)
Vaishno Devi Navratri: ମାଆ ବୈଷ୍ଣୋଦେବୀଙ୍କ ନିକଟରେ ନବରାତ୍ରୀ ପୂଜା ଶେଷ ହୋଇଛି । ଏହି ସମୟ ମଧ୍ୟରେ ବହୁ ସଂଖ୍ୟାରେ ଭକ୍ତ ମାଆଙ୍କ ପୀଠରେ ପହଞ୍ଚି ଆଶୀର୍ବାଦ ନେଇଛନ୍ତି । ମାତା ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡ (SMVDSB) ସୂଚନା ଦେଇ କହିଛି ଯେ, ପ୍ରାୟ ତିନି ଲକ୍ଷ ତୀର୍ଥଯାତ୍ରୀ ନବରାତ୍ରୀ ସମୟରେ ମାଆଙ୍କ ପୀଠକୁ ପରିଦର୍ଶନ କରିଛନ୍ତି।
ଏଥିସହିତ SMVDSBର ଜଣେ ଅଧିକାରୀ କହିଛନ୍ତି ଯେ, ଆସନ୍ତା ଗ୍ରୀଷ୍ମ ଛୁଟିରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମାଆ ବୈଷ୍ଣୋଦେବୀଙ୍କ ଦର୍ଶନ କରିବାର ସମ୍ଭାବନା ରହିଛି । ଦର୍ଶନ ପାଇଁ ପୂର୍ବରୁ ହୋଇଥିବା ଅନଲାଇନ୍ ବୁକିଂ ଫିଗର୍ ବିଷୟରେ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହ ଉଦାମପୁରରେ ଅନୁଷ୍ଠିତ ହୋଇଥିବା ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଖୁବଶୀଘ୍ର ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ମାଆଙ୍କ ଦର୍ଶନ ପାଇଁ ବୈଷ୍ଣୋ ଦେବୀଙ୍କ ପୀଠରେ ପହଞ୍ଚିବେ।
ନବରାତ୍ରୀ ପାଇଁ ପୀଠରେ ହେଉଥିବା ନଅ ଦିନିଆ ଶତଚଣ୍ଡୀ ମହାଯଜ୍ଞ ରାମ ନବମୀ ଦିନ 'ପୂର୍ଣ୍ଣାହୁତି' ସହିତ ସମାପ୍ତ ହୋଇଥିଲା । ଏହି ଅବସରରେ ବୈଦିକ ରୀତିନୀତି ଅନୁଯାୟୀ ମନ୍ତ୍ରପାଠ କରାଯାଇଥିଲା । SMVDSB ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନସୁଲ ଗର୍ଗ, ବୋର୍ଡ ସଦସ୍ୟ ନୀଲମ ସରିନ, ସବ-ଡିଭିଜନାଲ ମାଜିଷ୍ଟ୍ରେଟ ବିକାଶ ଆନନ୍ଦଙ୍କ ସମେତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଏହି ଅବସରରେ ଉପସ୍ଥିତ ରହି କାର୍ଯ୍ୟକୁ ସୂଚାରୁ ସହ ସମ୍ପାଦନା କରିଥିଲେ । ପଦ୍ମଶ୍ରୀ ବିଶ୍ୱମୂତ୍ତୀ ଶାସ୍ତ୍ରୀଙ୍କ ନେତୃତ୍ୱରେ ଜଣେ ପୁରୋହିତ ସମସ୍ତ ରୀତିନୀତି କରିଥିଲେ।
ଜଣେ ଅଧିକାରୀ କହିଛନ୍ତି, 'ଚୈତ୍ର ନବରାତ୍ରୀ ସମୟରେ ତିନି ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ମାଆ ବୈଷ୍ଣୋଦେବୀଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ଭକ୍ତମାନଙ୍କ ପାଇଁ ପ୍ରଶାସନ ତଥା ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ସୁବିଧା କରାଯାଇଥିଲା । ନବରାତ୍ରୀ ସମୟରେ ଭିନ୍ନକ୍ଷମ ଭକ୍ତମାନଙ୍କ ପାଇଁ ବ୍ୟାଟେରୀ ଗାଡିରେ ଯିବା ଆସିବା ସୁବିଧା କରାଯାଇଥିଲା । ଶାରୀରିକ ଦକ୍ଷତାକୁ ଖାତିର ନକରି ସୁଗମତା ଏବଂ ଅନ୍ତର୍ଭୂକ୍ତିକୁ ସୁନିଶ୍ଚିତ କରିବା ପାଇଁ, ଲେଫ୍ଟନାଣ୍ଟ ଗଭର୍ଣ୍ଣର ତଥା ଚେୟାରମ୍ୟାନ୍ SMVDSB ମନୋଜ ସିହ୍ନାଙ୍କ ନିର୍ଦ୍ଦେଶରେ SMVDSB ନାରତ୍ରି ସମୟରେ ଭିନ୍ନକ୍ଷମଙ୍କ ପାଇଁ ମାଗଣା ପନି ଏବଂ ବ୍ୟାଟେରୀ କାର୍ ସେବା ସହିତ ଏହି ଦାର୍ଶନକୁ ସହଜ କରିଛି । ଯାହାଫଳରେ ଦର୍ଶନ ସହଜ ହୋଇପାରିଛି ।
ତାରାକୋଟ୍ ମାର୍ଗରେ ତୀର୍ଥଯାତ୍ରୀମାନଙ୍କ ପାଇଁ ମାଗଣା ଖାଦ୍ୟର ବ୍ୟବସ୍ଥା କରିଥିଲା ମନ୍ଦିର ଟ୍ରଷ୍ଟ । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବ୍ୟାଟେରୀ ଚାଳିତ ଯାନ, ଯାତ୍ରୀ ରୋପୱେ ଏବଂ ହେଲିକପ୍ଟର ସେବା ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ଉପଲବ୍ଧ ଥିଲା । SMVD ଗୁରୁକୁଳର ଛାତ୍ରମାନେ ମଧ୍ୟ ସକାଳ ଏବଂ ସନ୍ଧ୍ୟା ପ୍ରାର୍ଥନା ସମୟରେ ମନ୍ଦିର ପ୍ରଦର୍ଶନ କରିଥିଲେ ।
Also Read- Rathayatra 2024: ପୁରୀରେ ପହଞ୍ଚିଲା ରଥଦଉଡ଼ି