Tech firm CEO Dies: କମ୍ପାନୀ ମୁଖ୍ୟଙ୍କ ମୁଣ୍ତ ଉପରେ ଚଢିଗଲା କାର୍
Advertisement
Article Detail0/zeeodisha/odisha1618578

Tech firm CEO Dies: କମ୍ପାନୀ ମୁଖ୍ୟଙ୍କ ମୁଣ୍ତ ଉପରେ ଚଢିଗଲା କାର୍

Tech firm CEO Dies:ସଡ଼କ ଦୁର୍ଘଟଣାରେ ଗଲା ଜୀବନ । ସଡକ ଦୁର୍ଘଟଣାରେ (Tech firm CEO Dies) ଟେକ୍ ଫାର୍ମ ସିଇଓ ରାଜଲକ୍ଷ୍ମୀ ବିଜୟ(Rajalakshmi Vijay)ଙ୍କର ମୃତ୍ୟୁ ଘଟିଛି। ଏନେଇ କମ୍ପାନୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ, ମୃତ୍ୟୁ ବେଳକୁ ରାଜଲକ୍ଷ୍ମୀଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ଦୁର୍ଘଟଣା କିଭଳି ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍।

ସୌଜନ୍ୟ- ସୋସିଆଲ ମିଡ଼ିଆ

Tech firm CEO Dies: ସଡ଼କ ଦୁର୍ଘଟଣାରେ ଗଲା ଜୀବନ  । ସଡକ ଦୁର୍ଘଟଣାରେ (Tech firm CEO Dies) ଟେକ୍ ଫାର୍ମ ସିଇଓ ରାଜଲକ୍ଷ୍ମୀ ବିଜୟ(Rajalakshmi Vijay)ଙ୍କର ମୃତ୍ୟୁ ଘଟିଛି। ଏନେଇ କମ୍ପାନୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କିଭଳି ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍। ମୁମ୍ବାଇର ୱର୍ଲିଡେରି(Worli accident) ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସୌଭାଗ୍ୟବସତଃ ତାଙ୍କ ସ୍ବାମୀ ବଞ୍ଚି ଯାଇଛନ୍ତି । ତେବେ, ମୃତ୍ୟୁ ବେଳକୁ ରାଜଲକ୍ଷ୍ମୀଙ୍କୁ ୫୭ ବର୍ଷ ବୟସ ହୋଇଥିଲା।

ସୂଚନା ଅନୁସାରେ,ଗତକାଲି ରବିବାର ଥିବାରୁ ଟେକ୍ ଫାର୍ମ ସିଇଓ ରାଜଲକ୍ଷ୍ମୀ ବିଜୟ (Rajalakshmi Vijay) ଓ ତାଙ୍କ ସ୍ବାମୀ ବୁଲିବାକୁ ଯାଇଥିଲେ । ବୁଲାବୁଲି ସାରି ଘରକୁ ଫେରିବା ସମୟରେ ମୁମ୍ବାଇର ୱର୍ଲି ଡେରି ନିକଟରେ ତାଙ୍କ କାରକୁ ଅନ୍ୟ ଏକ ଗାଡି ଧକ୍କା ଦେଇଥିଲା।  ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ରାଜଲକ୍ଷ୍ମୀଙ୍କ କାର । କାରରେ ଥିବା ରାଜଲକ୍ଷ୍ମୀ ଏହି ଦୁର୍ଘଟଣାରେ ଗୁରୁତର ହୋଇପଡିଥିଲେ । ଏ-ହି ଦୁର୍ଘଟଣା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ସୌଭାଗ୍ୟ ବସତଃ ତାଙ୍କ ସ୍ବାମୀ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲେ। ପୋଲିସ୍  ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟାଇଥିବା କାର ଚାଳକକୁ ଗିରଫ କରି କୋର୍ଟ ଚାଲଣ କରିଛି ।  ପୋଲିସ କହିଛି, ରାଜଲକ୍ଷ୍ମୀ ବିଜୟ ମହାରାଷ୍ଟ୍ରର ଦାଦର ମାତୁଙ୍ଗା (Dadar-Matunga area) ଅଞ୍ଚଳର ବାସିନ୍ଦା ଥିଲେ। ସେ ରବିବାର ଦିନ ନିଜ ସ୍ବାମୀଙ୍କ ସହ ବୁଲାବୁଲି କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। 

ଏହାବି ପଢନ୍ତୁ :  Salman Khan : ସଲମାନଙ୍କ ସହ ଛାୟି ଭଳି ରହୁଥିବା ବଡ଼ିଗାର୍ଡ ଶେରାର ମାସିକ ଦରମା କେତେ? ଜାଣନ୍ତୁ

ଏହାବି ପଢନ୍ତୁ : Matric Exam 2023: ସରିଲା ପରୀକ୍ଷା, ଜାଣନ୍ତୁ କେବେ ଆରମ୍ଭ ହେବ ମାଟ୍ରିକ ଖାତାଦେଖା?

ଗତକାଲି(ରବିବାର) ବାଂଲାଦେଶରେ ଏକ ବଡ଼ ସଡ଼କ ଦୁର୍ଘଟଣା (Road Accident) ଘଟିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ଖାଇରେ ଖସି ପଡ଼ିବାରୁ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ଘଟଣା ବାଂଲାଦେଶ (Bangladesh) ର ମଦାରୀପୁରରେ ଘଟିଛି । ପୋଲିସ କହିଛି ଯେ, ଏହି ବସ୍ ଏମାଦ ଟ୍ରାନ୍ସପୋର୍ଟର ଥିଲା । ଢାକା ଅଭିମୁଖେ ଯାଉଥିବା ବସ୍ ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ମଦାରୀପୁରର ଏକ ଏକ୍ସପ୍ରେସୱେରେ ଅନିୟନ୍ତ୍ରଣ ହୋଇ ଖାଇକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣା (Bus Accident) ରେ ଏପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା (Bangladesh Bus Accident) ଏତେ ଭୟଙ୍କର ଥିଲା ଯେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ । ମଦାରୀପୁର ପୋଲିସ ଅଧୀକ୍ଷକ ମହମ୍ମଦ ମାସୁଦ ଆଲମ କହିଛନ୍ତି ଯେ, ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, ଏପରି ଲାଗୁଛି କି ଅବହେଳିତ ଭାବରେ ବସ୍ ଡ୍ରାଇଭିଂ ଓ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ଏହାର ଅନୁସନ୍ଧାନ କରାଯାଉଛି । ଫରିଦପୁରର ଅଗ୍ନିଶମ ସେବାର ଡେପୁଟି ଆସିଷ୍ଟାଣ୍ଟ ଡାଇରେକ୍ଟର ସିପ୍ଲୁ ଅହମ୍ମଦ କହିଛନ୍ତି ଯେ, ମନେ କରାଯାଉଛି ଯେ ଦ୍ରୁତ ଗତିରେ ଆସୁଥିବା ବସ୍ ର ଚକ ଫାଟି ଯାଇଥିଲା ଓ ଏହା ନିୟନ୍ତ୍ରଣ ହରାଇ ଖାଇରେ ଖସି ପଡ଼ିଲା । ତିନୋଟି ୟୁନିଟ୍ ଅଗ୍ନିଶମ ସେବା ରିଲିଫ୍ କାର୍ଯ୍ୟ କରୁଛି ।