Odisha Whether Report: ଆଗାମୀ ୨ ଦିନରେ ଶୀତରେ ଥରିବ ରାଜ୍ୟର ଏସବୁ ଅଞ୍ଚଳ, IMD ଜାରି କଲା ୟେଲୋ ୱାର୍ଣ୍ଣିଂ
Advertisement
Article Detail0/zeeodisha/odisha1518503

Odisha Whether Report: ଆଗାମୀ ୨ ଦିନରେ ଶୀତରେ ଥରିବ ରାଜ୍ୟର ଏସବୁ ଅଞ୍ଚଳ, IMD ଜାରି କଲା ୟେଲୋ ୱାର୍ଣ୍ଣିଂ

IMD weather update: ଭାରତୀୟ ପାଣିପାଗ ବିଭାଗ ନିଜର ଲଟେଷ୍ଟ ପାଣିପାଗ ବୁଲେଟିନରେ କହିଛି ଯେ ଉତ୍ତର-ପଶ୍ଚିମ ଅଥବା ଉତ୍ତର ଶୁଷ୍କ ପବନ ଓଡି଼ଶାରେ ପ୍ରବେଶ କରୁଛି ଓ ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡି଼ଶାର କିଛି ଅଞ୍ଚଳରେ ଶୀତ ଲହରୀ ଜାରି ରହିବ ।

ସୌ: ସୋସିଆଲ ମିଡିଆ

Odisha Whether Report: ଓଡି଼ଶାର ବିଭିନ୍ନ ଅଞ୍ଚଳକୁ ନେଇ ଶନିବାର ଦିନ ଭାରତ ପାଣିପାଗ ବିଭାଗ (India Meteorological Department) ପୂର୍ବାନୁମାନ କରିଛି ଯେ ଆସନ୍ତା କିଛି ଦିନ ପାଇଁ ରାଜ୍ୟର ବିଭିନ୍ନ ଅଂଚଳରେ ଶୀତ ଲହରୀ ଜାରି ରହିବ। ଏପରି ପରିସ୍ଥିତିରେ ରାଜ୍ୟର ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ତିନିରୁ ପାଞ୍ଚ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । 

ଆଗାମୀ କାଲି ସକାଳ ୮:୩୦ ପର୍ଯ୍ୟନ୍ତ ଝାରସୁଗୁଡା, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ଏଥିରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୀତ ଲହରୀ  ଅଧିକ ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା କାଲି ରବିବାର ସକାଳ ୮:୩୦ ରୁ ସୋମବାର ଅର୍ଥାତ ୯ ତାରିଖ ସକାଳ ୮:୩୦ ପର୍ଯ୍ୟନ୍ତ ଝାରସୁଗୁଡା, ସୁନ୍ଦରଗଡ଼, ଦେଓଗଡ, ସମ୍ବଲପୁର, ସୋନେପୁର, ବୌଦ୍ଧ, କନ୍ଧମାଳ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ ଓ  ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥି ମଧ୍ୟରୁ କେତେକ ଜିଲ୍ଲାରେ ମଧ୍ୟ ଅଧିକ ଶୀତ ଲହରୀ ଦେଖିବାକୁ ମିଳିପାରେ ।

ଉତ୍ତର ଭାରତର ଅନେକ ଅଞ୍ଚଳରେ ମଧ୍ୟ ଶୀତର ଲହର ଜାରି ରହିଛି । ଗୁରୁବାର ଦିନ ଦିଲ୍ଲୀ ସବୁଠାରୁ ଅଧିକ ଶୀତ ରେକର୍ଡ ହୋଇଛି । ପଞ୍ଜାବ, ଝାଡଖଣ୍ଡ ଓ ବିହାରର ଅନେକ ସହରରେ ଘନ କୁହୁଡ଼ି ଓ ଶୀତ ଲହର ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀତ ଯୋଗୁଁ ଟ୍ରେନ୍ ଓ ବିମାନ ମଧ୍ୟ ଦେଶର ଅନେକ ଜାଗାରେ ବିଳମ୍ବରେ ଚାଲୁଛି ।

ଦିଲ୍ଲୀ ଏବଂ ଏନସିଆର ଗୁରୁବାର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରେକର୍ଡ କରିଛି, ଯାହା ସ୍ୱାଭାବିକଠାରୁ ୪ ଡିଗ୍ରୀ ତଳେ ରହିଛି। ଏହି ସିଜିନରେ ସବୁଠାରୁ ଅଧିକ ଶୀତ ଏଠାରେ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଦିଲ୍ଲୀରେ ଶୀତ ଲହର ମଧ୍ୟ ଜାରି ରହିବ, ଯେଉଁଥିପାଇଁ ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର ଭାରତର ସର୍ବନିମ୍ନ ତାପମାତ୍ରାରେ ୨ ରୁ ୪ ଡିଗ୍ରୀ ହ୍ରାସ ହେବ ବୋଲି IMD ପୂର୍ବାନୁମାନ କରିଛି ।

ଏହା ବି ପଢ଼ନ୍ତୁ: Free Ration Scheme: ସମସ୍ତଙ୍କୁ ମିଳିବ ନାହିଁ ମାଗଣା ରାସନ! ଗରିବ କଲ୍ୟାଣ ଯୋଜନାରେ ବଡ଼ ପରିବର୍ତ୍ତନ

ଏହା ବି ପଢ଼ନ୍ତୁ: Paternity Leave Policy: ଚାକିରି କରୁଥିବା ପୁରୁଷ ମାନଙ୍କ ପାଇଁ ବଡ଼ ଖୁସି ଖବର! ଏଣିକି ବାପା ହେବାରୁ ମିଳିବ ୩ ମାସର ଛୁଟି