ICC World Cup 2023: ବିଶ୍ୱକପ ପାଇଁ ସର୍ଟଲିଷ୍ଟ ହେଲେ ଭାରତର ଏହି ୧୯ ଖେଳାଳି, ବାଦ ପଡିବେ ୪ ଜଣ! ଜାଣନ୍ତୁ ସଞ୍ଜୁ ଓ ସୂର୍ଯ୍ୟକୁମାର ସ୍ଥିତି
Advertisement
Article Detail0/zeeodisha/odisha1816086

ICC World Cup 2023: ବିଶ୍ୱକପ ପାଇଁ ସର୍ଟଲିଷ୍ଟ ହେଲେ ଭାରତର ଏହି ୧୯ ଖେଳାଳି, ବାଦ ପଡିବେ ୪ ଜଣ! ଜାଣନ୍ତୁ ସଞ୍ଜୁ ଓ ସୂର୍ଯ୍ୟକୁମାର ସ୍ଥିତି

ICC World Cup 2023: ତୃତୀୟ ସ୍ପିନର କଥା କହିଲେ, ଅକ୍ଷର ପଟେଲ ମଧ୍ୟ ଯଜୁଭେନ୍ଦ୍ର ଚହଲଙ୍କଠାରୁ ଆଗରେ ଅଛନ୍ତି । ଏସିଆ କପ୍ ପାଇଁ ଭାରତୀୟ ଦଳର ଚୟନ ଏହି ସପ୍ତାହ ଶେଷରେ କିମ୍ବା ଆସନ୍ତା ସପ୍ତାହରେ ହେବାର ସମ୍ଭାବନା ରହିଛି । ବିଶ୍ୱକପ ପାଇଁ ଭାରତର ସମ୍ଭାବ୍ୟ ୧୯ ସଦସ୍ୟ ବିଶିଷ୍ଟ ଦଳ ପ୍ରାୟ ପ୍ରସ୍ତୁତ ହୋଇସାରିଛି ।

ସୌ: ସୋସିଆଲ ମିଡିଆ

India's Probable Squad For 2023 World Cup: ଦିନିକିଆ ବିଶ୍ୱକପ ପାଇଁ ଭାରତର ସମ୍ଭାବ୍ୟ ୧୯ ସଦସ୍ୟ ବିଶିଷ୍ଟ ଦଳ ପ୍ରାୟ ପ୍ରସ୍ତୁତ ହୋଇସାରିଛି । ଏହା ଦେଖିବାକୁ ହେବ ଯେ ଏହି ୧୯ ଜଣଙ୍କ ମଧ୍ୟରୁ କେଉଁ ୧୫ ଜଣ ଖେଳାଳିଙ୍କୁ ବିସିସିଆଇ (BCCI) ଚୟନକର୍ତ୍ତାଙ୍କ ଦ୍ୱାରା ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ସୁଯୋଗ ଦିଆଯାଉଛି । ୱେଷ୍ଟଇଣ୍ଡିଜ୍ ଗସ୍ତରେ ସୂର୍ଯ୍ୟକୁମାର ଯାଦବ (Surya kumar yadav) ଓ ସଞ୍ଜୁ ସାମସନ (Sanju samson) କିଛି ବିଶେଷ ପ୍ରଦର୍ଶନ କରିପାରି ନଥିଲେ । ଏପରି ପରିସ୍ଥିତିରେ, ୧୫ ଜଣିଆ ଲିଷ୍ଟରେ ଉଭୟଙ୍କ ସ୍ଥାନ ଦୃଶ୍ୟମାନ ହେଉ ନାହିଁ । ଅତିରିକ୍ତ ଦ୍ରୁତ ବୋଲର ଭାବରେ ଜୟଦେବ ଉନାଦକାତ ଓ ଶାର୍ଦ୍ଦୁଲ ଠାକୁରଙ୍କ ମଧ୍ୟରୁ ଜଣେ ସ୍ଥାନ ପାଇପାରନ୍ତି । ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ବିଶ୍ୱକପ୍ (World Cup 2023) ମ୍ୟାଚ୍ ଅନୁଷ୍ଠିତ ହେବ । ୮ ଅକ୍ଟୋବରରେ ହେବାକୁ ଥିବା ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବାକୁ ପଡିବ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍ ପାଇଁ ଭାରତ ୧୬ ରୁ ୧୮ ଖେଳାଳି ଚୟନ କରିପାରେ । ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ସିରିଜରେ ଜୟଦେବ ଉନାଦକତ୍ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିବ । ଆହତ କେ.ଏଲ୍ ରାହୁଲ ଓ ଶ୍ରେୟସ୍ ଆୟରଙ୍କ ଆଗମନ ସହିତ ଭାରତର ସ୍ଥିତି ଆହୁରି ମଜବୁତ ହେବ ।

କିଏ ହେବେ ତୃତୀୟ ସ୍ପିନର?
ଦଳର ଅତିରିକ୍ତ ଦ୍ରୁତ ବୋଲର ଓ ଦଳର ତୃତୀୟ ସ୍ପିନରଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ । ଆଘାତରୁ ସୁସ୍ଥ ହେବା ପରେ ଜସପ୍ରୀତ ବୁମ୍ରା ପ୍ରତ୍ୟାବର୍ତ୍ତନ କରିଛନ୍ତି ଓ ସେ ୮୦ ପ୍ରତିଶତ ଫିଟ୍ ହୋଇଥିଲେ ମଧ୍ୟ ବିଶ୍ୱକପରେ ଖେଳିବେ । ସେହିଭଳି ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କ ଖେଳିବା ମଧ୍ୟ ସ୍ଥିର ହୋଇଛି । ଚତୁର୍ଥ ଦ୍ରୁତ ବୋଲର ଭୂମିକାରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ । ଆଶା କରାଯାଏ ଯେ ସେ ପ୍ରତ୍ୟେକ ମ୍ୟାଚ୍‌ରେ ସେ ୭ ରୁ ୮ ଓଭର ବୋଲିଂ କରିବେ ଓ ଏଭଳି ପରିସ୍ଥିତିରେ ରିଜର୍ଭ ଫାଷ୍ଟ ବୋଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ।

ଭଲ ରହିଛି ଶାର୍ଦ୍ଦୁଲଙ୍କ ପ୍ରଦର୍ଶନ 
ଯଦି ଆମେ ପ୍ରଦର୍ଶନ ବିଷୟରେ କହିବା, ତେବେ ଶାର୍ଦ୍ଦୁଲ ଠାକୁର ବହୁତ ଆଗରେ ଅଛନ୍ତି ଓ ୱେଷ୍ଟଇଣ୍ଡିଜ୍ ଗସ୍ତରେ ସେ ୩ଟି ODI ରେ ୮ ୱିକେଟ୍ ହାସଲ କରିଛନ୍ତି । ଜୟଦେବ ଉନାଦକାଟଙ୍କ ବିଷୟରେ କହିଲେ ସେ ବାମହାତୀ ଦ୍ରୁତ ବୋଲର ହୋଇଥିବାର ସୁଯୋଗ ପାଇପାରିନ୍ତି । ଅନ୍ୟ ଏକ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ ଏସୀୟ ଗେମ୍ସ ପାଇଁ ଦଳରେ ମନୋନୀତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ବିଶ୍ୱକପ ଦଳରେ ସ୍ଥାନ ପାଇବା ପାଇଁ ଉନାଦକତ୍ ରେସରେ ଯୋଗ ଦେଇଛନ୍ତି ।

ଏସିଆ କପ୍ ଓ ବିଶ୍ୱକପ୍ 2023 ପାଇଁ ଭାରତର ସମ୍ଭାବ୍ୟ ଗ୍ରୁଫ୍
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେ.ଏଲ୍ ରାହୁଲ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ (ୱିକେଟ କିପର) ଅକ୍ଷର ପଟେଲ, ସଞ୍ଜୁ ସାମସନ, ଶାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକତ, ମୁକେଶ କୁମାର, ୟୁଜବେନ୍ଦ୍ର ଚହଲ ।

ଏହା ବି ପଢ଼ନ୍ତୁ: Ind Vs WI: ଏଥିପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଫେଲ୍ ହେଉଛନ୍ତି ଶୁବମନ ଗିଲ, ସୂର୍ଯ୍ୟକୁମାର ଓ ସଞ୍ଜୁ ସାମସନ; ସାମ୍ନାକୁ ଆସିଲା ରୋଚକ ତଥ୍ୟ

ଏହା ବି ପଢ଼ନ୍ତୁ: Babar Azam 50th Century: ୫୦ଟି ଶତକ ଲଗାଇ ସାରିଲେଣି ବାବର ଆଜମ, ଦେଖନ୍ତୁ କ'ଣ ରହିଛି ବିରାଟ କୋହଲି-ରୋହିତ ଶର୍ମା ସ୍ଥିତି