Sahara Investment: ଖୁବ୍ ଶିଘ୍ର ଫେରି ପାଇବେ ସାହାରା ଟଙ୍କା, ସରକାର ନେଲେ ବଡ଼ ପଦକ୍ଷେପ
Advertisement
Article Detail0/zeeodisha/odisha1802494

Sahara Investment: ଖୁବ୍ ଶିଘ୍ର ଫେରି ପାଇବେ ସାହାରା ଟଙ୍କା, ସରକାର ନେଲେ ବଡ଼ ପଦକ୍ଷେପ

Sahara Investment Refund: ସାହାର ଗ୍ରୁପ(Sahara Group)ରେ ନିବେଶକଙ୍କ ପାଇଁ ସୃଷ୍ଟି ହୋଇଛି ଏକ ନୂଆ ଆଶା। ସାହାରା ଗ୍ରୁପରେ ନିବେଶ କରିଥିବା ସମସ୍ତ ରାଜ୍ୟବାସୀଙ୍କୁ ଖୁସି ଖବର ଦେଇଛନ୍ତି ସରକାର। ପ୍ରାୟତଃ ଖୁବ୍ ଶୀଘ୍ର ନିଜ ନିଜର ଟଙ୍କା ଫେରିପାଇବେ ସାହାରା ନିବେଶକ। ରାଜ୍ୟର ସମସ୍ତ ନିବେଶକଙ୍କୁ ଫେରସ୍ତ କରାଯିବ ସେମାନେ ନିବେଶ କରିଥିବା ଟଙ୍କା ।

ସାଙ୍କେତିକ ଫଟୋ: Sahara Investment Refund

Sahara Investment Refund: ସାହାର ଗ୍ରୁପ(Sahara Group)ରେ ନିବେଶକଙ୍କ ପାଇଁ ସୃଷ୍ଟି ହୋଇଛି ଏକ ନୂଆ ଆଶା। ସାହାରା ଗ୍ରୁପରେ ନିବେଶ କରିଥିବା ସମସ୍ତ ରାଜ୍ୟବାସୀଙ୍କୁ ଖୁସି ଖବର ଦେଇଛନ୍ତି ସରକାର। ପ୍ରାୟତଃ ଖୁବ୍ ଶୀଘ୍ର ନିଜ ନିଜର ଟଙ୍କା ଫେରିପାଇବେ ସାହାରା ନିବେଶକ। ରାଜ୍ୟର ସମସ୍ତ ନିବେଶକଙ୍କୁ ଫେରସ୍ତ କରାଯିବ ସେମାନେ ନିବେଶ କରିଥିବା ଟଙ୍କା ।

ଏ ନେଇ ନିକଟରେ ରାଜ୍ୟ ସମବାୟ ବିଭାଗ ପକ୍ଷରୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ଚିଠି ପଠାଯାଇଛି। କେତେ ସଂଖ୍ୟକ ନିବେଶକ କେତେ ଟଙ୍କା ସାହାରା ଗ୍ରୁପରେ ଜମା କରିଥିଲେ ସେ ନେଇ ରାଜ୍ୟ ତରଫରୁ କେନ୍ଦ୍ରକୁ ଏକ ସୂଚନା ପଠାଯାଇଛି ।ତେବେ ଓଡ଼ିଶାର(Odisha) ବିଭିନ୍ନ ଜିଲ୍ଲାରୁ ନିବେଶକମାନେ ଅନେକ ଆଶା ଓ ବିଶ୍ୱାସ ନେଇ ସାହାର ଗ୍ରୁପରେ ନିଜ ଟଙ୍କା ଜମା କରିଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ କମ୍ପାନୀ ଦେବାଳିଆ ହୋଇଯିବା ଯୋଗୁ ବୁଡ଼ିଯାଇଥିଲା ନିବେଶକଙ୍କ ଟଙ୍କା।

ଏହି ପ୍ରସଙ୍ଗକୁ ନେଇ ରାଜ୍ୟକରେ ଅନେକ ଧରି ଲାଗି ରହିଥିଲା ତୁମ୍ବି ତୋଫାନ । ରାଜନୈତିକ ମହଲ ଠାରୁ ଆରମ୍ଭ କରି ଚା’ ଖଟି ପର୍ଯ୍ୟନ୍ତ ସବୁଠି ଚାଲିଥିଲା ସାହାରା ଟଙ୍କାର ଚର୍ଚ୍ଚା ।ଅନେକ ଦିନ ଧରି ପ୍ରତିବାଦ ହରତାଳ ଚାଲିବା ପରେ ନିରାଶ ହୋଇଯାଇଥିଲେ ନିବେଶକ।

ତେବେ ଏହି ମାମଲା ଦୀର୍ଘବର୍ଷ ଧରି ସୁପ୍ରିମକୋର୍ଟରେ ବିଚାରାଧୀନ ରହିବା ପରେ ଜେଲ୍ ଯାଇତିଲେ  ସାହାରା କମ୍ପାନୀ ମାଲିକ ସୁବ୍ରତ ରାୟ। ତେବେ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ଏକ ପଦକ୍ଷେପ ଗ୍ରହଣ କରିଥିଲେ । ରାଜ୍ୟରେ ୪,୬୦୦ କୋଟି ଟଙ୍କାର ନିବେଶ କରାଯାଇଥିବା ସମବାୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ନିବେଶକଙ୍କୁ କିଭଳି ତାଙ୍କ ଅର୍ଥ ଫେରସ୍ତ କରାଯିବା ସେନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସମବାୟ ବିଭାଗ ପ୍ରତି ଜିଲ୍ଲାର ତାଲିକା ପ୍ରସ୍ତୁତ କରିଥିଲା । କେଉଁ ଜିଲ୍ଲାରେ, କେଉଁ ନିବେଶକଙ୍କର କେତେ ଟଙ୍କା ରହିଛି ତା’ର ଏକ ବିସ୍ତୃତ ବିବରଣୀ ପ୍ରସ୍ତୁତ କରାଯାଇଥିଲା । ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟ ତରଫରୁ ସେହି ତାଲିକାକୁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଛି । ଉକ୍ତ ତାଲିକା ଯାଞ୍ଚ କରି ରାଜ୍ୟ ସମବାୟ ବିଭାଗକୁ ସୂଚନା ମିଳିବା ପରେ ନିବେଶକଙ୍କ ଅର୍ଥ ଫେରସ୍ତ କରାଯିବ ବୋଲି କୁହାଯାଇଛି।

ତେବେ ନିବେଶକଙ୍କର ଯେତେ ଜମା ରାଶି ରହିଥିଲେ ମଧ୍ୟ ସେମାନଙ୍କୁ ପ୍ରଥମେ କେବଳ ୧୦ ହଜାର ଟଙ୍କା ପରୀକ୍ଷାମୂଳକ ଭାବେ ଦିଆଯିବ । ଏହି ପରୀକ୍ଷା ସଫଳ ହେଲେ ଅବଶିଷ୍ଟ ଅର୍ଥ ସୁଧ ସହିତ ଫେରସ୍ତ କରାଯିବ ବୋଲି ସୂଚନା ମିଳିଛି । ପୋର୍ଟାଲ ମାଧ୍ୟମରେ ୧୦ କୋଟି ଲୋକଙ୍କୁ ଅର୍ଥ ଫେରସ୍ତ କରାଯିବା ନେଇ ବ୍ୟବସ୍ଥା କରିଛନ୍ତି ସରକାର । ଅର୍ଥ ଫେରସ୍ତ ପାଇଁ କ୍ଲେମ କରିବାକୁ ହେଲେ ମୋବାଇଲ ନମ୍ବର ସହିତ ଆଧାର ନମ୍ବର ଲିଙ୍କ ହୋଇଥିବା ନିହାତି ଆବଶ୍ୟକ । ତେବେ ନିବେଶକଙ୍କୁ ଅର୍ଥ ଫେରସ୍ତ ପାଇଁ କେନ୍ଦ୍ର ସରକାର ‘ସାହାରା ରିଫଣ୍ଡ ଫୋର୍ଟାଲ’ ଲଞ୍ଚ କରିଛନ୍ତି ।

Also Read: Rahul gandhi marriage: ‘ଭଲ ଝିଅ ଖୋଜିଦେଲେ ବାହା ହେବେ ରାହୁଲ ଗାନ୍ଧୀ’

Weather Update: ପାଣିପାଗ ବିଭାଗର ଓ୍ୱାର୍ଣ୍ଣିଂ, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା!