Odisha News: ଭୁବନେଶ୍ବରରେ ସହିଦ ଦେବାଶିଷ ବିଶ୍ବାଳଙ୍କୁ ଗାର୍ଡ଼ ଅଫ ଅନର, ଜନ୍ମମାଟିରେ ହେବ ଶେଷକୃତ୍ୟ
Advertisement
Article Detail0/zeeodisha/odisha1663079

Odisha News: ଭୁବନେଶ୍ବରରେ ସହିଦ ଦେବାଶିଷ ବିଶ୍ବାଳଙ୍କୁ ଗାର୍ଡ଼ ଅଫ ଅନର, ଜନ୍ମମାଟିରେ ହେବ ଶେଷକୃତ୍ୟ

Guard of Honour to odia jawan Debasish Biswal: ଭୁବନେଶ୍ବର ବିମାନବନ୍ଦରରେ ସହିଦଙ୍କୁ “ଗାର୍ଡ଼ ଅଫ ଅନର” ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସହିଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏବେ ସହିଦଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମ ପଞ୍ଚାୟତ ଖଣ୍ତାୟାତ ସାହିକୁ ନିଆଯାଇଛି ।

Odisha News: ଭୁବନେଶ୍ବରରେ ସହିଦ ଦେବାଶିଷ ବିଶ୍ବାଳଙ୍କୁ ଗାର୍ଡ଼ ଅଫ ଅନର, ଜନ୍ମମାଟିରେ ହେବ ଶେଷକୃତ୍ୟ

Odisha News: ଜମ୍ମୁ କାଶ୍ମୀର ପୁଞ୍ଚରେ (Terror attack in Jammu Kashmir poonch) ଆତଙ୍କବାଦୀ ଆକ୍ରମଣରେ ସହିଦ ବୀର ଓଡ଼ିଆ ଯବାନ ଲାନ୍ସନାୟକ ଦେବାଶିଷ ବିଶ୍ବାଳଙ୍କ (Debasish Biswal odia jawan) ପାର୍ଥିବ ଶରୀର ଶନିବାର ସକାଳେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ରାଜଧାନୀ ଭୁବନେଶ୍ବର ପହଞ୍ଚଛି । ପତ୍ନୀ ସୁଶ୍ରୀ ସଙ୍ଗୀତାଙ୍କ ଉପସ୍ଥିତିରେ ଭୁବନେଶ୍ବର ବିମାନବନ୍ଦରରେ ସହିଦଙ୍କୁ “ଗାର୍ଡ଼ ଅଫ ଅନର”  (Guard of Honour )ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ (Professor Ganeshi Lal) ସହିଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ରାଜ୍ୟପାଳଙ୍କ ବ୍ୟତୀତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ର (Sambit patra), ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ (Manmohan samal) ସମତେ ବହୁ ନେତା ଓ ରାଜନେତା ସହିଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ତେବେ ଏବେ ସହିଦଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମ ପଞ୍ଚାୟତ ଖଣ୍ତାୟାତ ସାହିକୁ ନିଆଯାଇଛି । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଏଥିଲାଗି ଗତକାଲି ଗାଁ ଶ୍ମଶାନକୁ ସଫା କରାଯାଇଛି । ତେବେ ସେଠାରେ ସହିଦ “ଗାର୍ଡ ଅଫ ଅନର” (Guard of Honour) ପ୍ରଦାନ କରାଯିବା ନେଇ ବ୍ୟବସ୍ଥା କରାଯାଇଥିବା ସତ୍ୟବାଦୀ ତହସିଲଦାର ସୂଚନା ଦେଇଛନ୍ତି ।

ସୂଚନାଅନୁଯାୟୀ, ସହିଦ ଦେବାଶିଷଙ୍କ (Debasish Biswal odia jawan) ପାର୍ଥିବ ଶରୀର ଶୁକ୍ରବାର ଦିନ ଆସିବାର ଥିଲା । କିନ୍ତୁ ବିମାନ ଚଳାଚଳରେ ତ୍ରୁଟି ଯୋଗୁଁ ଶନିବାର ସକାଳେ ତାଙ୍କ ମର ଶରୀର ଆସି ପହଁଞ୍ଚିଥିଲା । ଗତକାଲି ଦେବାଶିଷଙ୍କ ମୃତ୍ୟୁ ଖବର ଗାଁରେ ପହଁଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗାଁ ଦାଣ୍ତ । ରାଜ୍ୟ ସରକାରଙ୍କ (odisha government) ପକ୍ଷରୁ ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନେଇ ଘୋଷଣା କରାଯାଇଛି। ଏଥିସହିତ ସହିଦ ଦେବାଶିଷଙ୍କ ଶୋକସନପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen patnaik) ।  ପ୍ରକାଶ ଥାଉ କି, ୨୦୨୧ ମସିହାରେ ଦେବାଶିଷ ସୁଶ୍ରୀ ସଙ୍ଗୀତା ବିଶ୍ବାଳଙ୍କୁ ବିବାହ କରିଥିଲେ । ଏବେ ସୁଶ୍ରୀ ଓ ଦେବାଶିଷଙ୍କର ଏକ ୭ ମାସର କନ୍ୟା ସନ୍ତାନ ରହିଛି । ଦୁଖଃର କଥା ଦିନକ ପରେ ବିବାହ ବାର୍ଷିକୀ (Marriage Anniversary) ପାଳନ କରିଥାନ୍ତେ ଦେବାଶିଷ ଓ ସୁଶ୍ରୀ ହେଲେ, ଏହା ପୂର୍ବରୁ ଦେଶ ପାଇଁ ସହିଦ ହୋଇଯାଇଛନ୍ତି ଏହି ବୀର ଓଡ଼ିଆ ଯବାନ ।

ପ୍ରକାଶ ଥାଉ କି, ଜମ୍ମୁ କାଶ୍ମୀରର ରଜୌରୀ ସେକ୍ଟରରେ ଭୀମବେର୍ ଗଲି ଓ ପୁଞ୍ଚ ମଧ୍ଯରେ ସେନା ଟ୍ରକରେ ନିଆଁ ଲାଗିଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଭିଜିବିଲିଟି କମ୍ ରହିଥିଲା ଯାହାର ଫାଇଦା ନେଇଥିଲେ ଆତଙ୍କବାଦୀ । ଏହି ସମୟରେ ଆତଙ୍କବାଦୀ ମାନେ ସେନାଙ୍କ ଗାଡ଼ି ଉପରକୁ ଗ୍ରେନେଡ଼ ମାଡ଼ କରିଥିବା କରିଥିଲେ । ଫଳରେ ୫ ଜଣ ଯବାନ ସହିଦ ହୋଇଥିଲେ । ଏହି ୫ ଯବାନ କାଉଣ୍ଟର ଟେରରିଜିମ ଅପରେସନରେ ମୁତୟନ ହୋଇଥିଲେ । ସେମାନେ ହେଲେ ହାବିଲଦାର ମନଦୀପ ସିଂ, ଲାନ୍ସ ନାଏକ ଦେବାଶିଷ ବିଶ୍ବାଳ, କୁଲୱନ୍ତ ସିଂ, ସିପାହୀ ହରକ୍ରିଷନ ସିଂ ଓ ସେବକ ସିଂ । ସେନାର white night crops ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି । ସେପଟେ ଆତଙ୍କବାଦୀ ଆକ୍ରମଣ ଲାଗି ପି.ଏ.ଏଫ୍.ଏଫ୍ ସଙ୍ଗଠନ ନିଜକୁ ଦାୟୀ କରିଛି । ପାକିସ୍ତାନର ଜୈଶ-ଇ- ମହମ୍ମଦ ଦ୍ବାରା ଏହି ଆତଙ୍କୀ ସଙ୍ଗଠନ ପରିଚାଳିତ ହୁଏ ।  ତେବେ ଏହି ଆକ୍ରମଣରେ ଆଉ କିଛି ଯବାନ ଆହତ ହୋଇଥିବା ବେଳେ ବର୍ତ୍ତମାନ ସୋମାନେ ଚିକିତ୍ସାଧୀନ ରହିଛନ୍ତି ।

ଏହା ବି ପଢନ୍ତୁ-Weather Update: ମାଡ଼ି ଆସୁଛି କାଳବୈଶାଖୀ; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ କୁଆପଥର ବର୍ଷା ସମ୍ଭାବନା