Advertisement
Article Detail0/zeeodisha/odisha2304236
Zee OdishaOdisha TrendingMonsoon Updates : ଉତ୍ତର ଭାରତରେ ଖୁବଶୀଘ୍ର ବଦଳିବ ପାଣିପାଗ, ଅସହ୍ୟ ତାତି ବଦଳରେ ପ୍ରବଳ ବର୍ଷିବ

Monsoon Updates : ଉତ୍ତର ଭାରତରେ ଖୁବଶୀଘ୍ର ବଦଳିବ ପାଣିପାଗ, ଅସହ୍ୟ ତାତି ବଦଳରେ ପ୍ରବଳ ବର୍ଷିବ

ଜୈଷ୍ଠ ମାସରେ ଦିଲ୍ଲୀ-ଏନସିଆର ସମେତ ସମଗ୍ର ଦେଶର ପାଗ ସୁଖଦ ରହିଛି। ଯଦିଓ ପ୍ରବଳ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ତଥାପି ହାଲୁକା ପବନ ସାମାନ୍ୟ ଆଶ୍ୱସ୍ତି ଆଣିବାରେ ସଫଳ ହୋଇଛି। ଆକାଶ ମେଘୁଆ ରହୁଛି। ଆଜି ଦିଲ୍ଲୀରେ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୫୦ କିଲୋମିଟର ବେଗରେ ପବନ

Monsoon Updates : ଉତ୍ତର ଭାରତରେ ଖୁବଶୀଘ୍ର ବଦଳିବ ପାଣିପାଗ, ଅସହ୍ୟ ତାତି ବଦଳରେ ପ୍ରବଳ ବର୍ଷିବ

Monsoon Updates ନୂଆଦିଲ୍ଲୀ: ଜୈଷ୍ଠ ମାସରେ ଦିଲ୍ଲୀ-ଏନସିଆର ସମେତ ସମଗ୍ର ଦେଶର ପାଗ ସୁଖଦ ରହିଛି। ଯଦିଓ ପ୍ରବଳ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ତଥାପି ହାଲୁକା ପବନ ସାମାନ୍ୟ ଆଶ୍ୱସ୍ତି ଆଣିବାରେ ସଫଳ ହୋଇଛି। ଆକାଶ ମେଘୁଆ ରହୁଛି। ଆଜି ଦିଲ୍ଲୀରେ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୫୦ କିଲୋମିଟର ବେଗରେ ପବନ ବହିପାରେ ଏବଂ ବର୍ଷା ହେତୁ ପାଗ ଥଣ୍ଡା ରହିବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 

ତେବେ ୨୧ ଦିନ ଧରି ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସି ନ ଥିଲା। ଶୁକ୍ରବାର ବର୍ଷା ହୋଇଥିଲା, କିନ୍ତୁ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିଲା। ସେହିପରି ଶନିବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ଏବଂ ସର୍ବନିମ୍ନ ୨୮.୬ ଡିଗ୍ରୀ ରେକର୍ଡ କରାଯାଇଛି। ବର୍ତ୍ତମାନ ଆଜି ସକାଳେ ପାଗ ଅତ୍ୟନ୍ତ ମନୋରମ ଦେଖାଯାଉଛି। ପାଗର ମୌସୁମୀ ପୂର୍ବ ଗତିବିଥି ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି। 

 

Add Zee News as a Preferred Source

ଦିଲ୍ଲୀରେ କେମିତି ରହିଛି ମୌସୁମୀ ହାଲଚାଲ
ପାଣିପାଗ ବିଭାଗ ଅନୁଯାୟୀ, ପୂର୍ବ ମୌସୁମୀର ପ୍ରଭାବ ଦିଲ୍ଲୀରେ ଚାଲିଛି। ଜୁନ୍ ୩୦ ସୁଦ୍ଧା ମୌସୁମୀ ଦିଲ୍ଲୀକୁ ସମ୍ପୂର୍ଣ୍ଣ ଛୁଇଁବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ଜୁନ୍ ୩୦ ପର୍ଯ୍ୟନ୍ତ ସାମାନ୍ୟ ଝିପିଝିପି ବର୍ଷା ହେବାର ସମ୍ଭାବନା ଅଛି। ଏହା ସହିତ କାଳବୈଶାଖି ଓ ବଜ୍ରପାତର ଏକ ସତର୍କ ସୂଚନା ମଧ୍ୟ ଜାରି କରିଛି ପାଣିପାଗ ବିଭାଗ। ଯେଉଁଥିପାଇଁ ରାଜଧାନୀରେ ସର୍ବାଧିକ ଆଜି ୪୦ ଡିଗ୍ରୀରୁ କମ୍ ତାପମାତ୍ରା ରହିବା ନେଇ ସମ୍ଭାବନା ରହିଛି। 

୪ ବର୍ଷରେ ଏହା ପ୍ରଥମ ଥର ପାଇଁ ଲଗାତାର ୪୦ ଦିନ ରାଜଧାନୀରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା। ଏଥିମଧ୍ୟରୁ ୧୨ ଦିନରେ ତାପମାତ୍ରା ପ୍ରାୟ ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏଥର ଦିଲ୍ଲୀରେ ଅଂଶୁଘାତ ଜନିତ ମୃତ୍ୟୁ ହେତୁ ମଧ୍ୟ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିଥିଲା। ୨୨ ଦିନ ମଧ୍ୟରେ ଅସହ୍ୟ ଗରମ ହେତୁ ଅଂଶୁଘାତ ଯୋଗୁଁ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ସଫଦରଜଙ୍ଗ, ରାମ ମନୋହର ଲୋହିଆ ଏବଂ ଲୋକ ନାୟକ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ସମସ୍ତେ ସୁସ୍ଥ ରହିଥିବା ନେଇ ସୂଚନା ରହିଛି। 

About the Author