ରାମ ମନ୍ଦିର ଗର୍ଭଗୃହରେ ସ୍ଥାପିତ ହେବ ନର୍ମଦେଶ୍ୱର ଶିବଲିଙ୍ଗ; ସ୍ୱାଗତ କଲେ ଉଭୟ ହିନ୍ଦୁ ଓ ମୁସଲିମ
Advertisement
Article Detail0/zeeodisha/odisha1835037

ରାମ ମନ୍ଦିର ଗର୍ଭଗୃହରେ ସ୍ଥାପିତ ହେବ ନର୍ମଦେଶ୍ୱର ଶିବଲିଙ୍ଗ; ସ୍ୱାଗତ କଲେ ଉଭୟ ହିନ୍ଦୁ ଓ ମୁସଲିମ

Narmedshwar Shivling: ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ସ୍ଥାପନା ହେବେ ବାବା ନର୍ମଦେଶ୍ୱର । ଏଥିପାଇଁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ କରି ଶିବଲିଙ୍ଗକୁ ନିଆଯାଇଛି ।

ରାମ ମନ୍ଦିର ଗର୍ଭଗୃହରେ ସ୍ଥାପିତ ହେବ ନର୍ମଦେଶ୍ୱର ଶିବଲିଙ୍ଗ; ସ୍ୱାଗତ କଲେ ଉଭୟ ହିନ୍ଦୁ ଓ ମୁସଲିମ

Narmedshwar Shivling: ଅଯୋଧ୍ୟାରେ ନିର୍ମିତ ହେଉଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ଉଦଘାଟନ ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଉଛି । ଆସନ୍ତା ବର୍ଷ ଅର୍ଥାତ ୨୦୨୪ ଜାନୁଆରୀରେ ଏହି ମନ୍ଦିରର ଭବ୍ୟ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ବର୍ଗର ଲୋକମାନେ ତଥା ଭକ୍ତମାନେ ଏଥିପାଇଁ ସବୁ ପ୍ରକାରର ସାହାଯ୍ୟ ସହଯୋଗ କରୁଛନ୍ତି । ଭଗବାନ ରାମଙ୍କ ସହ ରାମ ମନ୍ଦିରର ଗର୍ଭଗୃହରେ ଅନ୍ୟ ଦେବତାମାନଙ୍କର ମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇ ପୂଜା କରାଯିବ । ମନ୍ଦିର ପରିସରରେ ଏକ ଶିବଲିଙ୍ଗ ମଧ୍ୟ ସ୍ଥାପନା ହେବ । ଏଥିପାଇଁ ଓମକେରେଶ୍ୱର ଜ୍ୟୋତିର୍ଲିଙ୍ଗଙ୍କ ଏକ ଅଂଶରୁ ନିର୍ମିତ ହୋଇଥିବା ବାବା ନର୍ମଦେଶ୍ୱର ଶିବଲିଙ୍ଗଙ୍କୁ ଚୟନ କରାଯାଇଛି । ଏହି ଶିବଲିଙ୍ଗଙ୍କୁ ଭକ୍ତମାନଙ୍କ ଦ୍ୱାରା ଅଯୋଧ୍ୟା (ayodhya) ପଠାଯାଇଛି ।

ଭକ୍ତମାନେ ଏକ ବିରାଟ ଶୋଭାଯାତ୍ରା (Procession)ରେ ନର୍ମଦେଶ୍ୱର ଶିବଲିଙ୍ଗଙ୍କୁ ନେଇ ଅଯୋଧ୍ୟାରେ ପହଞ୍ଚିଥିଲେ । ପ୍ରଥମେ ଝାନସୀରେ ପହଞ୍ଚିବା ପରେ ବଡ଼ ଆକାରର ସ୍ୱାଗତ କରାଯାଇଥିଲା । ଝାନସୀର ମେୟର ବିହାରୀ ଲାଲ୍ ଆଯ୍ୟ ମଧ୍ୟ ଶିବଲିଙ୍ଗକୁ ସ୍ୱାଗତ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । କେବଳ ହିନ୍ଦୁ ନୁହଁନ୍ତି ମୁସଲିମ (Muslim) ସମ୍ପ୍ରଦାୟର ଲୋକମାନେ ମଧ୍ୟ  ଶିବଲିଙ୍ଗକୁ ସ୍ୱାଗତ କରିଥିଲେ । ମୁସଲିମ ବ୍ୟକ୍ତି ଅମଜାଦ ଖାନ ସ୍ୱାଗତ କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ଭଗବାନ ଶ୍ରୀରାମ ସବୁ ଧର୍ମଠାରୁ ଉର୍ଦ୍ଧରେ । ସେ ଆମ ସମସ୍ତଙ୍କ ପାଇଁ ଆଦର୍ଶ । ତେଣୁ ଆମେ ସମସ୍ତେ ଆଜି ଏକାଠି ହୋଇ ପ୍ରଭୁ ନର୍ମଦେଶ୍ୱର ଶିବଲିଙ୍ଗକୁ ସ୍ୱାଗତ କରିଛୁ । ସେହିପରି କୈଫ ଅଲି ନାମକ ଆଉ ଜଣେ ମୁସଲିମ ବ୍ୟକ୍ତି କହିଛନ୍ତି ଯେ, ଏକତା ଓ ଭାଇଚାରା ବଜାୟ ରଖିବା ପାଇଁ ଏହାଠାରୁ ଆଉ କୌଣସି ବଡ଼ ପ୍ରମାଣ ଥାଇନପାରେ । ଆମେ ସମସ୍ତେ ଏଠାକୁ ଆସିଛୁ କାରଣ ଭଗବାନ ଶିବ ଓ ପ୍ରଭୁ ଶ୍ରୀରାମଙ୍କ ଉପରେ ଆମର ଦୃଢ ବିଶ୍ୱାସ ରହିଛି ।

ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବ ନର୍ମଦଶାନନ୍ଦ ମହାରାଜ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସହ ଜଡିତ ଚମ୍ପତ ରାୟ ପ୍ରଥମେ ଏନେଇ ଅନୁରୋଧ କରିଥିଲେ । ପରେ ତାଙ୍କ ଅନୁରୋଧ କ୍ରମେ ଏହି ଶିବଲିଙ୍ଗକୁ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରିବାକୁ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଶିବଲିଙ୍ଗକୁ ନେବାର ଆଉ ଏକ କାରଣ ମଧ୍ୟ ରହିଛି ତାହା ହେଉଛି ସନାତନ ଧର୍ମର ପରମ୍ପରା ଅନୁଯାୟୀ ଭଗବାନ ମନ୍ଦିରରେ ଏକୁଟିଆ ରହନ୍ତି ନାହିଁ ତେଣୁ ତାଙ୍କ ମନ୍ଦିରରେ ପାଶ୍ୱଦେବାଦେବୀଙ୍କୁ ରଖାଯାଉଛି । ମନ୍ଦିରରେ ସମୁଦାୟ ୫ ପାଶ୍ୱଦେବାଦେବୀଙ୍କୁ ସାମିଲ କରାଯିବ ।

ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ନିଜକୁ ସାମିଲ କରିଥିଲେ । ଯେଉଁ ରାସ୍ତାରେ ଶୋଭାଯାତ୍ରା ଯାଉଥିଲା ସେହି ରାସ୍ତାରେ ଶିବଲିଙ୍ଗ ଦର୍ଶନ ପାଇଁ ଲୋକଙ୍କର ଭିଡ଼ ପରିଲକ୍ଷିତ ହେଉଥିଲା । ଲୋକମାନେ ଫୁଳ, ଫଳ, ଧୁପ, ଦୀପ ଓ ଭୋଗ ଅର୍ପଣ କରୁଥିବା ଦେଖିବାକୁ ମିଳିଥିଲା । କିଛି ଲୋକ କହିଛନ୍ତି ଯେ, ଏହି ଶିବଲିଙ୍ଗ ଦର୍ଶନ କରି ଆମେ ନିଜକୁ ଧନ୍ୟ ମନେ କରୁଛୁ । ତେବେ ଆପଣଙ୍କୁ କହିରଖୁଛୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଦେଶର କୋଣ ଅନୁକୋଣରୁ ଭକ୍ତମାନେ ରାମ ମନ୍ଦିର ଉଦ୍ଦେଶ୍ୟରେ ଅନେକ ଦାନ କରୁଥିବା ଜଣାପଡ଼ିଛି । ରାମ ମନ୍ଦିର ଏକ ବିଶ୍ୱାସର ପ୍ରତୀକ ବୋଲି ଲୋକଙ୍କ ମନରେ ଏକଥା ରହିଛି । ରାମ ମନ୍ଦିର ନିର୍ମାଣ ପରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ହେବ ବୋଲି ଆକଳନ କରାଯାଉଛି ।

Also Read- Ollywood News: ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର "ପ୍ରଥା" ର ଟ୍ରେଲର ରିଲିଜ୍, ଗଣେଶ ପୂଜା ଉପଲକ୍ଷେ ଶୁଭମୁକ୍ତି