OnePlus 12: ଶସ୍ତାରେ କିଣନ୍ତୁ ଏହି ଫୋନ, ରହିଛି ଜବରଦସ୍ତ ଫିଚର
Advertisement

OnePlus 12: ଶସ୍ତାରେ କିଣନ୍ତୁ ଏହି ଫୋନ, ରହିଛି ଜବରଦସ୍ତ ଫିଚର

OnePlus 12 Sale: ଯଦି ଆପଣଙ୍କୁ ୱାନ୍ ପ୍ଲସ୍ ଫୋନ୍ ଭଲ ଲାଗେ ଏବଂ ଆପଣ ଏହି ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଆଜିଠାରୁ OnePlus 12 ଶସ୍ତା ତଥା ରିହାତିରେ ଉପଲବ୍ଧ ।

OnePlus 12: ଶସ୍ତାରେ କିଣନ୍ତୁ ଏହି ଫୋନ, ରହିଛି ଜବରଦସ୍ତ ଫିଚର

OnePlus 12 Sale: ୱାନ ପ୍ଲସ ୧୨ର ଦୁଇଟି ଫୋନ ଗତ ସପ୍ତାହରେ ଲଞ୍ଚ ହୋଇଥିଲା । ଆଜି ଜାନୁଆରୀ ୩୦ ତାରିଖରେ ପ୍ରଥମ ଥର ପାଇଁ ଏହି ଫୋନ୍ ସେଲ୍ ରେ ଗ୍ରାହକଙ୍କ ପାଇଁ ବିକ୍ରି ହେଉଛି । ଗ୍ରାହକମାନେ ଅଫର ସହିତ ନିଜ ମନ ପସନ୍ଦର ଫୋନ୍ କିଣିପାରିବେ । ଆଜି ମଧ୍ୟାହ୍ନ ୧୨ ଟାରୁ ୱାନ ପ୍ଲସ ୧୨ର ସେଲ୍ ଆରମ୍ଭ ହୋଇଚି । ଫୋନର 12 + 256GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ରହିଛି ମାତ୍ର ୬୪,୯୯୯ ଟଙ୍କା ଏବଂ ଏହାର 16 + 512 ଜିବି ଭାରିଆଣ୍ଟର ମୂଲ୍ୟ ୪ ହଜାର ଟଙ୍କା ଅଧିକ ଅର୍ଥାତ ୬୯,୯୯୯ ଟଙ୍କା ରହିଛି । କିନ୍ତୁ ବର୍ତ୍ତମାନ ମିଳୁଥିବା ଅଫର ଦ୍ୱାରା ଆପଣ ଏହି ଫୋନଟିକୁ ଶସ୍ତାରେ ପାଇପାରିବେ ।

ଆମାଜନ ଲାଇଭ୍ ସେଲରେ ଯଦି ଗ୍ରାହକମାନେ OnePlus 12 କିଣିବା ପାଇଁ ଆଇସିଆଇସିଆଇ ବ୍ୟାଙ୍କ କାର୍ଡ କିମ୍ବା ୱାନ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଏହି ଫୋନର ମୂଲ୍ୟ ଉପରେ ତୁରନ୍ତ ୨ ହଜାର ଟଙ୍କା ରିହାତି ପାଇପାରିବେ ।

OnePlus 12 ରେ ଆପଣଙ୍କୁ ୬.୮୨ ଇଞ୍ଚର LTPO AMOLED ଡିସପ୍ଲେ ମିଳିବ । ଯାହା 120Hz ସତେଜ ହାର ଏବଂ 4,500 ନଟ୍ ଉଜ୍ଜ୍ୱଳତା ରହିଛି । ଫୋନର ଫ୍ରଣ୍ଟରେ କର୍ନିଙ୍ଗ ଗୋରିଲା ଗ୍ଲାସ ଭିକ୍ଟସ ସୁରକ୍ଷା ଏବଂ ବ୍ୟାକ ସାଇଡରେ କର୍ନିଙ୍ଗ ଗ୍ଲାସ ପ୍ରୋଟେକ୍ସନ ରହିଛି । OnePlus 12 ଫୋନରେ 4nm ସ୍ନାପଡ୍ରାଗନ୍ ୮ ଜେନ ୩ ପ୍ରୋସେସର୍ ଅଛି ଯାହାକି 24GB ପର୍ଯ୍ୟନ୍ତ LPDDR5X RAM ଏବଂ 1TB UFS 4.0 ଇନବିଲ୍ଟ ଷ୍ଟୋରେଜ୍ ଅଛି ।

କ୍ୟାମେରା ବିଷୟରେ କହିବାକୁ ଗଲେ ଫୋନର ପଛ ପଟେ ଆପଣଙ୍କୁ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ମିଳିବ । ଯାହା ସୋନି IMX581 ଲେନ୍ସ ଏବଂ OIS ଏବଂ EIS ସପୋର୍ଟ ସହିତ ଆସିଥାଏ । ଏହା ବ୍ୟତୀତ ଏଥିରେ ୪୮ ମେଗାପିକ୍ସେଲ ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା ଅଛି, ସେନ୍ସର ଜୁମରେ 6X ଏବଂ ୬୪ ମେଗାପିକ୍ସେଲ ଜୁମ୍ କ୍ୟାମେରା ଅଛି । ସେଲଫି ପାଇଁ ଫୋନର ଆଗରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି ।

OnePlus 12 ବ୍ୟାଟେରୀ ବିଷୟରେ କହିବାକୁ ଗଲେ ଏଥିରେ 5,400mAh ବ୍ୟାଟେରୀ ଉପଲବ୍ଧ ରହିଛି । ଏହା 100W SuperVOOC ତାରଯୁକ୍ତ ଚାର୍ଜିଂକୁ ସପୋର୍ଟ କରିଥାଏ । 

Also Read- Mangal Gochar 2024: ମକର ରଶିରେ ମଙ୍ଗଳ ଚଳନ, ଏହି ୪ଟି ରାଶିର ବଦଳାଇବ ଭାଗ୍ୟ

Also Read- ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ଦର୍ଶନ