NATO କ’ଣ? ଯେଉଁଥିରେ ସାମିଲ ହେବାକୁ ଭାରତକୁ ମିଳିଛି ଏକ ଅଫର୍
Advertisement
Article Detail0/zeeodisha/odisha1644362

NATO କ’ଣ? ଯେଉଁଥିରେ ସାମିଲ ହେବାକୁ ଭାରତକୁ ମିଳିଛି ଏକ ଅଫର୍

North Atlantic Treaty Organization: ନାଟୋର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ଶାନ୍ତି ବଜାୟ ରଖିବା । ନାଟୋକୁ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ ମଧ୍ୟ କୁହାଯାଏ । ଏହା ଆଟଲାଣ୍ଟିକ୍ ଆଲାଇନ୍ସ ଭାବରେ ମଧ୍ୟ ଜଣାଶୁଣା । ନାଟୋକୁ 'ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ' ମଧ୍ୟ କୁହାଯାଏ ।

ସାଙ୍କେତିକ ଛବି

North Atlantic Treaty Organization: ନାଟୋ ସହିତ ଯୋଡ଼ିହେବା ପାଇଁ ଭାରତ ଏକ ଅଫର ପାଇଛି । ଆମେରିକାର ରାଷ୍ଟ୍ରଦୂତ ଜୁଲିଆନ ସ୍ମିଥ କହିଛନ୍ତି ଯେ ଯଦି ଭାରତ ଚାହୁଁଛି ତେବେ ନାଟୋରେ (NATO) ଏହାର ଦ୍ୱାର ଖୋଲା ଅଛି । ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା ନାଟୋ କ’ଣ ଓ ଏହା କ’ଣ କରେ ।

ବିଶ୍ୱର ସର୍ବବୃହତ ସାମରିକ ସଂଗଠନ ହେଉଛି ନାଟୋ 
ନାଟୋ ହେଉଛି ବିଶ୍ୱର ସର୍ବବୃହତ ସାମରିକ ସହଯୋଗୀ ସଂଗଠନ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନାଟୋ ୪ ଏପ୍ରିଲ ୧୯୪୯ ରେ ଆରମ୍ଭ ହୋଇଥିଲା । ବିଶ୍ୱଯୁଦ୍ଧରେ ପାଇଁ ବିଶ୍ୱର ଅନେକ ଦେଶକୁ ବହୁତ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇ ଯାଇଥିଲା । ଏଭଳି ପରିସ୍ଥିତିରେ ସମସ୍ତ ଦେଶ ଚିନ୍ତିତ ଥିଲେ ଯେ ଏଭଳି ଘଟଣା ଆଉ କେବେ ବି ନ ଘଟିବା ଉଚିତ୍ । ଏହି ସମସ୍ୟାର ସମାଧାନ ପାଇଁ ଯୁଦ୍ଧ ଶେଷରେ ନାଟୋ ସୃଷ୍ଟି ହୋଇଥିଲା । ଯେଉଁଥିରେ ଅନେକ ଦେଶ ସେମାନଙ୍କର ସାମରିକ ଶକ୍ତିକୁ ସେୟାର କରିଥିଲେ ।

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଚର୍ଚ୍ଚା ଆରମ୍ଭ ହେବାପରେ, ନାଟୋ ମଧ୍ୟ ଅଧିକ ଚର୍ଚ୍ଚାକୁ ଆସିଥିଲା । ନାଟୋ ସଂଗଠନ ଅଧୀନରେ ଗୋଟିଏ ଦେଶ ନିଜର ସେନାକୁ ଅନ୍ୟ ଦେଶକୁ ପଠାଏ ଓ ସେମାନଙ୍କୁ ଆନ୍ତର୍ଜାତୀୟ ତାଲିମ ମଧ୍ୟ ଦିଆଯାଏ । ନାଟୋର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ଶାନ୍ତି ବଜାୟ ରଖିବା । ନାଟୋର ଫୁଲଫର୍ମ ହେଉଛି (North Atlantic Treaty Organization) ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ । ଏହା ଆଟଲାଣ୍ଟିକ୍ ଆଲାଇନ୍ସ ଭାବରେ ମଧ୍ୟ ଜଣାଶୁଣା । ଓଡ଼ିଆରେ ନାଟୋକୁ 'ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ' କୁହାଯାଏ ।

fallback

ନାଟୋର କାମ କ'ଣ?
୧୯୪୫ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମାପ୍ତି ସହିତ ଆମେରିକା ଓ ସୋଭିଏତ୍ ୟୁନିଅନ୍ ଏକ ମହାଶକ୍ତି ଭାବରେ ଉଭା ହେଲା । ଏହା ୟୁରୋପରେ ବିପଦର ସମ୍ଭାବନା ବଢ଼ିଥିଲା । ଏହି ସମସ୍ୟାର ଗମ୍ଭୀରତାକୁ ହୃଦୟଙ୍ଗମ କରି ଫ୍ରାନ୍ସ, ବ୍ରିଟେନ, ନେଦରଲ୍ୟାଣ୍ଡ, ବେଲଜିୟମ ଭଳି ଅନେକ ଦେଶ ଏକ ଚୁକ୍ତି କରିଥିଲେ, ଯେଉଁଥିରେ ଯଦି କୌଣସି ଦେଶ ଉପରେ ଆକ୍ରମଣ ହୁଏ, ତେବେ ଅନ୍ୟ ଦେଶମାନେ ସେହି ଦେଶକୁ ସାମରିକ ସହାୟତା ପ୍ରଦାନ କରିବେ ଓ ଏହାକୁ ଆର୍ଥିକ ତଥା ସାମାଜିକ ଦୃଷ୍ଟିରୁ ମଧ୍ୟ ସମର୍ଥନ କରିବେ ।

NATO ରେ ସାମିଲ ଅଛି ଏହିସବୁ ଦେଶ
ମିଳିତ ଜାତିସଂଘର ଚାର୍ଟରର ଧାରା ୧୫ ଅନୁଯାୟୀ ଆମେରିକା ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ପ୍ରସ୍ତାବ ଦେଇଥିଲା, ଏହି ଚୁକ୍ତିନାମାରେ ବିଶ୍ୱର ୧୨ଟି ଭିନ୍ନ ଭିନ୍ନ ଦେଶ ସ୍ୱାକ୍ଷର କରିଥିଲେ । ଆମେରିକା ବ୍ୟତୀତ ବ୍ରିଟେନ, ନେଦରଲ୍ୟାଣ୍ଡ, ନରୱେ, ପର୍ତ୍ତୁଗାଲ, ବେଲଜିୟମ, ଆଇସଲ୍ୟାଣ୍ଡ, ଲକ୍ସେମବର୍ଗ, ଫ୍ରାନ୍ସ, କାନାଡା ଓ ଇଟାଲୀ ଭଳି ଅନେକ ଦେଶ ଏହି ଚୁକ୍ତିରେ ଯୋଡି ହୋଇଥିଲେ । ପରେ ଶୀତଳ ଯୁଦ୍ଧର କିଛି ସମୟ ପୂର୍ବରୁ ସ୍ପେନ୍, ପଶ୍ଚିମ ଜର୍ମାନୀ, ତୁର୍କୀ ଓ ଗ୍ରୀସ୍ ଏଥିରେ ଯୋଗ ଦେଇଥିଲେ । ଶୀତଳ ଯୁଦ୍ଧ ଶେଷ ହେବା ପରେ ହଙ୍ଗେରୀ, ପୋଲାଣ୍ଡ ଓ ଚେକ ଗଣତନ୍ତ୍ରର ଦେଶ ମଧ୍ୟ ନାଟୋରେ ଅନ୍ତର୍ଭୁକ୍ତ ହୋଇଥିଲେ । ଏହା ବ୍ୟତୀତ, ୨୦୦୪ ମସିହାରେ, ଆହୁରି ୭ ଟି ଦେଶ ଏହାର ସଦସ୍ୟତା ଗ୍ରହଣ କରିଥିଲେ । ନିମ୍ନଲିଖିତ ୩୦ ଟି ଦେଶ ଏହି ଗୋଷ୍ଠୀରେ ଅନ୍ତର୍ଭୁକ୍ତ-

ଆଲବେନିଆ
ବେଲଜିୟମ
ବୁଲଗେରିଆ
କାନାଡା 
କ୍ରୋଏସିଆ
ଚେକ୍ ରିପବ୍ଲିକ୍
ଡେନମାର୍କ
ଇଷ୍ଟୋନିଆ
ଫ୍ରାନ୍ସ
ଜର୍ମାନୀ
ଗ୍ରୀସ୍
ହଙ୍ଗେରୀ
ଆଇସଲ୍ୟାଣ୍ଡ
ଇଟାଲୀ
ଲାଟଭିଆ
ଲିଥୁଆନିଆ
ଲକ୍ସେମବର୍ଗ
ମୋଣ୍ଟେନେଗ୍ରୋ
ନେଦରଲ୍ୟାଣ୍ଡ
ଉତ୍ତର ମାକେଡୋନିଆ 
ନରୱେ
ପୋଲାଣ୍ଡ
ପର୍ତ୍ତୁଗାଲ୍
ରୋମାନିଆ
ସ୍ଲୋଭାକିଆ
ସ୍ଲୋଭେନିଆ
ସ୍ପେନ୍
ତୁର୍କୀ
ଇଂଗଲାଣ୍ଡ୍
ଯୁକ୍ତ ରାଷ୍ଟ୍ର

ଏହା ବି ପଢ଼ନ୍ତୁ: Property Document Correction: ଜମି ରେଜିଷ୍ଟ୍ରି କିମ୍ବା ସମ୍ପତ୍ତି ଡକ୍ୟୁମେଣ୍ଟରେ ଆପଣଙ୍କ ନାମ ଭୁଲ୍ ରହିଛି କି? ଜାଣନ୍ତୁ କିପରି କରିପାରିବେ ଠିକ୍