Naba Das Property: ଓଡ଼ିଶା ସବୁଠାରୁ ଧନୀ ମନ୍ତ୍ରୀଙ୍କ ନିଧନ, ଜାଣନ୍ତୁ କେତେ ଟଙ୍କାର ମାଲିକ ଥିଲେ ନବ ଦାସ?
Advertisement
Article Detail0/zeeodisha/odisha1549517

Naba Das Property: ଓଡ଼ିଶା ସବୁଠାରୁ ଧନୀ ମନ୍ତ୍ରୀଙ୍କ ନିଧନ, ଜାଣନ୍ତୁ କେତେ ଟଙ୍କାର ମାଲିକ ଥିଲେ ନବ ଦାସ?

Odisha Health Minister Naba Kishore Das: ଓଡ଼ିଶା ସବୁଠାରୁ ଧନୀ ମନ୍ତ୍ରୀଙ୍କ ନିଧନ ହୋଇଛି । ମନ୍ତ୍ରୀ ନବ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସବୁଠାରୁ ଧନୀ ମନ୍ତ୍ରୀ ଭାବେ ଗଣନା କରାଯାଉଥିଲା । ମନ୍ତ୍ରୀ ନବ ଦାସ ପ୍ରାୟ ୩୩ କୋଟି ଟଙ୍କା ମୂଲ୍ୟ ସମ୍ପତ୍ତିର ମାଲିକ ଥିଲେ ।

ସାଙ୍କେତିକ ଛବି

Minister Naba Kishore Das Property: ଜାନୁଆରୀ ୨୯ ତାରିଖ ରବିବାର ନିଜ ନିର୍ବାଚନଣ୍ଡଳୀରେ ହୋଇଥିବା ଗୁଳି ମାଡ଼ରେ ଝାରସୁଗୁ଼ଡ଼ା ବିଧାୟକ ତଥା ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ (Naba Kishore Das) ପ୍ରାଣ ହରାଇଛନ୍ତି । ଓଡ଼ିଶା ପୋଲିସ ବିଭାଗର ଜଣେ ଏଏସଆଇ ତାଙ୍କୁ ଗାନ୍ଧୀ ଛକ ନିକଟରେ ଗୁଳି ଚଳାଇଥିଲା । ଗୁଳିମାଡ଼ ପରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 

ଗୁଳିମାଡ଼ ପରେ ପ୍ରଥମେ ମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ମଧ୍ୟ ହସ୍ପିଟାଲରେ ପହଞ୍ଚି ତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ମନ୍ତ୍ରୀ ନବ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସବୁଠାରୁ ଧନୀ ମନ୍ତ୍ରୀ ଭାବେ ଗଣନା କରାଯାଉଥିଲା । ମନ୍ତ୍ରୀ ନବ ଦାସ ପ୍ରାୟ ୩୩  କୋଟି ଟଙ୍କା ମୂଲ୍ୟ ସମ୍ପତ୍ତିର ମାଲିକ ଥିଲେ ।

ମନ୍ତ୍ରୀଙ୍କର ବିଳାସପୂର୍ଣ୍ଣ ଗାଡ଼ି ସଉକ ମଧ୍ୟ ରହିଥିଲା । ଗତ ୨୦୧୯ ନିର୍ବାଚନରେ ଘୋଷିତ ସମ୍ପତ୍ତି ଅନୁଯାୟୀ ତାଙ୍କ ପାଖରେ ପାଖାପାଖି ୨୫ କୋଟି ଟଙ୍କା ମୂଲ୍ୟର ୮୦ ଗାଡି ରହିଥିଲା । କୁହାଯାଉଛି ଯେ ମନ୍ତ୍ରୀଙ୍କ ନିକଟରେ ରହିଥିବା ୮୦ ଗାଡ଼଼ି ମଧ୍ୟରେ ମର୍ସିଡିଜ୍ ବେଞ୍ଜ୍ କାର ମଧ୍ୟ ଅନ୍ତର୍ଭୂକ୍ତ ଥିଲା । ଯାହାର ମୂଲ୍ୟ ପ୍ରାୟ ୧ କୋଟି ୧୪ ଲକ୍ଷ ଟଙ୍କା ବୋଲି କୁହାଯାଉଛି ।

ନିକଟରେ ମନ୍ତ୍ରୀ ନବ ଦାସ ମହାରାଷ୍ଟ୍ରସ୍ଥିତ ଏକ ମନ୍ଦିରକୁ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ସୁନା କଳଶ ଦାନ କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା ହୋଇଥିଲା । କେବଳ ଏତିକି ନୁହେଁ ମନୀତ୍ର  ମହାରାଷ୍ଟ୍ରସ୍ଥିତ ଶନି ଶିଙ୍ଗଣାପୁର ମନ୍ଦିରକୁ ୧.୭ କିଲୋଗ୍ରାମ ସୁନା ଏବଂ ୫ କିଲୋଗ୍ରାମ ରୂପାରେ ନିର୍ମିତ କଳଶ ଦାନ କରିଥିଲେ । ନିର୍ବାଚନ ଦଲିଲ ଅନୁଯାୟୀ ତାଙ୍କ ପାଖରେ ୨ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର, ୨ ଲକ୍ଷ ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ୧.୮୧ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅଛି ବୋଲି ଜଣା ପଡିଥିଲା ।

ସମ୍ପତ୍ତି ମାମଲାରେ ମନ୍ତ୍ରୀ ନବ ଦାସଙ୍କ ପତ୍ନୀ ମଧ୍ୟ ତାଙ୍କ ପଛରେ ନାହାଁନ୍ତି । ତାଙ୍କ ପାଖରେ ପ୍ରାୟ ୩୦ କୋଟି ଟଙ୍କା ମୂଲ୍ୟର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ରହିଥିବା କୁହାଯାଉଛି । ଖବର ଅନୁଯାୟୀ ମନ୍ତ୍ରୀଙ୍କ ପତ୍ନୀଙ୍କ ନାମରେ ସମ୍ବଲପୁରର ବିଭିନ୍ନ ବ୍ୟାଙ୍କରେ ୩ କୋଟିରୁ ଅଧିକ ଟଙ୍କା ଜମା ହୋଇଛି । ଏହା ବ୍ୟତୀତ ସେ ଷ୍ଟକ୍ ମାର୍କେଟରେ ମଧ୍ୟ ବଡ ଧରଣର ନିବେଶ କରିଛନ୍ତି ।

ଓଡ଼ିଶା ସରକାରର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ଜଣାଶୁଣା ନବ କିଶୋର ଦାସ ପୂର୍ବରୁ କଂଗ୍ରେସ ଦଳରେ ଥିଲେ । ରାଜ୍ୟର ଭେଟେରାନ୍ ରାଜନେତାଙ୍କ ମଧ୍ୟରେ ଗଣିତ ହେଉଥିଲେ । ପରେ କଂଗ୍ରେସ ଛାଡି ବିଜେଡି ହାତ ଧରିଥିଲେ । ବିଜେଡି ହାତ ଧରିବା ପରେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାସ୍ଥ୍ୟ ଏବଂ ପାରିବାରିକ କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ପ୍ରଦାନ କରିଥିଲେ ।