Additional Budget: ୨୮,୨୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ନିର୍ବାଚନମୁଖୀ ଯୋଜନାକୁ ଗୁରୁତ୍ୱ
Advertisement
Article Detail0/zeeodisha/odisha1883179

Additional Budget: ୨୮,୨୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ନିର୍ବାଚନମୁଖୀ ଯୋଜନାକୁ ଗୁରୁତ୍ୱ

Additional Budget: ବିଧାନସଭାରେ ଅତିରିକ୍ତ ବଜେଟ୍‍ ଉପସ୍ଥାପନ ପରେ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହ ସୂଚନା ଦେଉଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

Additional Budget: ୨୮,୨୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ନିର୍ବାଚନମୁଖୀ ଯୋଜନାକୁ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ବିକ୍ରମମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ (Financial year 2023-24) ପାଇଁ ଅତିରିକ୍ତ ବଜେଟ୍‍ ଉପସ୍ଥାପନ କରିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ସନ୍ଧ୍ୟାରେ ଏହି ବଜେଟ୍‍ ଉପସ୍ଥାପନ କରାଯାଇଛି। ଏହାଦ୍ୱାରା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସମୁଦାୟ ବ୍ୟୟ  ଅଟକଳ ୨ ଲକ୍ଷ ୩୦ ହଜାର କୋଟିରେ ପହଞ୍ଚିଛି। ଆସନ୍ତା ବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ (Assembly elections) ସମ୍ମୁଖୀନ ହେଉଥିବାରୁ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଲାଗି ଏହି ଅତିରିକ୍ତ ବ୍ୟୟ ବରାଦର ଯଥେଷ୍ଟ ଆବଶ୍ୟକତା ଥିଲା। 

କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ, ଅତିରିକ୍ତ ବଜେଟ୍‌ରେ ବ୍ୟୟ ବରାଦ ହୋଇଥ‌ିବା ୨୦,୧୦୦ କୋଟି ଟଙ୍କା ମଧ୍ୟରୁ ୩,୨୩୫ କୋଟି ଟଙ୍କା ସହବନ୍ଧିତ (Tied-up) ସମ୍ବଳ ସୁରୁରୁ ଓ ବାଳକ ଅର୍ଥ ଅତିରିକ୍ତ ରାଜସ୍ବ ତଥା ଅର୍ଥ ସମର୍ପଣ ଦ୍ବାରା ଭରଣା କରାଯିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ଆସନ୍ତୁ ଉପସ୍ଥାପନ କରାଯାଇଥିବା ଅତିରିକ୍ତ ବ୍ୟୟ ବରାଦରୁ କେଉଁ ବିଭାଗ ପାଇଁ କେତେ ଖର୍ଚ୍ଚ ହେବ ନଜର ପକାଇବା।  ପ୍ରଥମେ ପ୍ରଶାସନିକ ବ୍ୟୟ ବାବଦରେ ୨,୮୬୪ କୋଟି ଟଙ୍କା ବ୍ୟୟ ବରାଦ ଅଟକଳ କରାଯାଇଥିବାବେଳେ, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪,୬୬୪ କୋଟି, ରାଜ୍ୟ ବଜେଟ୍‌ରୁ ୫୭୨ କୋଟି ଟଙ୍କା ସ୍ଥାନାନ୍ତର ଭରଣା କରାଯାଇ ସମ୍ପୂର୍ଣ୍ଣ ବଜେଟ୍‍ ପରିମାଣ ୨୮,୨୦୦ କୋଟି ଟଙ୍କା ହେବ। ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ସମ୍ବଳର ଉପଲ୍ବଧତା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଆଖିରେ ରଖି ଏହି ବଜେଟଥ୍‍ ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ (Minister of Finance) ତାଙ୍କ ଅଭିଭାଷଣରେ କହିଛନ୍ତି। 

ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥ‌ିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ କରିବା ନିମନ୍ତେ ଏହି ବଜେଟରେ ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କା, ବିପର୍ଯ୍ଯୟ ପ୍ରଶମନ ପାଇଁ ୪୬୯୮ କୋଟି, ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି ଟଙ୍କା, ପଂଚାୟତି ରାଜ ଓ ପାନୀୟ ଜଳ ପାଇଁ ୪୦୮୩ କୋଟି ଟଙ୍କା, ସ୍ୱାସ୍ଥ୍ଯ ସେବା ଓ ଭିତ୍ତିଭୂମି ବିକାଶ ପାଇଁ -୧୩୨୭ କୋଟି, ଗଣଶିକ୍ଷା ଓ ବିଦ୍ଯାଳୟ ପାଇଁ ୨୮୮୨ କୋଟି, ମୁଖ୍ଯମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ-୧୧୦ କୋଟି, ସମ୍ବାଦିକ କଲ୍ଯାଣ ପାଣ୍ଠି ପାଇଁ ଅତିରିକ୍ତ ୧୦ କୋଟି, ଓଡ଼ିଶା ମେଟ୍ରୋ ଯୋଜନା ପାଇଁ ୨୧୦ କୋଟି, ଗ୍ରାମ୍ଯ ଉନ୍ନୟନ ପାଇଁ ୮୯୭ କୋଟି, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୧୩୫୫ କୋଟି, ମିଶନ ଶକ୍ତି ପାଇଁ ୭୮କୋଟି, କୃଷି ଓ ଆନୁସାଂଗିକ, ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ବଜେଟ୍‍ ସମ୍ପର୍କରେ ୨୮ ଓ ୩୦ ତାରିଖରେ ଆଲୋଚନା ହେବ। ଅକ୍ଟାବର ୩ ତାରିଖରେ ଖର୍ଚ୍ଚଦାବି ସମ୍ପର୍କିତ ବିଲ୍‍ ବିଧାନସଭାରେ ଗ୍ରହଣ ପାଇଁ ଭୋଟ୍‍ ଗ୍ରହଣ କରାଯିବ।

Also Read- WhatsAppରେ ମିଳିବେ କ୍ୟାଟ୍ରିନା ଏବଂ ସନି ଲିଓନି ପରି ସୁନ୍ଦରୀ ! ଜାଣନ୍ତୁ କେମିତି

Also Read- Success Story: ଜିମ୍ ଟ୍ରେନର ବନିଲେ କୋଟିପତି, ଜାଣନ୍ତୁ ଏହି ସହଜ ଟିପ୍ସ