Jagatsinghpur Displaced People: ନିଯୁକ୍ତି ପାଇବା ଆଶାରେ ଧାରଣାରେ ବିସ୍ଥାପିତ ଗ୍ରାମବାସୀ
Advertisement
Article Detail0/zeeodisha/odisha1833606

Jagatsinghpur Displaced People: ନିଯୁକ୍ତି ପାଇବା ଆଶାରେ ଧାରଣାରେ ବିସ୍ଥାପିତ ଗ୍ରାମବାସୀ

Jagatsinghpur Steel Plant: ସ୍ଥାୟୀ ନିଯୁକ୍ତି ପାଇବା ଆଶାରେ ଧାରଣାରେ ବସିଛନ୍ତି ବିସ୍ଥାପିତ।

Jagatsinghpur Displaced People: ନିଯୁକ୍ତି ପାଇବା ଆଶାରେ ଧାରଣାରେ ବିସ୍ଥାପିତ ଗ୍ରାମବାସୀ

Jagatsinghpur Steel Plant Project: ଶିଳ୍ପ ପାଇଁ ଶାଗ ମାଛ ମୂଲ୍ୟରେ ଜମି ଦେଲେ ଏବଂ ବିସ୍ଥାପିତ ମଧ୍ୟ ହେଲେ। ଆଉ ବିସ୍ଥାପିତଙ୍କୁ ଶିଳ୍ପ ସଂସ୍ଥାରେ ସ୍ଥାୟୀ ନିଯୁକ୍ତି ଦେବାର ପ୍ରତିଶୃତି ମଧ୍ୟ ଦିଆଗଲା। ହେଲେ ଦୀର୍ଘ ୧୪ ବର୍ଷ ହେବ ଶିଳ୍ପ ସଂସ୍ଥା ପାଇଁ ଜମି ଏବଂ ଭିଟାମାଟି ଦେବା ପରେ ଏବେ ମଧ୍ୟ ବିସ୍ଥାପିତ ପରିବାର ନିଯୁକ୍ତି ପାଇବା ଆଶାରେ ଧାରଣାରେ ବସି ରହିଛନ୍ତି। ପାରାଦୀପ ସ୍ଥିତ ଆର୍ସେଲର୍ ମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ କମ୍ପାନୀ ପାଇଁ କୁଜଙ୍ଗ ବ୍ଲକ ନୂଆଗଡ ପଞ୍ଚାୟତ ହାଣ୍ଡିଆ ଗ୍ରାମର ବିସ୍ଥାପିତ ପରିବାର ଏବେ ଦିନରାତି ପାଳିକରି ଗ୍ରାମକୁ ଯୋଡୁଥିବା ମୁଖ୍ୟ ରାସ୍ତାରେ ଧାରଣା ଦେଇଛନ୍ତି। ଏହି ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଦିଆଯାଉଛି। 

ବିସ୍ଥାପିତ ଗ୍ରାମବାସୀଙ୍କ (Displaced People of Handia Village) ଦାବି ହେଉଛି ପ୍ରଥମେ ସ୍ଥାୟୀ ନିଯୁକ୍ତି ଏବଂ ବିସ୍ଥାପିତଙ୍କୁ ସେହି ପଞ୍ଚାୟତରେ ଥଇଥାନ କରିବା। ହେଲେ ଆର୍ସେଲର୍ ମିତ୍ତଲ କମ୍ପାନୀ (Arcelor Mittal Company) ଏବେ ତାହାର ପାଚେରୀ ନିର୍ମାଣ କାର୍ଯ୍ୟ ତରବରିଆ ଭାବରେ କରିବାରେ ଲାଗିଛି। ଅନ୍ୟପଟେ ବିସ୍ଥାପିତ ପରିବାର (Displaced Families of Handia Village) କମ୍ପାନୀ କାର୍ଯ୍ୟକୁ ବନ୍ଦ କରିବା ସହିତ ଦୀର୍ଘ ୬ ମାସ ହେବ ଧାରଣାରେ ବସି ରହିଛନ୍ତି। ଅନ୍ୟପଟେ ଗ୍ରାମର (Handia Village Jagatsinghpur) କେତେକ ବ୍ୟକ୍ତି କମ୍ପାନୀ ସହିତ ମିଶି ଠିକାଦାରୀ କରିବା ସହିତ ଗ୍ରାମବାସୀଙ୍କୁ ୧୪ ବର୍ଷ ହେବ ଭୂଆଁ ବୁଲାଇ ନିଜେ କୋଟିପତି ହୋଇଛନ୍ତି ବୋଲି ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି। 

ଏହି ଠିକାଦାର ପୂର୍ବରୁ ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ସଙ୍ଗଠନକୁ ଚଳାଇ ଆସୁଥିଲେ। ହେଲେ ଏବେ ସେହି ଠିକାଦାର ନୂଆ ସଙ୍ଗଠନ ଗଢି କମ୍ପାନୀ ଦଲାଲଗିରି କରି ଗ୍ରାମର ମହିଳାଙ୍କୁ ଅସମ୍ମାନ କରିବା ସହିତ ହାଣ୍ଡିଆ ଗ୍ରାମବାସୀଙ୍କୁ ଆର୍ସେଲର୍ ମିତ୍ତଲ କମ୍ପାନୀ ନିକଟରେ ବିକ୍ରି କରି ଦେଇଛନ୍ତି। ଯାହା ଫଳରେ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ କମ୍ପାନୀ ଠାରେ ସ୍ଥାୟୀ ନିଯୁକ୍ତି ମିଳି ପାରିନାହିଁ। ଯେ ପର୍ଯ୍ୟନ୍ତ ଦାବିପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଧାରଣାରୁ ହଟିବୁ ନାହିଁ। ଦରକାର ପଡିଲେ ଆର୍ସେଲ ମିତ୍ତଲ କମ୍ପାନୀ ଫାଟକରେ ଅହୋରାତ୍ର ଧାରଣା ଦେବୁ ବୋଲି ସମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ହାଣ୍ଡିଆ ଗ୍ରାମବାସୀ। 

ଧାରଣା ଦେଇଥିବା ଗ୍ରାମବାସୀ କମ୍ପାନୀ ବିରୋଧରେ ନାରାବାଜି କରିବା ସହ ଆର୍ସେଲର୍ ମିତ୍ତଲ କମ୍ପାନୀ ଠିକାଦାର ନା ବିସ୍ଥାପିତ ପରିବାର ପାଇଁ ବୋଲି ପ୍ରଶ୍ନ କରିଛନ୍ତି ବିସ୍ଥାପିତ ପରିବାର। ହେଲେ ଶିଳ୍ପ ପାଇଁ ବିସ୍ଥାପିତ ହୋଇଥିବା ପରିବାର ଧାରଣାରେ ବସିଥିବା ବେଳେ କୌଣସି କମ୍ପାନୀ ଅଧିକାରୀ ଆଲୋଚନାକୁ ଆସି ନାହାଁନ୍ତି ବୋଲି ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ସଭାପତି କହିଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ କମ୍ପାନୀ ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦିଆଯିବ ବୋଲି ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।