Weather Update: ମାଡ଼ି ଆସୁଛି କାଳବୈଶାଖୀ; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ କୁଆପଥର ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha1663024

Weather Update: ମାଡ଼ି ଆସୁଛି କାଳବୈଶାଖୀ; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ କୁଆପଥର ବର୍ଷା ସମ୍ଭାବନା

Weather Update: ଶୁକ୍ରବାର ଦିନଠାରୁ ପାଗରେ ପରିବର୍ତ୍ତନ ଆସିଛି । ଥଣ୍ତା ପବନ ସହ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ଯ ହୋଇଛି । ଫଳରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ତଳେ ରହିଛି । ତେବେ ଆଗାମୀ ୩ରୁ ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Weather Update: ତାତରୁ ଆଶ୍ବସ୍ତି। କାଳବୈଶାଖୀ ଲାଗି ବଦଳିଲା ପାଗ । ଅସହ୍ୟ ଗରମରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ । ଗଲା କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଥିଲେ ଲୋକେ । ଅସହ୍ୟ ତାତି (Heat Wave) ସହ ପ୍ରବଳ ଖରାରେ ପଦାକୁ ଗୋଡ଼ କାଢିବା ମୁସ୍କିଲ ହୋଇପଡ଼ିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଦିନ ୧୦ଟା ବେଳକୁ ଖାଁ ଖାଁ ହୋଇଯାଉଥିଲା ରାସ୍ତାଘାଟ । ତାପମାତ୍ରାରେ ଅହେତୁକ ବୃଦ୍ଧି ହେତୁ କଲବଲ ହେଉଥିଲେ ଲୋକେ । ତେବେ ଶୁକ୍ରବାର ଦିନଠାରୁ ପାଗରେ ପରିବର୍ତ୍ତନ ଆସିଛି । ଥଣ୍ତା ପବନ ସହ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ଯ ହୋଇଛି । ଫଳରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ତଳେ ରହିଛି । ତେବେ ଆଗାମୀ ୩ରୁ ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ (Bhubaneswar Metrology Department) ପକ୍ଷରୁ ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ, କାଳବୈଶାଖୀ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ଷା ହେବା ସମୟରେ ପ୍ରାୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବ । ଘଡ଼ଘଡ଼ି ଓ ବିଜୁଳି ସହ କେତେକ ସ୍ଥାନରେ କୁଆପଥର ବର୍ଷା (Hail Rain) ହେବା ନେଇ ସମ୍ଭାବନା ରହିଛି । ତେବେ ଏନେଇ ବିଭାଗ ପକ୍ଷରୁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରାଯାଇଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ତି, ମାଲକାନଗିରି, କଟକ, ରାୟଗଡ଼ା, ଜଗତସିଂହପୁର, ନବରଙ୍ଗପୁର, ଗଞ୍ଜାମ, କୋରାପୁଟ, ନୟାଗଡ଼, ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା (Rain) ହେବା ନେଇ ପୂର୍ବାନୁମାନ କରାଯାଇଛି ।  ତେବେ ରାୟଗଡ଼ା, କୋରାପୁଟ , ଗଞ୍ଜାମ, କନ୍ଧମାଳ, କଳାହାଣ୍ତି, ନବରଙ୍ଗପୁର ଆଦି ୬ଟି ଜିଲ୍ଲାରେ ପ୍ରବଳ କୁଆପଥର (Hail rain) ମାଡ଼ ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଶୁକ୍ରବାର ଦିନଠାରୁ ପାଗ ବଦଳିବା ପରେ ରାଜଧାନୀ ଭୁବନେଶ୍ବରରେ ପ୍ରାୟ ୭ ଡ଼ିଗ୍ରୀ ତାପମାତ୍ରା ହ୍ରାସ ପାଇଛି । ଖାଲି ରାଜଧାନୀ ନୁହେଁ ସମଗ୍ର ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା କମିଛି । ବିଶେଷ କରି ହିଟ୍ ୱେବ (Heat wave warning) ଜାରି ହୋଇଥିବା ପଶ୍ଚିମ ଓଡ଼ିଶାକୁ ତାତିରୁ ମୁକ୍ତି ମିଳିଛି ।

 

ପ୍ରକାଶ ଥାଉ କି, ପ୍ରକାଶ ଥାଉ କି, ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଏପ୍ରିଲ ୧୯ ତାରିଖରେ ରାଜ୍ୟ ସରକାର ଖରା ଛୁଟି ( School Closed) ଘୋଷଣା କରିଥିଲେ। ଏବେ ରାଜ୍ୟର ସମସ୍ତ ସରକାର ଓ ବେସରକାରୀ ସ୍କୁଲ ବନ୍ଦ ରହିଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ( Odisha government) ଆଗୁଆ ଛୁଟି ଘୋଷଣା କରିଛନ୍ତି। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର୍‌ କରିଛିା  ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଛୁଟି ଘୋଷଣା କରାଯାଇଛି।