ଗୁଆ-ଚାଉଳରେ ୟୁ-ଟର୍ଣ୍ଣ, ବିରୋଧିଙ୍କ ପାଟି ଚୁପ୍‍ କଲେ ସରକାର, ଶ୍ରୀମନ୍ଦିର ପ୍ରଶାସନ ନିରବ
Advertisement
Article Detail0/zeeodisha/odisha2067022

ଗୁଆ-ଚାଉଳରେ ୟୁ-ଟର୍ଣ୍ଣ, ବିରୋଧିଙ୍କ ପାଟି ଚୁପ୍‍ କଲେ ସରକାର, ଶ୍ରୀମନ୍ଦିର ପ୍ରଶାସନ ନିରବ

ମିଳିଥିବା ଗୁଆ ଚାଉଳ ଶ୍ରୀମନ୍ଦିର ଯିବ। ଖାଲି ସେତିକି ନୁହେଁ, ଏହା ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତିରେ ଲାଗିବ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ।  ଏହାକୁ ସରକାରଙ୍କଠାରୁ ନିଯୋଗ ଗ୍ରହଣ କରିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆର ଓ ସମ୍ପାଦକ ନାରାୟଣ ମହାସୁଆର ସ୍ପଷ୍ଟ କରିଛନ୍ତି। 

ଗୁଆ-ଚାଉଳରେ ୟୁ-ଟର୍ଣ୍ଣ, ବିରୋଧିଙ୍କ ପାଟି ଚୁପ୍‍ କଲେ ସରକାର, ଶ୍ରୀମନ୍ଦିର ପ୍ରଶାସନ ନିରବ

ଭୁବନେଶ୍ୱର: ଅର୍ପଣ ରଥ ମାଧ୍ୟମରେ ମିଳିଥିବା ଗୁଆ ଚାଉଳ ଶ୍ରୀମନ୍ଦିର ଯିବ। ଖାଲି ସେତିକି ନୁହେଁ, ଏହା ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତିରେ ଲାଗିବ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ।  ଏହାକୁ ସରକାରଙ୍କଠାରୁ ନିଯୋଗ ଗ୍ରହଣ କରିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆର ଓ ସମ୍ପାଦକ ନାରାୟଣ ମହାସୁଆର ସ୍ପଷ୍ଟ କରିଛନ୍ତି। ନିଯୁଗର ଏହି ବୟାନ ଦ୍ୱାରା ସାରା ରାଜ୍ୟରେ ବିରୋଧିଙ୍କ ରାଜନୀତିକୁ ୟୁ-ଟର୍ନ ନେଇଛି।  ହେଲେ ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କିଛି ବୟାନ ଦିଆଯାଇ ନାହିଁ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନ ଦିନଠାରୁ  ଏହି ଗୁଆ, ଚାଉଳ ଓ ନଡ଼ିଆକୁ ନେଇ ରାଜନୀତି ସରଗରମ ହୋଇଥିଲା। ପ୍ରକଳ୍ପ ଉଦ୍‍ଘାଟନ ହୋଇଥିଲେ ମଧ୍ୟ ଲୋକେ ଭାବପ୍ରବଣ ହୋଇ ଅର୍ଘ୍ୟ ଭାବେ ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ କରିଥିବା ଏସବୁ ସାମଗ୍ରୀ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଗଚ୍ଛିତ ହୋଇ ରଖାଯିବା ଲୋକଙ୍କ ଅସନ୍ତୋଷକୁ ବଢ଼ାଇଥିଲା।   ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ସରକାରଙ୍କୁ ଏଥିନେଇ ସମାଲୋଚନା କରିଥିଲେ। ଲୋକଙ୍କ ଭାବାବେଗ ସହ ଏହାଦ୍ୱାରା ଖେଳ ଖେଳାଯାଉଛି ବୋଲି ଅଭିଯୋଗ ହୋଇଥିଲା। ହେଲେ ଏବେ ମନ୍ଦିରର ସୁଆର ମହାସୁଆର ନିଯୋଗ ପକ୍ଷରୁ ଏପରି ବୟାନ ଆସିବା ସମସ୍ତଙ୍କ ପାଟି ଚୁପ୍‍ କରିଛି। 

ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି ଯେ, ସଂଗୃହୀତ ଚାଉଳକୁ କୋଇଲି ବୈକୁଣ୍ଠରେ ଗଚ୍ଛିତ କରାଯିବ । ଏହି ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ କାମରେ ଲାଗିବ। ଭକ୍ତଙ୍କଠାରୁ ବିଭିନ୍ନ ମାନର ଅରୁଆ ଚାଉଳ ସଂଗ୍ରହ ହୋଇଛି। ଏହି ଚାଉଳରେ ଅନ୍ନପ୍ରସାଦ ପ୍ରସ୍ତୁତ ହୋଇପାରିବ ନାହିଁ। ତେଣୁ ଏଥିରେ ଖେଚୁଡ଼ି ଭୋଗ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ଲାଗି ଯୋଜନା କରାଯାଇଛି। ଖେଚୁଡ଼ି ସହିତ କିଛି ଚାଉଳରୁ ପିଠା ଓ ଝୋଟିପାଇଁ ଚିତାପିଠଉ ପ୍ରସ୍ତୁତ କରାଯିବ। ସଂଗୃହୀତ ଚାଉଳର କିଛି ଅଂଶ ଆଳତି ବଟା ଓ ବନ୍ଦାପନା କାର୍ଯ୍ୟରେ ବ୍ୟବହୃତ ହେବ। ସେହିପରି ସଂଗୃହୀତ ଗୁଆ ଶ୍ରୀଜିଉମାନଙ୍କ ପାଇଁ ପ୍ରସ୍ତୁତ ବିଡ଼ିଆପାନରେ ବ୍ୟବହାର କରାଯିବ।

କିଛିଦିନ ତଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଥିଲେ।  ଅର୍ପଣ ରଥ ସରକାରଙ୍କ ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ ହୋଇପାରେ ବୋଲି ସେ କହିଥିଲେ। ଶ୍ରୀମନ୍ଦିର ପ୍ରଶାସନ ସହ ଏ ବାବଦରେ କୌଣସି ଆଲୋଚନା ହୋଇ ନଥିବା ସେ କହିଥିଲେ।  ଏହା ବିରୋଧୀଙ୍କ ରାଜନୀତିକୁ ଅଧିକ ଶାଣିତ କରିଥିଲା। ଏବେ ସୁଆର-ମହାସୁଆର ନିଯୋଗର ଏ ନିଷ୍ପତ୍ତି ପଛରେ ଶ୍ରୀମନ୍ଦିରର ଅନ୍ୟ ନିଯୋଗଙ୍କ ମନ୍ତବ୍ୟ ବି ରଖାଯାଇ ନାହିଁ, କି ପ୍ରଶାସନ ବି କିଛି ଏ ବିଷୟରେ କହି ନାହିଁ। ଏଣୁ ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାରର ଚାଉଳ ପ୍ରବେଶକୁ କିପରି ଗ୍ରହଣ କରାଯିବ ସେ ନେଇ ବି ପ୍ରଶ୍ନ ଅମୀମାଂସିତ ରହିଛି।

Also Read- Antibiotics: ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ମନା !

Also Read- Manipur violence: ମଣିପୁର ହିଂସାକାଣ୍ଡରେ ୫ ମୃତ, ୪ ବିଏସଏଫ ଯବାନ ଆହତ, ପଠାଯିବ ୩ଟି କମାଣ୍ଡୋ ୟୁନିଟ୍