ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ; ୨ ଲକ୍ଷ କୋଟି ବ୍ୟୟ ଅଟକଳ, ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କ'ଣ ରହିଛି
Advertisement

ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ; ୨ ଲକ୍ଷ କୋଟି ବ୍ୟୟ ଅଟକଳ, ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କ'ଣ ରହିଛି

Odisha Budget 2022-23: ଅର୍ଥମନ୍ତ୍ରୀ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । 

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: Odisha Budget 2022-23, ଆଜି ଅର୍ଥାତ ଶନିବାର ଠାରୁ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ (Nirajnan Pujari) ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । 

ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ ଟଙ୍କା ବ୍ୟୟବରାଦ କରାଯାଇଛି ...

  • ୨୦୨୨-୨୩ ଆର୍ଥିକ ବର୍ଷରେ ବିଭିନ୍ନ  ସରକାରୀ ଯୋଜନା ଅଧିନରେ  ୧୯୫୦ କୋଟି ଟଙ୍କା ବିନିଯୋଗ ପାଇଁ ଯୋଜନା
  • ଧାର୍ମିକ ତଥା ସାଂସ୍କୃତିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ଅବଢା ଯୋଜନାରେ ୧୩୨୫ କୋଟି ଟଙ୍କା ଏବଂ ଏକ୍ରାମ ଯୋଜନାରେ ୨୦୦ କୋଟି ଟଙ୍କା, ସମଲେଇ ଯୋଜନାରେ ୨୦୦ କୋଟି ଟଙ୍କା ବିନଯୋଗ କରାଯିବଐତିହ୍ୟ ସ୍ମାରକୀ, ପର୍ଯ୍ୟଟକଗନ୍ତବ୍ୟ ସ୍ଥଳର ସମନ୍ୱିତ ବିକାଶ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟ ବରାଦ।
  • ସଡ଼କ, ରେଳ, ବନ୍ଦର ସଂଯୋଗୀକରଣ ପାଇଁ  ୨୦୨୨-୨୩ ଆର୍ଥିକ ବର୍ଷରେ ୧୪ ହଜାର ୪୫୪ କୋଟି ଟଙ୍କାର ବ୍ୟୟବରାଦ ପାଇଁ ପ୍ରସ୍ତାବ, ରାସ୍ତାର ରକ୍ଷାଣାବେକ୍ଷଣ ପାଇଁ  ୨୯୭୦ କୋଟି ଟଙ୍କାର ବିନିଯୋଗ କରାଯିବ
  • ରାଜ୍ୟରେ ମହିଳା ସଶକ୍ତିକରଣ ଏବଂ ଶିଶୁଙ୍କ ବିକାଶ ପାଇଁ ମିଶନ ଶକ୍ତି ଅଭିଯାନ ମାଧ୍ୟମରେ ୨୦୦୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ପ୍ରସ୍ତାବ
  • ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM)  ଅଧିନରେ ୧୦୩୯ କୋଟି ଏବଂ ମହିଳା ସ୍ୱୟଂସେବକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ବାବଦରେ ୭୭୩ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ
  • ଏହା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଗୃହ ନିର୍ମାଣ ଲାଗି ୧୭୬  କୋଟି ଟଙ୍କା ଅନ୍ତର୍ଭୂକ୍ତମମତା ଯୋଜନା ଅଧିନରେ ୨୪୭ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ
  • ବିଜୁ ଶିଶୁ ସୁରକ୍ଷା ଯୋଜନା-ଆର୍ଶୀବାଦ ଅଧିନରେ ୪୩ କୋଟି ଟଙ୍କା ବ୍ୟୟବରାଦ
  • ପ୍ରାକ ବିଦ୍ୟାଳୟରେ ପିଲାଙ୍କୁ ୟୁନିଫର୍ମ ଆବଣ୍ଟନ ପାଇଁ ୭୮ କୋଟି ଟଙ୍କାର ବ୍ୟୟବରାଦ  
  • ୬ ବର୍ଷ ବୟସରୁ କମ ବୟସର ଶିଶୁ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣ ପାଇଁ ସକ୍ଷମ ଅଙ୍ଗନବାଡି଼ ଓ ପୋଷଣ ୨.୦ ଯୋଜନାରେ ୨୩୯୭ କୋଟି ଟଙ୍କା ବ୍ୟୟବରାଦ

ଏହା ବି ପଢ଼ନ୍ତୁ: ନୁପୁର ଶର୍ମାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କଲା କୋଲକାତା ପୋଲିସ

ଏହା ବି ପଢ଼ନ୍ତୁ: ତେଲେଙ୍ଗାନା ସରକାରକୁ ଭାଙ୍ଗିକି ଦେଖାନ୍ତୁ, ମୁଁ କେନ୍ଦ୍ର ସରକାରକୁ ଭାଙ୍ଗିଦେବି: KCR ​