OIL Price: ଆପଣ ବିଶ୍ୱାସ ବି କରିପାରିବେନି, ଏଠାରେ ମାତ୍ର ୨ ଟଙ୍କାରେ ମିଳୁଛି ପେଟ୍ରୋଲ
Advertisement

OIL Price: ଆପଣ ବିଶ୍ୱାସ ବି କରିପାରିବେନି, ଏଠାରେ ମାତ୍ର ୨ ଟଙ୍କାରେ ମିଳୁଛି ପେଟ୍ରୋଲ

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ଡେଇଁଥିବା ବେଳେ ବିଶ୍ୱରେ ଅନେକ ଦେଶ ଏପରି ଅଛି ଯେଉଁଠାରେ ପେଟ୍ରୋଲ ଦର ପାଣିଠାରୁ ମଧ୍ୟ ଶସ୍ତା ରହିଛି। ଭାରତୀୟ ବଜାରରେ ଗୋଟିଏ ଲିଟର ପାଣି ବୋତଲ ୨୦ ଟଙ୍କାରେ ମିଳୁଥିବା ବେଳେ ଏଭଳି ରାଷ୍ଟ୍ର ରହିଛି ଯେଉଁଠାରେ ପେଟ୍ରୋଲ ଦର ୧୦ ଟଙ୍କାରୁ କମ ରହିଛି। ଭେନେଜୁଏଲା ସମେତ ଅନେକ ଦେଶ ଅଛି ଯେଉଁଠାର

OIL Price: ଆପଣ ବିଶ୍ୱାସ ବି କରିପାରିବେନି, ଏଠାରେ ମାତ୍ର ୨ ଟଙ୍କାରେ ମିଳୁଛି ପେଟ୍ରୋଲ

OIL Price: ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ଡେଇଁଥିବା ବେଳେ ବିଶ୍ୱରେ ଅନେକ ଦେଶ ଏପରି ଅଛି ଯେଉଁଠାରେ ପେଟ୍ରୋଲ ଦର ପାଣିଠାରୁ ମଧ୍ୟ ଶସ୍ତା ରହିଛି। ଭାରତୀୟ ବଜାରରେ ଗୋଟିଏ ଲିଟର ପାଣି ବୋତଲ ୨୦ ଟଙ୍କାରେ ମିଳୁଥିବା ବେଳେ ଏଭଳି ରାଷ୍ଟ୍ର ରହିଛି ଯେଉଁଠାରେ ପେଟ୍ରୋଲ ଦର ୧୦ ଟଙ୍କାରୁ କମ ରହିଛି। ଭେନେଜୁଏଲା ସମେତ ଅନେକ ଦେଶ ଅଛି ଯେଉଁଠାରେ ପେଟ୍ରୋଲ ମୂଲ୍ୟ ଏହାଠାରୁ ବହୁତ କମ୍ ଅଟେ।

ଭେନଜୁଏଲାରେ ମିଳେ ସବୁଠାରୁ ଶସ୍ତା ପେଟ୍ରୋଲ
ଦକ୍ଷିଣ ଆମେରିକାର ମହାଦ୍ୱୀପରେ ଥିବା ଭେନଜୁଏଲାରେ ବିଶ୍ୱରେ ସବୁଠାରୁ ଶସ୍ତାରେ ପେଟ୍ରୋଲ ମିଳୁଛି। ଭେନଜୁଏଲାରେ ମାତ୍ର ଦୁଇ ଟଙ୍କାରୁ କମ ଟଙ୍କାରେ ଏକ ଲିଟର ପେଟ୍ରୋଲ ମିଳୁଛି। ଏଠାରେ ପେଟ୍ରୋଲ ଦର ମାତ୍ର ୧.୫୦ ଟଙ୍କାରେ ଏକ ଲିଟର ପେଟ୍ରୋଲ ମିଳୁଛି। 

ଇରାନରେ ମାତ୍ର ୪.୫୦ରେ ମିଳୁଛି ପେଟ୍ରୋଲ ଦର
ଅଶୋଧିତ ତୈଳ ଉତ୍ପାଦନକାରୀ ଦେଶ ମଧ୍ୟରୁ ଇରାନ ଅନ୍ୟତମ। ଏଠାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪.୫୦ ଟଙ୍କା। ଇରାନ ଭାରତ ସମେତ ବିଶ୍ୱର ଅନେକ ଦେଶକୁ ଅଶୋଧିତ ତୈଳ ରପ୍ତାନି କରେ।

ଅଙ୍ଗୋଲାରେ ୧୭.୮୨ ଟଙ୍କାରେ ପ୍ରତି ଲିଟର
ଦକ୍ଷିଣ-ପଶ୍ଚିମ ଆଫ୍ରିକାର ଏକ ଦେଶ ଅଙ୍ଗୋଲା ଏହାର ତୈଳ ଏବଂ ସୁନା ଖଣି ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ। ଅଶୋଧିତ ତୈଳ ଉତ୍ପାଦନ ହେତୁ ସେଠାରେ ପେଟ୍ରୋଲର ମୂଲ୍ୟ ବହୁତ କମ୍ ଅଟେ। ଅଙ୍ଗୋଲାରେ ଲିଟର ପିଛା ୧୭.୮୨ ଟଙ୍କାରେ ମିଳିଥାଏ। 

ଚତୁର୍ଥ ସ୍ଥାନରେ ରହିଛି ଆଲଜେରିଆର ନାମ
ଶସ୍ତା ପେଟ୍ରୋଲ ଦୃଷ୍ଟିରୁ ଆଫ୍ରିକୀୟ ଦେଶ ଆଲଜେରିଆର ନାମ ଚତୁର୍ଥ ସ୍ଥାନରେ ରହିଛି। ଆଲଜେରିଆର ଲୋକଙ୍କୁ ପେଟ୍ରୋଲ ପାଇଁ ମାତ୍ର ୨୫.୧୫ ଟଙ୍କା ଦେବାକୁ ପଡିବ।

କୁଏତରେ ପେଟ୍ରୋଲ ଲିଟର ପିଛା ୨୫.୧୫ ଟଙ୍କା 
ଦୁନିଆର ଅନେକ ଦେଶରେ, ଯେଉଁଠାରେ ପେଟ୍ରୋଲ ଜଳ ଅପେକ୍ଷା ଶସ୍ତା ଅଟେ। ଏଥି ସହ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ନେଇ ପାକିସ୍ତାନରେ ଅସନ୍ତୋଷ ଦେଖାଦେଇଛି। ପାକିସ୍ତାନରେ ଲୋକଙ୍କୁ ଏକ ଲିଟର ପେଟ୍ରୋଲ ପାଇଁ ୨୭୨.୯୫ ଟଙ୍କା ଦେବାକୁ ପଡୁଥିବାବେଳେ ଲୋକଙ୍କୁ ଗୋଟିଏ ଲିଟର ଡିଜେଲ ପାଇଁ ୨୭୩.୪୦ ଟଙ୍କା ଦେବାକୁ ପଡିବ।

Also Read: ICC World Cup 2023: ବିଶ୍ୱକପ ପାଇଁ ସର୍ଟଲିଷ୍ଟ ହେଲେ ଭାରତର ଏହି ୧୯ ଖେଳାଳି, ବାଦ ପଡିବେ ୪ ଜଣ! ଜାଣନ୍ତୁ ସଞ୍ଜୁ ଓ ସୂର୍ଯ୍ୟକୁମାର ସ୍ଥିତି

Also Read: Tilak Verma: ତିଲକ ବର୍ମାଙ୍କ ଧୁଆଁଧାର ବ୍ୟାଟିଂ, ଏହି ରେକର୍ଡରେ ଗୌତମ ଗମ୍ଭୀରଙ୍କୁ ପଛରେ ପକାଇଲେ

Also Read: Horoscope Today Aug 9 2023: ସମସ୍ୟାରେ ପଡ଼ିପାରନ୍ତି ଏହି ୩ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ