NPCI: ବନ୍ଦ ହୋଇଯିବ ଆପଣଙ୍କ ୟୁପିଆଇ ଆଇଡ଼ି; କାମ ସାରିବା ପାଇଁ ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିଛି ସମୟ
Advertisement
Article Detail0/zeeodisha/odisha1969971

NPCI: ବନ୍ଦ ହୋଇଯିବ ଆପଣଙ୍କ ୟୁପିଆଇ ଆଇଡ଼ି; କାମ ସାରିବା ପାଇଁ ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିଛି ସମୟ

UPI ID India: ୟୁପିଆଇ ଆଇଡ଼ି ମାଧ୍ୟମରେ ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର କରୁଥିବା ଉପଭୋକ୍ତଙ୍କ ପାଇଁ ସଦ୍ୟ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଜାରି ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ।

NPCI: ବନ୍ଦ ହୋଇଯିବ ଆପଣଙ୍କ ୟୁପିଆଇ ଆଇଡ଼ି; କାମ ସାରିବା ପାଇଁ ୩୧ ଡିସେମ୍ବର ପର୍ଯ୍ୟନ୍ତ ରହିଛି ସମୟ

UPI Transaction India: ଆପଣ ଛୋଟ ହେଉ କିମ୍ବା ବଡ଼ କୌଣସି ଧରଣର ଆର୍ଥିକ କାରବାର କରିବା ପାଇଁ କେବେ ନାଁ କେବେ ଫୋନ ପେ, ଗୁଗୁଲ ପେ, ପେଟିଏମ୍ କିମ୍ବା ୟୁପିଆଇ ଆଇଡି ବ୍ୟବହାର କରୁଥିବେ। ୟୁପିଆଇ କାରବାର ବିଗତ କିଛି ମାସ ମଧ୍ୟରେ ଅନେକ ରେକର୍ଡ ଭାଙ୍ଗିସାରିଛି। ବର୍ତ୍ତମାନ ସମୟରେ ଲୋକେ ଗାଁ ଗଣ୍ଡା ଠାରୁ ନେଇ ମେଟ୍ରୋ ସହର ପର୍ଯ୍ୟନ୍ତ ସବୁଠାରେ ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର କରୁଛନ୍ତି। ସପିଂ ଠାରୁ ଆରମ୍ଭ କରି ବିଲ୍ ପେମେଣ୍ଟ ପର୍ଯ୍ୟନ୍ତ ସବୁକିଛି ୟୁପିଆଇ ମାଧ୍ୟମରେ ଅତି ସହଜ ହୋଇପାରୁଛି। ହେଲେ ବର୍ତ୍ତମାନ ଯେଉଁମାନେ ୟୁପିଆଇ ଆଇଡ଼ି ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଆସିଛି ଏକ ବଡ଼ ଖବର। 

ଆସନ୍ତା ଡିସେମ୍ବର ପରେ ଅନେକ ଲୋକ ୟୁପିଆଇ ଆଇଡ଼ି (UPI ID India) ବ୍ୟବହାର କରିପାରିବେ ନାହିଁ। ଅନେକ ଲୋକ ଆଉ ୟୁପିଆଇ ଆଇଡ଼ି ମାଧ୍ୟମରେ କୌଣସି ପ୍ରକାର ଦେୟ ପ୍ରଦାନ (UPI Transaction India) କରିବାକୁ ସମର୍ଥ ହେବେ ନାହିଁ। ଏନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (National Payments Corporation of India) ଦ୍ୱାରା ନିଆଯାଇଛି। ଯିଏ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (Unified Payments Interface) ଦେୟ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥାଏ। 

ଏନପିସିଆଇ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାନାମା
ଏନେଇ ସୂଚନା ପ୍ରଦାନ କରି ଏନପିସିଆଇ ପକ୍ଷରୁ କୁହାଯାଇଛି ଯେ ସେହି ଗ୍ରାହକ ଯେଉଁମାନେ ବିଗତ ବର୍ଷେ ମଧ୍ୟରେ ସେମାନଙ୍କର ୟୁପିଆଇ ଆଇଡ଼ି ମାଧ୍ୟମରେ କୌଣସି କାରବାର କରିନାହାଁନ୍ତି ସେମାନଙ୍କ ୟୁପିଆଇ ଆଇଡ଼ି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଗ୍ରାହକଙ୍କ ଆକାଉଣ୍ଟ ଯାହାର ୟୁପିଆଇ ଆଇଡ଼ି ନିଷ୍କ୍ରିୟ ରହିଛି ତାହାକୁ ଆଗାମୀ ୩୧ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ କରାଯିବ।

ନିଷ୍କ୍ରିୟ ୟୁପିଆଇ ଆଇଡ଼ି ଏକ ବଡ଼ ସମସ୍ୟା 
ଏନେଇ ନଭେମ୍ବର ୭ ତାରିଖରେ ଏନପିସିଆଇ ଦ୍ୱାରା ଏକ ଗାଇଡଲାଇନ୍ (NPCI Guidelines on UPI ID Transaction) ଜାରି କରାଯାଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି  ଏନପିସିଆଇ କହିଛି ଯେ ନିଷ୍କ୍ରିୟ ୟୁପିଆଇ ଆଇଡ଼ି (NPCI Guidelines for Inactive UPI ID) ମଧ୍ୟ ଏକ ସମସ୍ୟା। ୟୁପିଆଇ ଆଇଡ଼ି ଆମ ଫୋନ୍ ନମ୍ବର ସହିତ ଲିଙ୍କ୍ ହୋଇଥାଏ। ଅନେକ ଥର ଉପଭୋକ୍ତା ସେମାନଙ୍କର ଫୋନ୍ ନମ୍ବର ପରିବର୍ତ୍ତନ କରିଥାନ୍ତି। ହେଲେ ୟୁପିଆଇ ଆଇଡ଼ି ବନ୍ଦ କରନ୍ତି ନାହିଁ। ଏଭଳି ପରିସ୍ଥିତିରେ ଯଦି ସେହି ମୋବାଇଲ୍ ନମ୍ବର ଅନ୍ୟ କାହାକୁ ଦିଆଯାଏ ତେବେ ଭୁଲ ଦେୟ ସମସ୍ୟା ସାମ୍ନାକୁ ଆସିଥାଏ। 

୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ରହିଛି ସମୟ
ଏନପିସିଆଇ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଯେଉଁ ୟୁପିଆଇ ଆଇଡ଼ି ସକ୍ରିୟ ହେବନାହିଁ ତାହାକୁ ଆସନ୍ତା ୨୦୨୪ ଜାନୁଆରୀ ୧ ତାରିଖରୁ ନିଷ୍କ୍ରିୟ କରାଯିବ। ଯାହାର ଅର୍ଥ ଆପଣ ସେହି ୟୁପିଆଇ ଆଇଡ଼ି ସହିତ କାରବାର କରିବାକୁ ସମର୍ଥ ହେବେ ନାହିଁ। ଯଦି ଆପଣ ଗତ ଏକ ବର୍ଷ ଧରି ୟୁପିଆଇ ଆଇଡ଼ି ମାଧ୍ୟମରେ ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର (Financial and Non Financial Transactions through UPI ID) କରିନାହାଁନ୍ତି, ତାହେଲେ ତୁରନ୍ତ ୟୁପିଆଇ ଆଇଡ଼ି ସକ୍ରିୟ କରନ୍ତୁ।