ ଗଛ ମୂଳେ ଆଶ୍ରୟ ନେଉଛନ୍ତି । ଅନ୍ୟପଟେ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ଗରମରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ।