)
Odisha Crime News: କଥାରେ ଅଛି ଦୁନିଆରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ସବୁଠାରୁ ମଧୁର ସବୁଠାରୁ ପବିତ୍ର। ହେଲେ ବେଳେବେଳେ ଏହି ସମ୍ପର୍କରେ ଫାଟ ପଡ଼ିଯାଏ । ଏମିତି ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁରେ । ପରକୀୟା ପ୍ରୀତି ଧରା ପଡିଯିବାରୁ ପ୍ରେମିକ ସହ ମିଶି ସ୍ବାମୀକୁ ମାରି ଘର ଭିତରେ ପୋତିଥିଲା ସ୍ତ୍ରୀ । ଘର ଭିତରୁ ମାଟି ଖୋଳି ମୃତଦେହକୁ ବାହାର କଲା ପୋଲିସ । ମୃତକ ହେଲେ କୋମଣ୍ଡ ଗାଁର ପ୍ରକାଶ ନାୟକ ।
ପୂରା ଘଟଣାଟି ଥିଲା ଏମିତି, ପ୍ରାୟ ୨୦ ଦିନ ହେବ ପ୍ରକାଶ ନିଖୋଜ ଥିଲେ । ସନ୍ଦେହ ହେବାରୁ ପ୍ରକାଶଙ୍କ ବାପା ଓଡଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ(Nabarngpur Police) । ହେଲେ କେସ୍ କରିବା ବେଳେ ଦରକାର ପଡ଼ିଥିଲା ପ୍ରକାଶଙ୍କ ଆଧାରକାର୍ଡ । ପ୍ରକାଶଙ୍କ ବାପାଙ୍କ କହିବାନୁଯାୟୀ, ସେ ପ୍ରକାଶ ରହୁଥିବା ଘର ଭିତରକୁ ଆଧାରକାର୍ଡ ପାଇଁ ଯାଇଥିଲେ। ହେଲେ ଘର ଭିତର ମାଟି ତାଙ୍କୁ ଅସ୍ବାଭାବିକ ଲାଗିଥିଲା ଅର୍ଥାତ୍ ଘରର ମାଟି ପୂର୍ବାପେକ୍ଷା ଉଚ୍ଚ ନିଚ୍ଚ ହୋଇ ରହିଥିଲା । ଯାହା ଫଳରେ ସନ୍ଦେହ କରିଥିଲେ ପ୍ରକାଶଙ୍କ ବାପା । ତାଙ୍କ କହିବାନୁସାରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଳାଯାଇଥିଲା ଘରର ମାଟି ।
ତେବେ ମାଟି ଖୋଳିବା ପରେ ଯାହା ଦେଖିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ । ସ୍ତ୍ରୀ ଜ୍ୟୋସ୍ନାରାଣୀ ନାୟକ ନିଜ ପ୍ରେମିକ ସୋନୁ ବେହେରା ସହ ମିଶି ଏପରି ଜଘନ୍ୟ କାଣ୍ଡ ଭିଆଇଥିଲେ। ସବୁଠାରୁ ବଡ଼ କଥା ହେଲା ମୃତଦେହ ବାହାରକୁ ନେଲେ କାଳେ ସନ୍ଦେହ ହେବ ତେଣୁ ନିଜେ ସ୍ତ୍ରୀ ଘର ଭିତରେ ପୋତିବାକୁ କହିଥିଲେ। ତେବେ ଘଟଣାରେ ଅଭିଯୁକ୍ତା ଜ୍ୟୋସ୍ନାରାଣୀ, ଶାଶୁ ଡମଣି ପ୍ରଧାନ ସହ ପ୍ରେମିକ ସୋନୁ ବେହେରାକୁ ପୋଲିସ ଅଟକ ରଖି କ୍ରାଇମ ରିକ୍ରିଏସନ କରିଛି । ଗାଁରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି । ସାଇଣ୍ଟିଫିକ ଟିମ ସହ ତଦନ୍ତ କରୁଛି ଓଡ଼ଗାଁ ପୋଲିସ।