Naveen Patnaik: ନବୀନଙ୍କ ସୁରକ୍ଷା ହ୍ରାସ, ମିଳିପାରେ ନୂଆ ସୁରକ୍ଷା କାଟାଗୋରୀ
Advertisement
Article Detail0/zeeodisha/odisha2292410

Naveen Patnaik: ନବୀନଙ୍କ ସୁରକ୍ଷା ହ୍ରାସ, ମିଳିପାରେ ନୂଆ ସୁରକ୍ଷା କାଟାଗୋରୀ

ଭୁବନେଶ୍ୱର: ପ୍ରାୟ ଅଢେଇ ଦଶନ୍ଧି ଧରି କ୍ଷମତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକଙ୍କୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଉଥିଲା। କିନ୍ତୁ ବୁଧବାର ଠାରୁ ନୂଆ ସରକାର ଆସିବା ପରେ କମିଶନରେଟ ପୁଲିସ ନବୀ

Naveen Patnaik: ନବୀନଙ୍କ ସୁରକ୍ଷା ହ୍ରାସ, ମିଳିପାରେ ନୂଆ ସୁରକ୍ଷା କାଟାଗୋରୀ

Naveen Patnaik: ଭୁବନେଶ୍ୱର: ପ୍ରାୟ ଅଢେଇ ଦଶନ୍ଧି ଧରି କ୍ଷମତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକଙ୍କୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଉଥିଲା। କିନ୍ତୁ ବୁଧବାର ଠାରୁ ନୂଆ ସରକାର ଆସିବା ପରେ କମିଶନରେଟ ପୁଲିସ ନବୀନ ପଟ୍ଟନାୟକଙ୍କ ସୁରକ୍ଷାରେ ବଡ଼ ପରିବର୍ତ୍ତନ କରିଛି। ନବୀନ ପଟ୍ଟନାୟକଙ୍କୁ ଯୋଗାଇ ଦିଆଯାଉଥିବା ଜେଡ଼ ପ୍ଲସ ସୁରକ୍ଷାକୁ ହଟାଇ ଦିଆଯାଇଛି। ଏପରିକି ନବୀନ ନିବାସରୁ ୩୦୦ ସିପାହୀ ସଂଖ୍ୟାକୁ ମଧ୍ୟ କମାଇ ଦିଆଯାଇଛି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦୃଷ୍ଟିରୁ କେବଳ ଗୋଟିଏ ପାଇଲଟିଂ ଗାଡି ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଛି। 

ବର୍ତ୍ତମାନ ନବୀନ ନିବାସରେ ସିପାହୀଙ୍କ ସଂଖ୍ୟା ୪୫ ଜଣଙ୍କୁ ଖସାଇ ଦିଆଯାଇଛି। ଏମାନେ ୩ଟି ସିଫ୍ଟରେ ସୁରକ୍ଷା ଯୋଗାଇ ଦେବେ। ସେପଟେ ନବୀନଙ୍କୁ ଜେଡ଼ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ଏଠାରେ କହି ରଖୁ ଭିଭିଆଇପି ମାନଙ୍କୁ ଯୋଗାଇ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥାର ଏହା ହେଉଛି (Z ବର୍ଗ) ତୃତୀୟ ସ୍ତର। ତେବେ ଏନେଇ କମିଟି ସରକାରଙ୍କୁ ସୁପାରିଶ କରିବା ପରେ ସରକାର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ତେବେ ଏହି ସୁରକ୍ଷା ବ୍ୟବସ୍ଥା ଲାଗୁ ହେଲେ ନବୀନ ନିବାସରେ ୨୪ ଘଣ୍ଟିଆ ସୁରକ୍ଷା ପାଇଁ ଦୁଇ ଜଣ ହାବିଲଦାରଙ୍କ ଅଧିନରେ ୮ ଜଣ କନେଷ୍ଟବଳ ରହିବେ। ଏହା ବ୍ୟତୀତ ଦୁଇ କନଷ୍ଟେବଳ ଗୁଇନ୍ଦା ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି।