Mumbai Bridge Theft: ରାତାରାତି ଗାଏବ ହୋଇଗଲା ୬ ଟନ୍ ଓଜନର ବ୍ରିଜ; ତାଜୁବ ହୋଇଗଲେ ଅଧିକାରୀ
Advertisement
Article Detail0/zeeodisha/odisha1772248

Mumbai Bridge Theft: ରାତାରାତି ଗାଏବ ହୋଇଗଲା ୬ ଟନ୍ ଓଜନର ବ୍ରିଜ; ତାଜୁବ ହୋଇଗଲେ ଅଧିକାରୀ

Bridge Theft in Mumbai: ସହରର ପଶ୍ଚିମ ମଲାଡ ଅଞ୍ଚଳରେ ହୋଇଥିବା ବ୍ରିଜ ଚୋରି ଘଟଣାରେ  ମୁମ୍ବାଇ ପୋଲିସ ୪ ଜଣଙ୍କୁ ଗିରଫ କରିଛି।

Mumbai Bridge Theft: ରାତାରାତି ଗାଏବ ହୋଇଗଲା ୬ ଟନ୍ ଓଜନର ବ୍ରିଜ; ତାଜୁବ ହୋଇଗଲେ ଅଧିକାରୀ

6000 KG Iron Bridge Steal in Mumbai: ସଦ୍ୟ ମାୟାନଗରୀ ମୁମ୍ବାଇ ଠାରେ ଘଟିଯାଇଛି ତାଜୁବ କରିଦେବା ଭଳି ଘଟଣା। ସହରର ପଶ୍ଚିମ ଉପକଣ୍ଠରେ ଅବସ୍ଥିତ ଏକ ଅଞ୍ଚଳରୁ ଡ୍ରେନ୍ ଉପରେ ନିର୍ମିତ ୬୦୦୦ କିଲୋଗ୍ରାମ ଓଜନର ଲୁହା ବ୍ରିଜ୍ ଚୋରି ହେବା ଅଭିଯୋଗରେ ମୁମ୍ବାଇ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଶନିବାର ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛି। 

ଏନେଇ ବାଙ୍ଗୁର ନଗର ପୋଲିସ (Bangur Nagar Police Station) ପକ୍ଷରୁ କୁହାଯାଉଛି ମୁମ୍ବାଇ ପଶ୍ଚିମ ମଲାଡ ଅଞ୍ଚଳରେ (West Malad Area Mumbai) ୯୦ ଫୁଟ ଲମ୍ବର ସେତୁ ପାୱାର କମ୍ପାନୀ "ଆଦାନୀ ଇଲେକ୍ଟ୍ରିସିଟି" (Power Company Adani Electricity) ଦ୍ୱାରା ନିର୍ମାଣ କରାଯାଇଥିଲା। ଯାହାକୁ ବିଦ୍ୟୁତ ତାର ହଟାଇବା କାର୍ଯ୍ୟରେ ବ୍ୟବହାର କରାଯାଇଥାନ୍ତା।  

ମୁମ୍ବାଇ ପୋଲିସ (Mumbai Police) ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଡ୍ରେନ୍ ଉପରେ ସ୍ଥାୟୀ ସେତୁ ନିର୍ମାଣ ହେବା ପରେ କିଛି ମାସ ପୂର୍ବରୁ ଅସ୍ଥାୟୀ ସେତୁକୁ ସେହି ଅଞ୍ଚଳର ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଗତ ଜୁନ ୨୬ ତାରିଖରେ ଅସ୍ଥାୟୀ ପୋଲ ନିଖୋଜ ହୋଇଯିବା ସମ୍ପର୍କରେ ଜଣାପଡ଼ିଥିଲା। ପୋଲ ଚୋରି ହେବା ଘଟଣାରେ ପାୱାର କମ୍ପାନୀ "ଆଦାନୀ ଇଲେକ୍ଟ୍ରିସିଟି" ବାଙ୍ଗୁର ନଗର ଥାନାରେ ଅଭିଯୋଗ କରିଥିଲା। ଏହି ଘଟଣାର ଅନୁସନ୍ଧାନ କରିବା ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ଏହି ପୋଲ ଶେଷ ଥର ପାଇଁ ଗତ ଜୁନ୍ ୬ ତାରିଖରେ ଦେଖାଯାଇଥିଲା।

ପୋଲିସ ଅଧିକାରୀ (Bangur Nagar Police) ଜଣଙ୍କ କହିଛନ୍ତି ଯେ, ଘଟଣାସ୍ଥଳରେ କୌଣସି ସିସିଟିଭି କ୍ୟାମେରା ଲଗାଯାଇ ନଥିଲା। ପରେ ପୋଲିସ ଆଖପାଖ ଅଞ୍ଚଳରେ ସ୍ଥାପିତ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା ଯେ, ଗତ ଜୁନ୍ ୧୧ ତାରିଖରେ ଏକ ବଡ଼ ଗାଡି ବ୍ରିଜ ଆଡକୁ ଯାଇଥିବାର ଜଣାପଡ଼ିଥିଲା। ପରେ ପୋଲିସ ଏହି ଗାଡ଼ିର ପଞ୍ଜୀକରଣ ନମ୍ବର ଆଧାରରେ ଏହାକୁ ଖୋଜିଥିଲା​। 

ଏହି ଗାଡିରେ ଗ୍ୟାସ କଟିଙ୍ଗ ମେସିନ୍ ରହିଥିଲା। ଯାହାର ସହାୟତାରେ ଲୁହା ବ୍ରିଜ କଟାଯିବା ସହ ୬୦୦୦ କିଲୋଗ୍ରାମ ଓଜନର ଲୁହା ଚୋରି କରି ନିଆଯାଇଥିଲା। ଅଧିକ ଅନୁସନ୍ଧାନରେ ପୋଲିସ ଜଣେ ବିଦ୍ୟୁତ୍ କମ୍ପାନୀ କର୍ମଚାରୀଙ୍କ ପାଖରେ ପହଞ୍ଚିଥିଲା। ଯିଏ ବ୍ରିଜ ନିର୍ମାଣ ଦାୟୀତ୍ୱରେ ରହିଥିଲେ। ଅଧିକାରୀ କହିଛନ୍ତି ଯେ ଗତ ସପ୍ତାହରେ ପୋଲିସ କର୍ମଚାରୀ ଏବଂ ତାଙ୍କର ୩ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ପୋଲିସ ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି ଯେ ଚୋରି ହୋଇଯାଇଥିବା ସାମଗ୍ରୀ ଘଟଣାସ୍ଥଳରୁ ଜବତ କରାଯାଇଛି।