Old Pension Scheme: ପୁରୁଣା ପେନସନ ଯୋଜନାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ସ୍କିମରେ ସ୍ୱିଚ୍ କରିବାକୁ ସରକାର ୱାନ୍ ଟାଇମ୍ ବିକଳ୍ପ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସରକାରୀ କର୍ମଚାରୀମାନେ ନୂତନ ପେନସନ ବ୍ୟବସ୍ଥାରୁ ପୁରୁଣା ପେନସନ ଯୋଜନାକୁ ଶିଫ୍ଟ କରିବାକୁ ସକ୍ଷମ ହେବେ ।
Trending Photos
Old Pension Scheme: ପୁରୁଣା ପେନସନ ଯୋଜନା (OPS) କୁ ନେଇ ଆଜିକାଲି ଜୋରଦାର ଚର୍ଚ୍ଚା ଚାଲିଛି । ଏହି ସମୟରେ ପୁରୁଣା ପେନସନ ଯୋଜନାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Eemployees) ଙ୍କୁ ପୁରୁଣା ପେନସନ ସ୍କିମରେ ସ୍ୱିଚ୍ କରିବାକୁ ସରକାର ୱାନ୍ ଟାଇମ୍ ବିକଳ୍ପ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସରକାରୀ କର୍ମଚାରୀମାନେ ନୂତନ ପେନସନ ବ୍ୟବସ୍ଥାରୁ ପୁରୁଣା ପେନସନ ଯୋଜନାକୁ ଶିଫ୍ଟ କରିବାକୁ ସକ୍ଷମ ହେବେ । ତେବେ ମୋଦି ସରକାର ନେଇଥିବା ଏହି ନିଷ୍ପତ୍ତି ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । କେବଳ ନିର୍ଦ୍ଦିଷ୍ଟ ସରକାରୀ କର୍ମଚାରୀମାନେ ଏହାର ଫାଇଦା ଉଠାଇବାକୁ ସକ୍ଷମ ହେବେ ।
ଆଜ୍ଞା ହଁ, ଏହି ଅପଡେଟ୍ ଅଧୀନରେ କେନ୍ଦ୍ର କର୍ମଚାରୀମାନେ ମଧ୍ୟ ପୁରୁଣା ପେନସନ (OPS) ପାଇବା ଆରମ୍ଭ କରିବେ । ସରକାର (Modi Govt) ଙ୍କ ତରଫରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର କର୍ମଚାରୀଙ୍କ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ପୁରୁଣା ପେନସନ ଯୋଜନା ଚୟନ କରିବାର ବିକଳ୍ପ ଦିଆଯାଇଛି । କାର୍ମିକ ମନ୍ତ୍ରଣାଳୟ ଦେଇଥିବା ଆଦେଶରେ କୁହାଯାଇଛି ଯେ, ଡିସେମ୍ବର ୨୨, ୨୦୦୩ ପୂର୍ବରୁ ବିଜ୍ଞାପିତ ଦିଆଯାଇଥିବା କିମ୍ବା ବିଜ୍ଞପ୍ତି ପ୍ରକାଶ ପାଇଥିବା ପଦବୀ ପାଇଁ କେନ୍ଦ୍ରୀୟ ସେବାରେ ଯୋଗ ଦେଉଥିବା କର୍ମଚାରୀଙ୍କୁ ଥରେ ପୁରୁଣା ପେନସନ (Old Pension Scheme) ର ବିକଳ୍ପ ଦିଆଯିବ । DoPPW ଅନୁଯାୟୀ, ଯୋଗ୍ୟ କର୍ମଚାରୀମାନେ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଥରେ ବିକଳ୍ପ ବ୍ୟବହାର କରିପାରିବେ ।
ଡିସେମ୍ବର ୨୨, ୨୦୦୩ ଠାରୁ ଜାତୀୟ ପେନସନ୍ ସିଷ୍ଟମ୍ (National Pension System:NPS) କୁ ଲାଗୁ କରାଯାଇଥିଲା । ଏହିପରି ସ୍ଥିତିରେ କର୍ମଚାରୀମାନେ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନସନ୍) ନିୟମ, ୧୯୭୨ (ବର୍ତ୍ତମାନ ୨୦୨୧) ଅନୁଯାୟୀ ପୁରୁଣା ପେନସନ (Old Pension Scheme) ପାଇବାକୁ ଯୋଗ୍ୟ ଅଟନ୍ତି । ଏହି ବିକଳ୍ପ ମାଧ୍ୟମରେ OPS ଚୟନ କରିବାକୁ କର୍ମଚାରୀଙ୍କ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୟ ଅଛି । ୨୦୦୪ ରେ ସେବାରେ ଯୋଗ ଦେଇଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) କର୍ମଚାରୀ ଓ ଅନ୍ୟାନ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବ । ପ୍ରକୃତରେ, ପ୍ରଶାସନିକ କାରଣରୁ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା ।
ସରକାରଙ୍କ ଏହି ପଦକ୍ଷେପ ପରେ କର୍ମଚାରୀଙ୍କ NPS ଅବଦାନ ଜେନେରାଲ ପ୍ରୋଭିଡେଣ୍ଟ ପାଣ୍ଠି (GPF) ରେ ଜମା ହେବ । ମୋଦି ସରକାରଙ୍କ ତରଫରୁ କୁହାଯାଇଥିଲା ଯେ, ପୁରୁଣା ପେନସନ ଯୋଜନା (OPS) ପୁନଃ ଲାଗୁ କରିବା ସରକାରଙ୍କ ଉପରେ ଅନାବଶ୍ୟକ ଆର୍ଥିକ ବୋଝ ପକାଇବ । ପୂର୍ବରୁ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡ, ରାଜସ୍ଥାନ, ଝାଡଖଣ୍ଡ ଏବଂ ହିମାଚଳ ପ୍ରଦେଶର ପୁରୁଣା ପେନସନ ପୁନଃ ଲାଗୁ କରାଯାଇଛି । ଏହା ବ୍ୟତୀତ ଆପ୍ ନେତୃତ୍ୱାଧୀନ ପଞ୍ଜାବ ସରକାର ମଧ୍ୟ ପୁରୁଣା ପେନସନ୍ ଲାଗୁ କରିଛି ।
ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ମହିଳାଙ୍କ ପାଇଁ ଖୁସି ଖବର, ଏଣିକି ପ୍ରତିମାସରେ ୧୦୦୦ ଟଙ୍କା ଦେବେ ସରକାର
ଅଧିକ ପଢ଼ନ୍ତୁ:-ଅହମ୍ମଦାବାଦ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତକୁ ନେଇ ବଡ଼ ବୟାନ ଦେଲେ ଅଷ୍ଟ୍ରେଲିଆ କୋଚ
ଅଧିକ ପଢ଼ନ୍ତୁ:-ଅହମ୍ମଦାବାଦ ଟେଷ୍ଟ ପୂର୍ବରୁ ଆସିଲା ବଡ଼ ଖବର, ଭାରତ ଛାଡି ବିଦେଶରେ ପହଞ୍ଚିଲେ ଟିମ୍ ଇଣ୍ଡିଆର ଏହି ସୁପରଷ୍ଟାର
ଆପଣଙ୍କୁ କହି ରଖୁଛୁ ଯେ, ଜାନୁୟାରୀ ୩୧ ପର୍ଯ୍ୟନ୍ତ ୨୩,୬୫,୬୯୩ କେନ୍ଦ୍ର କର୍ମଚାରୀ ଓ ୬୦,୩୨,୭୬୮ ରାଜ୍ୟ ସରକାରୀ କର୍ମଚାରୀ NPS ଅଧୀନରେ ନାମାଙ୍କିତ ଥିଲେ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଅନେକ ମକଦ୍ଦମା ଦାୟର ହେବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସାରା ଦେଶରେ ଅଦାଲତରେ ଶହ ଶହ ମାମଲା ଚାଲିଥିଲା, ସରକାର ଗୋଟିଏ ମାମଲାରେ ଜିତିପାରି ନାହାଁନ୍ତି । ସେପଟେ ସରକାରଙ୍କ ତରଫରୁ ଜାରି ଆଦେଶରେ କୁହାଯାଇଛି ଯେ, ଯେଉଁ କର୍ମଚାରୀମାନେ ପୁରୁଣା ପେନସନର ବିକଳ୍ପ ବ୍ୟବହାର କରିବାକୁ ଯୋଗ୍ୟ ଅଟନ୍ତି । କିନ୍ତୁ ଯଦି ସେମାନେ ଶେଷ ତାରିଖ (ଅଗଷ୍ଟ ୩୧) ପର୍ଯ୍ୟନ୍ତ ଏହି ବିକଳ୍ପକୁ ବ୍ୟବହାର ନକରନ୍ତି ତେବେ ସେମାନେ ଜାତୀୟ ପେନସନ୍ ସିଷ୍ଟମ୍ (NPS) ଅଧୀନରେ ରହିବେ । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଥରେ ଚୟନ ହୋଇଥିବା ବିକଳ୍ପ ଚୂଡାନ୍ତ ହେବ ।