Odisha Weather Today: ରଜମଉଜକୁ ବରବାଦ କଲା ଗୁଳୁଗୁଳି, ଆହୁରି କେତେଦିନ କରିବ ଛଟପଟ?
Advertisement
Article Detail0/zeeodisha/odisha2294668

Odisha Weather Today: ରଜମଉଜକୁ ବରବାଦ କଲା ଗୁଳୁଗୁଳି, ଆହୁରି କେତେଦିନ କରିବ ଛଟପଟ?

Odisha Weather Today: ରାଜ୍ୟର ୧୧ଟି ଜିଲ୍ଲାରେ ସ୍ବାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଗତକାଲି ହୋଇଥିବା ବର୍ଷାରେ ଫୁଲବାଣୀରେ ସର୍ବାଧିକ ୩୦ ମିମି ବର୍ଷା ରେକର୍ଡ କରାଯାଇଥିଲା।

 

Odisha Weather Today: ରଜମଉଜକୁ ବରବାଦ କଲା ଗୁଳୁଗୁଳି, ଆହୁରି କେତେଦିନ କରିବ ଛଟପଟ?

Odisha Weather Today: ଫିକା ପଡ଼ିଲା ରଜ ମଉଜ। ଲୁଚକାଳି ଖେଳୁଛି ମୌସୁମୀ । ଓଡ଼ିଶା ସୀମା ଛୁଇଁବା ପରେ କୁଆଡେ ଲୁଚିଯାଇଛି ଚଳିତ ବର୍ଷର ମୌସୁମୀ। ତେବେ ୫ଦିନ ମଧ୍ୟରେ ରାଜ୍ୟର ଅନେକାଂଶରେ ମୌସୁମୀ  ଜନିତ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଗତକାଲି ସକାଳ ୮ଟା ସୁଦ୍ଧା ୧୪ ଟି ସହରରେ ବର୍ଷା ହୋଇଥିଲା । ହେଲେ ଉପକୂଳର କିଛି ସ୍ଥାନରେ ଗୁଳୁଗୁଳି ଜାରି ରହିଛି। କଲବଲ କରୁଛି ରାତିର ତାତି ସହ ପ୍ରବଳ ଗୁଳୁଗୁଳି । ୧୭ ତାରିଖରୁ ରାଜ୍ୟରେ ବର୍ଷା ବୋଲି ପାଣିପାଗ ବିଭାଗ ଆକଳନ କରିଛି ।  ବର୍ଷା ହେଲେ ମଧ୍ୟ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗରମ ସ୍ଥିତି ରହିବା ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜୁନ୍ ମାସରେ ଦୁଇ ରୁ ତିନୋଟି ଲଘୁଚାପ ସୃଷ୍ଟି ହେବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ବି ଲଘୁଚାପ ସୃଷ୍ଟି ହୋଇ ନାହିଁ । ଆସନ୍ତା ୨୫ ତାରିଖ ମଧ୍ୟରେ ବି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ। ସେପଟେ ଆସନ୍ତା ୧୭ ତାରିଖରୁ ରାଜ୍ୟରେ ବଡ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉତ୍ତର ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ । ୧୯ ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

ପାଣିପାଗ ବିଭାଗର ସୂଚନାନୁଯାୟୀ, ଜୁନ୍ ୧୪ ରୁ ୧୭ ହଟ୍ ଆଣ୍ଡ ହ୍ୟୁମିଡିଟି ସ୍ଥିତି ପାଇଁ ସତର୍କ କରାଇଥିଲା ପାଣିପାଗ କେନ୍ଦ୍ର। ୩ ରୁ ୪ ଦିନ ମଧ୍ୟରେ ଆଗକୁ ବଢିବ ମୌସୁମୀ। ତେବେ ଧିରେ ଧିରେ ଅନୁକୁଳ ହେଉଛି ପାଗ। ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ମୌସୁମୀ ସକ୍ରିୟ ହେଲେ ନିଅଣ୍ଟିଆ ଭରଣା କରିବା ଆଶା ରଖାଯାଇଛି। ପାଣିପାଗ ବିଭାଗର କହିବା କଥା,  ଦୁଇଟି ଜିଲ୍ଲା କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅଟକି ଯାଇଛି ମୌସୁମୀ। ଆଗକୁ ବଢିବାକୁ ବଳ ପାଉନି ମୌସୁମୀ। ଆସନ୍ତା ୪ ଦିନ ମଧ୍ୟରେ କାଳବୈଶାଖୀ ବର୍ଷା ବଢିବା ସହ ମୌସୁମୀ ଆଗକୁ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। 

ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୦.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ୬୬.୧ ମିଲିମିଟର ବର୍ଷା ରେକର୍ଡ ହେବା କଥା। ଯାହା ସ୍ବାଭାବିକ ବର୍ଷା ଠାରୁ ୨୮ ପ୍ରତିଶତ କମ୍। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ସ୍ବାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଗତକାଲି ହୋଇଥିବା ବର୍ଷାରେ ଫୁଲବାଣୀରେ ସର୍ବାଧିକ ୩୦ ମିମି ବର୍ଷା ରେକର୍ଡ କରାଯାଇଥିଲା। ସେହିପରି କଟକରେ ୨୮.୮ ମିମି, ନବରଙ୍ଗପୁରରେ ୨୦ ମିମି, ବୌଦ୍ଧରେ ୧୭ ମିମି, ଢେଙ୍କାନାଳରେ ୨୦ ମିମି, ବର୍ଷା ରେକର୍ଡ କରାଯାଇଛି। ସେହିପରି ଆସନ୍ତା ୪ଦିନ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ା ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅନ୍ୟପଟେ କୋରାପୁଟ, ରାୟଗଡା, ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। 

Also Read:  Lucky Rashi 2024: ଶହେବର୍ଷ ପରେ ଏକାଥରେ ୩ ଅଦ୍ଭୁତ ସଂଯୋଗ, ୩ଟି ରାଶିର ଖୋଲିଯିବ ଭାଗ୍ୟ!

Also Read: Laxmi Narayan Yog: ବୁଧଶୁକ୍ର ୟୁତି ଆଣୁଛି ଲକ୍ଷ୍ମୀ ନାରାୟଣ ଯୋଗ, ୩ ରାଶିଙ୍କୁ ବଡ଼ ଲାଭ