Chief Secretary Puri Visit: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
Advertisement
Article Detail0/zeeodisha/odisha2058681

Chief Secretary Puri Visit: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Odisha Chief Secretary: ଶନିବାର ପୁରୀ ଗସ୍ତରେ  ଆସି  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। 

Chief Secretary Puri Visit: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Chief Secretary Pradeep Jena: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ଯର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ପରିକ୍ରମା ପ୍ରକଳ୍ପ ବୁଲି କାର୍ଯ୍ୟର ଟିକନିକ୍ ଅନୁଧ୍ୟାନ କରିବା ପରେ ରଖିଛନ୍ତି ପ୍ରତିକ୍ରିୟା। ଆସନ୍ତା ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବା ନେଇ ଲକ୍ଷ ରଖାଯାଇଥିଲା। ପ୍ରାୟତଃ ସବୁ କାର୍ଯ୍ୟ ସରିଯାଇଛି। ସଫେଇ କାର୍ଯ୍ଯ ମଧ୍ୟ ସରିଯିବ। ସୌନ୍ଦର୍ଯ୍ଯକରଣ କାର୍ଯ୍ୟ ଶେଷ ହୋଇଛି। ଷ୍ଟାଣ୍ଡପୋଷ୍ଟ ମାନଙ୍କରେ ଲାଗିଥିବା ଧଳା ଲାଇଟକୁ ପରିବର୍ତ୍ତନ କରି ହଳଦିଆ ଲାଇଟ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ତାହା ଲାଗିଯାଇଛି। ଫଳରେ ହଳଦିଆ ଲାଇଟ କାରଣରୁ ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇଛି। 

ହେଲେ ୭ ଦିନ ପୂର୍ବରୁ ସରିବ ନାହିଁ ବୋଲି ଯେଉଁ ଆଶଙ୍କା ଥିଲା ତାହା ଦୂର ହୋଇଛି। ବୋଧହୁଏ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ଇଚ୍ଛା ଥିଲା ବୋଲି କହିଛନ୍ତି ମୁଖ୍ଯ ଶାସନ ସଚିବ। ସଠିକ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାରୁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ, ସେବାୟତ, ପୁରୀବାସୀ ଏବଂ ଏହି ପ୍ରକଳ୍ପ ପାଇଁ ଜମିଦାନ କରିଥିବା ପରିବାରକୁ ଧନ୍ୟବାଦ ଜଣାଇଛନ୍ତି। ସେପଟେ ଶ୍ରୀମନ୍ଦିରକୁ ଆସିବା ପାଇଁ ଦୁଇଟି ଦାଣ୍ଡ ମିଳିଯାଇଛି। 

ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂ ଠାରେ ଗାଡି ରଖି ଶ୍ରୀମନ୍ଦିର ପ୍ରଶାସନ ବସ କିମ୍ବା ବ୍ୟାଟେରୀ ଅଟୋ ସହୟତାରେ ପରିକ୍ରମା ପ୍ରକଳ୍ପରେ ପହଞ୍ଚି ପାରିବେ ଭକ୍ତ। ଦର୍ଶନ ସାରି ମଧ୍ୟ ବସ  ଏବଂ ବ୍ୟାଟେରୀ ଅଟୋ ଯୋଗେ ଜଗନ୍ନାଥ ବଲ୍ଲଭ ପାର୍କିଂ ପାଖକୁ ଫେରିପାରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବସ୍ ଏବଂ ବ୍ୟାଟେରୀ ଅଟୋ ବ୍ଯବସ୍ଥା କରାଯିବ। ଯେଉଁ ଯାଗାରୁ ଯାଇଥିବେ ସେହି ଯାଗାରେ ସହଜରେ ପହଞ୍ଚି ପାରିବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସୁନ୍ଦର ବ୍ଯବସ୍ଥା କରାଯାଉଛି। ଏହାକୁ କିଭଳି ସୁନ୍ଦର ଭାବେ ବ୍ୟବହାର କରିବେ ତାହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ପାନ ଗୁଟୁକା ଖାଇ ଅପରିସ୍କାର କରିବା ଉଚିତ ନୁହେଁ। ସ୍ୱଚ୍ଛତା ବଜାୟ ରଖିପାରିଲେ ସେହି ସ୍ଥାନରେ ଆଧ୍ଯାତ୍ମିକତା ବଜାୟ ରହିବ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।