Advertisement
Article Detail0/zeeodisha/odisha1973523
Zee OdishaOdisha TrendingICC World Cup Final: ବିଶ୍ୱକପ୍ ଦେଖୁଥିବା ସମୟରେ ଟିଭି ବନ୍ଦ କରିବାରୁ ଗଳା ଚିପି ହତ୍ୟା

ICC World Cup Final: ବିଶ୍ୱକପ୍ ଦେଖୁଥିବା ସମୟରେ ଟିଭି ବନ୍ଦ କରିବାରୁ ଗଳା ଚିପି ହତ୍ୟା

ଝିମିଟି ଖେଳରୁ ମହାଭାରତ ହେବା ପରି ବିଶ୍ୱକପ ସମୟରେ ଏକ ହତ୍ୟାକାଣ୍ଡ ଘଟିଛି । ପୋଲିସର କହିବା ମୁତାବକ ଗଣେଶ ପ୍ରସାଦ ନାମକ ଜଣେ ବ୍ୟକ୍ତି ତାଙ୍କ କାନପୁର (Kanpur) ସ୍ଥିତ ଘରେ ବିଶ୍ୱକପ ମ୍ୟାଚ୍ ଦେଖି ମଜା ନେଉଥିଲେ । ସେହି ସମୟରେ ତାଙ୍କ ପୁଅ ଦୀପକ ତାଙ୍କୁ ଖାଦ୍ୟ ରାନ୍ଧିବାକୁ କହିଥିଲେ। କିନ୍ତୁ ବିଶ୍ୱକପ ଦେଖୁଥିବା କାରଣରୁ ଗଣେଶ ପ୍ର

ICC World Cup Final: ବିଶ୍ୱକପ୍ ଦେଖୁଥିବା ସମୟରେ ଟିଭି ବନ୍ଦ କରିବାରୁ ଗଳା ଚିପି ହତ୍ୟା

ICC World Cup Final: ଝିମିଟି ଖେଳରୁ ମହାଭାରତ ହେବା ପରି ବିଶ୍ୱକପ ସମୟରେ ଏକ ହତ୍ୟାକାଣ୍ଡ ଘଟିଛି । ପୋଲିସର କହିବା ମୁତାବକ ଗଣେଶ ପ୍ରସାଦ ନାମକ ଜଣେ ବ୍ୟକ୍ତି ତାଙ୍କ କାନପୁର (Kanpur) ସ୍ଥିତ ଘରେ ବିଶ୍ୱକପ ମ୍ୟାଚ୍ ଦେଖି ମଜା ନେଉଥିଲେ । ସେହି ସମୟରେ ତାଙ୍କ ପୁଅ ଦୀପକ ତାଙ୍କୁ ଖାଦ୍ୟ ରାନ୍ଧିବାକୁ କହିଥିଲେ। କିନ୍ତୁ ବିଶ୍ୱକପ ଦେଖୁଥିବା କାରଣରୁ ଗଣେଶ ପ୍ରସାଦ ତାଙ୍କ ପୁଅର କଥାକୁ ଧ୍ୟାନ ଦେଇନଥିଲେ । ବାପା କଥା ନଶୁଣିବାରୁ ଦୀପକ ରାଗିଯାଇ ଟିଭି ବନ୍ଦ କରିଦେଇଥିଲେ, ଆଉ ତାପରେ ଉଭୟଙ୍କ ମଧ୍ୟରେ ଖୁବ ଯୁକ୍ତିତର୍କ (Arguably) ଆରମ୍ଭ କରିଥିଲା।

ଝିମିଟି ଖେଳରୁ ମହାଭାରତ ପରି ମାତ୍ର କିଛି ସମୟ ମଧ୍ୟରେ ଉଭୟ ବାପ ପୁଅଙ୍କ ଯୁକ୍ତିତର୍କ ବଡ଼ କଳହରେ ପରିଣତ ହୋଇଥିଲା । ମଦ୍ୟପାନ (Alcohol drinking) କରି ମ୍ୟାଚ ଦେଖୁଥିବା ଗଣେଶ ତାଙ୍କ ପୁଅ ଦୀପକଙ୍କୁ ମୋବାଇଲ୍ ଚାର୍ଜର ତାରରେ ବାନ୍ଧି ହତ୍ୟା କରିଥିଲେ। କ୍ରୋଧ କାରଣରୁ ହତ୍ୟା କରିବା ପରେ ଗଣେଶ ଘରୁ ପଳାଇ ଯାଇଥିଲେ । ସୋମବାର ଦିନ କାନପୁର ପୋଲିସ ତାଙ୍କୁ ଗିରଫ କରିଥିଲା।

ଦୀପକଙ୍କ ମୃତଦେହ ଘରର ପାହାଚ ଉପରେ ପଡ଼ିଥିବାର ସମ୍ପର୍କୀୟମାନେ ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ପୋଲିସର କହିଛି ଯେ, ହତ୍ୟାକାଣ୍ଡର କାରଣ କ୍ରିକେଟ୍ ମ୍ୟାଚ୍ ଦେଖିବା ବିବାଦକୁ ନେଇ ସୃଷ୍ଟି ହୋଇଥିଲା । ଏହି ହତ୍ୟାକାଣ୍ଡରେ ମୋବାଇଲ ଚାର୍ଜର (mobile charger) ବ୍ୟବହାର କରାଯାଇଥିବା ସହକାରୀ କମିଶନର ବ୍ରିଜନାରାୟଣ ସିଂ କହିଛନ୍ତି। ଅନ୍ୟପଟେ ମୃତଦେହର ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି । ପୋଲିସ କହିଛି ଯେ, ବାପା ଏବଂ ପୁଅ ପ୍ରାୟତଃ ମଦ୍ୟପାନ କରୁଥିଲେ ଏବଂ ପରସ୍ପର ସହ ଝଗଡା କରୁଥିଲେ। ଗତ ସପ୍ତାହରେ ଦୀପକ ତାଙ୍କ ପିତାଙ୍କ ଉପରେ ହାତ ଉଠାଇଥିବା ବେଳେ ଦୀପକଙ୍କ ମାଆ ମଧ୍ୟ ଏହାର ପ୍ରତିରୋଧ କରିଥିଲେ ।

Add Zee News as a Preferred Source

Also Read- Ship High Jack: ସମୁଦ୍ର ମଝିରେ ଜାହାଜ ଅପହରଣ, ବଲିଉଡ ଫିଲ୍ମ ପରି କାମ...

Also Read- ଯୋଗ ଗୁରୁ ରାମଦେବ ସ୍ପଷ୍ଟିକରଣ 'ଆମ ଔଷଧ ଗବେଷଣା ଉପରେ ଆଧାରିତ

About the Author